Posted inRasifala

ରାଶିଫଳ: ସୋମବାର, ଜାନୁଆରୀ ୨୬ ତାରିଖ – Daily Horoscope

ମେଷ
ଆଜି ଅଶ୍ୱିନୀ ନକ୍ଷତ୍ରସ୍ଥ ଚନ୍ଦ୍ର ଦୈହିକ ଓ ମାନସିକ ସୁସ୍ଥତା ରକ୍ଷା କରିବାରେ ଅସମର୍ଥ ହେବେ। ପାରିବାରିକ କ୍ଷେତ୍ରରେ ଅତ୍ୟଧିକ ଖର୍ଚ୍ଚ ଟେନ୍‍ସନର କାରଣ ହେବ। କୃତୀ ଓ କୃତିତ୍ୱ ପୃଷ୍ଠଭୂମିରେ ବନ୍ଧୁଙ୍କ ଦ୍ୱାରା ପ୍ରଶଂସିତ ହେବେ। ଅବହେଳାବଶତଃ ସ୍ଥଗିତ ରହିଯାଇଥିବା କୌଣସି ଗୁରୁତ୍ୱପୂର୍ଣ୍ଣ କାମ ସକାଶେ କୈଫିୟତ ଦେବାକୁ ପଡିପାରେ।
ବୃଷ
ବୃଷ
ରବିଙ୍କ ନକ୍ଷତ୍ରରେ ମଙ୍ଗଳ ବାଣିଜ୍ୟ ବ୍ୟବସାୟରେ ଉନ୍ନତି ସାଙ୍ଗକୁ ନୂତନ ଗୃହାରମ୍ଭର ପରିକଳ୍ପନା କରିପାରନ୍ତି। ସମସ୍ୟା ରହିଥିଲେ ମଧ୍ୟ କୌଣସି କାମ ଅଟକିବ ନାହିଁ। ମାନସିକ ଚାପ ବୃଦ୍ଧି ପାଇବା ଯୋଗୁ ଅସ୍ବସ୍ତି ଅନୁଭବ କରିପାରନ୍ତି। ଯାତ୍ରା ସମୟରେ ଅଜଣା ବ୍ୟକ୍ତିମାନଙ୍କୁ ବିଶ୍ୱାସ କରି ପ୍ରତାରିତ ହୋଇପାରନ୍ତି ା
ମିଥୁନ
ମିଥୁନ
ଚନ୍ଦ୍ରଙ୍କ ନକ୍ଷତ୍ରରେ ଶୁକ୍ର ଅର୍ଥ କିମ୍ବା ଦ୍ରବ୍ୟପ୍ରାପ୍ତିରେ ପ୍ରତିବନ୍ଧକ ସୃଷ୍ଟି କରିପାରନ୍ତି। ବନ୍ଧୁଙ୍କୁ ଆର୍ଥିକ ସାହାଯ୍ୟ ପାଇଁ ବ୍ୟୟବରାଦ କରିବାକୁ ପଡିପାରେ। କର୍ମକ୍ଷେତ୍ରରେ ସମସ୍ୟା ସମାଧାନ କରିବାକୁ ଯାଇ ନିଜେ ସମସ୍ୟାରେ ପଡ଼ିପାରନ୍ତି। ନିର୍ମାଣର ଅପୂର୍ଣ୍ଣ କାମକୁ ଆଜି ସମ୍ପୂର୍ଣ୍ଣ କରିବାରେ ସମର୍ଥ ହୋଇପାରିବେ।
କର୍କଟ
କର୍କଟ
ଆଧ୍ୟାମତ୍ିକ ଗ୍ରହ ଶନି ସ୍ବନକ୍ଷତ୍ରରେ ଅବସ୍ଥାନ କରି ଧର୍ମକାର୍ଯ୍ୟ, ସଭାସମିତି କିମ୍ବା ନୂତନ ଯୋଜନାର ଶୁଭାରମ୍ଭ କରିପାରନ୍ତି। ଆମତ୍ୀୟଙ୍କୁ ନିଜ ସପକ୍ଷରେ ନେବାରେ ସଫଳ ହେବେ। ମଙ୍ଗଳଙ୍କ ଦୃଷ୍ଟିରେ ଚନ୍ଦ୍ର ବନ୍ଧୁସମ୍ପର୍କ ଯୋଡିବାରେ ସଫଳ ହେବେ। ପୁଷ୍ୟା ଦୈହିକ ଦୁର୍ବଳତା ଯୋଗୁ ନୈରାଶ୍ୟ ଏବଂ ନିରୁସତ୍ାହିତ ହୋଇପାରନ୍ତି।
ସି˚ହ
ସି˚ହ
ଧନଲାଭାଧିପ ବୁଧ ବ୍ୟୟାଧିପଙ୍କ ନକ୍ଷତ୍ରସ୍ଥ ଯୋଗୁ ଆଜି ଯେତିକି ପାଇବେ ଦୁଇଗୁଣା ଖର୍ଚ୍ଚ କରିବାକୁ ପଡିବ। କର୍ମକ୍ଷେତ୍ରରେ ଚାପ ବୃଦ୍ଧି ଯୋଗୁ ପାରିବାରିକ ସମସ୍ୟାକୁ ଠିକ୍‍ ଭାବେ ବୁଝିପାରିବେ ନାହିଁ। ବନ୍ଧୁ ସାହାଯ୍ୟ କରିପାରନ୍ତି। ବୃହସ୍ପତିଙ୍କ ଶୁଭଦୃଷ୍ଟିରେ ଶିକ୍ଷା, ସନ୍ତାନ, ମନ୍ତ୍ରଣା, ସମ୍ପର୍କ କ୍ଷେତ୍ରରେ ଉଚ୍ଚମାନର ଫଳ ପାଇବେ।
କନ୍ୟା
ଆଜି ଦ୍ୱିତୀୟଭାବକୁ ଚନ୍ଦ୍ରଙ୍କ ପ୍ରତ୍ୟକ୍ଷଦୃଷ୍ଟି ଅର୍ଥ, ସମ୍ମାନ ସହ ସୁସ୍ବାଦୁ ଭୋଜନରେ ଆପ୍ୟାୟିତ କରାଇପାରନ୍ତି। ଗୁରୁଙ୍କ କୃପାରୁ ପାରିବାରିକ ଜୀବନ ଶୃଙ୍ଖଳିତ ରହିବ। ଦ୍ୱାଦଶସ୍ଥ କେତୁଙ୍କ ପ୍ରଭାବରୁ ପ୍ରତ୍ୟାବର୍ତ୍ତନ ପଥରେ ଠିକଣା ଜାଗାରେ ବନ୍ଧୁଙ୍କୁ ନ ପାଇ ବ୍ୟସ୍ତତା ଅନୁଭବ କରିବେ। ବାଣିଜ୍ୟ ଏବଂ ପରିବହନରେ ସମସ୍ୟାଗ୍ରସ୍ତ ହୋଇପାରନ୍ତି।
ତୁଳା
ତୁଳା
କର୍ମସ୍ଥାନକୁ ରାଶ୍ୟାଧିପ ଏକାଧିକ ଗ୍ରହମାନଙ୍କ ସହ ଦେଖୁଥିବାରୁ ଅନ୍ୟମାନଙ୍କ ସହଯୋଗରେ କାର୍ଯ୍ୟ ହାସଲ କରିପାରିବେ। ସାମାଜିକ ସ୍ତରରେ ବନ୍ଧୁବର୍ଗଙ୍କ ସହାନୁଭୂତି ପ୍ରତିଷ୍ଠା ଓ ପ୍ରଶଂସା ପ୍ରାପ୍ତିରେ ସହାୟକ ହୋଇପାରିବ। ଆଜି ଆପଣ ଘର କାମ ଛାଡି ବାହାର କାମରେ ବେଶି ସମୟ କଟାଇବାକୁ ପଡିପାରେ।
ବିଛା
ବିଛା
ଚନ୍ଦ୍ର ଷଷ୍ଠ ସ୍ଥାନରେ ରହିଥିବାରୁ ନିଜ ଲୋକଙ୍କ ଉପରେ ପୂର୍ଣ୍ଣ ଭରସା କରିବା ଠିକ୍‍ ହେବ ନାହିଁ। ବାହ୍ୟ ଲୋକଙ୍କ ସହମତି ପ୍ରାପ୍ତ ହୋଇ ଇଚ୍ଛିତ କାମକୁ ସମ୍ପନ୍ନ କରିବେ। ଆର୍ଥିକ କ୍ଷେତ୍ର, ରାଜନୈତିକ ସ୍ଥିତି, ପ୍ରଶାସନିକ କ୍ଷେତ୍ରର ସମସ୍ୟା, ବ୍ୟବସାୟିକ ଅପକର୍ଷ ଦୂରେଇ ଯିବ। ଆଜିର ଯାତ୍ରା ସମୟରେ ଦ୍ରବ୍ୟ ନଷ୍ଟ ହୋଇପାରେ।
ଧନୁ
ଧନୁ
ମୁଖଭାବରେ ବୁଧ ସମେତ ଏକାଧିକ ଗ୍ରହ ଅଷ୍ଟମାଧିପତି କେନ୍ଦ୍ରସ୍ଥ ହୋଇ ପରିବାର ଓ କର୍ମକ୍ଷେତ୍ର ପାଇଁ ସମସ୍ୟା ସୃଷ୍ଟି କରିପାରନ୍ତି। ଅତୀତ ଘଟଣାକୁ ବାରମ୍ବାର ମନରେ ସ୍ଥାନ ଦେଇ ଦିନରେ ଅଶାନ୍ତି ଓ ରାତିରେ ଶାନ୍ତିରେ ମଧ୍ୟ ଶୋଇପାରିବେ ନାହିଁ। ପୂର୍ବ ରାଗ ଶୁଝାଇବାକୁ ଯାଇ ନିଜ ଲୋକମାନେ ବିଶ୍ୱାସଘାତକତା କରିପାରନ୍ତି।
ମକର
ମକର
ସମୟର ପ୍ରତିକୂଳ ପ୍ରଭାବରେ ଦେହ ଓ ମନ ସୁସ୍ଥ ରହିବ ନାହିଁ। ମୂଲ୍ୟହୀନ କଥାକୁ ଗୁରୁତ୍ୱଦେଇ ସମୟର ଅପଚୟ କରିପାରନ୍ତି। ବିଭିନ୍ନ ବିଶୃଙ୍ଖଳିତ ପରିସ୍ଥିତି ଆର୍ଥିକ, ପାରିବାରିକ ଓ ସାମାଜିକ କ୍ଷେତ୍ର ପାଇଁ ଅନୁକୂଳ ହେବ ନାହିଁ। ଶ୍ରବଣା ନକ୍ଷତ୍ର ନିଜର ଦୂରଦର୍ଶିତା ହେତୁ ପୂର୍ବରୁ ନିଜକୁ ସଜାଡି ନେଇ ପାରିବାରେ ଅସୁବିଧା ହେବ ନାହିଁ।
କୁମ୍ଭ
କୁମ୍ଭ
ଧନାଧିପ କୋଣଭାବସ୍ଥ ଯୋଗୁ ଆର୍ଥିକ ଅଭିବୃଦ୍ଧି ସହ ସମସ୍ୟା ସମାଧାନରେ ସଫଳ ହେବେ। ଆନୁଷ୍ଠାନିକ କାମରେ ସମ୍ମାନ, ବନ୍ଧୁମିଳନ ସହିତ ଉପଢ଼ୌକନାଦି ପାଇବେ। ପିଲାଙ୍କ ପଢା ସମସ୍ୟା ନେଇ ମନ ଭାରାକାନ୍ତ ରହିବ। ଆମତ୍ୀୟଙ୍କ ବ୍ୟବହାର, ଚାଲିଚଳନ ଏପରି କି ପ୍ରତ୍ୟେକ ଘଟଣାକୁ ସନ୍ଦେହ ଦୃଷ୍ଟିରେ ଦେଖିପାରନ୍ତି।
ମୀନମୀନ
ବନ୍ଧୁଙ୍କ ନିମନ୍ତ୍ରଣ ସହ କ୍ରୀଡ଼ା, ସାହିତ୍ୟ, ସଙ୍ଗୀତ କ୍ଷେତ୍ରରୁ ସମ୍ମାନିତ ହେବେ। ନିଜର ସ୍ବାସ୍ଥ୍ୟ ସମସ୍ୟା, ପାରିବାରିକ ବୁଝାମଣା, ନିଜର ଏକଜିଦିଆ ମନୋବୃତ୍ତିକୁ ଟିକିଏ ନିୟନ୍ତ୍ରଣ କରିପାରିଲେ ହେଲା। ଏଜେନଶିପ୍‍, ସାମ୍ବାଦିକତା, ଫଟୋଗ୍ରାଫି, ବ୍ୟବସାୟ ଓ ପରିବହନ ଦିଗରୁ ଉପକୃତ ହେବେ।

👉 Follow Dharitri – Odisha’s No.1 Odia Daily 📰✨

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ଜୁନ୍ ୧୫ ତାରିଖ – Daily Horoscope

ମେଷ ଶୁକ୍ର ମୁଖଭାବରେ ରହି ଏକାଧାରରେ ଅର୍ଥ, ବସ୍ତ୍ରଭୂଷଣ, ବନ୍ଧୁଙ୍କ ଆତିଥ୍ୟଯୋଗ ଲାଭ କରି ଖୁସୀ ହେବେ ା ଅଫିସରେ ସହକର୍ମୀଙ୍କ ସୈାହାର୍ଦ୍ଦ୍ୟ ମଧ୍ୟରେ ନୂତନ ଯୋଜନା…

ରାଶିଫଳ: ରବିବାର, ଜୁନ୍ ୧୪ ତାରିଖ – Daily Horoscope

ମେଷ ଆଜି ସ୍ବଗୃହୀ ମଙ୍ଗଳଙ୍କ ଯୋଗୁ ଦୈହିକ ସ୍ବାସ୍ଥ୍ୟ ଭଲ ରହିବ। ବନ୍ଧୁଙ୍କ ସହଯୋଗରୁ ଅଟକି ରହିଥିବା କାର୍ଯ୍ୟଗୁଡ଼ିକ ତ୍ୱରାନ୍ବିତ କରିପାରିବେ। ପାରିବାରିକ ସ୍ତରରେ ଭାବ ପ୍ରବଣତା…

ରାଶିଫଳ: ଶନିବାର, ଜୁନ୍ ୧୩ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ରମଙ୍ଗଳ ଯୋଗ ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସହ ବୈଷୟିକ ଅଭିବୃଦ୍ଧି ଘଟିବ। ପାପଗ୍ରହ ମଧ୍ୟସ୍ଥ ଚନ୍ଦ୍ର ହେତୁ ପାରିବାରିକ କ୍ଷେତ୍ରରେ ମାନସିକ ଦ୍ୱନ୍ଦ୍ୱ କାର୍ଯ୍ୟରେ…

ରାଶିଫଳ: ଶୁକ୍ରବାର, ଜୁନ୍ ୧୨ ତାରିଖ – Daily Horoscope

ମେଷ ଗ୍ରହମାନଙ୍କ ଶୁଭ ସମ୍ବନ୍ଧ ଅଭାବରୁ ଯେ କୌଣସି ପ୍ରକାରର ପରିସ୍ଥିତିରେ ମଧ୍ୟ ଆପଣ ନିଜକୁ ଠିକ୍‌ ଭାବେ ଆଡ୍‌ଜଷ୍ଟ କରି ଚଳାଇ ନେଇ ପାରିବେ ନାହିଁ।…

ରାଶିଫଳ: ଗୁରୁବାର , ଜୁନ୍ ୧୧ ତାରିଖ – Daily Horoscope

ମେଷ ଆଜି ରାଶ୍ୟାଧିପତି ସ୍ବଗୃହରେ ଶୁକ୍ରନକ୍ଷତ୍ରସ୍ଥ ଯୋଗୁ ସ୍ବାସ୍ଥ୍ୟ ଭଲ ରହିବା ସହ ଖୁସିରେ ସମୟ କଟିବ। ଶନିଙ୍କ ସଂଯୋଗଜନିତ ଦ୍ୱାଦଶସ୍ଥ ଚନ୍ଦ୍ର ଯାତ୍ରା, ଆଧ୍ୟାତ୍ମିକ ଚିନ୍ତନ…

ରାଶିଫଳ: ବୁଧବାର, ଜୁନ୍ ୧୦ ତାରିଖ – Daily Horoscope

ମେଷ ଆପଣଙ୍କ ଦକ୍ଷତା ଏବଂ କର୍ତ୍ତବ୍ୟନିଷ୍ଠା କାରଣରୁ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ଈର୍ଷାପରାୟଣ ବନ୍ଧୁ ଓ ସହକର୍ମୀ ଅପପ୍ରଚାର ଚଳାଇପାରନ୍ତି। ବାଣିଜ୍ୟ, ବ୍ୟବସାୟିକ କ୍ଷେତ୍ରରେ ଅର୍ଥ ସମ୍ପର୍କକୁ…

ରାଶିଫଳ: ମଙ୍ଗଳବାର , ଜୁନ୍ ୯ ତାରିଖ – Daily Horoscope

ମେଷ ଶ୍ରୁତିମଧୁର ବାକ୍ୟାଳାପ ଦ୍ୱାରା ବନ୍ଧୁଙ୍କୁ ଆପ୍ୟାୟିତ କରିବେ। ଶନିଙ୍କ ପ୍ରଭାବରୁ ମୃଦୁ ମନ୍ଦ ଗତିରେ କର୍ମପ୍ରବାହକୁ ଆଗକୁ ଗଡ଼ାଇନେବାରେ ସାହାଯ୍ୟ କରିପାରନ୍ତି। ବନ୍ଧୁଙ୍କ ସହ ଆନୁଷ୍ଠାନିକ…

ରାଶିଫଳ: ସୋମବାର, ଜୁନ୍ ୮ ତାରିଖ – Daily Horoscope

ମେଷ ଆଜି ସ୍ବାସ୍ଥ୍ୟ ସମସ୍ୟା, ଜମିଜମା କଥା, ସମ୍ପର୍କୀୟଙ୍କ ସହ ଆଲୋଚନାରେ ସମୟ ଅତିବାହିତ କରିପାରନ୍ତି। ଆର୍ଥିକ ସ୍ଥିତିରେ ସୁଧାର ଆସିପାରେ। ପାରିବାରିକ ସ୍ତରରେ ମନ ଭୁଲାଣିଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri