Posted inRasifala

ରାଶିଫଳ:ମଙ୍ଗଳବାର, ଜାନୁଆରୀ ୬ ତାରିଖ – Daily Horoscope

ମେଷ
ଚତୁର୍ଥକେନ୍ଦ୍ରରେ ଚନ୍ଦ୍ର ପାରିବାରିକ ଶାନ୍ତି ଏବଂ ସମସ୍ୟାମୁକ୍ତ କର୍ମକ୍ଷେତ୍ର ଯୋଗୁ ଖୁସିରହିବେ। ବ୍ୟବସାୟ,ପରିବହନ,ପ୍ରଶାସନ ଓ ଚଳଚ୍ଚିତ୍ର କ୍ଷେତ୍ରରେ ଶୁଭଫଳ ପାଇବେ। ଯାନ୍ତ୍ରିକ ମରାମତି ଓ ନିର୍ମାଣ କାର୍ଯ୍ୟରେ ପ୍ରତିବନ୍ଧକ ରହିପାରେ। ସନ୍ତାନଙ୍କ ସ୍ବାସ୍ଥ୍ୟହାନି ଦୁଶ୍ଚିନ୍ତାର କାରଣ ହେବ। ବନ୍ଧୁଙ୍କ ପ୍ରତିଶ୍ରୁତିରୁ ମନ ହାଲୁକା ରହିବ।
ବୃଷ
ବୃଷ
ବୃହସ୍ପତିଙ୍କ ଯୋଗୁ ଧନହାନି,ପ୍ରାପ୍ତିରେ ପ୍ରତିବନ୍ଧକ କିମ୍ବା ଅର୍ଥନୈତିକ ଅପରାଧରେ ଜଡ଼ିତ କରାଇପାରନ୍ତି। ବ୍ୟୟାଧିପ ମଙ୍ଗଳଙ୍କ ପ୍ରଭାବରେ ଜମିଜମା,ଯାନ୍ତ୍ରିକ ଜିନିଷ, ମରାମତି କିମ୍ବା ବିକ୍ର ପାଇଁ ମନସ୍ଥ କରିପାରନ୍ତି। ସଭାସମିତିରେ ଯୋଗଦେଇ ପ୍ରଶଂସିତ ହୋଇପାରନ୍ତି। ସନ୍ତାନଙ୍କ ବୈବାହିକ ସମ୍ବନ୍ଧ ପାଇଁ ବନ୍ଧୁଙ୍କ ସହ ଆଲୋଚନା ଫଳପ୍ରଦ ହେବ।
ମିଥୁନ
ମିଥୁନ
ଆଜିର ସପ୍ତମକେନ୍ଦ୍ରସ୍ଥ ଗ୍ରହଯୋଗ ଏକାଧିକ କାମରେ ପ୍ରବେଶ କରାଇପାରେ। ବିବାଦୀୟ ଘଟଣାରେ କିମ୍ବା ପ୍ରତିଦ୍ୱନ୍ଦ୍ୱିତା ଏବଂ ପ୍ରତିଯୋଗିତାରେ ସଫଳତା ପାଇବା କଷ୍ଟପ୍ରଦ ହେବ। ଅର୍ଥ କାରବାରରେ ଜଟିଳତାକୁ ଦୂରେଇବାରେ ସମର୍ଥ ହୋଇପାରନ୍ତି। ଘରମାଲିକଙ୍କ ସହ ଘରଭଡ଼ାକୁ କେନ୍ଦ୍ରକରି ବିତର୍କର ସମ୍ମୁଖୀନ ହେବାକୁ ପଡ଼ିପାରେ।
କର୍କଟ
କର୍କଟ
ସ୍ବଗୃହୀ ଚନ୍ଦ୍ରଙ୍କ ପ୍ରଭାବରେ ସ୍ବାସ୍ଥ୍ୟ ନିୟନ୍ତ୍ରିତ ରହିବ ଏବଂ ଯାତ୍ରା, ବାଣିଜ୍ୟରେ ଅନୁକୂଳ ପରିବେଶ ସୃଷ୍ଟିହେବ। ସମ୍ପର୍କ ଯୋଡ଼ିବା ଚେଷ୍ଟା ନିରର୍ଥକ ହେବନାହିଁ। କର୍ମକ୍ଷେତ୍ର, ପରିବାର ଓ ଅଭିଳାଷିତ ଦ୍ରବ୍ୟ ପ୍ରାପ୍ତିରେ ସମସ୍ୟାର ସମ୍ମୁଖୀନ ହେବେ। ରାହୁଙ୍କ ପ୍ରଭାବରେ ବନ୍ଧୁଙ୍କ ସହ ଅଶାନ୍ତ ପରିସ୍ଥିତି ସୃଷ୍ଟି ହୋଇପାରେ।
ସି˚ହ
ସି˚ହ
ଲାଭଭାବକୁ ଏକାଧିକ ଗ୍ରହ ଦେଖୁଥିବାରୁ ସ୍ଥଗିତ କାମ, ପାଉ ନ ଥିବା ଅର୍ଥ, ବନ୍ଧୁଙ୍କ ସାକ୍ଷାତ ଆଜି ପାଇପାରିବେ। ମନ ବୁଝିଲା ଭଳି କଥା କହି ସମ୍ପର୍କ ଯୋଡ଼ିବାରେ ସମର୍ଥ ହେବେ। ସାହିତ୍ୟ, ସାମ୍ବାଦିକତା ଆଦିରେ ପ୍ରଶଂସା ପାଇବେ। ପାରିବାରିକ ସମସ୍ୟା ସୁଧାରିବାରେ ବନ୍ଧୁଙ୍କ ସହ ଆଲୋଚନା ଫଳପ୍ରଦ ହୋଇପାରିବ।
କନ୍ୟା
କର୍ମକ୍ଷେତ୍ରକୁ ଏକାଧିକ ଗ୍ରହ ଦେଖୁଥିବାରୁ କର୍ମଜଞ୍ଜାଳ ବୃଦ୍ଧିପାଇବ। ଅଷ୍ଟମାଧିପତିଙ୍କ ପ୍ରଭାବରେ ପ୍ରତିବନ୍ଧକ ପଛରୁ ଗୋଡ଼ଟାଣିପାରେ। ପ୍ରବଳ ଧୈର୍ଯ୍ୟ ସାଙ୍ଗକୁ ଅବିଚଳିତ ମନୋଭାବରୁ ସମସ୍ୟା ସମାଧାନରେ ସଫଳ ହେବେ। ଚନ୍ଦ୍ରଙ୍କ ପ୍ରତି ମଙ୍ଗଳଙ୍କ ଦୃଷ୍ଟିରୁ କଠୋର କଥା କହି ବନ୍ଧୁମାନଙ୍କ ରୋଷର ଶିକାର ହୋଇପାରନ୍ତି।
ତୁଳା
ତୁଳା
ଭାଗ୍ୟସ୍ଥାନ ପ୍ରତି ଗ୍ରହସମ୍ପର୍କଜନିତ ସାମଗ୍ରିକ ଦୃଷ୍ଟିକୋଣରୁ ଦିନଟି ଭଲରେ ଅତିବାହିତ ହେବ। ଭାଇ, ବନ୍ଧୁ, ପଡ଼ୋଶୀଙ୍କ ସହ ସମ୍ପର୍କ ଗଡ଼ବଡ଼ ହୋଇପାରେ। ଟଙ୍କା ଫେରସ୍ତର ପ୍ରତିଶ୍ରୁତି ଦେଇଥିବା ଲୋକଟି ବିଭିନ୍ନ ଆଳରେ ନାସ୍ତିବାଣୀ ଶୁଣାଇପାରେ। ପାରିବାରିିକ ସମସ୍ୟାର ସରଳ ସମାଧାନ କରିବାରେ ସମର୍ଥହେବା ଆଶା ରହିଛି।
ବିଛା
ବିଛା
ଗୁରୁଙ୍କ ଶୁଭଦୃଷ୍ଟିରୁ ଆର୍ଥିକ ଉନ୍ନତି ସାଙ୍ଗକୁ ନୂତନ ବନ୍ଧୁସମ୍ପର୍କ ଏବଂ ସନ୍ତାନହେତୁକ ଗୌରବାନ୍ବିତ ହୋଇପାରନ୍ତି। ରାହୁଙ୍କ ସ୍ଥିତି ପ୍ରଭାବରେ ପାରିବାରିକ ଜୀବନରେ ସମସ୍ୟା ଆଶଙ୍କା ରହିଛି। ଆଜିର ଯାତ୍ରା, ବାଣିଜ୍ୟ, ଆନୁଷ୍ଠାନିକ କର୍ମାରମ୍ଭ ସନ୍ତୋଷଜନକ ରହିବ। ରାଶ୍ୟାଧିପ ମଙ୍ଗଳଙ୍କ ପ୍ରତି ଶନିଙ୍କ ଦୃଷ୍ଟି ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟିକରିବ।
ଧନୁ
ଧନୁ
ଗ୍ରହଙ୍କ ଅନୁକୂଳ ପ୍ରଭାବରୁ କର୍ମକ୍ଷେତ୍ର ଏବଂ ସାମାଜିକ ସ୍ତରରେ ସମ୍ମାନଜନକ ସ୍ଥିତିରେ ରହିବେ। ପାପଗ୍ରହ ପ୍ରଭାବ ମୁକ୍ତ ଚନ୍ଦ୍ର ଶାରୀରିକ ଓ ମାନସିକ ସ୍ଥିତିକୁ ସୁସ୍ଥ ରଖିବ। ଅଟକିଥିବା କାମଗୁଡ଼ିକ ଯୋଗୁ ମାନସିକ ଶାନ୍ତି ବ୍ୟାହତ ହେବ। ଆର୍ଥିକ, ବ୍ୟବସାୟିକ ସ୍ଥିତି ଏବଂ ପାରିବାରିକ ସମ୍ପର୍କ କେତେକାଂଶରେ ପ୍ରଭାବିତ ହେବା ଆଶଙ୍କା ରହିଛି ା
ମକର
ମକର
ସପ୍ତମାଧିପତି ଚନ୍ଦ୍ରଙ୍କ ସ୍ଥିତି ପାରିବାରିକ ଜୀବନକୁ ଶୃଙ୍ଖଳିତ ରଖିବ। ବନ୍ଧୁଙ୍କ ପରାମର୍ଶରେ ଦୀର୍ଘଦିନରୁ ଅଟକିଥିବା କାମଟିକୁ ଆରମ୍ଭକରିବାକୁ ମନ ବଳାଇବେ। ଦୈହିକ ଦୁର୍ବଳତା କର୍ମକ୍ଷେତ୍ରକୁ ମନ୍ଥର କରିପାରେ। ଦୂରଯାତ୍ରା, ବ୍ୟବସାୟ, ପରିବହନ, ବନ୍ଧୁଙ୍କ ସହ ଆଲୋଚନା ଓ ପାରିବାରିକ ସ୍ଥିତି ପ୍ରାୟତଃ ଭଲ ରହିବ।
କୁମ୍ଭ
କୁମ୍ଭ
ବୃହସ୍ପତିଙ୍କ ପ୍ରଭାବ ଉନ୍ନତ ଚିନ୍ତା ଓ ଗଠନମୂଳକ ଚିନ୍ତାଧାରାଯୁକ୍ତ କଲେ ମଧ୍ୟ ରାହୁ ବ୍ୟତିକ୍ରମ ସୃଷ୍ଟି କରିପାରନ୍ତି। ବାଧ୍ୟବାଧକତାରେ ନୂତନ କାର୍ଯ୍ୟରେ ହାତ ଦେବେ। ଋଣ ପରିଶୋଧ କରିବାରେ ବିଫଳ ହୋଇପାରନ୍ତି। ପରୋକ୍ଷ ଶତ୍ରୁତା, କାର୍ଯ୍ୟହାନି, ବନ୍ଧୁରେ କଳହ ମାନସିକ ଦୁଶ୍ଚିନ୍ତାର କାରଣ ହୋଇପାରେ।
ମୀନମୀନ
କର୍ମସ୍ଥାନରେ ଚତୁର୍ଗ୍ରହ ପରିବାର ସ୍ଥାନକୁ ଦେଖୁଥିବାରୁ ପରିବାର, ବନ୍ଧୁସମ୍ପର୍କ, ସଭାସମିତିରେ ସଫଳତା ପାଇବେ। ସାଧାରଣ କଥାକୁ କେନ୍ଦ୍ରକରି ମାନସିକ ଅସ୍ଥିରତା ସୃଷ୍ଟିହୋଇପାରେ। କୌଣସି କାମ ସୁବିଧାରେ ହେବା କଷ୍ଟକର ହୋଇପାରେ। ବ୍ୟବସାୟିକ ଦିଗଟି ସନ୍ତୋଷଜନକ ରହିବ ଏବଂ ବିବାଦର ସମାଧାନ ହେବା ଆଶା ରହିଛି।

👉 Follow Dharitri – Odisha’s No.1 Odia Daily 📰✨

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ଏପ୍ରିଲ ୨୨ ତାରିଖ – Daily Horoscope

ମେଷ ଆଜିର ଗୁରୁଚାନ୍ଦ୍ରୀ ଯୋଗ ଭାଗ୍ୟସ୍ଥାନକୁ ପ୍ରଭାବିତ କରୁଥିବାରୁ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ଅବଶ୍ୟମ୍ଭାବୀ। ଚନ୍ଦ୍ରଙ୍କ ପ୍ରତି ରାହୁଙ୍କ ଦୃଷ୍ଟି କାରଣରୁ ଅନ୍ୟମନସ୍କତା କିମ୍ବା ଭୁଲ୍‌ ବୁଝାମଣାଜନିତ…

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୨୧ ତାରିଖ – Daily Horoscope

ମେଷ ଆଜି ଉଚ୍ଚସ୍ଥ ଚନ୍ଦ୍ର ଯୋଗୁ ପରିବାର, କର୍ମକ୍ଷେତ୍ର, ବାଣିଜ୍ୟ, ବ୍ୟବସାୟ ଯାତ୍ରା ଓ ନୂତନ କର୍ମାରମ୍ଭ ପ୍ରୀତିପ୍ରଦ ରହିବ। କୌଣସି ବିଜାତୀୟ ବ୍ୟକ୍ତିଙ୍କ ସହ ଭୁଲ୍‍…

ରାଶିଫଳ: ସୋମବାର, ଏପ୍ରିଲ ୨୦ ତାରିଖ – Daily Horoscope

ମେଷ ଆଜି ମୁଖଭାବରେ ଶୁକ୍ର ଓ ଚନ୍ଦ୍ର ପରିବାର ସକାଶେ ସୁଖ, ସୌଭାଗ୍ୟକାରକ ହେବେ। ଶାନ୍ତି ଓ ସହାବସ୍ଥାନ ଜୀବନଯାତ୍ରା ପାଇଁ ପ୍ରୀତିପ୍ରଦାୟକ ରହିବ। ସଭାସମିତି, ବନ୍ଧୁଗହଣରେ…

ରାଶିଫଳ: ରବିବାର, ଏପ୍ରିଲ ୧୯ ତାରିଖ – Daily Horoscope

ମେଷ ଆଜିର ଶ୍ରୀଚନ୍ଦ୍ର କାରଣରୁ ବନ୍ଧୁମିଳନ, ଆନୁଷ୍ଠାନିକ କର୍ମ ଓ ସଭାସମିତି କ୍ଷେତ୍ରରୁ ପ୍ରଶଂସା ମିଳିବ। ଉଚ୍ଚସ୍ତରରେ ସମ୍ପର୍କ ସ୍ଥାପନ ହେବା ସାଙ୍ଗକୁ ବିଶିଷ୍ଟ ବ୍ୟକ୍ତିଙ୍କ ଶୁଭେଚ୍ଛା…

ରାଶିଫଳ: ଶନିବାର, ଏପ୍ରିଲ ୧୮ ତାରିଖ – Daily Horoscope

ମେଷ ଆଜି ଦ୍ୱିଜା ନକ୍ଷତ୍ରର ଯାତ୍ରା ସୁଗମ, ବନ୍ଧୁପ୍ରୀତି, ଭ୍ରାତୃସ୍ନେହ ଲାଭପୂର୍ବକ କାର୍ଯ୍ୟ ହାସଲରୁ ଖୁସି ରହିବେ। ପରିବାରରୁ ପୂର୍ଣ୍ଣ ସମର୍ଥନ ପାଇ ଚେଷ୍ଟା କରୁଥିବା କାମ…

ରାଶିଫଳ: ଶୁକ୍ରବାର, ଏପ୍ରିଲ ୧୭ ତାରିଖ – Daily Horoscope

ମେଷ ଆଜି ରବି ଉଚ୍ଚସ୍ଥ ଯୋଗୁ ପ୍ରତ୍ୟେକ କ୍ଷେତ୍ରରେ ସମ୍ମାନର ସହ କାର୍ଯ୍ୟ ସମ୍ପନ୍ନ କରିପାରିବେ। ଧନାଧିପ ଶୁକ୍ର ରାଶିରେ ଅବସ୍ଥାନ କରିଥିବାରୁ ଅର୍ଥପ୍ରାପ୍ତିକୁ କେନ୍ଦ୍ର କରି…

ରାଶିଫଳ: ଗୁରୁବାର, ଏପ୍ରିଲ ୧୬ ତାରିଖ – Daily Horoscope

ମେଷ କୃଷ୍ଣପକ୍ଷର ଦ୍ୱାଦଶଚନ୍ଦ୍ର କଲ୍ୟାଣକାରକ ଯୋଗୁ ସର୍ବସିଦ୍ଧି ପ୍ରଦାନ କରିବେ। ମାନସିକ ଶାନ୍ତି, ଅର୍ଥପ୍ରାପ୍ତି, ବନ୍ଧୁସମ୍ପର୍କ, ସଭାସମିତି ଓ ଫଳପ୍ରଦ ଆଲୋଚନା ପାଇଁ ବହୁତ ଭଲ। ଉଚ୍ଚବର୍ଗର…

ରାଶିଫଳ: ବୁଧବାର, ଏପ୍ରିଲ ୧୫ ତାରିଖ – Daily Horoscope

ମେଷ ଆଜି ସାମାଜିକ ସ୍ତରରେ ସମ୍ମାନ ସଙ୍ଗକୁ ବନ୍ଧୁମିଳନ, ପାରିବାରିକ ସୁଖ, ସୌହାର୍ଦ୍ଦ୍ୟ ପାଇପାରନ୍ତି। ରାଜନୈତିକ, ଆନୁଷ୍ଠାନିକ ତଥା ସାଂଗଠନିକ ସ୍ଥିତି ମଜଭୁତ୍‌ ରହିବ। ଶୁକ୍ରଙ୍କ ପ୍ରଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri