Posted inRasifala

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୨୮ ତାରିଖ – Daily Horoscope

ମେଷ
ଶନି ସହ ମଙ୍ଗଳଙ୍କ ସଂଯୋଗ ଦୈହିକ ଅସୁସ୍ଥତା ସୃଷ୍ଟିକଲେ ମଧ୍ୟ ଚନ୍ଦ୍ରଙ୍କ ପ୍ରଭାବରେ ବ୍ୟବହାରିକ କୁଶଳତା ଜାରିରହିବ। ସହକର୍ମୀ, ଅଧସ୍ତନ କର୍ମଚାରୀ ଏବଂ ବନ୍ଧୁବର୍ଗଙ୍କ ସହ ସୁସମ୍ପର୍କ ପୂର୍ବବତ୍‍ ରହିପାରେ। କିନ୍ତୁ କାର୍ଯ୍ୟବ୍ୟସ୍ତତା କାରଣରୁ କ୍ଳାନ୍ତି ଅନୁଭବ କରିବେ। ସଭାସମିତି ଓ ଆନୁଷ୍ଠାନିକ କାର୍ଯ୍ୟରେ ଅଗ୍ରଗତି ଘଟିବ।
ବୃଷ
ବୃଷ
ଶୁକ୍ରଙ୍କ ରାଶ୍ୟାବସ୍ଥାନରୁ ସ୍ବାସ୍ଥ୍ୟ ନିୟନ୍ତ୍ରଣାଧୀନ ରହିବା ସହ ବିଳାସପ୍ରିୟ ହେବେ। ରାହୁ କର୍ମସ୍ଥାନରେ ଅବସ୍ଥାନ ପୂର୍ବକ ସମସ୍ୟାକୁ ପ୍ରତିହତକରି କାର୍ଯ୍ୟସାଧନ କରାଇବେ। ରବି ଉଚ୍ଚସ୍ଥ ଯୋଗୁ ଗୃହ ନିର୍ମାଣ ସମ୍ବନ୍ଧୀୟ କିମ୍ବା ଗଠନମୂଳକ କାଯର୍‍ୟ ସମ୍ପନ୍ନ କରିପାରନ୍ତି। ଆର୍ଥିକ ଓ ସାମାଜିକ ସ୍ଥିତି ମଜଭୁତ ରଖିବା ନିମିତ ବିଭିନ୍ନ ଯୋଜନା କରିବେ।
ମିଥୁନ
ମିଥୁନ
ବୁଧଙ୍କ ସୁପ୍ରଭାବରୁ ବୌଦ୍ଧିକତାର ଅଭିବୃଦ୍ଧି ବନ୍ଧୁଗହଣରେ ସମ୍ମାନର ପରିଚାୟକ ହେବ। ସ୍ତ୍ରୀଙ୍କ ସ୍ବାସ୍ଥ୍ୟହାନି, ବ୍ୟବସାୟରେ ଝଗଡ଼ା ଏବଂ ବିବାଦୀୟ ପରିସ୍ଥିତିରେ ସାମ୍ୟତା ଆସିପାରେ। ଆନୁଷଙ୍ଗିକ ସାହାଯ୍ୟ ଲାଭକରି କାମ ତ୍ୱରାନ୍ବିତ କରିବେ। ଅନୁଷ୍ଠାନ କିମ୍ବା ବ୍ୟକ୍ତିଙ୍କ ନିକଟରୁ ଅର୍ଥପ୍ରାପ୍ତି ସହ ନୂତନ କର୍ମାରମ୍ଭରେ ଉତ୍ସାହିତ ହେବେ।
କର୍କଟ
କର୍କଟ
ରାଶ୍ୟାଧିପ ତୃତୀୟସ୍ଥ କର୍ମକ୍ଷେତ୍ରରେ ଦକ୍ଷତାର ପ୍ରଶଂସା ମାଧ୍ୟମରେ ସାମାଜିକ ସ୍ଥିତିକୁ ସୁଦୃଢ଼ କରିବ। ପାରିବାରିକ କ୍ଷେତ୍ର ବ୍ୟତିକ୍ରମ ଭିତରେ ଅବଶ୍ୟ ଶୃଙ୍ଖଳିତ ରହିପାରେ। ସହକର୍ମୀଙ୍କ ମଧ୍ୟରେ ସୌହାର୍ଦ୍ଦ୍ୟତା ଅଭାବରୁ କର୍ମକ୍ଷେତ୍ରରେ ଅସ୍ଥିରତା ଦେଖାଦେବ। ଶିଳ୍ପ,ବାଣିଜ୍ୟ ଓ ପରିବହନ ଶନିଙ୍କ ପ୍ରଭାବରୁ ଦୁର୍ବଳ ରହିପାରେ।
ସି˚ହ
ସି˚ହ
ରବି ଏବଂ ଚନ୍ଦ୍ରଙ୍କ ସ୍ଥିତି ମନ୍ଦ ନ ଥିବାରୁ ଦୈହିକ ଏବଂ ମାନସିକ ସ୍ଥିତି ସୁଦୃଢ଼ ରହିବ। ସମ୍ପର୍କୀୟଙ୍କ ସକାଶେ ବ୍ୟୟ କରିବାକୁ ବାଧ୍ୟ ହେବେ। କର୍ମକ୍ଷେତ୍ରରେ ଉଚ୍ଚବର୍ଗର ବ୍ୟକ୍ତିଙ୍କ ଦ୍ୱାରା ସ୍ଥଗିତ କାର୍ଯ୍ୟର ଅଗ୍ରଗତି ଯୋଗୁ ଆଶ୍ୱସ୍ତି ଲାଭ କରିବେ। ପାରିବାରିକ ସ୍ଥିତି ବହୁତ ଭଲ ରହିବ ଏବଂ ସନ୍ତାନହେତୁକ ଗୌରବ ଅନୁଭବ କରିପାରନ୍ତି।
କନ୍ୟା
ରାଶି ପ୍ରତି ବୁଧଙ୍କ ଦୃଷ୍ଟି ଫଳରେ ଯେଉଁ କାମରେ ହାତ ଦେବେ ସଫଳତା ହାସଲ କରିବେ। ଜମିଜମା, କଳ କାରଖାନା, ହୋଟେଲ ଶିଳ୍ପ କ୍ଷେତ୍ରରୁ ଲାଭବାନ୍‍ ହେବେ। ପାରିବାରିକ ସମସ୍ୟାରେ ମନ ଭାରାକ୍ରାନ୍ତ ରହିବା କାରଣରୁ ସାମୟିକ ବ୍ୟସ୍ତତା ବୃଦ୍ଧିପାଇବ। ବନ୍ଧୁ ଗହଣରେ ବାକ୍‍ ଅସଂଯମ ଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ।
ତୁଳା
ତୁଳା
ରବିଙ୍କ ଦୃଷ୍ଟି ଲୋକପ୍ରିୟତା ବୃଦ୍ଧି ସାଙ୍ଗକୁ ସ୍ବାସ୍ଥ୍ୟ ନିୟନ୍ତ୍ରଣ ମଧ୍ୟରେ ରଖିବାରେ ସମର୍ଥ ହେବ। ପାରିବାରିକ ଜୀବନରେ ବ୍ୟତିକ୍ରମ ଥିଲେ ମଧ୍ୟ କିଛି ଅସୁବିଧା ହେବନାହିଁ। ବ୍ୟବସାୟରେ ଅଭୂତପୂର୍ବ ସଫଳତା ହାସଲକରିବେ। ପୂର୍ବରୁ କଳହ ଲାଗିଥିବା ବନ୍ଧୁଟି ପ୍ରତି ସତର୍କ ରହନ୍ତୁ ,ନତୁବା ବହୁମୂଲ୍ୟ ଦେବାକୁ ପଡ଼ିପାରେ।
ବିଛା
ବିଛା
ଚନ୍ଦ୍ରଙ୍କ ଲାଭ ଭାବରେ ଅବସ୍ଥିତି ଆପଣଙ୍କ ଆଶା ଓ ଅଭିଳାଷ ପୂରଣ କରିବାରେ ସମର୍ଥ ହେବ। ଆର୍ଥିକ ଅନଟନ କାମକୁ ବିଳମ୍ବିତ କରିବାରୁ ବିବ୍ରତ ହେବେ। ପ୍ରକାଶନ, ପ୍ରଶାସନିକ ତଥା ରାଜନୈତିକ ସ୍ତରରେ ବ୍ୟସ୍ତତା ମଧ୍ୟ ଦୂରେଇହେବ। କ୍ରୀଡ଼ା, ସାହିତ୍ୟ, ଚଳଚ୍ଚିତ୍ର କ୍ଷେତ୍ରରେ ସଫଳତା ଆଶା କରାଯାଇପାରେ।
ଧନୁ
ଧନୁ
ବୃହସ୍ପତିଙ୍କ ଶୁଭଦୃଷ୍ଟିରୁ ଆରୋଗ୍ୟଲାଭ, କାର୍ଯ୍ୟସିଦ୍ଧି ସାଙ୍ଗକୁ ସାମାଜିକ ସ୍ତରରେ ଉଚ୍ଚସମ୍ମାନ ପାଇବେ। ଦୀର୍ଘଦିନରୁ ବାକି ପଡ଼ିଥିବା ଟଙ୍କା ଆଦାୟ ପାଇଁ ଅନୁକୂଳ ସୁ୍୍ଯୋଗ ସୃଷ୍ଟିହେବ। ଶିଳ୍ପ, ବାଣିଜ୍ୟ ଓ ପରିବହନରେ ଉନ୍ନତି ଘଟିବାରେ ବନ୍ଧୁଙ୍କ ଅବଦାନକୁ ଭୁଲିପାରିବେନାହିଁ। ଜମିଜମା ବିବାଦର ସମାଧାନ ସୁଯୋଗ ସୃଷ୍ଟି ହେବ।
ମକର
ମକର
ଆପଣଙ୍କ ରାଶି ପାଇଁ ଗ୍ରହ ସ୍ଥିତି ଅନୁକୂଳ ନ ଥିବାରୁ ପାରିବାରିକ ସମସ୍ୟା ମଧ୍ୟରେ ମାନସିକ ଶାନ୍ତି ରହି ନ ପାରେ। ତଥାପି ଧୈର୍ଯ୍ୟହରା ନ ହୋଇ କାର୍ଯ୍ୟ କଲେ ଉପକୃତ ହେବେ। ମାଙ୍ଗଳିକ କାର୍ଯ୍ୟରେ ଯୋଗଦେବା ସକାଶେ ବନ୍ଧୁ ଦ୍ୱାରକୁ ଗମନକରିବେ। ରାଜନୀତି ତଥା ଗଠନମୂଳକ କାର୍ଯ୍ୟରୁ ପ୍ରଶଂସିତ ହୋଇପାଇପାରନ୍ତି।
କୁମ୍ଭ
କୁମ୍ଭ
ଚନ୍ଦ୍ରଙ୍କ ଦ୍ୱାରା ସଂଘଟିତ ବିପରୀତ ରାଜଯୋଗ ପ୍ରଭାବରେ ବ୍ୟୟବହୁଳତା ମଧ୍ୟରେ କାର୍ଯ୍ୟସିଦ୍ଧି ହେବ। ଆଜି ଦେବ ଦର୍ଶନ ସକାଶେ ମନ ବଳାଇବେ। ଦୀର୍ଘଦିନରୁ ଅପେକ୍ଷା କରି କରି ଆଜି ହଠାତ୍‍ ପଡ଼ୋଶୀଙ୍କଠାରୁ ଶୁଭଖବର ପାଇ ଖୁସି ହେବେ। ବନ୍ଧୁଙ୍କ ନିକଟରୁ ବକେୟା ଆଦାୟ କରିବାରେ ସକ୍ଷମ ହେବେ।
ମୀନମୀନ
ରାଶିରେ ଶନି ଏବଂ ମଙ୍ଗଳଙ୍କ ସଂଯୋଗରୁ ବନ୍ଧୁମାନଙ୍କ ଦ୍ୱାରା କୌଣସି ସମସ୍ୟା ସକାଶେ ବ୍ୟସ୍ତତା ଅନୁଭବ କରିପାରନ୍ତି। ପ୍ରତ୍ୟେକ କାର୍ଯ୍ୟରେ ସଫଳତା ଅବଶ୍ୟ ପାଇବେ, କିନ୍ତୁ ଏଥିପାଇଁ ବହୁତ ମେହନତ କରିବାକୁ ପଡ଼ିବ। କଳା,ସାହିତ୍ୟ ଓ ସଙ୍ଗୀତ କ୍ଷେତ୍ରରେ ସଫଳତା ଅର୍ଜନ କରିବେ, କିନ୍ତୁ ସମସ୍ୟା ମଧ୍ୟରେ ଚଳିବାକୁ ପଡ଼ିପାରେ।

📲 Follow Dharitri – Odisha’s No. 1 Odia Daily 📰✨

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ଜୁନ୍ ୧୪ ତାରିଖ – Daily Horoscope

ମେଷ ଆଜି ସ୍ବଗୃହୀ ମଙ୍ଗଳଙ୍କ ଯୋଗୁ ଦୈହିକ ସ୍ବାସ୍ଥ୍ୟ ଭଲ ରହିବ। ବନ୍ଧୁଙ୍କ ସହଯୋଗରୁ ଅଟକି ରହିଥିବା କାର୍ଯ୍ୟଗୁଡ଼ିକ ତ୍ୱରାନ୍ବିତ କରିପାରିବେ। ପାରିବାରିକ ସ୍ତରରେ ଭାବ ପ୍ରବଣତା…

ରାଶିଫଳ: ଶନିବାର, ଜୁନ୍ ୧୩ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ରମଙ୍ଗଳ ଯୋଗ ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସହ ବୈଷୟିକ ଅଭିବୃଦ୍ଧି ଘଟିବ। ପାପଗ୍ରହ ମଧ୍ୟସ୍ଥ ଚନ୍ଦ୍ର ହେତୁ ପାରିବାରିକ କ୍ଷେତ୍ରରେ ମାନସିକ ଦ୍ୱନ୍ଦ୍ୱ କାର୍ଯ୍ୟରେ…

ରାଶିଫଳ: ଶୁକ୍ରବାର, ଜୁନ୍ ୧୨ ତାରିଖ – Daily Horoscope

ମେଷ ଗ୍ରହମାନଙ୍କ ଶୁଭ ସମ୍ବନ୍ଧ ଅଭାବରୁ ଯେ କୌଣସି ପ୍ରକାରର ପରିସ୍ଥିତିରେ ମଧ୍ୟ ଆପଣ ନିଜକୁ ଠିକ୍‌ ଭାବେ ଆଡ୍‌ଜଷ୍ଟ କରି ଚଳାଇ ନେଇ ପାରିବେ ନାହିଁ।…

ରାଶିଫଳ: ଗୁରୁବାର , ଜୁନ୍ ୧୧ ତାରିଖ – Daily Horoscope

ମେଷ ଆଜି ରାଶ୍ୟାଧିପତି ସ୍ବଗୃହରେ ଶୁକ୍ରନକ୍ଷତ୍ରସ୍ଥ ଯୋଗୁ ସ୍ବାସ୍ଥ୍ୟ ଭଲ ରହିବା ସହ ଖୁସିରେ ସମୟ କଟିବ। ଶନିଙ୍କ ସଂଯୋଗଜନିତ ଦ୍ୱାଦଶସ୍ଥ ଚନ୍ଦ୍ର ଯାତ୍ରା, ଆଧ୍ୟାତ୍ମିକ ଚିନ୍ତନ…

ରାଶିଫଳ: ବୁଧବାର, ଜୁନ୍ ୧୦ ତାରିଖ – Daily Horoscope

ମେଷ ଆପଣଙ୍କ ଦକ୍ଷତା ଏବଂ କର୍ତ୍ତବ୍ୟନିଷ୍ଠା କାରଣରୁ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ଈର୍ଷାପରାୟଣ ବନ୍ଧୁ ଓ ସହକର୍ମୀ ଅପପ୍ରଚାର ଚଳାଇପାରନ୍ତି। ବାଣିଜ୍ୟ, ବ୍ୟବସାୟିକ କ୍ଷେତ୍ରରେ ଅର୍ଥ ସମ୍ପର୍କକୁ…

ରାଶିଫଳ: ମଙ୍ଗଳବାର , ଜୁନ୍ ୯ ତାରିଖ – Daily Horoscope

ମେଷ ଶ୍ରୁତିମଧୁର ବାକ୍ୟାଳାପ ଦ୍ୱାରା ବନ୍ଧୁଙ୍କୁ ଆପ୍ୟାୟିତ କରିବେ। ଶନିଙ୍କ ପ୍ରଭାବରୁ ମୃଦୁ ମନ୍ଦ ଗତିରେ କର୍ମପ୍ରବାହକୁ ଆଗକୁ ଗଡ଼ାଇନେବାରେ ସାହାଯ୍ୟ କରିପାରନ୍ତି। ବନ୍ଧୁଙ୍କ ସହ ଆନୁଷ୍ଠାନିକ…

ରାଶିଫଳ: ସୋମବାର, ଜୁନ୍ ୮ ତାରିଖ – Daily Horoscope

ମେଷ ଆଜି ସ୍ବାସ୍ଥ୍ୟ ସମସ୍ୟା, ଜମିଜମା କଥା, ସମ୍ପର୍କୀୟଙ୍କ ସହ ଆଲୋଚନାରେ ସମୟ ଅତିବାହିତ କରିପାରନ୍ତି। ଆର୍ଥିକ ସ୍ଥିତିରେ ସୁଧାର ଆସିପାରେ। ପାରିବାରିକ ସ୍ତରରେ ମନ ଭୁଲାଣିଆ…

ରାଶିଫଳ: ରବିବାର, ଜୁନ୍ ୭ ତାରିଖ – Daily Horoscope

ମେଷ ଶାରୀରିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ ଆର୍ଥିକ ସ୍ଥିତି ମନ୍ଦ ହେବନାହିଁ। ଚନ୍ଦ୍ରଙ୍କ ସହିତ ରାହୁଙ୍କ ସଂଯୋଗ ପାରିବାରିକ ଏବଂ ସନ୍ତାନଙ୍କ ସ୍ବାସ୍ଥ୍ୟହାନିର କାରଣ ହେବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri