Posted inRasifala

ରାଶିଫଳ: ମଙ୍ଗଳବାର , ଜୁନ୍ ୯ ତାରିଖ – Daily Horoscope

ମେଷ
ଶ୍ରୁତିମଧୁର ବାକ୍ୟାଳାପ ଦ୍ୱାରା ବନ୍ଧୁଙ୍କୁ ଆପ୍ୟାୟିତ କରିବେ। ଶନିଙ୍କ ପ୍ରଭାବରୁ ମୃଦୁ ମନ୍ଦ ଗତିରେ କର୍ମପ୍ରବାହକୁ ଆଗକୁ ଗଡ଼ାଇନେବାରେ ସାହାଯ୍ୟ କରିପାରନ୍ତି। ବନ୍ଧୁଙ୍କ ସହ ଆନୁଷ୍ଠାନିକ କାମ ସକାଶେ ତପରତ୍ତା ବୃଦ୍ଧିପାଇବ। କର୍ମକ୍ଷେତ୍ର, ବାଣିଜ୍ୟ, ପ୍ରଶାସନ, ସାହିତ୍ୟ, ସାମ୍ବାଦିକତା ତଥା ସଭାସମିତିରେ ପ୍ରଶଂସିତ ହେବେ।
ବୃଷ
ବୃଷ
ଦ୍ୱିତୀୟସ୍ଥ ବୁଧ ଆପଣଙ୍କ ବ୍ୟବହାରକୁ ଋକ୍ଷ କିମ୍ବା କଠୋରକରି ଅପ୍ରିୟତା ସୃଷ୍ଟିକରିପାରନ୍ତି। କର୍ମକ୍ଷେତ୍ରରେ କେତେକ କାମ କରିବାକୁ ବାଧ୍ୟହେବେ। ନିମନ୍ତ୍ରିତ ଆନୁଷ୍ଠାନିକ କ୍ଷେତ୍ରରେ ବନ୍ଧୁମିଳନଜନିତ ପ୍ରଫୁଲ୍ଲିତ ମାନସିକତା ପରିଲକ୍ଷିତ ହୋଇପାରେ ା ଶିଳ୍ପ, ବାଣିଜ୍ୟ, ପରିବହନ, ଏଜେନ୍ସିପ, ସାମ୍ବାଦିକତା ପ୍ରଭୃତିରୁ ଖୁସି ରହିବେ ା
ମିଥୁନ
ମିଥୁନ
ଆଜିର ଗ୍ରହସ୍ଥିତି ଏକାଧାରରେ ଆପଣଙ୍କ ଦୈହିକ ଓ ମାନସିକ ସୁସ୍ଥତାକୁ କ୍ଷୁଣ୍ଣ କରିପାରେ। ଅନ୍ୟ ମାନଙ୍କୁ ଖୁସିକରିବାକୁ ଯାଇ ନିଜର ସ୍ବାର୍ଥକୁ ବଳି ଦେବାକୁ ବାଧ୍ୟହୋଇପାରନ୍ତି। ଅଭାବ ନ ଥିଲେ ଘରୋଇ କଥା ମନରେ ବାରମ୍ବାର ଆଲୋଡ଼ନ ସୃଷ୍ଟିକରି ଚିନ୍ତାଧାରାକୁ ବିକ୍ଷିପ୍ତ କରିଦେବ।
କର୍କଟ
କର୍କଟ
ଚନ୍ଦ୍ରଙ୍କ ସ୍ଥିତି ପ୍ରଭାବରୁ ଆପଣଙ୍କ ନୀରବତା ବନ୍ଧୁମାନଙ୍କ ମନରେ ସନ୍ଦେହର ପ୍ରହେଳିକା ସୃଷ୍ଟିକରିବ। ଆମତ୍ୀୟମାନଙ୍କ ହାତଖୋଲା ସାହାଯ୍ୟ ଓ ଅକୁଣ୍ଠ ସମର୍ଥନ ସାମୟିକ ଦୁଃଖକୁ ଭୁଲାଇନେଇପାରେ। ସଭାସମିତି, ପ୍ରକାଶନ, ପାରିବାରିକ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ।
ସି˚ହ
ସି˚ହ
ଆଜି ଅନୁକୂଳ ଗ୍ରହ ପ୍ରଭାବ ନୂତନ ସମ୍ପର୍କ, ବିଶିଷ୍ଟବ୍ୟକ୍ତିଙ୍କ ସାନ୍ନିଧ୍ୟ ମଧ୍ୟରେ ସ୍ବାଗତ ସମ୍ବର୍ନ୍ଧନାଜନିତ ପ୍ରଫୁଲ୍ଲିତ ରହିବେ। କାର୍ଯ୍ୟ ହାସଲ ପାଇଁ ଅର୍ଥାଭାବ, ଅସହଯୋଗ, ପ୍ରତିବନ୍ଧକ ପ୍ରଭୃତି କୌଣସି ନକାରାମତ୍କ ସ୍ଥିତି ଉପୁଜିବ ନାହିଁ। କର୍ମକ୍ଷେତ୍ର ସକାଶେ ଯେତେଟା ପରିସ୍ଥିତିକୁ ଜଟିଳ ମନେକରୁଛନ୍ତି ବାସ୍ତବରେ ସେପରି କିଛି ହେବନାହିଁ।
କନ୍ୟା
ଏକାଦଶସ୍ଥ ଗୁରୁ ଶୁକ୍ର ପାରିବାରିକ ସ୍ଥିତି, କର୍ମକ୍ଷେତ୍ର, ଦିନଚର୍ଯ୍ୟା ତଥା ବନ୍ଧୁ ସମ୍ପର୍କକୁ ଦୃଢ଼ୀଭୂତ କରିବ। ଆଜି ଯାହା ପାଇବା କଥା ତାହା ସହଜ ଓ ସୁବିଧାରେ ପାଇପାରିବେ ନାହିଁ। ପ୍ଲଟିଂ କାରବାର, ଯାନ୍ତ୍ରିକ ଜିନିଷ କିମ୍ବା ବିଦ୍ୟୁତ୍‍ ବ୍ୟବସାୟୀ ଲାଭାବନ୍‍ ହୋଇପାରନ୍ତି। ପିଲାଙ୍କ ସ୍ବାସ୍ଥ୍ୟ, ଉଚ୍ଚଶିକ୍ଷା ସମ୍ପର୍କରେ ବନ୍ଧୁଙ୍କ ସହ ଆଲୋଚନା କରିପାରନ୍ତି।
ତୁଳା
ତୁଳା
କର୍ମଭାବସ୍ଥ ଶୁଭଗ୍ରହମାନେ ଆପଣଙ୍କୁ ନୂତନ କର୍ମାରମ୍ଭ ସକାଶେ ଅନୁପ୍ରେରିତ କରିପାରନ୍ତି। କୌଣସି ଜିନିଷର ଅଭାବ ନ ଥିଲେ ମଧ୍ୟ ନିିଜର ପ୍ରିୟବ୍ୟକ୍ତିଙ୍କଠାରୁ ବହୁ ଦୂରେ ରହି ଚିନ୍ତିତ ରହିବେ। ସନ୍ତାନଙ୍କ ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବାକୁ ଏକ ପ୍ରକାର ଆମତ୍ସନ୍ତୋଷ ଲାଭ କରିବେ।
ବିଛା
ବିଛା
ଚନ୍ଦ୍ରଙ୍କ କୋଣଭାବସ୍ଥ ବୃହସ୍ପତି ଆପଣଙ୍କ ସ୍ଥଗିତ କାର୍ଯ୍ୟକୁ ସଫଳତାର ସହ ପୂରଣ କରିବ। ଶନିଙ୍କ ସଂସ୍ଥିତି କାରଣରୁ ଭାଙ୍ଗିପଡ଼ିଥିବା ସମ୍ପର୍କକୁ ପୁଣି ଯୋଡ଼ିବାକୁ ଚେଷ୍ଟାକରି ଅସଫଳ ହୋଇପାରନ୍ତି। ନିଜ ପରିସରର ବ୍ୟକ୍ତିବିଶେଷମାନେ ଅଯଥା ଦୋଷାରୋପ କରି ମାନସିକ ସ୍ଥିତିକୁ ବିଗାଡ଼ିଦେଇପାରନ୍ତି।
ଧନୁ
ଧନୁ
ପାରସ୍ପରିକ ଉତ୍ତମ ବୁଝାମଣା ଅଭାବରୁ ପରିବାର ଓ କର୍ମକ୍ଷେତ୍ର ସମସ୍ୟା ବହୁଳ ରହିବ। ଅନାବଶ୍ୟକ କଥାଗୁଡ଼ିକୁ ମନରୁ ପରିହାରକରି ବାସ୍ତବତାକୁ ଗୁରୁତ୍ୱ ଦେଇ କାମ କରିବା ଭଲ ହେବ। ବିଭିନ୍ନ ପ୍ରକାର ସ୍ଥଗିତ କାମକୁ ନେଇ କର୍ମଜଞ୍ଜାଳ ବୃଦ୍ଧି ପାଇପାରେ। ବନ୍ଧୁ ଗହଣରେ ଗଠନମୂଳକ ପ୍ରେରଣା ଦେଇ ପ୍ରଶଂସିତ ହୋଇପାରନ୍ତି।
ମକର
ମକର
ପରିବାରରେ ଯୁକ୍ତିତର୍କଜନିତ ମାନସିକ ଦୁଶ୍ଚିନ୍ତାରେ ମନ ଉଦ୍‍ବେଳିତ ରହିପାରେ। ବାଣିଜ୍ୟ, ସଭାସମିତି ତଥା ପ୍ରଶାସନିକ ସ୍ତରରେ ପ୍ରତିବନ୍ଧକ ଦେଖାଦେବା ସୂଚନା ରହିଛି। ପୁତ୍ରକନ୍ୟାହେତୁକ ସମସ୍ୟା ଲାଗି ରହିବ, କିନ୍ତୁ ସେପରି କିଛି ଅସୁବିଧା ହେବ ନାହିଁ। ପଡ଼ୋଶୀ ପ୍ରତିବାଦର ସ୍ବର ଉଠାଇ କାମଟିକୁ ଭଣ୍ଡୁରକରି ଦେଇପାରନ୍ତି।
କୁମ୍ଭ
କୁମ୍ଭ
ଶନିଯୁକ୍ତ ଚନ୍ଦ୍ରଙ୍କ କୁପ୍ରଭାବରେ ପାରିବାରିକ ସମସ୍ୟା ହେତୁ ମନ ଭଲ ରହି ନ ପାରେ। ବକେୟା ଅର୍ଥପ୍ରାପ୍ତି ସାଙ୍ଗକୁ କର୍ମକ୍ଷେତ୍ରରେ ପ୍ରିୟ କଥା କହି ସମସ୍ୟା ସୁଧାରି ନେବେ। ଆଜି ବନ୍ଧୁ ପରିଜନଙ୍କ ସହ ଭ୍ରମଣ ହେତୁକ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ। ପିଲାଙ୍କ ବିଶୃଙ୍ଖଳିତ ଆଚରଣରେ କ୍ଷୁବ୍ଧ ହେବେ, କିନ୍ତୁ କିଛି କରିବାର ଉପାୟ ନ ଥିବ।
ମୀନମୀନ
ଆଜିର ଗ୍ରହମାନଙ୍କ ବୈଷମ୍ୟତା ଯୋଗୁ ମନ ଚାହୁଁଥିବା କାମ ସମ୍ପନ୍ନ କରିବା କଷ୍ଟକର ହୋଇପାରେ। ପରୋକ୍ଷ ଶତ୍ରୁତା କାରଣରୁ ଭାଇ,ବନ୍ଧୁ , କୁଟୁମ୍ବଙ୍କ କେତେକ ଅଶାନ୍ତ ପରିସ୍ଥିତିର ମଧ୍ୟ ଆଶଙ୍କା ରହିଛି। ତଥାପି ନୂତନ କର୍ମାରମ୍ଭ ଏବଂ ଶିଳ୍ପ,ବାଣିଜ୍ୟ,ବ୍ୟବସାୟ,ପରିବହନରେ ପ୍ରତିବନ୍ଧକ ଦୂରେଇଯିବ। ପାରିବାରିକ ଜୀବନରେ ଝଡ଼ ସୃଷ୍ଟି ହୋଇପାରେ।

📲 Follow Dharitri – Odisha’s No. 1 Odia Daily 📰✨

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ଜୁଲାଇ ୨୯ ତାରିଖ – Daily Horoscope

ମେଷ ବିଭିନ୍ନ ସମସ୍ୟା ମଧ୍ୟରେ କର୍ମକ୍ଷେତ୍ରରେ ଅସ୍ଥିରତା ଲାଗିରହିବ। ପାରିବାରିକ କ୍ଷେତ୍ରରେ ମତାନ୍ତର ଓ ବିତର୍କ ଜନିତ ଅଶାନ୍ତ ପରିସ୍ଥିତିର ଆଶଙ୍କା ଦେଖାଦେବ। ନିଜ ପରିସରର ଭଦ୍ରବ୍ୟକ୍ତିଙ୍କ…

ରାଶିଫଳ: ମଙ୍ଗଳବାର, ଜୁଲାଇ ୨୮ ତାରିଖ – Daily Horoscope

ମେଷ ଆଜି ଆର୍ଥିକ ଅସଙ୍ଗତି ଦୂରକରିବା ସହ ଆଲୋଚନାକୁ ଅଗ୍ରଗାମୀ କରାଇବାରେ ସହାୟକ ହେବେ। ପୂର୍ବାଲୋଚନା ଅନୁଯାୟୀ ଆଜିର ଯାତ୍ରା, ନୂତନ କର୍ମାରମ୍ଭ, ପ୍ରଶାସନିକ ନିଷ୍ପତ୍ତିରେ ସଫଳତା…

ରାଶିଫଳ: ସୋମବାର, ଜୁଲାଇ ୨୭ ତାରିଖ – Daily Horoscope

ମେଷ ଆଜି ମନ ଭଲ ରହିବା ସାଙ୍ଗକୁ ପ୍ରତ୍ୟେକ କାମରେ ନିଜକୁ ନିମଜ୍ଜିତ କରି ରଖିବେ। କେନ୍ଦ୍ରସ୍ଥ ବୃହସ୍ପତି ଯାତ୍ରା, ବାଣିଜ୍ୟ ଓ ପରିବହନ ପାଇଁ ଅସୁବିଧା…

ରାଶିଫଳ: ରବିବାର, ଜୁଲାଇ ୨୬ ତାରିଖ – Daily Horoscope

ମେଷ ସାମାଜିକ ସ୍ତରରେ ମନ ବୁଝିଲା ଭଳି କଥା କହି ଅନ୍ୟମାନଙ୍କୁ ଆପଣେଇନେବେ। ଯାତ୍ରା ସମୟରେ ଅନ୍ୟମନସ୍କ କାରଣରୁ ଅର୍ଥହାନି ଘଟିପାରେ। ଆନୁଷ୍ଠାନିକ କାମରେ କଳହର ସମ୍ମୁଖୀନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri