Posted inRasifala

ରାଶିଫଳ: ଶନିବାର, ନଭେମ୍ବର ୧ ତାରିଖ – Daily Horoscope

ମେଷ
ଆଜି ଚନ୍ଦ୍ରଙ୍କ ସହ ରାହୁଙ୍କ ସଂଯୋଗ ପ୍ରଭାବରେ ଭାଇ, ବନ୍ଧୁ, ପଡ଼ୋଶୀ କିମ୍ବା ସହକର୍ମୀଙ୍କ ସହ ମତାନ୍ତର ହୋଇପାରେ। କର୍ମକ୍ଷେତ୍ରରେ ପ୍ରତିବନ୍ଧକଜନିତ ବିଷୟକୁ ନେଇ ଚିନ୍ତିତ ରହିବେ। ମନରେ ଅସ୍ଥିରତା ଲାଗି ରହିବାରୁ ଅନ୍ୟମାନଙ୍କ କଥା ଆପଣଙ୍କୁ ଭଲ ଲାଗିବ ନାହିଁ। ସାହିତ୍ୟ, ସାମ୍ବାଦିକତା, ସଂଗଠନ କ୍ଷେତ୍ରରୁ ପ୍ରଶଂସିତ ହୋଇପାରନ୍ତି।
ବୃଷ
ବୃଷ
ଆଜି ରାଶ୍ୟାଧିପ ଶୁକ୍ରଙ୍କ ନୀଚତ୍ୱ ଯୋଗୁ ସ୍ବାସ୍ଥ୍ୟ ସମସ୍ୟା ଦୁଶ୍ଚିନ୍ତାର କାରଣ ହେବ। ଶନିଙ୍କ ଦୃଷ୍ଟିଜନିତ ଉଦାସୀନତା ସୃଷ୍ଟିକରି ଭୋଗ ବିଳାସ ପ୍ରତି ବୈରାଗ୍ୟ ଭାବ ଉଦ୍ରେକ କରିପାରନ୍ତି। ଜମିଜମା କିମ୍ବା ଯାନ୍ତ୍ରିକ ଜିନିଷ କ୍ଷେତ୍ରରେ କିଛି ଅର୍ଥ ବ୍ୟୟ କରିବାକୁ ବାଧ୍ୟ ହେବେ। ସନ୍ତାନଙ୍କ ସ୍ବାସ୍ଥ୍ୟ ଓ ସ୍ବଭାବ ଯୋଗୁ ବିଚଳିତ ହୋଇପାରନ୍ତି।
ମିଥୁନ
ମିଥୁନ
ତୃତୀୟାଧିପତିଙ୍କ ଦୁର୍ବଳତାଜନିତ ବିବାଦରେ ପଶିଲେ ଅପଦସ୍ଥ ହୋଇପାରନ୍ତି। ପଡ଼ୋଶୀଙ୍କ ଦ୍ୱାରା ଘରୋଇ ବ୍ୟାପାରରେ ହସ୍ତକ୍ଷେପ ମାଧ୍ୟମରେ ଅଶାନ୍ତ ବାତାବରଣ ସୃଷ୍ଟି ହେବ। ପୂର୍ବରୁ ପ୍ରତିଶ୍ରୁତି ଦେଇଥିବା ମିତ୍ରମାନେ ମତ ବଦଳାଇ ଅସହଯୋଗ କରିବେ। ଘରେ ବନ୍ଧୁ ମିଳନରେ ଆମୋଦ ପ୍ରମୋଦର ସୁଅ ଛୁଟିବ।
କର୍କଟ
କର୍କଟ
ଧନସ୍ଥାନରେ କେତୁ ଓ ଧନାଧିପ ବଳହୀନ ଯୋଗୁ ଅର୍ଥ ସଙ୍କଟ ଲାଗିରହିବ। ଦୀର୍ଘ ଦିନରୁ ଅପେକ୍ଷା କରିଥିବା ଖବରଟି ଆଜି ପାଇ ଖୁସି ରହିବେ। ଶିଳ୍ପ, ସାମ୍ବାଦିକତା, ପରିବହନ, ବାଣିଜ୍ୟରେ ଲାଭ ଆଶାନୁରୂପ ପାଇପାରିବେ। ଜୀବନରେ ଶାନ୍ତି ଓ ସ୍ଥିରତା ଅବ୍ୟାହତ ରହିବ ଅବଶ୍ୟ ସବୁ କଥାରେ ନରମି ରହି ପାରିଲେହିଁ ସୁଫଳ ପାଇବେ।
ସି˚ହ
ସି˚ହ
ରବିଙ୍କ ଦୁର୍ବଳତା ସାଇନୋଇସାଟିସ୍‍ ଭଳି ରୋଗ ଜନିତ ମୁଣ୍ଡବ୍ୟଥା କିମ୍ବା କ୍ରନିକ୍‍ ରୋଗ ପୀଡ଼ାକୁ ନିମନ୍ତ୍ରଣ କରିପାରେ। କର୍ତ୍ତବ୍ୟର ଦ୍ୱାହି ଦେଇ ଅନ୍ୟ ପାଇଁ କଷ୍ଟ ସ୍ବୀକାର କରିପାରନ୍ତି। କର୍ମକ୍ଷେତ୍ରରେ କାରଣ ନ ଥାଇ ମଧ୍ୟ ଦୋଷୀ ସାବ୍ୟସ୍ତ ହେବାର ଆଶଙ୍କା ରହିଛି। ଆଗାମୀ ସାଂସ୍କୃତିକ ଉତ୍ସବ ନିମନ୍ତେ ପ୍ରସ୍ତୁତି ଆରମ୍ଭ କରିପାରନ୍ତି ା
କନ୍ୟା
ଚନ୍ଦ୍ରଙ୍କ ପ୍ରତି ମଙ୍ଗଳଙ୍କ ପୂର୍ଣ୍ଣ ଦୃଷ୍ଟି ହେତୁ ଭାଇ କିମ୍ବା ସହକର୍ମୀଙ୍କ ହେତୁକ ସମସ୍ୟାରେ ବ୍ୟସ୍ତତା ପ୍ରକାଶ କରିବେ। କିଛି ମତ ମନ୍ତବ୍ୟ ଦେବା ପୂର୍ବରୁ ଭାବିଚିନ୍ତି କହିବା ଭଲ। ବନ୍ଧୁଙ୍କ ସହ ଭାଙ୍ଗି ପଡ଼ିଥିବା ସମ୍ପର୍କ ପୁଣି ଯୋଡ଼ି ହୋଇଯିବାରେ ବନ୍ଧୁ ସାହାଯ୍ୟ କରିବେ। କେତେକ କ୍ଷେତ୍ରରେ ଉପସ୍ଥିତ ବୁଦ୍ଧି ଖଟାଇ ପରିସ୍ଥିତିକୁ ସୁଧାରି ନେଇପାରନ୍ତି।
ତୁଳା
ତୁଳା
ନୀଚସ୍ଥ ଶୁକ୍ର ଓ ରବିଙ୍କ ଯୋଗୁ କାମଗୁଡ଼ିକ ଅଧୁରା ରହିଯିବ। ସନ୍ତାନଙ୍କ ବେଖାତିର କାମ ଯୋଗୁ ମାନସିକ ସ୍ଥିରତା ହରାଇବେ। ଆପଣ କାହାର ମିଠା କଥାରେ ଭାସି ଯାଆନ୍ତୁ ନାହିଁ, ଯାହାକି ସମସ୍ୟା ଦେଖାଦେଇପାରେ। ବୃହସ୍ପତିଙ୍କ ଦୃଷ୍ଟିରୁ ପାରିବାରିକ ସ୍ଥିତି ପ୍ରାୟତଃ ଭଲ ରହିବାର ଆଶା କରାଯାଇପାରେ।
ବିଛା
ବିଛା
ସ୍ବଗୃହୀ ମଙ୍ଗଳଜନିତ ସ୍ବାସ୍ଥ୍ୟ ସମସ୍ୟା ସୁଧୁରିଯିବା ଯୋଗୁ ଆଶ୍ୱସ୍ତି ଲାଭ କରିବେ। ଆନୁଷ୍ଠାନିକ କାମରେ ବିବାଦୀୟ ଘଟଣା ପାଇଁ ଆଶଙ୍କା କରୁଛନ୍ତି, ସେଥିରେ କିଛି ହେବ ନାହିଁ। ଆବଶ୍ୟକତା ପୂରଣ କରିବା ସକାଶେ ବନ୍ଧୁଙ୍କ ହାତକୁ ଚାହିଁ ବସିପାରନ୍ତି। ଗୃହସୀମା କିମ୍ବା ଘରଭଡ଼ାକୁ କେନ୍ଦ୍ରକରି ବିତର୍କର ସମ୍ମୁଖୀନ ହେବାର ଆଶଙ୍କା ବୃଦ୍ଧିପାଇବ।
ଧନୁ
ଧନୁ
ପାପଗ୍ରହମାନେ ରାଶିକୁ ପ୍ରଭାବିତ କରୁଥିବାରୁ ନିଜର ସୁଖ, ସୁବିଧାକୁ ଅଗ୍ରାଧିକାର ଦେଇ ଅନ୍ତରଙ୍ଗଙ୍କ ଆନ୍ତରିକତାକୁ ହରାଇପାରନ୍ତି। ବନ୍ଧୁଙ୍କ ପ୍ରେରଣାରେ ନୂତନ କାମର ପରିକଳ୍ପନା କରିବେ କିନ୍ତୁ ଖର୍ଚ୍ଚଭାର ଯୋଗୁ ଚିନ୍ତା ପ୍ରକଟ କରିପାରନ୍ତି। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ସମସ୍ୟା ଲାଗି ରହିବ।
ମକର
ମକର
ଗ୍ରହଙ୍କ ପ୍ରତିକୂଳ ସ୍ଥିତିଜନିତ ପ୍ରତ୍ୟେକ କ୍ଷେତ୍ରରେ ବିଳମ୍ବିତ ସମୟରେ କାର୍ଯ୍ୟ ସମ୍ପନ୍ନ ହେବ। ଯୁକ୍ତିଯୁକ୍ତ କଥା କହି, ଅର୍ଥ ଓ ସମ୍ମାନ ଲାଭ କରିବେ। ଉଚ୍ଚ ବର୍ଗର ବ୍ୟକ୍ତିଙ୍କଠାରୁ ଶ୍ରଦ୍ଧା ଓ ଗଠନମୂଳକ ପରାମର୍ଶ ପାଇ ଖୁସି ରହିବେ। ସହକର୍ମୀଙ୍କ ଦୌରାତ୍ମ୍ୟ କ୍ରମଶଃ କମିବ ଏବଂ ମିତ୍ରମାନଙ୍କ ସହ ଭାଙ୍ଗିପଡ଼ିଥିବା ସମ୍ପର୍କ ପୁନଃ ପ୍ରତିଷ୍ଠିତ ହେବ।
କୁମ୍ଭ
କୁମ୍ଭ
ରାଶିରେ ରାହୁଙ୍କ ପ୍ରଭାବରେ ଭୁଲ୍‍ ନିଷ୍ପତ୍ତି ନେଇ ହରଡଘଣାରେ ପଡ଼ିପାରନ୍ତି। ସୁସ୍ଥତା ଅକ୍ଷୁଣ୍ଣ ରହିଲେ ମଧ୍ୟ କେତୁଙ୍କ କୁପ୍ରଭାବରୁ ମାନସିକ ସ୍ଥିତି ଭଲ ରହିବନାହିଁ। ପିଲାଙ୍କର କିଛି ସମସ୍ୟାକୁ ନେଇ ହଠାତ୍‍ ବିବ୍ରତ ହୋଇପାରନ୍ତି। ତଥାପି ଜମିଜମା, କଳ କାରଖାନା, ପରିବହନରେ ସମସ୍ୟା କମିଯିବାର ସୂଚନା ରହିଛି ା
ମୀନମୀନ
କର୍ମକ୍ଷେତ୍ରରେ ଜଟିଳ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିପାରେ। ସ୍ବାସ୍ଥ୍ୟ ସମସ୍ୟା ସୁଧୁରିଯିବ ଓ ଯାହା ଚାହୁଁଛନ୍ତି ତାହା ପାଇବାରେ ଅସୁବିଧା ରହିବ ନାହିଁ। ପରିବାରରେ ଛୋଟ କଥାକୁ କେନ୍ଦ୍ରକରି କଳହ ସୃଷ୍ଟି ହେବ। ଅଭାବ ନଥିଲେ ମଧ୍ୟ ଶାନ୍ତି ପାଇବା କଷ୍ଟକର ହୋଇପାରେ।

 

👉 Follow Dharitri – Odisha’s No.1 Odia Daily 📰✨

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଗୁରୁବାର, ଡିସେମ୍ବର ୧୧ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ଅସମ୍ପୂର୍ଣ୍ଣ କାମକୁ ନେଇ ମାନସିକ ଉଦ୍‌ବେଗ ବୃଦ୍ଧି ପାଇବ। ଅର୍ଥର ଅଭାବ ପୂରଣ ଦିଗରେ ବନ୍ଧୁଙ୍କ ସାହାଯ୍ୟ କାମକୁ ତ୍ୱରାନ୍ବିତ କରିବ। ଆଲୋଚନା...

ରାଶିଫଳ: ବୁଧବାର, ଡିସେମ୍ବର ୧୦ ତାରିଖ – Daily Horoscope

ମେଷ ଆଜି ପାପଯୁକ୍ତ ଚନ୍ଦ୍ର କୋଣସ୍ଥାନରେ ରହିଥିବାରୁ ସନ୍ତାନଙ୍କ ସମସ୍ୟା ଦୁଶ୍ଚିନ୍ତାର କାରଣ ହେବ। ସ୍ବାସ୍ଥ୍ୟ ସମସ୍ୟା ସୁଧୁରିଯିବାରୁ ଆଶ୍ୱସ୍ତି ଲାଭ କରିବେ। ଜଳ, ତୈଳ,...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୯ ତାରିଖ – Daily Horoscope

ମେଷ ଶୁଭଚନ୍ଦ୍ର ପ୍ରଭାବରେ ପାରିବାରିକ ସ୍ଥିତି ଏବଂ କର୍ମକ୍ଷେତ୍ର ଭଲ ରହିବ। ପରିବାରର ଆବଶ୍ୟକତାକୁ ଅନୁଭବକରି ଇଚ୍ଛା ନ ଥାଇ ମଧ୍ୟ କେତେକ କାମ କରିବାକୁ...

ରାଶିଫଳ: ସୋମବାର, ଡିସେମ୍ବର ୮ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଦୈହିକ ସୁସ୍ଥତା, ପାରିବାରିକ ଶାନ୍ତି ଏବଂ ବନ୍ଧୁମିଳନରୁ ଖୁସି ରହିବେ। ଦୂରଯାତ୍ରା, ବ୍ୟବସାୟ, ପରିବହନ, ସାହିତ୍ୟ, ସଙ୍ଗୀତାଦି ପ୍ରତି...

ରାଶିଫଳ: ରବିବାର, ଡିସେମ୍ବର ୭ ତାରିଖ – Daily Horoscope

ମେଷ ଆଜିର ଗୁରୁଚାନ୍ଦ୍ରୀ ଯୋଗ ପ୍ରଭାବରେ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ପାଇବେ। ସାହିତ୍ୟ, ସାମ୍ବାଦିକତା, ସଂଗଠନ ଓ ରାଜନୀତିରେ ଦୃଢ଼ ପୃଷ୍ଠପୋଷକତା ଯୋଗୁ ଆଗେଇଯିବେ। ସନ୍ତାନଙ୍କ...

ରାଶିଫଳ: ଶନିବାର, ଡିସେମ୍ବର ୬ ତାରିଖ – Daily Horoscope

ମେଷ ଆଜିର ଗୁରୁଚାନ୍ଦ୍ରୀ ଯୋଗ ପ୍ରଭାବରେ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ପାଇବେ। ସାହିତ୍ୟ, ସାମ୍ବାଦିକତା, ସଂଗଠନ ଓ ରାଜନୀତିରେ ଦୃଢ଼ ପୃଷ୍ଠପୋଷକତା ଯୋଗୁ ଆଗେଇଯିବେ। ସନ୍ତାନଙ୍କ...

ରାଶିଫଳ: ଗୁରୁବାର, ଡିସେମ୍ବର ୪ ତାରିଖ – Daily Horoscope

ମେଷ ଆଜି ଦ୍ୱିଜା ନକ୍ଷତ୍ର ବୈଷୟିକ ସୁଖ, ସମ୍ପଦର ଅଭିବୃଦ୍ଧିଜନିତ ପ୍ରଫୁଲ୍ଲତା ଅନୁଭବ କରିବେ। ଦୂରଯାତ୍ରାର ସୁଯୋଗ ପାଇବେ ମାତ୍ର ରାସ୍ତାରେ କୌଣସି ବ୍ୟକ୍ତିଙ୍କ ସହ...

ରାଶିଫଳ: ବୁଧବାର, ଡିସେମ୍ବର ୩ ତାରିଖ – Daily Horoscope

ମେଷ ଆଜିର କର୍ମକ୍ଷେତ୍ରରେ ଆଶା ପୂରଣ ହୋଇପାରିବ ଏବଂ ଆର୍ଥିକ ଅଭିବୃଦ୍ଧି ସହ ସମ୍ମାନିତ ହେବେ। ଆତ୍ମୀୟଙ୍କ ଉପରେ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri