Posted inRasifala

ରାଶିଫଳ: ସୋମବାର , ଫେବୃଆରୀ ୨ ତାରିଖ – Daily Horoscope

ମେଷ
ଆଜିର କର୍ମକ୍ଷେତ୍ରରେ ଦ୍ୱିଜା ନକ୍ଷତ୍ର ସମସ୍ତ ସମସ୍ୟାକୁ ପ୍ରତିହତ କରିବାରେ ସମର୍ଥ ହେବେ। ନିଜ ଲୋକ ବିରୁଦ୍ଧାଚରଣ କରିପାରନ୍ତି। ଯାନବାହନ, ହୋଟେଲଶିଳ୍ପ, ଛୋଟ ଦୋକାନ, ଆନୁଷ୍ଠାନିକ କାମ ଓ ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ। ସଭାସମିତିରେ କିମ୍ବା ଆଲୋଚନାରେ ମଧ୍ୟସ୍ଥତା କଲେ ଅପଦସ୍ତ ହେବାକୁ ପଡିପାରେ।
ବୃଷ
ବୃଷ
ଆଜି ଆପଣଙ୍କ ସକାଶେ ଯାତ୍ରା, ବାଣିଜ୍ୟ, ପ୍ରତିଯୋଗିତା ଓ ପ୍ରତିଦ୍ୱନ୍ଦ୍ୱିତା ମନ୍ଦ ହେବନାହିଁ। ରୋହିଣୀ ନକ୍ଷତ୍ରର ପରିବାରର ବୟସ୍କବ୍ୟକ୍ତିଙ୍କ ଅସୁସ୍ଥତା ଯୋଗୁ ମାନସିକ ସ୍ଥିତି ଠିକ୍‍ ରହି ନ ପାରେ। ସାଧାରଣ କଥାକୁ କେନ୍ଦ୍ରକରି ମନରେ ଦ୍ୱିଧାଭାବଜନିତ ବନ୍ଧୁସମ୍ପର୍କ କ୍ଷୁଣ୍ଣ ହେବ। କର୍ମକ୍ଷେତ୍ର, ପାରିବାରିକ ସ୍ଥିତି ଭଲ ରହିବ।
ମିଥୁନ
ମିଥୁନ
ଅଷ୍ଟମରେ ରାଶ୍ୟାଧିପଙ୍କ ସ୍ଥିତି ହେତୁ ସ୍ବାସ୍ଥ୍ୟ ସମସ୍ୟା କାମକୁ ନିରୁତ୍ସାହିତ କରିବ। ନିଜ ପରିସରର କୌଣସି ବାଳକ ସକାଶେ ଅସୁବିଧାର ସମ୍ମୁଖୀନ ହେବେ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ପରାମର୍ଶକୁ ଗ୍ରହଣ ସହ ସହଯୋଗ ପାଇ ସ୍ଥଗିତ କାମ ତ୍ୱରାନ୍ବିତ କରବେ। ଅଳଙ୍କାର, ଔଷଧପତ୍ର ଓ ସୌଖୀନ ଦ୍ରବ୍ୟ କ୍ରୟ ପାଇଁ ଖର୍ଚ୍ଚାନ୍ତ ହୋଇପାରନ୍ତି ା
କର୍କଟ
କର୍କଟ
ଅଷ୍ଟମସ୍ଥ ରାହୁଙ୍କ ପ୍ରଭାବରେ ପରକଥାରେ ପଡି ଭୁଲ୍‍ ମାର୍ଗର ଅନୁସରଣ କରିବେ। ପ୍ରଶାସନିକ କ୍ଷେତ୍ରରେ ଅର୍ଥ ସମ୍ପର୍କିତ ଆଲୋଚନାରେ ଅଧିକାଂଶ ସମୟ କଟିବ। ବନ୍ଧୁଙ୍କ ଦ୍ୱାରା ଅନୁପ୍ରାଣୀତ ହୋଇ ଧାର୍ମିକ କାର୍ଯ୍ୟରେ ସହଯୋଗର ପ୍ରତିଶ୍ରୁତି ଦେଇପାରନ୍ତି। ଯାତ୍ରା ସମୟରେ ଅଜଣା ଅଶୁଣା ବ୍ୟକ୍ତିଙ୍କୁ ବିଶ୍ୱାସ କରି ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି।
ସି˚ହ
ସି˚ହ
ରାଶିରେ କେତୁଙ୍କ ଅବସ୍ଥିତି ଯୋଗୁ କୌଣସି କାମ ଉତ୍ସାହପ୍ରଦ ହେବ ନାହିଁ। ଅନ୍ୟମାନଙ୍କଠାରୁ କିଛି ଖବର ଶୁଣି କିମ୍ବା ମିଥ୍ୟା ଗୁଜବରେ ମନ ଚହଲିଯାଇପାରେ। ବ୍ୟବସାୟରେ ଓ ପରିବହନରେ ବିଶେଷ କିଛି ଅସୁବିଧାର ଆଶଙ୍କା ନାହିଁ। ଆର୍ଥିକ ଦୁଃସ୍ଥିତି କିଛି ମାତ୍ରାରେ ବଦଳିଯିବା କାରଣରୁ ସାମୟିକ ଆଶ୍ୱସ୍ତି ଅନୁଭବ କରିପାରନ୍ତି।
କନ୍ୟା
ଗୁରୁଙ୍କ ଶୁଭଦୃଷ୍ଟି ପ୍ରଭାବରୁ ସକାଳୁ ସକାଳୁ କୌଣସି ବନ୍ଧୁଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିପାରନ୍ତି। ବାଣିଜ୍ୟ, ସାହିତ୍ୟ ଚର୍ଚ୍ଚା, ସାମ୍ବାଦିକତା ତଥା ଏଜେନ୍ସିପରୁ ଖୁସି ରହିବେ। କର୍ମକ୍ଷେତ୍ରରେ ଉପରିସ୍ଥଙ୍କ ଦ୍ୱାରା ଆଦେଶପ୍ରାପ୍ତ ହୋଇ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ସ୍ବାସ୍ଥ୍ୟସମସ୍ୟା ସାଙ୍ଗକୁ ଅର୍ଥ ସମ୍ପର୍କକୁ ନେଇ ଭ୍ରାତୃବିବାଦ ଦେଖାଦେବ।
ତୁଳା
ତୁଳା
ସପ୍ତମାଧିପତି ଚତୁର୍ଥକେନ୍ଦ୍ରସ୍ଥ ଯୋଗୁ ପାରିବାରିକ ସମସ୍ୟାକୁ ସମ୍ପର୍କୀୟଙ୍କ ସହାୟତାରେ ସୁଧାରି ନେବେ। ସରକାରୀ ସ୍ତରରୁ ପ୍ରତୀକ୍ଷିତ ଖବରଟି ଆଜି ବନ୍ଧୁଙ୍କ ଜରିଆରେ ପାଇବାର ଆଶା ରହିଛି। କଳା, ସାହିତ୍ୟ, ସଙ୍ଗୀତ, ଚଳଚ୍ଚିତ୍ର ତଥା ସଭାସମିତିରେ ସୁନାମ ମିଳିବ ଓ ବିଶିଷ୍ଟ ବ୍ୟକ୍ତିମାନଙ୍କ ଦ୍ୱାରା ପ୍ରଶଂସିତ ମଧ୍ୟ ହେବେ।
ବିଛା
ବିଛା
ଭାବପ୍ରବଣ ରାଶିରେ ଚନ୍ଦ୍ରଙ୍କ ସ୍ଥିତିଜନିତ ଅତୀତ ଘଟଣାକୁ ମନେ ପକାଇ ମାନସିକ ସ୍ଥିତି ଠିକ୍‍ ରହିବ ନାହିଁ। ଆନୁଷ୍ଠାନିକ କାମରେ ଦକ୍ଷତା ବୃଦ୍ଧି କାରଣରୁ ସାମାଜିକ ପ୍ରତିଷ୍ଠା ବଢ଼ିବ ଏବଂ ବନ୍ଧୁଙ୍କ ପ୍ରଶଂସାର ପାତ୍ର ହେବେ। ବିଭିନ୍ନ ସମସ୍ୟାରେ ଦୀର୍ଘଦିନରୁ ସ୍ଥଗିତ ରହିଯାଇଥିବା କାମଟି ଆଜି ସହକର୍ମୀଙ୍କ ସହାୟତାରେ ସମ୍ପନ୍ନ ହୋଇଯିବ।
ଧନୁ
ଧନୁ
ତୃତୀୟାଧିପ ଚତୁର୍ଥସ୍ଥ ଯୋଗୁ ଦୀର୍ଘଦିନର ଅପୂରଣୀୟ ଆଶା ପୂରଣ ହେବାରେ ଜଣେ ବନ୍ଧୁ ସାହାଯ୍ୟ କରିବେ। ଭୁଲ୍‍ ବୁଝାମଣାରୁ ପାରିବାରିକ କ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ ବଢିପାରେ। ପ୍ରତିବେଶୀଙ୍କ ସହ ମଧୁର ସମ୍ପର୍କ କାମଗୁଡିକ ସୁବିଧାରେ ହେବାରେ ସାହାଯ୍ୟ କରିବ। ମାଙ୍ଗଳିକ କାମ ସକାଶେ ଗୃହସଜ୍ଜା ପ୍ରତି ଆଗ୍ରହ ବଢିପାରେ।
ମକର
ମକର
ସମ୍ପର୍କୀୟଙ୍କ ସହଯୋଗକ୍ରମେ ଆନୁଷ୍ଠାନିକ କାମରେ ସଫଳତା ପାଇବେ। ଅତୀତ ଘଟଣାକୁ କେନ୍ଦ୍ରକରି ପରିବାରରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ। ଧନିଷ୍ଠା ନକ୍ଷତ୍ର ଅନ୍ୟମାନଙ୍କ ଭୁଲ୍‍ ଧାରଣା ଯୋଗୁ ଭଲ କାମ କରି ମଧ୍ୟ ନିନ୍ଦା ଶୁଣିପାରନ୍ତି। ପ୍ରକାଶନ, ପ୍ରଶାସନ, ଶିଳ୍ପ, ବାଣିଜ୍ୟ ବ୍ୟବସାୟ, ପରିବହନ ଓ ଏଜେନ୍ସିପରୁ ଖୁସି ରହିବେ ା
କୁମ୍ଭ
କୁମ୍ଭ
ଅସଜଡ଼ା ପରିସ୍ଥିତି ମଧ୍ୟରେ ପ୍ରିୟ କଥା କହି କର୍ମକ୍ଷେତ୍ରର ସମସ୍ୟାକୁ ସୁଧାରି ନେବେ। ଆଜି ବ୍ୟବସାୟିକ ସଫଳତା ମିଳିଲେ ମଧ୍ୟ ସମ୍ପୂର୍ଣ୍ଣ ସନ୍ତୋଷଜନକ ହେବ ନାହିଁ। ଯାତ୍ରାରେ ପ୍ରତିବନ୍ଧକର ସାମନା କରିବାକୁ ପଡ଼ିପାରେ। ଜମିଜମା କାରବାରରେ ବିଳମ୍ବ ହେତୁ ନୂତନ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ରହିଛି।
ମୀନମୀନ
ଆଜି ଯାହା କହିବେ କିମ୍ବା କରିବେ ତାହା ଆପଣଙ୍କ ବିପକ୍ଷରେ ଯାଇପାରେ। ସହକର୍ମୀଙ୍କ ସହମତିରେ କାମ କଲେ ସଫଳତା ପାଇପାରନ୍ତି। ଉତ୍ତରଭାଦ୍ରପଦ ନକ୍ଷତ୍ର ସନ୍ତାନଙ୍କ କାର୍ଯ୍ୟକଳାପରେ ଅସନ୍ତୋଷ ହେବେ। ବନ୍ଧୁଙ୍କ ସହ ଯୁକ୍ତିତର୍କ କାରଣରୁ ଛୋଟ ଛୋଟ କଥାରେ କଳହ ଲାଗିବାର ସମ୍ଭାବନା ରହିଛି।

👉 Follow Dharitri – Odisha’s No.1 Odia Daily 📰✨

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ:ଶନିବାର , ସେପ୍ଟେମ୍ବର ୧୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ଜନିତ ବନ୍ଧୁ ସମ୍ପର୍କରେ ଉନ୍ନତି ହେବ। ଯାତ୍ରା, ବିବାଦ, ଗୃହାରମ୍ଭ ପାଇଁ ପ୍ରତିକୂଳତା ଆସିଲେ ମଧ୍ୟ କୌଣସି ଅସୁବିଧା ହେବନାହିଁ। ପାରିବାରିକ…

ରାଶିଫଳ: ଶୁକ୍ରବାର , ସେପ୍ଟେମ୍ବର ୧୮ ତାରିଖ – Daily Horoscope

ମେଷ ବୃହସ୍ପତିଙ୍କ ଦୃଷ୍ଟିରେ କର୍ମାଧିପ ଥିବାରୁ ଶୁଭେଚ୍ଛୁଙ୍କ ପରାମର୍ଶରେ ନୂଆ କାମ ସକାଶେ ମନ ବଳାଇବେ। ଦୈହିକ ଦୁର୍ବଳତା ସାଙ୍ଗକୁ ପାରିବାରିକ ଦ୍ୱନ୍ଦ୍ୱଜନିତ ନୈରାଶ୍ୟରୁ ଚିନ୍ତିତ ରହିପାରନ୍ତି।…

ରାଶିଫଳ: ଗୁରୁବାର, ସେପ୍ଟେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି କୃତ୍ତିକା ନକ୍ଷତ୍ର କର୍ମାରମ୍ଭ ସକାଶେ ସାହାଯ୍ୟ, ସହଯୋଗର ଅଭାବ ରହିବ ନାହିଁ। ଆନୁଷ୍ଠାନିକ, ସଭାସମିତି, ଧର୍ମକାର୍ଯ୍ୟ, ବନ୍ଧୁମିଳନ ପାଇଁ ଦିନଟି ଭଲ। ଛୋଟ ଛୋଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?