Posted inRasifala

ରାଶିଫଳ: ସୋମବାର, ନଭେମ୍ବର ୧୭ ତାରିଖ – Daily Horoscope

ମେଷ
ଆଜି ଆର୍ଥିକ ଉନ୍ନତି ଓ ସାମାଜିକ ସମ୍ମାନ ମାନସିକ ଶାନ୍ତି ଦେଇପାରିବ ନାହିଁ। ଅଭ୍ୟନ୍ତରରେ କୁହୁଳୁଥିବା ଅଶାନ୍ତିର ଜ୍ୱାଳା ଆପଣଙ୍କୁ ଅତିଷ୍ଠ କରାଇବ। ଦ୍ୱିଜା ନକ୍ଷତ୍ର ଗତ କିଛିଦିନ ହେଲା ଯାହା ଭାବୁଥିଲେ ତାହା ଆଜି ସୁବିଧାରେ ପାଇଯିବେ। ଶିଳ୍ପ, ନିର୍ମାଣ, ବାଣିଜ୍ୟ, ପରିବହନ, ଆନୁଷ୍ଠାନିକ କାମ ପ୍ରଭୃତିରେ ସୁଫଳ ପାଇବେ।
ବୃଷ
ବୃଷ
ଶାରୀରିକ ସୁସ୍ଥତା ଫେରି ପାଇବାରୁ ଆଶ୍ୱସ୍ତି ଅନୁଭବ କରିବେ। କୃତ୍ତିକା ନକ୍ଷତ୍ରର ବିଭିନ୍ନ ଘରୋଇ ଝାମେଲା କାରଣରୁ ମନଟା ଭଲ ରହିବ ନାହିଁ। ବାଣିଜ୍ୟ, ପରିବହନ, ଲେଖାପଢ଼ା ଓ ପ୍ରଶାସନ ତଥା ପ୍ରକାଶନ କ୍ଷେତ୍ରରେ ଶୁଭଫଳ ପାଇବେ। ଯାତ୍ରା ସମୟରେ ଜିନିଷପତ୍ର ପ୍ରତି ସତର୍କତା ଅବଲମ୍ବନ ନ କଲେ ମନସ୍ତାପ ବଢ଼ିଯିବ।
ମିଥୁନ
ମିଥୁନ
ପୁନର୍ବସୁ ନକ୍ଷତ୍ର ଋଣ ପରିଶୋଧ, ଦୂରଯାତ୍ରା ସାଙ୍ଗକୁ ନୂତନ ନିଯୁକ୍ତିର ସୂଚନା ମଧ୍ୟ ପାଇପାରନ୍ତି। ଦୈହିକ ଦୁର୍ବଳତା ଦୂରେଇଯିବାରୁ ଶାନ୍ତି ଅନୁଭବ କରିବେ। ବନ୍ଧୁଙ୍କ ପରାମର୍ଶରେ ସଭାସମିତିରେ ପୂର୍ବ ନିଷ୍ପତ୍ତି ବଦଳାଇବା ପାଇଁ ମନସ୍ଥ କରିପାରନ୍ତି। ଅସମ୍ପୂର୍ଣ୍ଣ କାର୍ଯ୍ୟ ଆଜି ସାହାଯ୍ୟ ଲାଭ କରି କିଛି ଅଂଶରେ ବଢ଼ିଚାଲିବ।
କର୍କଟ
କର୍କଟ
ଗୁରୁ ଓ ଶୁକ୍ରଙ୍କ ଶୁଭ ସଂସ୍ଥାନରୁ ପାରିବାରିକ ଜୀବନ ହସଖୁସିରେ କଟିବ। ଚଳିତ ପରିସ୍ଥିତିକୁ ଯେତେଟା ଜଟିଳ ମନେକରୁଛନ୍ତି ବାସ୍ତବରେ ସେମିତି କିଛି ହେବନି। ସାହିତ୍ୟ, ସାମ୍ବାଦିକତା, ବ୍ୟବସାୟ ଓ ପରିବହନରେ ପ୍ରତିବନ୍ଧକ ଯୋଗୁ କାମ ସ୍ଥଗିତ ରହିଯିବ। ପାରିବାରିକ ଜୀବନରେ ବୁଝାମଣା ନେଇ ତିକ୍ତତା ଦେଖାଦେବାର ଆଶଙ୍କା ରହିଛି।
ସି˚ହ
ସି˚ହ
ବଳହୀନ ରବି କେନ୍ଦ୍ରସ୍ଥ ଯୋଗୁ ସ୍ବାସ୍ଥ୍ୟର କ୍ରମୋବନତି ସାଙ୍ଗକୁ ପାରିବାରିକ ଜୀବନରେ ଅଶାନ୍ତିର ଝଲକ ଦେଖିପାରନ୍ତି। ଆର୍ଥିକ ଅନଟନ ମଧ୍ୟରେ ଅଣନିଃଶ୍ୱାସୀ ହେବେ, କିନ୍ତୁ ବନ୍ଧୁଙ୍କ ନିକଟରୁ ପରିଶେଷରେ କିଛି ପାଇବେ। କ୍ରୀଡ଼ା, ସାହିତ୍ୟ, ସାମ୍ବାଦିକତା, ଚଳଚ୍ଚିତ୍ର, ସଙ୍ଗୀତ, ପ୍ରତିଦ୍ୱନ୍ଦ୍ୱିତା, ପ୍ରତିଯୋଗିତାରେ ସଫଳତା ଯୋଗୁ ମନ ଖୁସି ରହିବ।
କନ୍ୟା
ରାଶିକୁ ଶନିଙ୍କର ପ୍ରତ୍ୟକ୍ଷଦୃଷ୍ଟି ପାରିବାରିକ ଜୀବନକୁ ପ୍ରଭାବିତ କରିବ। କାର୍ଯ୍ୟହାନି ସାଙ୍ଗକୁ ମନସ୍ତାପ ମଧ୍ୟରେ ଅଧିକାଂଶ ସମୟ ଅତିବାହିତ ହେବ। ବନ୍ଧୁଙ୍କ ଅନୁରୋଧରେ କୌଣସି କାମ କରିବା ସକାଶେ ମନ ବଳାଇପାରନ୍ତି। ମାଲିମକଦ୍ଦମା, ତର୍କବିତର୍କ, ସଭାସମିତି, ସଙ୍ଗଠନ, ନିର୍ମାଣ ଓ ପରିବହନ କ୍ଷେତ୍ରରୁ ଶୁଭଫଳ ପାଇବେ ା
ତୁଳା
ତୁଳା
ସ୍ବଗୃହୀ ଶୁକ୍ର ନିଜ ରାଶିରେ ଅବସ୍ଥାନ କରୁଥିବାରୁ ଦୈହିକ ସୁସ୍ଥତା ସାଙ୍ଗକୁ ଭୋଗବିଳାସର ମଉକା ପାଇବେ। ପରିବାରରେ ଭୁଲ୍‍ ବୁଝାମଣା କାରଣରୁ କର୍ମକ୍ଷେତ୍ରରେ ପ୍ରତିବନ୍ଧକର ସାମ୍‍ନା କରିବାକୁ ପଡ଼ିବ। ଶିଳ୍ପ, ବାଣିଜ୍ୟ, ରାଜନୀତି, କଳା, ସାହିତ୍ୟ, ସାମ୍ବାଦିକତା ଓ ପ୍ରଶାସନିକ ସ୍ତରରେ କିଛିଟା ବ୍ୟତିକ୍ରମ ପରିଲକ୍ଷିତ ହୋଇପାରେ।
ବିଛା
ବିଛା
ତିନୋଟି ଗ୍ରହ ରାଶିରେ ରହି ବିଭିନ୍ନ କାମରେ ନିଯୁକ୍ତି କରାଇପାରନ୍ତି। ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁ ଅନୁରାଧା ନକ୍ଷତ୍ରର ମନ ଉଦାସ ରହିପାରେ। ଅଫିସ୍‍ରେ ଅସାବଧାନତାବଶତଃ ଦ୍ରବ୍ୟ ନଷ୍ଟ ହେବା କାରଣରୁ ଅନ୍ୟ ଉପରେ ରାଗିପାରନ୍ତି। ସାହିତ୍ୟ, ପ୍ରକାଶନ, ସାମ୍ବାଦିକତା, ରାଜନୀତି ଓ କ୍ରୀଡ଼ା କ୍ଷେତ୍ରରୁ ସୁଫଳ ପାଇପାରନ୍ତି।
ଧନୁ
ଧନୁ
କର୍ମକ୍ଷେତ୍ର ପ୍ରତି ଶନିଙ୍କ ପ୍ରତ୍ୟକ୍ଷଦୃଷ୍ଟି କାରଣରୁ କାମ ଧିମା ଗତିରେ ଆଗକୁ ବଢ଼ିବ। ସହକର୍ମୀଙ୍କଠାରୁ ଭୁଲ୍‍ ଖବର ପାଇ ବିବ୍ରତ ହେବେ। ପଡ଼ୋଶୀମାନେ କିମ୍ବା ଈର୍ଷା ପରାୟଣ ବ୍ୟକ୍ତିମାନେ ଆପଣଙ୍କ ଜୀବନଶୈଳୀ ପ୍ରତି ଅଙ୍ଗୁଳି ଉଠାଇପାରନ୍ତି। କର୍ମ ଜଞ୍ଜାଳ ବୃଦ୍ଧି ଜନିତ ଦୈହିକ ସ୍ବାସ୍ଥ୍ୟ କେତେକାଂଶରେ ପ୍ରଭାବିତ ହୋଇପାରେ।
ମକର
ମକର
ରାଶ୍ୟାଧିପତିଙ୍କ ଉପରେ ଗୁରୁଙ୍କ ଶୁଭଦୃଷ୍ଟି ପଡୁଥିବାରୁ ଆପଣଙ୍କ ଶାରୀରିକ ସ୍ଥିତି ପ୍ରାୟତଃ ଭଲ ରହିବ। କିନ୍ତୁ ଅହେତୁକ କଳ୍ପନା ଓ ଭାବପ୍ରବଣତାରେ ଆପଣଙ୍କ ମନ ବିଚଳିତ ହୋଇପାରେ। ଆଶା କରୁଥିବା ଜିନିଷ କିମ୍ବା ଖବର ବନ୍ଧୁଙ୍କଠାରୁ ପାଇ ଖୁସି ହେବେ। ଲେଖାପଢ଼ା, ସାହିତ୍ୟ, ବ୍ୟବସାୟ,ଏଜେନ୍ସି ଏବଂ ସାମ୍ବାଦିକତାରେ ପ୍ରଂଶସିତ ହେବେ ା
କୁମ୍ଭ
କୁମ୍ଭ
କେନ୍ଦ୍ର କୋଣାଧିପତି ଶୁକ୍ରଙ୍କ ସ୍ଥିତି ପ୍ରଭାବରୁ ଯେଉଁ କାମରେ ହାତଦେବେ, ସଫଳତା ପ୍ରାପ୍ତି ଅବଶ୍ୟମ୍ଭାବୀ। ହଠାତ୍‍ ଜଣେ ବନ୍ଧୁ ନିଜ ତରଫରୁ ସମସ୍ୟା ସମାଧାନ କରିବା ସକାଶେ ଚେଷ୍ଟା କରିବେ। ଜମିଜମା କ୍ରୟବିକ୍ରୟ କିମ୍ବା ନୂତନ ଚୁକ୍ତିପତ୍ର ଆଜି ସ୍ବାକ୍ଷରିତ ହୋଇପାରେ। ଶାରୀରିକ ସ୍ବାସ୍ଥ୍ୟ ଏବଂ ଆର୍ଥିକ ସ୍ଥିତି ପ୍ରାୟତଃ ଭଲ ରହିବାର ସୂଚନା ରହିଛି।
ମୀନମୀନ
ପୂର୍ବବସ୍ଥା ଦୂର ହୋଇଯିବାରୁ ପ୍ରଫୁଲ୍ଲତା ଅନୁଭବ କରିବେ। ପୂର୍ବଭାଦ୍ରପଦ୍‍ ନକ୍ଷତ୍ରର ଅଟକିଥିବା କାମ ସୁବିଧାରେ ସମ୍ପନ୍ନ ହେବା କଷ୍ଟକର ହୋଇପଡ଼ିବ। ସାମାଜିକ ସ୍ତରରେ ମିଥ୍ୟା ଭାଷଣରୁ ସମାଲୋଚନାର ପାତ୍ର ହେବେ। ସାହିତ୍ୟ, ସଙ୍ଗୀତ, ନିର୍ମାଣ, ପରିବହନ, ସଭାସମିତି କ୍ଷେତ୍ରରେ ଆଶାତୀତ ସଫଳତା ହାସଲ କରିପାରନ୍ତି।

 

👉 Follow Dharitri – Odisha’s No.1 Odia Daily 📰✨

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର, ମେ ୧ ତାରିଖ – Daily Horoscope

ମେଷ ଆପଣ ଯେମିତି ଉଚ୍ଚମନା, ଆପଣଙ୍କ କାମଗୁଡିକ ମଧ୍ୟ ସରସ, ସୁନ୍ଦର ରହିବ। ଶୁକ୍ରଙ୍କ ସ୍ଥିତି ଜନିତ ଅଭାବ ରହିବନି ଏବଂ ପାରିବାରିକ ସ୍ଥିତି ମଧ୍ୟ ମନ୍ଦ…

ରାଶିଫଳ: ଗୁରୁବାର, ଏପ୍ରିଲ ୩୦ ତାରିଖ – Daily Horoscope

ମେଷ ଆଜି ଅଶ୍ୱିନୀ ନକ୍ଷତ୍ର ସକାଶେ ପ୍ରତ୍ୟେକ କ୍ଷେତ୍ରରେ ପ୍ରତିବନ୍ଧକର ସମ୍ମୁଖୀନ ହେବେ। କୌଣସି ଖବର ଶୁଣିବା ପରେ ଏକ ଅଜଣା ଆବେଗରେ ମନ ଉଦ୍‌ବେଳିତ ହେବ।…

ରାଶିଫଳ: ବୁଧବାର, ଏପ୍ରିଲ ୨୯ ତାରିଖ – Daily Horoscope

ମେଷ ଆଜିର ଶୁଭଚନ୍ଦ୍ର ପାରିବାରିକ ଜୀବନକୁ ଶାନ୍ତିପ୍ରଦ ରଖିବା ସହ ଯାତ୍ରାକୁ ସଫଳ କରିବ। କର୍ମକ୍ଷେତ୍ରରେ ସହକର୍ମୀ ଯଥାସାଧ୍ୟ ସାହାଯ୍ୟ କରି ଶ୍ରମ ଲାଘବ କରିବେ। ବାଣିଜ୍ୟ,…

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୨୮ ତାରିଖ – Daily Horoscope

ମେଷ ଶନି ସହ ମଙ୍ଗଳଙ୍କ ସଂଯୋଗ ଦୈହିକ ଅସୁସ୍ଥତା ସୃଷ୍ଟିକଲେ ମଧ୍ୟ ଚନ୍ଦ୍ରଙ୍କ ପ୍ରଭାବରେ ବ୍ୟବହାରିକ କୁଶଳତା ଜାରିରହିବ। ସହକର୍ମୀ, ଅଧସ୍ତନ କର୍ମଚାରୀ ଏବଂ ବନ୍ଧୁବର୍ଗଙ୍କ ସହ…

ରାଶିଫଳ: ସୋମବାର, ଏପ୍ରିଲ ୨୭ ତାରିଖ – Daily Horoscope

ମେଷ ଆଜି ସାମାଜିକ କ୍ଷେତ୍ରରେ କେତେକ ଦିଗରୁ ମାନସିକ ଚାପର ସମ୍ମୁଖୀନ ହେବେ। ପାରିବାରିକ ସମସ୍ୟା ସୁଧାରିବା ପାଇଁ ସହୃଦୟ ବ୍ୟକ୍ତିଠାରୁ ସହାୟତା ପାଇବେ। ଗତକାଲିର ଆଲୋଚନା…

ରାଶିଫଳ: ରବିବାର, ଏପ୍ରିଲ ୨୬ ତାରିଖ – Daily Horoscope

ମେଷ ରାଶିରେ ରବି ଉଚ୍ଚସ୍ଥ ହେତୁ ପ୍ରତ୍ୟେକ ସ୍ତରରେ ସମ୍ମାନଜନକ ସ୍ଥିତିରେ ରହିବେ। ସ୍ବାସ୍ଥ୍ୟ ଯେମିତି ଭଲ ରହିବ ମନ ଆହୁରି ଅଧିକ ଭଲ ରହିବ। ବନ୍ଧୁଙ୍କ…

ରାଶିଫଳ: ଶନିବାର, ଏପ୍ରିଲ ୨୫ ତାରିଖ – Daily Horoscope

ମେଷ ବିଭିନ୍ନ ପ୍ରକାର ସମସ୍ୟା ଲାଗିରହିବା ଯୋଗୁ କର୍ମକ୍ଷେତ୍ରରେ କୌଣସି କାମ ସହଜରେ ସମ୍ପନ୍ନ ହେବନାହିଁ। ଅବଶ୍ୟ ପରକ୍ଷଣରେ ଅନ୍ୟାନ୍ୟ ସହକର୍ମୀଙ୍କ ହସ୍ତକ୍ଷେପ ଫଳରେ ସମାଧାନ ହୋଇପାରେ।…

ରାଶିଫଳ: ଶୁକ୍ରବାର, ଏପ୍ରିଲ ୨୪ ତାରିଖ – Daily Horoscope

ମେଷ ଅଶ୍ୱିନୀ ନକ୍ଷତ୍ରସ୍ଥ ରବି ଆପଣଙ୍କ ସୁସ୍ଥ ଚିନ୍ତାଧାରା ଓ କାର୍ଯ୍ୟକଳାପକୁ ପ୍ରଭାବିତ କରି ବ୍ୟଥିତ କରାଇପାରନ୍ତି। ଆକସ୍ମିକ ବନ୍ଧୁଙ୍କ ଅନୁରୋଧବଶତଃ ଦୂରଯାତ୍ରା କରିବାକୁ ପଡିପାରେ। ସାହିତ୍ୟ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri