Posted inRasifala

ରାଶିଫଳ: ଶୁକ୍ରବାର, ଡିସେମ୍ବର ୧୨ ତାରିଖ – Daily Horoscope

ମେଷ
ହାତକୁ ନେଇଥିବା କାମଟି ସମ୍ପନ୍ନ କରିବାରେ ବିଶେଷ ଅସୁବିଧା ରହିବ ନାହିଁ। ଶୁକ୍ରଙ୍କ ପ୍ରଭାବରୁ ଅର୍ଥ ଓ ବିଳାସପୂର୍ଣ୍ଣ ଦ୍ରବ୍ୟ ପ୍ରତି ଆଗ୍ରହୀ ହେବେ। ବନ୍ଧୁଙ୍କ ସହ ମଧୁର ସ୍ମୃତିର ସୁମଧୁର ଅନୁଭୂତିକୁ ନେଇ ଦିନଟିକୁ ବିତାଇବେ। ଗୃହ, ଭୂମି, ଗାଡି, ମୋଟର, ବନ୍ଧୁବାନ୍ଧବ, ସହକର୍ମୀ, କରଜ, ଟଙ୍କା ପଇସା ପ୍ରଭୃତି ପାଇବାରେ ସଫଳ ହୋଇପାରନ୍ତି।
ବୃଷ
ବୃଷ
ରାଶ୍ୟାଧିପ ଶୁକ୍ର ରାଶିକୁ ଦେଖୁଥିବାରୁ ସ୍ବାସ୍ଥ୍ୟ ନିୟନ୍ତ୍ରଣ ଭିତରେ ରହିବ। ବାଣିଜ୍ୟ, ବ୍ୟବସାୟ, କଳା, ସାହିତ୍ୟ, ସଙ୍ଗୀତ କ୍ଷେତ୍ରରେ ଆଦୃତିଲାଭ କରିବେ। ଘରେ ଅସାବଧାନତା ବଶତଃ କୌଣସି ମୂଲ୍ୟବାନ ଦ୍ରବ୍ୟ ନଷ୍ଟ ହୋଇପାରେ। ଅଫିସ୍‍କୁ ହଠାତ୍‍ ଯିବା ସମୟକୁ କୌଣସି ଦରକାରୀ କାଗଜ ପତ୍ର ନ ପାଇ ବ୍ୟସ୍ତ ହୋଇପାରନ୍ତି।
ମିଥୁନ
ମିଥୁନ
ଚତୁର୍ଥସ୍ଥାନରେ ଚନ୍ଦ୍ର ଓ କେତୁଙ୍କ ସମ୍ପର୍କ କାରଣରୁ ପାରିବାରିକ ଅସ୍ଥିରତା ଓ ଅଶାନ୍ତି ଦେଖାଦେବ। ପ୍ରତ୍ୟେକ କ୍ଷେତ୍ରରେ ଉତ୍ତେଜନାମୂଳକ କଥା କିମ୍ବା ତ୍ୱରିତ କାର୍ଯ୍ୟାନୁଷ୍ଠାନ ନେବା କଷ୍ଟକର ହୋଇଯିବ। ବାଣିଜ୍ୟ କ୍ଷେତ୍ରରେ ଅସୁବିଧା ନ ହେଲେ ମଧ୍ୟ ଆଶଙ୍କା କରି ମନ ଅସ୍ଥିର ରହିବ। ମିଥ୍ୟାଭିଯୋଗ ଶୁଣି ବ୍ୟସ୍ତତା ଅନୁଭବ କରିପାରନ୍ତି।
କର୍କଟ
କର୍କଟ
କୌଣସି ଅଜଣା ବ୍ୟକ୍ତିଙ୍କଠାରୁ କିଛି ଖବର ପାଇ ବିସ୍ମୟ ପ୍ରକାଶ କରିପାରନ୍ତି। ବାଣିଜ୍ୟ, ପରିବହନ, ସଭାସମିତି, ଆଇନ ଅଦାଲତ କ୍ଷେତ୍ରରୁ ସୁଫଳ ପାଇବେ। ବନ୍ଧୁଙ୍କ ସହ ସାଧାରଣ ଯୁକ୍ତିତର୍କରୁ ସମ୍ପର୍କ ହାନି ଯୋଗୁ ଚିନ୍ତା ପ୍ରକଟ କରିପାରନ୍ତି। ସ୍ବାସ୍ଥ୍ୟପ୍ରତି ସତର୍କତା ଅବଲମ୍ବନ ନ କଲେ ପଶ୍ଚାତାପ କରିବାକୁ ପଡିପାରେ।
ସି˚ହ
ସି˚ହ
ସରକାରୀ ସ୍ତରରୁ ଅର୍ଥପ୍ରାପ୍ତିର ସୂଚନା ପାଇ ମନ ଖୁସି ହୋଇଯିବ। ଶତ୍ରୁ ମନୋଭାବ ପୋଷଣ କରୁଥିବା ବ୍ୟକ୍ତିମାନେ ପରୋକ୍ଷ ସମାଲୋଚନା କରିପାରନ୍ତି। ଶିଳ୍ପ, ପରିବହନ, ନିର୍ମାଣ, ବାଣିଜ୍ୟ ବ୍ୟବସାୟ ସକାଶେ ଦିନଟି ମନ୍ଦ ହେବନାହିଁ। ଆନୁଷ୍ଠାନିକ କାମରେ ଯୋଗଦେଇ ବିଶିଷ୍ଟବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିପାରିବେ।
କନ୍ୟା
ଆଜି ଯାହା ପାଇବା ସକାଶେ ଆଶା ରଖିଛନ୍ତି ତାହା ପାଇବା କଷ୍ଟକର ହୋଇପାରେ। ବନ୍ଧୁଙ୍କ ପରାମର୍ଶରେ କଳା, ସାହିତ୍ୟ, ସଂସ୍କୃତି ପ୍ରତି ଅନୁରାଗ ଜାଗ୍ରତ ହୋଇପାରେ। ଯାତ୍ରା ସମୟରେ ସାବଧାନତା ଅବଲମ୍ବନ ନ କଲେ ଅସୁବିଧା ଭୋଗିବେ। ପିଲାଙ୍କ ପଢ଼ାକୁ ନେଇ ଚିନ୍ତା ବଢ଼ିଯିବ। ଘରକୁ ବନ୍ଧୁ ଆଗମନ ଘଟିପାରେ।
ତୁଳା
ତୁଳା
ଶୁକ୍ର ପ୍ରଭାବରୁ ଦୈହିକ ଏବଂ ମାନସିକ ସ୍ବାସ୍ଥ୍ୟ ପ୍ରାୟତଃ ଭଲ ରହିବ । କର୍ମକ୍ଷେତ୍ରରେ ଉପୁଜୁଥିବା ସମସ୍ୟାର ସରଳ ସମାଧାନ କ୍ଷେତ୍ରରେ ବନ୍ଧୁ ସାହାଯ୍ୟ କରିବେ। ଦୀର୍ଘଦିନରୁ ଲାଗିରହିଥିବା କଚେରି ମାମଲା ସକାଶେ ଚିନ୍ତା ବଢିପାରେ। ଆନୁଷ୍ଠାନିକ କାମରେ ପାରିପାର୍ଶ୍ୱିକ ପରିସ୍ଥିତି ପ୍ରାୟତଃ ଅନୁକୂଳ ମନେହେବ।
ବିଛା
ବିଛା
ବନ୍ଧୁଙ୍କ ନିମନ୍ତ୍ରଣ ପାଇ ସକାଳୁ ସକାଳୁ ଯାତ୍ରା କରିବାକୁ ପଡ଼ିପାରେ। ବ୍ୟବସାୟ ଓ ଶିଳ୍ପ, ବାଣିଜ୍ୟ କ୍ଷେତ୍ରରେ ରହିଥିବା ପ୍ରତିବନ୍ଧକ ଦୂରେଇଯିବ। ଉପକାର କରିଥିବା ବ୍ୟକ୍ତିଙ୍କଠାରୁ ପ୍ରତିଦାନ ପାଇବା ଦୁର୍ଲ୍ଲଭ ହୋଇପାରେ। ସାମାଜିକ ସ୍ତରରେ ଲୋକ ସମ୍ପର୍କ ବଢ଼ାଇବା ସକାଶେ ନୂତନ ପଦକ୍ଷେପ ନେଇପାରନ୍ତି।
ଧନୁ
ଧନୁ
ସହକର୍ମୀଙ୍କ ସହଯୋଗରେ କର୍ମକ୍ଷେତ୍ରର ସମସ୍ୟା ସମାଧାନ କରିପାରିବେ। ସରକାରୀ ସ୍ତରରୁ ସକାଳୁ ଶୁଭଖବର ପାଇ ଉଲ୍ଲସିତ ହେବେ। ବ୍ୟବସାୟରେ ଲାଭ ମିଳିବ ମାତ୍ର ପରିବହନରେ ଝଗଡ଼ାର ଆଶଙ୍କାକୁ ଏଡି ହେବନାହିଁ। ବୈଷୟିକ ଅଭିବୃଦ୍ଧି କ୍ଷେତ୍ରରେ ଅନ୍ୟମାନଙ୍କୁ ନିଜ ସହ ତୁଳନା କରି ମନକୁ ଭାରାକ୍ରାନ୍ତ କରିପାରନ୍ତି।
ମକର
ମକର
ସାହାଯ୍ୟର ପ୍ରତିଶ୍ରୁତି ଦେଇ ବନ୍ଧୁ ମନରେ ଆନନ୍ଦ ସୃଷ୍ଟି କରିବେ। ବ୍ୟବସାୟ ଓ ବାଣିଜ୍ୟରେ ଉନ୍ନତି ଘଟିବ କିନ୍ତୁ ନିର୍ମାଣାଧୀନ କାମ ଅଟକି ରହିଯାଇପାରେ। ଅସମର୍ଥିତ ସୂତ୍ରରୁ କିଛି ମିଥ୍ୟା ଗୁଜବ ଶୁଣିବା ପରେ ମନରେ ବିଭିନ୍ନ ପ୍ରକାରର ଦୁଶ୍ଚିନ୍ତା ସୃଷ୍ଟି ହେବ। ଈର୍ଷାପରାୟଣ ବ୍ୟକ୍ତିମାନେ ପରୋକ୍ଷ ଭାବେ ମିତ୍ରତା ଆଚରଣ କରିପାରନ୍ତି।
କୁମ୍ଭ
କୁମ୍ଭ
ନୂତନ ଯୋଜନା ସକାଶେ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇବେ। ସ୍ବାସ୍ଥ୍ୟରେ ଦ୍ରୁତ ଉନ୍ନତି ଆଶ୍ୱସ୍ତି ଦେବ। ଭାବପ୍ରବଣତାରେ ହଜି ନ ଜାଇ ନିଜକୁ ନିୟନ୍ତ୍ରଣ ମଧ୍ୟରେ ରଖିବା ପାଇଁ ଚେଷ୍ଟାକରିବା ଭଲ ହେବ। ଆଜିର ଯାତ୍ରା, ବାଣିଜ୍ୟ ଓ ବ୍ୟବସାୟ ତଥା ପରିବହନ ସକାଶେ ଦିନଟି ବିଶେଷଭାବେ ଅନୁକୂଳ ରହିବ।
ମୀନମୀନ
କର୍ମକ୍ଷେତ୍ରରେ ଯେତେ ଭଲ କାମ କଲେ ମଧ୍ୟ ଅନ୍ୟମାନେ ଦୋଷ ଖୋଜିବୁଲିବେ। ବନ୍ଧୁଙ୍କ ଘରୋଇ ସମସ୍ୟା ଶୁଣି ମନ ବିଚଳିତ ରହିପାରେ। ନିଜ ଲୋକମାନଙ୍କ ଈର୍ଷାପରାୟଣତା ହେତୁ ବ୍ୟସ୍ତ ବିବ୍ରତ ହୋଇପାରନ୍ତି। ସଭାସମିତି, କଳା, ସାହିତ୍ୟ, ବନ୍ଧୁ ସମ୍ପର୍କରେ କିଛିଟା ଉନ୍ନତି ପରିଲକ୍ଷିତ ହେବ।

 

👉 Follow Dharitri – Odisha’s No.1 Odia Daily 📰✨

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ:ଶନିବାର , ସେପ୍ଟେମ୍ବର ୧୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ଜନିତ ବନ୍ଧୁ ସମ୍ପର୍କରେ ଉନ୍ନତି ହେବ। ଯାତ୍ରା, ବିବାଦ, ଗୃହାରମ୍ଭ ପାଇଁ ପ୍ରତିକୂଳତା ଆସିଲେ ମଧ୍ୟ କୌଣସି ଅସୁବିଧା ହେବନାହିଁ। ପାରିବାରିକ…

ରାଶିଫଳ: ଶୁକ୍ରବାର , ସେପ୍ଟେମ୍ବର ୧୮ ତାରିଖ – Daily Horoscope

ମେଷ ବୃହସ୍ପତିଙ୍କ ଦୃଷ୍ଟିରେ କର୍ମାଧିପ ଥିବାରୁ ଶୁଭେଚ୍ଛୁଙ୍କ ପରାମର୍ଶରେ ନୂଆ କାମ ସକାଶେ ମନ ବଳାଇବେ। ଦୈହିକ ଦୁର୍ବଳତା ସାଙ୍ଗକୁ ପାରିବାରିକ ଦ୍ୱନ୍ଦ୍ୱଜନିତ ନୈରାଶ୍ୟରୁ ଚିନ୍ତିତ ରହିପାରନ୍ତି।…

ରାଶିଫଳ: ଗୁରୁବାର, ସେପ୍ଟେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି କୃତ୍ତିକା ନକ୍ଷତ୍ର କର୍ମାରମ୍ଭ ସକାଶେ ସାହାଯ୍ୟ, ସହଯୋଗର ଅଭାବ ରହିବ ନାହିଁ। ଆନୁଷ୍ଠାନିକ, ସଭାସମିତି, ଧର୍ମକାର୍ଯ୍ୟ, ବନ୍ଧୁମିଳନ ପାଇଁ ଦିନଟି ଭଲ। ଛୋଟ ଛୋଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?