Posted inRasifala

ରାଶିଫଳ: ଶୁକ୍ରବାର, ଡିସେମ୍ବର ୪ ତାରିଖ – Daily Horoscope

ମେଷ
ଆଜି ଦିନଟି ଭଲରେ କଟିବ। ତରବରିଆ ନ ହୋଇ ସ୍ଥିର ପଦକ୍ଷେପ ନେଲେ ଉପକୃତ ହେବେ। ଦୂରଯାତ୍ରାରେ କୌଣସି ବ୍ୟକ୍ତିଙ୍କ ସହ ଅପ୍ରିୟ ସତ କହି ବିରୋଧୀ ହେବେ। ଶିଳ୍ପ, ବାଣିଜ୍ୟ, କ୍ରୀଡା, ସଙ୍ଗୀତ, ଚଳଚ୍ଚିତ୍ରାଦି କ୍ଷେତ୍ରରେ ସୁଫଳ ପ୍ରାପ୍ତି ହୋଇପାରେ। ଅପରାହ୍ନରେ ଆକସ୍ମିକ ଭାବେ ଜଣେ ବ୍ୟକ୍ତିଙ୍କ ସହ ବନ୍ଧୁତା ହେବ।
ବୃଷ
ବୃଷ
ପ୍ରତ୍ୟେକ କ୍ଷେତ୍ରରେ କାର୍ଯ୍ୟାରମ୍ଭର ପରକ୍ଷଣରେ ତାହା ଜଟିଳ ଆଡକୁ ଗତି କରିବ। ରୋହିଣୀ ନକ୍ଷତ୍ରର ଅର୍ଥ, ଭୋଗ ବିଳାସ ମଧ୍ୟରେ ସମୟଟି ଭଲରେ ଅତିବାହିତ ହେବ। ଆନୁଷ୍ଠାନିକ କ୍ଷେତ୍ରରେ କାମ କରିବାର ସୁଯୋଗ ପାଇବା ସଙ୍ଗକୁ ସାଙ୍ଗଠନିକ କାର୍ଯ୍ୟରେ ପ୍ରଶଂସିତ ହେବେ।
ମିଥୁନ
ମିଥୁନ
ସକାଳୁ ସକାଳୁ ହଠାତ୍‌ ସାଧାରଣ କଥାକୁ କେନ୍ଦ୍ର କରି ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ। ଅପ୍ରିୟ ସତ୍ୟ ଭାଷଣରୁ ଦୂରେଇ ନ ରହିଲେ ସମସ୍ୟାରେ ପଡ଼ିପାରନ୍ତି। ଆନୁଷ୍ଠାନିକ କାମ ସକାଶେ ତପତ୍ରତା ବଢିପାରେ। କଚେରି ମାମଲା କ୍ଷେତ୍ରରେ ଆଶାଜନକ ଫଳ ପାଇବେ।
କର୍କଟ
କର୍କଟ
କର୍ମକ୍ଷେତ୍ରରେ ମଜାଳିଆ କଥା କହି ମନ ଜିଣିବେ। ଅତି ନିକଟରେ ରହୁଥିବା ମିତ୍ରମାନେ କିଛି ପାଇବା ଆଶାରେ ପ୍ରଶଂସା ଗାଇ ବୁଲିବେ। କ୍ରୀଡ଼ା, କଳା, ସାହିତ୍ୟ, ସାମ୍ବାଦିକତା ତଥା ରଚନାମତ୍କ କାର୍ଯ୍ୟରେ ଅଗ୍ରଗତି ଘଟିବ। କୌଣସି କାମ ସକାଶେ ଇଚ୍ଛା ନ ଥିଲେ ମଧ୍ୟ ପରିବାରରେ ଡରିମରିି କାମ କରିବାକୁ ବାଧ୍ୟ ହୋଇପାରନ୍ତି।
ସି˚ହ
ସି˚ହ
ଅତୀତର ଘଟଣାଗୁଡିକର ସମୀକ୍ଷାଜନିତ କୌଣସି ଅସୁବିଧା ନ ଥାଇ ମଧ୍ୟ ମନ ବିଚଳିତ ହେବ। ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ଋଣ ସୂତ୍ରରେ ଅର୍ଥଲାଭ କରିବେ ଏବଂ ବାଣିଜ୍ୟ, ବ୍ୟବସାୟରେ ଉନ୍ନତି ଘଟିବ। ସାହିତ୍ୟ, କଳା, ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବାର ସୁଯୋଗ ପାଇପାରନ୍ତି।
କନ୍ୟା
ଭାବୁଥିବା କାମଟି ବିଧିବଦ୍ଧ ଭାବେ ନ କରିବାରୁ ସୁଯୋଗ ହାତଛଡା ହୋଇପାରେ। ଭଲ କଥା କହିଲେ ମଧ୍ୟ ବନ୍ଧୁ ତାହାକୁ ଭୁଲ୍‌ ଦୃଷ୍ଟିକୋଣରୁ ବିଚାର କରିପାରନ୍ତି। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ। ଉପରିସ୍ଥଙ୍କ ଅନୁକମ୍ପାରୁ କର୍ମକ୍ଷେତ୍ରରେ ନୂତନ ଦାୟିତ୍ୱ ହାତକୁ ନେଇପାରନ୍ତି।
ତୁଳା
ତୁଳା
ସମ୍ପର୍କୀୟଙ୍କ ଶତ୍ରୁତା ଯୋଗୁ ବିଚଳିତବୋଧ କରିବାକୁ ପଡିବ। ପାରିବାରିକ ସଦ୍‌ଭାବ ଅକ୍ଷୁଣ୍ଣ ରହିବ। ମାତ୍ର ନିଜକୁ ଟିକେ ନରମି କହିବାକୁ ପଡିପାରେ। ବନ୍ଧୁ ପ୍ରତିଶ୍ରୁତି ରକ୍ଷାକରି ଆପଣଙ୍କ କାମରେ ସହଯୋଗ କରିବେ। କୌଣସି ଗୁରୁତ୍ୱପୂର୍ଣ୍ଣ କାମ ସକାଶେ ପରିସ୍ଥିତି ଗମ୍ଭୀର ରହିବ ଓ ଅଭାବ ପରିଲକ୍ଷିତ ହେବ।
ବିଛା
ବିଛା
ଲୋକସମ୍ପର୍କ ବୃଦ୍ଧି ପାଇବାରେ ନିଜ ଲୋକ ହଁି ପ୍ରତିବନ୍ଧକ ସୃଷ୍ଟି କରିବେ। ଅଫିସ୍‌ରେ ଥିବା ସମୟରେ ବନ୍ଧୁଙ୍କ ବିଷୟରେ କୌଣସି ଖବର ପାଇ ବିସ୍ମିତ ହେବେ। କର୍ମକ୍ଷେତ୍ରରେ ସରକାରୀ ପଦସ୍ଥ ବ୍ୟକ୍ତିବିଶେଷଙ୍କ ଅନୁକମ୍ପାରୁ ଉପକୃତ ହେବ। ପର କଥାରେ ପଡି ଘର ଲୋକଙ୍କୁ ଭୁଲ୍‌ ବୁଝିପାରନ୍ତି।
ଧନୁ
ଧନୁ
କର୍ମକ୍ଷେତ୍ରରେ କୌଶଳ ପ୍ରୟୋଗ କରି ନିଜ ପରିସରରେ ପ୍ରତିଷ୍ଠିତ ହେବେ। ବନ୍ଧୁମାନଙ୍କ ଆହ୍ବାନ କ୍ରମେ କୌଣସି ଶୁଭକାର୍ଯ୍ୟରେ ଯୋଗଦେଇପାରନ୍ତି। ରାଜନୀତି, ପ୍ରକାଶନ, ପ୍ରଶାସନ, ଗବେଷଣା ଓ ଆନୁଷ୍ଠାନିକ କାର୍ଯ୍ୟ ପାଇଁ ଦିନଟି ବହୁତ ଭଲ। ସାହିତ୍ୟ, ସାମ୍ବାଦିକତା, ସଙ୍ଗଠନ ଓ ସଭା ସମିତିରେ ସୁନାମ ଅର୍ଜନ କରିବେ।
ମକର
ମକର
ଆଶା ପୂରଣ ହେବାରେ ଜଣେ ବାଲ୍ୟ ବନ୍ଧୁ ସାହାଯ୍ୟ କରିବେ। ସାଧାରଣ କଥାକୁ କେନ୍ଦ୍ରକରି ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଝଗଡ଼ା ଲାଗିପାରେ। ସଭାସମିତି, ଆଲୋଚନା, ଗଠନମୂଳକ କାମ, ଲେଖାପଢା କ୍ଷେତ୍ରରୁ ଶୁଭଫଳ ପାଇବେ। ମାଙ୍ଗଳିକ ଉତ୍ସବ କିମ୍ବା ସାଂସ୍କୃତିକ ଅନୁଷ୍ଠାନର ସାଜସଜ୍ଜାରେ ବ୍ୟସ୍ତ ରହିପାରନ୍ତି।
କୁମ୍ଭ
କୁମ୍ଭ
ସମସ୍ୟା ସମାଧାନର ରାସ୍ତା ଖୋଜିବାରେ ସମର୍ଥ ହେବେ। ଭୁଲ୍‌ ବୁଝାମଣା ଓ ସନ୍ଦେହ କାରଣରୁ ପରିବାରରେ ବିଶୃଙ୍ଖଳା ଦେଖାଦେଇପାରେ। ଯାତ୍ରାରେ ଜିନିଷପତ୍ର ପ୍ରତି ସତର୍କ ରୁହନ୍ତୁ ଅନ୍ୟଥା ଅଦଳ ବଦଳ ହୋଇଯାଇପାରେ। ଘର କଥା କହି ବନ୍ଧୁଙ୍କ ମନରେ ବିଶ୍ୱାସ ହେଲା ଭଳି କାମ କରିପାରନ୍ତି।
ମୀନମୀନ
ନିଜେ କଷ୍ଟ ସ୍ବୀକାର କଲେ ମଧ୍ୟ ମିଠା କଥା କହି ସମସ୍ୟାକୁ ସୁଧାରି ନେବେ। ସ୍ବାର୍ଥ ସାଧନର ମସୁଧା କରି ଭଲ୍‌ ସମ୍ପର୍କ ଥିବା ବନ୍ଧୁ ଅସୁବିଧାରେ ପକାଇପାରନ୍ତି। ଅଧିକାଂଶ ସମୟରେ ଭାବପ୍ରବଣତା ଯୋଗୁ ମନୋବଳ କ୍ରମଶଃ ହ୍ରାସ ପାଇବ। କଳା, ସଂଗୀତ, ଚଳଚ୍ଚିତ୍ର ତଥା ମନୋରଞ୍ଜନରେ ନିଜକୁ ନିୟୋଜିତ କରିପାରନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ମେ ୧୮ ତାରିଖ – Daily Horoscope

ମେଷ ଆଜିର କର୍ମକ୍ଷେତ୍ର ଏବଂ ପାରିବାରିକ ସ୍ଥିତି ପ୍ରୀତିପ୍ରଦ ରହିବ। ବ୍ୟବହାରରେ ସଂଯମତା ଅଭାବରୁ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ। ବିଭିନ୍ନ ପ୍ରକାର କାର୍ଯ୍ୟ ବ୍ୟସ୍ତତା କାରଣରୁ…

ରାଶିଫଳ: ରବିବାର, ମେ ୧୭ ତାରିଖ – Daily Horoscope

ମେଷ ଆଜି କୃତ୍ତିକା ନକ୍ଷତ୍ରସ୍ଥ ଚନ୍ଦ୍ର ଆର୍ଥିକ, ସାମାଜିକ ଏବଂ ପାରିବାରିକ ଜୀବନକୁ ଋଦ୍ଧିମନ୍ତ କରିବ। ଦ୍ୱାଦଶସ୍ଥ ମଙ୍ଗଳ ଭ୍ରାତୃ ସମ୍ପର୍କରେ ତିକ୍ତତା ସୃଷ୍ଟି ହେବ। କର୍ମକ୍ଷେତ୍ରରେ…

ରାଶିଫଳ: ଶନିବାର, ମେ ୧୬ ତାରିଖ – Daily Horoscope

ମେଷ ଆଜି କାମ ହାସଲ କରିବାରେ ଜଣେ ପୁରୁଣା ବନ୍ଧୁ ସାହାଯ୍ୟ କରିବେ। ଘାତଚନ୍ଦ୍ର ଯୋଗୁ ବାଣିଜ୍ୟ ବାଧାପ୍ରାପ୍ତ ହୋଇପାରେ। ପାରିବାରିକ ଜୀବନରେ ବୁଝାମଣା କ୍ଷେତ୍ରରେ ମତାନ୍ତରର…

ରାଶିଫଳ: ଶୁକ୍ରବାର, ମେ ୧୫ ତାରିଖ – Daily Horoscope

ମେଷ ବିଶିଷ୍ଟବ୍ୟକ୍ତିଙ୍କ ସହାୟତାରେ କାମଗୁଡ଼ିକୁ ସମ୍ପନ୍ନ କରିବାରେ କିଛି ଅସୁବିଧା ହେବନାହିଁ। ରହି ଯାଇଥିବା ଫାଇଲ କାମଟିକୁ ଆଜି ହିଁ ଆରମ୍ଭ କରିବାକୁ ମନ ବଳାଇବେ ଓ…

ରାଶିଫଳ: ଗୁରୁବାର, ମେ ୧୪ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ଅଶ୍ୱିନୀ ନକ୍ଷତ୍ରର ବନ୍ଧୁଙ୍କ ସହ ଭୁଲ୍‌ ବୁଝାମଣା କାରଣରୁ ମନ ଅଶାନ୍ତ ରହିପାରେ। ତଥାପି ଶାରୀରିକ ସୁସ୍ଥତା, ଆର୍ଥିକ ଉନ୍ନତି ଏବଂ ପ୍ରତିଯୋଗିତାରେ ସଫଳତା…

ରାଶିଫଳ: ବୁଧବାର, ମେ ୧୩ ତାରିଖ – Daily Horoscope

ମେଷ ପ୍ରତ୍ୟେକ କାମ ବିଳମ୍ବ ଓ ଝମେଲା ଭିତରେ ହିଁ ସମ୍ପନ୍ନ ହେବ। କିନ୍ତୁ ଯଦି ତରବରିଆ ପଦକ୍ଷେପ ନେବେ ତେବେ ବେଶି ହଇରାଣ ହେବାକୁ ପଡ଼ିପାରେ।…

ରାଶିଫଳ: ମଙ୍ଗଳବାର, ମେ ୧୨ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ କେତେକ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବାକୁ ପଡ଼ିପାରେ। ଦୃଢ଼ ଓ କଠୋରୋକ୍ତି ଫଳରେ ମୁହଁ ସାମ୍ନାରେ କଥା କହିବାକୁ ଅନ୍ୟମାନେ ପଛେଇ ରହିବେ। ପାରିବାରିକ…

ରାଶିଫଳ: ସୋମବାର, ମେ ୧୧ ତାରିଖ – Daily Horoscope

ମେଷ ଅନୁକୂଳ ଗ୍ରହସ୍ଥିତି ଯୋଗୁ ପାରିବାରିକ ଓ କର୍ମ କ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ଅନେକାଂଶରେ ଭଲ ରହିବ। ବନ୍ଧୁଙ୍କୁ ସୁହାଇଲା ଭଳି ମଉଜିଆ କଥା କହି ପରିସ୍ଥିତିକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri