Posted inRasifala

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୧୦ ତାରିଖ – Daily Horoscope

ମେଷ
ଆଜି ବିଶିଷ୍ଟ ବ୍ୟକ୍ତିଙ୍କ ପରାମର୍ଶ ଆଶା ଓ ଅଭିଳାଷକୁ ସମ୍ପୂର୍ଣ୍ଣ କରିବାରେ ସାହାଯ୍ୟ କରିବ। ସ୍ବାସ୍ଥ୍ୟ, ବାଣିଜ୍ୟ, କର୍ମାରମ୍ଭ ସକାଶେ ଦିନଟି ଭଲ। ନୂତନ ଯୋଜନା , ଅର୍ଥନୈତିକ ଆଲୋଚନା, ମନୋରଞ୍ଜନ କାର୍ଯ୍ୟକ୍ରମାଦି ଗଡ଼ବଡ଼ ହୋଇପାରେ। ଅଶ୍ୱିନୀ ନକ୍ଷତ୍ର ସକାଶେ ପୂର୍ବ ବିବାଦକୁ କେନ୍ଦ୍ରକରି ନିଜ ଲୋକଙ୍କ ନିକଟରୁ ଆସ୍ଥା ହରାଇବାକୁ ପଡ଼ିପାରେ।
ବୃଷ
ବୃଷ
ସ୍ବାର୍ଥସାଧନର ନୈରାଶ୍ୟରେ ଅତି ବିଶ୍ୱସ୍ତ ଲୋକଟି ବିପକ୍ଷରେ ଯାଇପାରେ। ଆନୁଷ୍ଠାନିକ କାର୍ଯ୍ୟ ହାସଲ ପରିପ୍ରେକ୍ଷୀରେ ଅନ୍ୟମାନଙ୍କୁ ମନେଇବାକୁ ଚେଷ୍ଟା କରି କିଛି ମାତ୍ରାରେ ସଫଳ ହେବେ। କୃତ୍ତିକା ନକ୍ଷତ୍ରର ମାଙ୍ଗଳିକ କାମ ସକାଶେ କୌଣସି ବିଳାସ ସାମଗ୍ରୀ କ୍ରୟକରିବା ସକାଶେ ଘରୁ ବରାଦ ଆସିପାରେ।
ମିଥୁନ
ମିଥୁନ
ଆଜି ବନ୍ଧୁମାନଙ୍କ ଦ୍ୱାରା ସଭାସମିତି, ବନ୍ଧୁ ସମ୍ପର୍କ, ପାରିବାରିକ ସୌହାର୍ଦ୍ଦ୍ୟ ଅକ୍ଷୁଣ୍ଣ ରହିବ। କିନ୍ତୁ ଆରଦ୍ରା ନକ୍ଷତ୍ର ସକାଶେ କେତେକ ପ୍ରତିବନ୍ଧକଜନିତ ଅଟକି ରହିଥିବା କାମ ସକାଶେ ଅନୁତାପ କରିପାରନ୍ତି। ଆଗାମୀ ମାଙ୍ଗଳିକ କର୍ମ ସକାଶେ ଘର ସାଜସଜ୍ଜା ସାଙ୍ଗକୁ ବକେୟା କର୍ମ ସମାପନ ସକାଶେ ବ୍ୟସ୍ତତା ପ୍ରକାଶ କରିବେ।
କର୍କଟ
କର୍କଟ
ଆପଣଙ୍କ କାମରେ, ଚିନ୍ତାଧାରାରେ ଅନୁକୂଳ ବାତାବରଣ ସୃଷ୍ଟିରୁ ମନ ପ୍ରଫୁଲ୍ଲ ରହିବ। ଯେପରି ଭାବୁଛନ୍ତି ତାହାହିଁ ହେବ, କିନ୍ତୁ ପରିଣତ ସମୟକୁ ଅପେକ୍ଷା କରିବାକୁ ପଡ଼ିପାରେ। ଅଶ୍ଳେଷା ନକ୍ଷତ୍ର ଅନ୍ୟଦ୍ୱାରା ପ୍ରଭାବିତହୋଇ ଭୁଲ୍‍ କାମ କରିପାରନ୍ତି। ବିରକ୍ତି ପ୍ରକାଶକଲେ ଆନୁଷ୍ଠାନିକ କାମରେ ସମସ୍ୟା ଆସିପାରେ।
ସି˚ହ
ସି˚ହ
ମାଙ୍ଗଳିକ କାମ ବନ୍ଧୁଙ୍କ ସହାୟତାରେ ହାସଲ ସକାଶେ ଆଲୋଚନା କରିପାରନ୍ତି। ପାରିବାରିକ ସମସ୍ୟାର ସମାଧାନ ସକାଶେ ଚେଷ୍ଟା ବ୍ୟର୍ଥ ହେବନାହିଁ। ଆନୁଷ୍ଠାନିକ କ୍ଷେତ୍ରରେ ଈର୍ଷାପରାୟଣ ବ୍ୟକ୍ତିଙ୍କ ଦ୍ୱାରା ପ୍ରଭାବିତ ହୋଇ ଅସମ୍ମାନିତ ହେବେ। ମଘା ନକ୍ଷତ୍ରର ଜମିଜମା କିଣାବିକା ବାବଦରେ ଚୁକ୍ତିପତ୍ର ସ୍ବାକ୍ଷରିତହେବା ସୂଚନା ରହିଛି।
କନ୍ୟା
ବହୁଦିନ ହେଲା ଯାହା ପାଇବା ସକାଶେ ଆଶା ବାନ୍ଧି ବସିଛନ୍ତି ତାହା ନିଶ୍ଚିତ ପାଇବେ। ଉତ୍ତରାଫାଲ୍‍ଗୁନୀ ନକ୍ଷତ୍ରର ବିବାଦୀୟ ପରିସ୍ଥିତି ଜଟିଳାକାର ଗ୍ରହଣ କରିବା ଆଶଙ୍କା ରହିଛି। କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ ବଢ଼ିପାରେ। ପୈତୃକ ସମ୍ପତ୍ତିକୁ କେନ୍ଦ୍ରକରି କଳହ ଲାଗି ରହିବା ସମ୍ଭାବନା ଥତ୍ବାରୁ ମନରେ ଅଶାନ୍ତି ସୃଷ୍ଟି ହୋଇପାରେ।
ତୁଳା
ତୁଳା
ଆଜିର ଅନୁକୂଳ ଗ୍ରହ ସ୍ଥିତି ପ୍ରଭାବରେ କାର୍ଯ୍ୟସିଦ୍ଧି, ଆଶା କରୁଥିବା ଦିଗରୁ ଅର୍ଥ ଓ ବିବାଦର ସମାଧାନ ହୋଇପାରିବ। ନୂତନଭାବରେ ଯେଉଁ କାମଟିକୁ ଆରମ୍ଭ କରିବାକୁ ଯାଉଛନ୍ତି ତାହା ନିର୍ବିଘ୍ନରେ ସମାପନ ହୋଇଯିବା ଆଶା ରହିଛି। ବିଶେଷ ଭ୍ରମଣ କାରଣରୁ ସାମୟିକ ଭାବରେ ଶାରୀରିକ ଅସୁସ୍ଥି ଅନୁଭବ କରିପାରନ୍ତି।
ବିଛା
ବିଛା
ଆଜି ଆମତ୍ୀୟଙ୍କ ସହାୟତାରେ କର୍ମାରମ୍ଭ, ଦୂରଯାତ୍ରା ପାଇଁ ପ୍ରସ୍ତୁତ ହୋଇପାରନ୍ତି। ମନକୁ ପାଇଲା ଭଳି ଆଲୋଚନା କାହା ସହ ମଧ୍ୟ ହୋଇପାରିବ ନାହିଁ। ଜ୍ୟେଷ୍ଠା ନକ୍ଷତ୍ରର କେତେକ କ୍ଷେତ୍ରରେ ଈର୍ଷାପରାୟଣ ବ୍ୟକ୍ତିଙ୍କ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିପାରେ। ପ୍ରଶାସନ, ଯାନବାହନ, ନିର୍ମାଣ, ସାହିତ୍ୟ, କ୍ରୀଡ଼ା ପ୍ରଭୃତିରୁ ସୁଫଳ ପାଇବେ।
ଧନୁ
ଧନୁ
ଦୈହିକ ସୁସ୍ଥତା ସାଙ୍ଗକୁ ପାରିବାରିକ ଶାନ୍ତି ଯୋଗୁ ଆଶ୍ୱସ୍ତି ଅନୁଭବ କରିବେ। ସଭାସମିତି, ଆନୁଷ୍ଠାନିକ କାମ ଓ ଗବେଷଣାଦି କାର୍ଯ୍ୟରେ ଆଶାନୁଯାୟୀ ଫଳ ପାଇବେ। ସାମାଜିକ ସ୍ତରରେ ଉତ୍ତରାଷାଢ଼ା ନକ୍ଷତ୍ର ସକାଶେ ନିଜର ପାରିପାର୍ଶ୍ୱିକ ପରିସ୍ଥିତି ଭଲ ରହିବ। ଆଜି ବନ୍ଧୁଙ୍କ ପ୍ରାୟୋଜିତ ମନୋରଞ୍ଜନ କାର୍ଯ୍ୟରେ ମଜ୍ଜିରହିବେ।
ମକର
ମକର
ଶୁକ୍ରଙ୍କ ପ୍ରଭାବରୁ ମନରେ ପ୍ରଫୁଲ୍ଲତା, ଚନ୍ଦ୍ର ଓ ମଙ୍ଗଳ ନୂତନ ବନ୍ଧୁତ୍ୱ ସାଙ୍ଗକୁ କାର୍ଯ୍ୟସାଧନର ହେତୁ ସ୍ବରୂପ ହୋଇପାରନ୍ତି। ନିଜ ପାଖରେ ରହୁଥବା କୌଣସି ବ୍ୟକ୍ତି ଦ୍ୱାରା କାମ ହାସଲ କରିପାରନ୍ତି। ଶ୍ରବଣା ନକ୍ଷତ୍ରର ଜମିଜମା କ୍ରୟ ବିକ୍ରୟ, ଯାନବାହନାଦି ମରାମତି ଓ ମାଙ୍ଗଳିକ କାମର ପ୍ରସ୍ତୁତି ପାଇଁ ଚିନ୍ତିତ ରହିପାରନ୍ତି।
କୁମ୍ଭ
କୁମ୍ଭ
ବନ୍ଧୁଗହଣରେ ଅପ୍ରିୟସତ୍ୟ ଭାଷଣ ଅଯଥା ସୁସମ୍ପର୍କ ନଷ୍ଟହେବାର କାରଣ ହୋଇପାରେ। ପୂର୍ବଭାଦ୍ରପଦ ନକ୍ଷତ୍ର ପରିବାରର ଖର୍ଚ୍ଚ ବୃଦ୍ଧି ପାଇବାରୁ ଚିନ୍ତା ପ୍ରକଟ କରିବେ। ବିଭିନ୍ନ ସମସ୍ୟାମୂଳକ କାମରେ ପ୍ରବେଶକରି ବ୍ୟସ୍ତତା ଅନୁଭବ କରିପାରନ୍ତି। କର୍ମକ୍ଷେତ୍ରରେ ସହକର୍ମୀଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ।
ମୀନମୀନ
ଆଜି ରେବତୀ ନକ୍ଷତ୍ରର କର୍ମକ୍ଷେତ୍ରରେ ବାଧା, ବିଘ୍ନ, ପ୍ରତିବନ୍ଧକାଦି ରହିବ ନାହିଁ। ତଥାପି ପରିବାର, ଲୋକସମ୍ପର୍କ, ଯାନବାହନ ପ୍ରଭୃତିରେ ସତର୍କ ରହିବା ଭଲ। କୌଣସି ଭୁଲ୍‍ ନ କରି ମଧ୍ୟ ଦୋଷାରୋପ ଆସିପାରେ। ବାଣିଜ୍ୟ, ପରିବହନ ଓ ଆନୁଷ୍ଠାନିକ କାମରେ ସଫଳତା ପାଇପାରିବେ।

📲 Follow Dharitri – Odisha’s No. 1 Odia Daily 📰✨

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଗୁରୁବାର, ଜୁଲାଇ ୩୦ ତାରିଖ – Daily Horoscope

ମେଷ ଆଜିର ଗ୍ରହଯୋଗ ଆପଣଙ୍କୁ ଅର୍ଥ,ବିଳାସବ୍ୟସନ, ସନ୍ତାନସୁଖ,ନୂତନମୈତ୍ରୀ ସୃଷ୍ଟିକରି ମୁହଁରେ ହସ ଫୁଟାଇବେ। ସାମାନ୍ୟ କଥାରୁ ପାରିବାରିକ ସମସ୍ୟା ଦେଖାଦେଇପାରେ। ଶନି ପ୍ରଭାବରୁ ବିଭିନ୍ନ ଝାମେଲା ମଧ୍ୟରେ…

ରାଶିଫଳ: ବୁଧବାର, ଜୁଲାଇ ୨୯ ତାରିଖ – Daily Horoscope

ମେଷ ବିଭିନ୍ନ ସମସ୍ୟା ମଧ୍ୟରେ କର୍ମକ୍ଷେତ୍ରରେ ଅସ୍ଥିରତା ଲାଗିରହିବ। ପାରିବାରିକ କ୍ଷେତ୍ରରେ ମତାନ୍ତର ଓ ବିତର୍କ ଜନିତ ଅଶାନ୍ତ ପରିସ୍ଥିତିର ଆଶଙ୍କା ଦେଖାଦେବ। ନିଜ ପରିସରର ଭଦ୍ରବ୍ୟକ୍ତିଙ୍କ…

ରାଶିଫଳ: ମଙ୍ଗଳବାର, ଜୁଲାଇ ୨୮ ତାରିଖ – Daily Horoscope

ମେଷ ଆଜି ଆର୍ଥିକ ଅସଙ୍ଗତି ଦୂରକରିବା ସହ ଆଲୋଚନାକୁ ଅଗ୍ରଗାମୀ କରାଇବାରେ ସହାୟକ ହେବେ। ପୂର୍ବାଲୋଚନା ଅନୁଯାୟୀ ଆଜିର ଯାତ୍ରା, ନୂତନ କର୍ମାରମ୍ଭ, ପ୍ରଶାସନିକ ନିଷ୍ପତ୍ତିରେ ସଫଳତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri