Posted inRasifala

ରାଶିଫଳ: ଶୁକ୍ରବାର, ସେପ୍ଟେମ୍ବର ୪ ତାରିଖ – Daily Horoscope

ମେଷ
ଆଜି ସ୍ବଗୃହୀ ରବିଙ୍କ ପ୍ରଭାବରେ ପ୍ରତ୍ୟେକ ସ୍ତରରେ ଆପଣ ଫଳପ୍ରଦ ଆଲୋଚନା କରିପାରିବେ। ସନ୍ତାନ ହେତୁକ ପ୍ରତ୍ୟେକ ସମସ୍ୟା ନିଶ୍ଚିତ ସୁଧୁରିଯିବ। ଆନୁଷଙ୍ଗିକ ସୁବିଧା ସୁଯୋଗ ଲାଭକରି କର୍ମକ୍ଷେତ୍ରରେ ଲକ୍ଷ୍ୟ ହାସଲରେ କୌଣସି ଅସୁବିଧା ହେବ ନାହିଁ। ରାଜନୈତିକ ଓ ସାଙ୍ଗଠନିକ କାର୍ଯ୍ୟରେ ପ୍ରଶଂସିତ ହେବେ।
ବୃଷ
ବୃଷ

ଉପଚୟସ୍ଥ ଶୁକ୍ର ଭାଗ୍ୟ ସ୍ଥାନରୁ ଶନିଦୃଷ୍ଟ ହେତୁ କୌଣସି ଭଦ୍ରମହିଳାଙ୍କ ସାହାଯ୍ୟରୁ ଉପକୃତ ହେବେ। ପାଖ ପଡ଼ୋଶୀଙ୍କ କୌଣସି କଥାରେ ମୁଣ୍ଡ ପୂରାଇ ଅଯଥା ମନ ବିଷାକ୍ତ କରିବେ। ବିଭିନ୍ନ ପ୍ରକାର ଝମେଲା ଭିତର ଦେଇ ଯିବାକୁ ପଡୁଥିବାରୁ ସମ୍ପୂର୍ଣ୍ଣଭାବେ ଶାନ୍ତି ଓ ସନ୍ତୋଷ ଆସିବ ନାହିଁ।

ମିଥୁନ
ମିଥୁନ
କର୍ମଭାବସ୍ଥ ଚନ୍ଦ୍ର ହେତୁ ସରକାରୀ କିମ୍ବା ବେସରକାରୀ ସ୍ତରରୁ ପାଇବାକୁ ଥିବା ଅର୍ଥ ପାଇବେ। ସଦାବେଳେ ଝଗଡ଼ା କରିବାକୁ ଚାହିଁବସିଥିବା ଲୋକଟିର ସାମ୍‌ନା କିମ୍ବା ସମାଧାନ କରିବାର ଚିନ୍ତା ଲାଗି ରହିବ। ନିଜର ସୁଖ ସୁବିଧାକୁ ପ୍ରାଧାନ୍ୟ ଦେଇ ସମାଲୋଚିତ ହୋଇପାରନ୍ତି।
କର୍କଟ
କର୍କଟ
ପାପଗ୍ରହ ମଧ୍ୟସ୍ଥ ରାଶ୍ୟାଧିପତି ଯୋଗୁ ଖାଲି କାମ। କାମ ଭିତରେ ବୁଡିରହି ସ୍ବାସ୍ଥ୍ୟ ପ୍ରତି ନଜର ଦେଇପାରିବେ ନାହିଁ। କର୍ମକ୍ଷେତ୍ରରେ ସାମୟିକ ବ୍ୟତିକ୍ରମ ଲାଗିରହିଲେ ମଧ୍ୟ ନିଶ୍ଚିତ ସଫଳତା ପାଇବେ। ଗୁପ୍ତ ଶତ୍ରୁତା ଓ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି।
ସି˚ହ
ସି˚ହ
ସ୍ବାସ୍ଥ୍ୟ ଭଲ ରହିବା ସହ ବନ୍ଧୁଙ୍କ ସାହାଯ୍ୟରୁ ଅର୍ଥଲାଭ ଓ କାର୍ଯ୍ୟସିଦ୍ଧି ଘଟିବ। ପାରିବାରିକ କ୍ଷେତ୍ରରେ ରହିଆସିଥିବା ସମସ୍ୟା ଆଜି ଜଣେ ହିତୈଷୀଙ୍କ ସାହଚର୍ଯ୍ୟରେ ସମାଧାନ ହୋଇଯିବ। ପରିବହନ,ବାଣିଜ୍ୟ ଓ ବ୍ୟବସାୟ, ଶିଳ୍ପ ଓ ଏଜେନ୍ସିପ, ପରିବହନରୁ ଖୁସି ରହିବେ।
କନ୍ୟା
କର୍ମକ୍ଷେତ୍ରରେ ରାହୁଙ୍କ ଅବସ୍ଥିତି ହେତୁ ପରିସ୍ଥିତି ଗମ୍ଭୀର ରହିଲେ ମଧ୍ୟ କାର୍ଯ୍ୟ ସମ୍ପନ୍ନରେ ଅସୁବିଧା ରହିବ ନାହିଁ। ବିବାଦୀୟ ଟିକା,ଟିପ୍ପଣୀ କିୟତ୍‌ ସମୟରେ ଦୂରେଇଯିବ। ବନ୍ଧୁମାନେ ନିଜର ପୂର୍ବ ପ୍ରତିଶ୍ରୁତି ଅନୁଯାୟୀ ଯଥା ସମୟରେ ପ୍ରସଙ୍ଗ କ୍ରମେ ସାହାଯ୍ୟ କରିବାକୁ ଆଗେଇ ଆସିବେ।
ତୁଳା
ତୁଳା
ଆଜି ଧନାଧିପ ସପ୍ତମ କେନ୍ଦ୍ରରୁ ଧନ ସ୍ଥାନକୁ ଦେଖୁଥିବାରୁ ଧନସମ୍ପତ୍ତି,ଜମିଜମା କାରବାର ପାଇଁ ଭଲ। କାର୍ଯ୍ୟାରମ୍ଭରେ କୌଣସି ଗୁରୁ ସ୍ଥାନୀୟ ବ୍ୟକ୍ତି ବିରୋଧାଭାସ ପ୍ରଦର୍ଶନ କରିପାରନ୍ତି। ସଭାସମିତିରେ ଆପଣ ଯୁକ୍ତିବଳରେ ସମସ୍ତଙ୍କ ମୁହଁ ବନ୍ଦ କରିଦେଇପାରିବେ।
ବିଛା
ବିଛା
ଭାଗ୍ୟ ଅଧିପତିଙ୍କ ପ୍ରଭାବରେ କୌଣସି ବନ୍ଧୁଙ୍କ ଆର୍ଥିକ ସାହାଯ୍ୟ ଓ ସହଯୋଗରୁ ମାନସିକ ଅସ୍ଥିରତା ଦୂରେଇଯିବ। ପରିସ୍ଥିତି ଓ ପରିବେଶକୁ ଲକ୍ଷ୍ୟରଖି କାମ କରନ୍ତୁ, ନତୁବା କିଛିଟା ଅସୁବିଧାର ସମ୍ଭାବନା ରହିଛି। କୌଣସି ସଭାସମିତି କିମ୍ବା ଆଲୋଚନା ନତୁବା ଗଠନମୂଳକ କାର୍ଯ୍ୟରେ ଯୋଗଦେଇପାରନ୍ତି।
ଧନୁ
ଧନୁ
ଅନ୍ୟମାନଙ୍କ ପ୍ରେରଣା ଦ୍ୱାରା ପ୍ରଭାବିତ ହୋଇ ସମ୍ମାନିତ ହୋଇପାରନ୍ତି। ନୂତନ ସ୍ଥାନକୁ ଯାତ୍ରା କିମ୍ବା ଜମିଜମା କାରବାର କିମ୍ବା ନିର୍ମାଣାଧୀନ କାର୍ଯ୍ୟ ସ୍ଥଗିତ ରହିପାରେ। ବନ୍ଧୁ ଗହଣରେ ବିବାଦୀୟ ମନ୍ତବ୍ୟ ଦେବା କାରଣରୁ ଦୁଶ୍ଚିନ୍ତାଗ୍ରସ୍ତ ହେବେ। ଆଶା ପୂରଣ ହେବାରେ ଜଣେ ବନ୍ଧୁ ଆକସ୍ମିକ ସାହାଯ୍ୟ କରିବେ।
ମକର
ମକର

ଗ୍ରହସ୍ଥିତି ଅନୁକୂଳ ଯୋଗୁ ଆପଣ ଯାହା ଓ ଯେମିତି ଚାହୁଁଛନ୍ତି ତାହା କରି ଚାଲନ୍ତୁ ଅବଶ୍ୟ କୃତକାର୍ଯ୍ୟ ହେବେ। ନିଜ ଲୋକମାନଙ୍କ ଖାପଛଡ଼ା ମନୋଭାବ ଓ ସମସ୍ୟା ପରେ ସମସ୍ୟା ଆସୁଥିବା ହେତୁ ବ୍ୟସ୍ତ ହେବେ। ଆର୍ଥିକ ସ୍ଥିତି ମନ୍ଦ ହେବନି କିନ୍ତୁ ହାତକୁ ନେଇଥିବା ଆଜିର କାମଗୁଡ଼ିକ ଡେରିରେ ସମ୍ପନ୍ନ ହେବ।

କୁମ୍ଭ
କୁମ୍ଭ
ସ୍ବାସ୍ଥ୍ୟ ଭଲ ରହିବା ସାଙ୍ଗକୁ ଦୃଢ଼ ମନୋବଳ ଆପଣଙ୍କୁ ସାହାଯ୍ୟ କରିବ। ଭଲ ସମ୍ପର୍କ ଥିବା ବନ୍ଧୁ ସାଧାରଣ କଥାରେ ବିଗିଡି ଯାଇପାରନ୍ତି। ପାରିବାରିକ କ୍ଷେତ୍ରରେ ଭାବପ୍ରବଣତା ଯୋଗୁ ମନୋବଳ କ୍ରମଶଃ ହ୍ରାସ ପାଇବ। ବ୍ୟବସାୟରେ ସଫଳତା ହାସଲ କରିବେ। ନୂତନ କର୍ମାରମ୍ଭ, ଲୋକସମ୍ପର୍କ ପାଇଁ ଦିନଟି ଭଲ।
ମୀନମୀନ

ବୁଧଙ୍କ ପ୍ରଭାବରେ ପାରିବାରିକ ସ୍ତରରେ ନିଜ ଲୋକମାନେ ସାହାଯ୍ୟ ସହଯୋଗ କରିବେ। କାମଟିକୁ ଶେଷ କରିବା ସକାଶେ ବହୁତ ପ୍ରତିରୋଧର ସାମ୍‌ନା କରିବାକୁ ପଡ଼ିଲେ ମଧ୍ୟ ସଫଳତା ନିଶ୍ଚିତ ମିଳିବ। ବାଣିଜ୍ୟ, ବ୍ୟବସାୟ ତଥା ଆଲୋଚନା କ୍ଷେତ୍ରରେ ସଂଯମତା ଅବଲମ୍ବନ କରନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଗୁରୁବାର , ଜୁନ୍ ୧୧ ତାରିଖ – Daily Horoscope

ମେଷ ଆଜି ରାଶ୍ୟାଧିପତି ସ୍ବଗୃହରେ ଶୁକ୍ରନକ୍ଷତ୍ରସ୍ଥ ଯୋଗୁ ସ୍ବାସ୍ଥ୍ୟ ଭଲ ରହିବା ସହ ଖୁସିରେ ସମୟ କଟିବ। ଶନିଙ୍କ ସଂଯୋଗଜନିତ ଦ୍ୱାଦଶସ୍ଥ ଚନ୍ଦ୍ର ଯାତ୍ରା, ଆଧ୍ୟାତ୍ମିକ ଚିନ୍ତନ…

ରାଶିଫଳ: ବୁଧବାର, ଜୁନ୍ ୧୦ ତାରିଖ – Daily Horoscope

ମେଷ ଆପଣଙ୍କ ଦକ୍ଷତା ଏବଂ କର୍ତ୍ତବ୍ୟନିଷ୍ଠା କାରଣରୁ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ଈର୍ଷାପରାୟଣ ବନ୍ଧୁ ଓ ସହକର୍ମୀ ଅପପ୍ରଚାର ଚଳାଇପାରନ୍ତି। ବାଣିଜ୍ୟ, ବ୍ୟବସାୟିକ କ୍ଷେତ୍ରରେ ଅର୍ଥ ସମ୍ପର୍କକୁ…

ରାଶିଫଳ: ମଙ୍ଗଳବାର , ଜୁନ୍ ୯ ତାରିଖ – Daily Horoscope

ମେଷ ଶ୍ରୁତିମଧୁର ବାକ୍ୟାଳାପ ଦ୍ୱାରା ବନ୍ଧୁଙ୍କୁ ଆପ୍ୟାୟିତ କରିବେ। ଶନିଙ୍କ ପ୍ରଭାବରୁ ମୃଦୁ ମନ୍ଦ ଗତିରେ କର୍ମପ୍ରବାହକୁ ଆଗକୁ ଗଡ଼ାଇନେବାରେ ସାହାଯ୍ୟ କରିପାରନ୍ତି। ବନ୍ଧୁଙ୍କ ସହ ଆନୁଷ୍ଠାନିକ…

ରାଶିଫଳ: ସୋମବାର, ଜୁନ୍ ୮ ତାରିଖ – Daily Horoscope

ମେଷ ଆଜି ସ୍ବାସ୍ଥ୍ୟ ସମସ୍ୟା, ଜମିଜମା କଥା, ସମ୍ପର୍କୀୟଙ୍କ ସହ ଆଲୋଚନାରେ ସମୟ ଅତିବାହିତ କରିପାରନ୍ତି। ଆର୍ଥିକ ସ୍ଥିତିରେ ସୁଧାର ଆସିପାରେ। ପାରିବାରିକ ସ୍ତରରେ ମନ ଭୁଲାଣିଆ…

ରାଶିଫଳ: ରବିବାର, ଜୁନ୍ ୭ ତାରିଖ – Daily Horoscope

ମେଷ ଶାରୀରିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ ଆର୍ଥିକ ସ୍ଥିତି ମନ୍ଦ ହେବନାହିଁ। ଚନ୍ଦ୍ରଙ୍କ ସହିତ ରାହୁଙ୍କ ସଂଯୋଗ ପାରିବାରିକ ଏବଂ ସନ୍ତାନଙ୍କ ସ୍ବାସ୍ଥ୍ୟହାନିର କାରଣ ହେବ…

ରାଶିଫଳ: ଶନିବାର, ଜୁନ୍ ୬ ତାରିଖ – Daily Horoscope

ମେଷ ଆଜି ରୁକ୍ଷ ଦୃଷ୍ଟିରେ ବୁଧ ଓ ଶୁକ୍ର ଯୋଗୁ କର୍ମକ୍ଷେତ୍ର, ପରିବାର ଓ ଆର୍ଥିକ ଦିଗ ଭଲ ରହି ନ ପାରେ। ସବୁ କିଛି ଭଲ…

ରାଶିଫଳ: ଶୁକ୍ରବାର , ଜୁନ୍ ୫ ତାରିଖ – Daily Horoscope

ମେଷ ଆଜି ହିତୈଷୀଙ୍କ ସହ ଆଲୋଚନା ପୂର୍ବକ ନୂଆ କାମର ରୂପରେଖ ପ୍ରସ୍ତୁତ କରିବେ। ଦୀର୍ଘଦିନରୁ ଯାହା ଆଶା କରୁଥିଲେ ଆଜି ତାହା ସହଜ ଓ ସୁବିଧାରେ…

ରାଶିଫଳ: ଗୁରୁବାର, ଜୁନ୍ ୪ ତାରିଖ – Daily Horoscope

ମେଷ ଆଜି ଯେଉଁ କାମ ଆରମ୍ଭ କରିବେ ସଫଳତା ପାଇବା କଷ୍ଟକର ହେବ। ଅବଶ୍ୟ ଯାତ୍ରା, ବାଣିଜ୍ୟ, ପରିବହନ କ୍ଷେତ୍ରରେ ପ୍ରତିବନ୍ଧକ କ୍ରମଶଃ ଦୂରେଇବାରେ ଲାଗିବ। ରାଜନୀତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri