ମେଷ

ଅଶ୍ୱିନୀ ନକ୍ଷତ୍ରସ୍ଥ ରବି ଆପଣଙ୍କ ସୁସ୍ଥ ଚିନ୍ତାଧାରା ଓ କାର୍ଯ୍ୟକଳାପକୁ ପ୍ରଭାବିତ କରି ବ୍ୟଥିତ କରାଇପାରନ୍ତି। ଆକସ୍ମିକ ବନ୍ଧୁଙ୍କ ଅନୁରୋଧବଶତଃ ଦୂରଯାତ୍ରା କରିବାକୁ ପଡିପାରେ। ସାହିତ୍ୟ, ସଂସ୍କୃତି , ସଙ୍ଗୀତ, ଚଳଚ୍ଚିତ୍ର ଓ ରଚନାମତ୍କ କାର୍ଯ୍ୟରେ ଅଗ୍ରଗତି ଘଟିବ। ପରିବାରରେ ନିଜ ଲୋକଙ୍କ ପକ୍ଷପାତିତାକୁ ଦେଖି ବ୍ୟସ୍ତ ହେବାର ସୂଚନା ରହିଛି।
ବୃଷ

ଶନି ନକ୍ଷତ୍ରସ୍ଥ ଚନ୍ଦ୍ର ପ୍ରତ୍ୟେକ କ୍ଷେତ୍ରରେ ଦ୍ୱନ୍ଦଯୁକ୍ତ କରାଇପାରନ୍ତି। ସ୍ବାସ୍ଥ୍ୟ ସମସ୍ୟା ସୁଧୁରି ଯିବ। ଉସତ୍ାହ ଓ ପ୍ରେରଣା ପାଇ ଦୁଃସାଧ୍ୟ ସାଧନ କରିବେ। ସହକର୍ମୀଙ୍କ ପରାମର୍ଶ କ୍ରମେ କର୍ମକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବେ। ଶିଳ୍ପ, ବ୍ୟବସାୟ, ପରିବହନ, ମିର୍ମାଣ, ଆଇନ, ଅଦାଲତ, ଜମିଜମା କ୍ଷେତ୍ରରେ କାର୍ଯ୍ୟ ସାଧିତ ହୋଇପାରିବ।
ମିଥୁନ

ପୁନର୍ବସୁ ନକ୍ଷତ୍ର ସକାଶେ ଆଜି ନିଜଲୋକମାନଙ୍କ ଦ୍ୱାରା ସାହାଯ୍ୟ, ସହଯୋଗର ଅଭାବ ରହିବ ନାହିଁ। ଭୁଲ୍ ବୁଝାମଣା ଓ ପାରଷ୍ପରିକ ମତଭେଦ କାରଣରୁ ପାରିବାରିକ ଅଶାନ୍ତିରେ ଅସ୍ଥିରତା ଅନୁଭବ କରିପାରନ୍ତି। ବନ୍ଧୁଙ୍କ ଦ୍ୱାରା ନିମନ୍ତ୍ରିତ ହୋଇ ମାଙ୍ଗଳିକ କାମରେ ଯୋଗ ଦେବାକୁ ପରିଜନଙ୍କ ସହିତ ଯାତ୍ରା କରିପାରନ୍ତି।
କର୍କଟ

ଦୈହିକ ସୁସ୍ଥତା ଅକ୍ଷୁର୍ଣ୍ଣ ରହିଥିଲେ ମଧ୍ୟ ମାନସିକ ଅସ୍ଥିରତା ଜନିତ ମନ ଅଶାନ୍ତ ରହିପାରେ। ପରିସ୍ଥିତିର ଅଙ୍କାବଙ୍କା ରାସ୍ଥାରେ ଇଛା ନଥାଇ ମଧ୍ୟ ଚାଲିବାକୁ ବାଧ୍ୟ ହୋଇପାରନ୍ତି। ଅଶ୍ଳେଷା ନକ୍ଷତ୍ର ସକାଶେ ପାରିବାରିକ ଆବଶ୍ୟକତାକୁ ନେଇ ଅତ୍ୟଧିକ ଖର୍ଚ୍ଚାନ୍ତ ହେବାକୁ ପଡିପାରେ। ବାଣିଜ୍ୟ ଓ ପରିବହନରେ ପ୍ରତିବନ୍ଧକର ସାମ୍ନା କରିବେ।
ସି˚ହ

ବୃହସ୍ପତି ପାରିବାରିକ ଜୀବନକୁ ସରସ କରାଇବାରେ ସାହାଯ୍ୟ କରିବେ। କର୍ମକ୍ଷେତ୍ରରେ ଏକାଧିକ କାମ ହାତକୁ ନେଇ ବ୍ୟସ୍ତ ବିବ୍ରତ ହୋଇପାରନ୍ତି। ପୂର୍ବାଫାଲଗୁନୀ ନକ୍ଷତ୍ର ସଭାସମିତିରେ ଉଚ୍ଚବର୍ଗର ବ୍ୟକ୍ତି ବିଶେଷଙ୍କ ଦ୍ୱାରା ସହଯୋଗ ପାଇବେ। ଅସମ୍ପୂର୍ଣ୍ଣ କାମକୁ ସମ୍ପୂର୍ଣ୍ଣ କରିବା ଦିଗରେ ଅଧିକାଂଶ ସମୟ ବିତିପାରେ।
କନ୍ୟା

ପାପଗ୍ରହ ପ୍ରଭାବରୁ ପାରିବାରିକ ଓ କର୍ମକ୍ଷେତ୍ରରେ ନକାରାମତ୍କ ମାନସିକ ଚିନ୍ତା ସୃଷ୍ଟି ଆଶଙ୍କା ରହିଛି। ବିକ୍ଷିପ୍ତ ଭାବଧାରାର ଅବ୍ୟବସ୍ଥିତ ମନ ସାମାଜିକ ସ୍ଥିତିକୁ ବିଶୃଙ୍ଖଳିତ କରିପାରେ। ଉତରାଫାଲଗୁନୀ ନକ୍ଷତ୍ର ପରିଚିତ ହିତୈଷୀଙ୍କ ସାହାଯ୍ୟରୁ ସଠିକ୍ ଦିଗ୍ଦର୍ଶନ ଲାଭକରି ଉପକୃତ ହେବେ।
ତୁଳା

ସ୍ବାତୀ ନକ୍ଷତ୍ରର ଧନହାନୀ ସାଙ୍ଗକୁ ବନ୍ଧୁଙ୍କ ସହ ତିକ୍ତଆଲୋଚନା ମାନସିକ ଅଶାନ୍ତିର କାରଣ ହେବ। ଆଲୋଚନା ଦ୍ୱାରା ସମସ୍ୟା ସମାଧାନ ହୋଇଯିବ। ପରିସ୍ଥିତିବଶତଃ ବନ୍ଧୁ ଗହଣରେ ଅଥବା କର୍ମକ୍ଷେତ୍ରରେ ଅପ୍ରିୟ ସତ କଥା କହି ବିରୋଧୀ ହେବେ। ରପତ୍ାନୀ ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ସମସ୍ୟା ଲାଗି ରହିବ।
ବିଛା

ବନ୍ଧୁଗହଣରେ କଥାବାର୍ତ୍ତା ଓ ବ୍ୟବହାରକୁ ନେଇ ବିତର୍କ ସୃଷ୍ଟି ଆଶଙ୍କା ଉପୁଜିପାରେ। ସ୍ବାସ୍ଥ୍ୟରେ ଉନ୍ନତି, ଆର୍ଥିକ ପ୍ରଗତି ଓ ଉନ୍ନତ ଚିନ୍ତା ଯୋଗୁ ଅନୁରାଧା ନକ୍ଷତ୍ର ଆଶ୍ୱସ୍ଥି ଲାଭ କରିବେ। ପାରିବାରିକ ସମସ୍ୟା ଅଶାନ୍ତିର କାରଣ ହେବ। ପ୍ରତିଯୋଗିତା, ପ୍ରତିଦ୍ୱନ୍ଦିତା, କ୍ରୀଡା, କଳା ତଥା ସାହିତ୍ୟ, ସଙ୍ଗୀତ କ୍ଷେତ୍ରରେ ସଫଳତା ମିଳିପାରେ।
ଧନୁ

ସାମୟିକ ବ୍ୟତିକ୍ରମକୁ ବାଦ୍ ଦେଲେ ପ୍ରାୟତଃ ଦିନଟିରେ ପ୍ରତିଟି କାର୍ଯ୍ୟ ସୁରୁଖୁରୁରେ ସମ୍ପନ୍ନ୍ ହୋଇଯିବ। ଉତରାଷାଢା ନକ୍ଷତ୍ର ପାରିବାରିକ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ। ଆଲୋଚନା ପରିସରରେ କଠୋର କଥା କିମ୍ବା ବ୍ୟବହାର ବନ୍ଧୁଙ୍କ ମନରେ ଅଘାତ ଦେଇପାରେ।
ମକର

ଧୈର୍ଯ୍ୟହରା ନ ହୋଇ କାର୍ଯ୍ୟ କଲେ ଉପକୃତ ହେବେ। ବାଣିଜ୍ୟ ତଥା ବିଭିନ୍ନ ସୂତ୍ରରୁ ରୋଜଗାର ବୃଦ୍ଧି ପାଇବ ଓ କୈାଣସି କ୍ଷେତ୍ରରେ ତାହାକୁ ବିନି ଯୋଗ କରିବା ପାଇଁ ଚେଷ୍ଟା କରିପାରନ୍ତି। ମାଲିମକଦ୍ଦମା କିମ୍ବା ଜମିଜମା ବିବାଦର ସମାଧାନ ହେବାର ସମ୍ଭାବନା ରହିଛି। ଧନିଷ୍ଠା ନକ୍ଷତ୍ର ସ୍ବାସ୍ଥ୍ୟପ୍ରତି ଅବହେଳା କରି ଅନୁତାପ କରି ପାରନ୍ତି।
କୁମ୍ଭ

ସ୍ବାସ୍ଥ୍ୟ ଭଲ ରହିବା ସହ ଅନ୍ୟମାନଙ୍କର ପରୋକ୍ଷ ଶତ୍ରୁତା ଆପଣଙ୍କ କୈାଣସି କାମକୁ ଅଟକାଇ ପାରିବ ନାହିଁ। ଶତଭିଷା ନକ୍ଷତ୍ର ସହକର୍ମୀଙ୍କ ସହାୟତାରେ ବକେୟା ଅର୍ଥ ଆଦାୟରେ ସକ୍ଷମ ହେବେ। ସଭାସମିତିରେ ବିଶିଷ୍ଟ ବ୍ୟକ୍ତିଙ୍କ ଦ୍ୱାରା କେତେକ ବ୍ୟକ୍ତିଗତ ପରାମର୍ଶ ଲାଭକରିବାର ସୁଯୋଗ ପାଇ ପାରିବେ।
ମୀନ
ରେବତୀ ନକ୍ଷତ୍ର ଗ୍ରହସ୍ଥିତିର ଅନୁକୂଳତା ପ୍ରାପ୍ତ ହୋଇ ପ୍ରତ୍ୟେକ କାମକୁ ବିନା ଟେନ୍ସନରେ ସମ୍ପନ୍ନ କରିବେ। ସଭାସମିତି, ଆଲୋଚନା, ଲେଖାପଢା, ସମ୍ପର୍କସ୍ଥାପନ ତଥା ବାଣିଜ୍ୟ, ନିର୍ମାଣ, ଶେୟାର ବଜାର, ପରିବହନରେ ଲାଭବାନ ହେବେ। ଅର୍ଥନୈତିକ ଅଭିବୃଦ୍ଧି ସାଙ୍ଗକୁ ବିଶିଷ୍ଟ ବ୍ୟକ୍ତିଙ୍କ ଦ୍ୱାରା ପ୍ରଶଂସିତ ହେବାର ସୌଭାଗ୍ୟ ଲାଭ କରିବେ।
📲 Follow Dharitri – Odisha’s No. 1 Odia Daily 📰✨
Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.