Posted inRasifala

ରାଶିଫଳ: ଶୁକ୍ରବାର, ଅକ୍ଟୋବର ୨୪ ତାରିଖ – Daily Horoscope

ମେଷ
ଆଜି କାର୍ଯ୍ୟସିଦ୍ଧି ସହ ହସଖୁସିରେ ସମୟ ଅତିବାହିତ ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହେବ। ଯାତ୍ରା ସମୟରେ ବାହାର ଲୋକଙ୍କ କଥା ଶୁଣି ବ୍ୟସ୍ତ ହୁଅନ୍ତୁ ନାହିଁ। ଦୂରାଗତ ବନ୍ଧୁଙ୍କର କେତେକ ସମସ୍ୟା ସମାଧାନ ପାଇଁ ନିଜକୁ କିଛି କରିବାକୁ ପଡିପାରେ। ସାମୂହିକ ଆଲୋଚନା, ଆନୁଷ୍ଠାନିକ କାମ, ମଜା ମଉଜର ପରିସରରୁ ଖୁସୀ ହୋଇପାରନ୍ତି।
ବୃଷ
ବୃଷ
ଆଜି ବନ୍ଧୁଙ୍କ ଆନୁଗତ୍ୟପୂର୍ଣ୍ଣ କଥାରେ ମନ ଖୁସି ହୋଇଯିବ। ଯାତ୍ରା କାଳରେ ଅଜଣା ଲୋକଙ୍କୁ ମନେଇବାରେ ସଫଳ ହେବେ। ରବିଙ୍କ ଦୁର୍ବଳତା ପାରିବାରିକ କ୍ଷେତ୍ର ସକାଶେ କୈାଣସି ଅପୂର୍ଣ୍ଣତା ମନୋଦୁଃଖର କାରଣ ହୋଇପାରେ। କର୍ମକ୍ଷେତ୍ରରେ ଅନ୍ୟର କାନକୁହା କଥା ଶୁଣି ପଦାଧିକାରୀ ଆପଣଙ୍କୁ ଭୁଲ୍‍ ବୁଝତ୍ପାରନ୍ତି।
ମିଥୁନ
ମିଥୁନ
ଆକସ୍ମିକଭାବରେ ନିକଟ ସମ୍ପର୍କୀୟଙ୍କ ସହ ଆଲୋଚନାରେ ଭାଗ ନେଇପାରନ୍ତି। ସତର୍କତା ଅଭାବରୁ ଅର୍ଥ କିମ୍ବା କୈାଣସି ଜିନିଷ ହରାଇ ବ୍ୟସ୍ତତା ଅନୁଭବ କରିବେ। ସଭାସମିତିରେ ପ୍ରିୟ କଥା କହି ସମସ୍ୟାକୁ ସୁଧାରି ନେବାରେ ସଫଳତା ପାଇବେ। ପାରିବାରିକ ସମର୍ଥନ କର୍ମକ୍ଷେତ୍ରରେ ସହାୟକ ହେବାର ସୂଚନା ରହିଛି।
କର୍କଟ
କର୍କଟ
 ଦୈହିକ ଏବଂ ମାନସିକ ସୁସ୍ଥତା ଅକ୍ଷୁର୍ଣ୍ଣ ରହିବାରୁ କାର୍ଯ୍ୟକ୍ଷେତ୍ରରେ ଉସତ୍ାହିତ ହେବେ। ସମ୍ପର୍କୀୟଙ୍କ ପରାମର୍ଶରେ ନୂତନ କାମର ପରିକଳ୍ପନା କରିପାରନ୍ତି। ପରିବାରର ବ୍ୟୟ ଅଟକଳ କରିବେ ଏବଂ ବାଣିଜ୍ୟରେ ଉଚ୍ଚ ଫଳ ପ୍ରାପ୍ତି ହେବେ। ବିବାଦୀୟ ଘଟଣାରେ ନୀରବତା ଶ୍ରେୟ ଅଟେ, ଅନ୍ୟଥା ସମସ୍ୟା ଭିତରକୁ ଯାଇପାରନ୍ତି ା
ସି˚ହ
ସି˚ହ
ନିଜକାମ ପଛକୁ ପକାଇ ଅନ୍ୟମାନଙ୍କ କାମକୁ ପ୍ରାଧାନ୍ୟ ଦେବାରୁ ସମାଲୋଚିତ ହେବେ। ଅଧିକାଂଶ ସମୟ ଆପଣଙ୍କ ଅନୁପସ୍ଥିତିଜନିତ ବନ୍ଧୁମାନେ ଅଭିଯୋଗ କରିପାରନ୍ତି। ବନ୍ଧୁ ରାଗ ଶୁଝାଇବାକୁ ଯାଇ ଠିକଣା ସମୟରେ ପ୍ରତିଶୋଧ ନେଇପାରନ୍ତି। ପଛକଥା ନଭାବି ପରିସ୍ଥିତିକୁ ସାମନା କରିବାକୁ ଚେଷ୍ଟା କରନ୍ତୁ।
କନ୍ୟା
ପାରିବାରିକ କ୍ଷେତ୍ରରେ ଦୁର୍ଭାବନା ବଢିିଚାଲିବ। ଏହା ସଙ୍ଗକୁ ଆମତ୍ୀୟ ମାନଙ୍କ କଟାଘାରେ ଚୁନଛିଟା ଦେଲାଭଳି କଥା ମନକୁ ବେଶୀ ବାଧିବ। ବାରମ୍ବାର ବିଫଳତା କାରଣରୁ ଅନ୍ୟମାନଙ୍କୁ ସହଜରେ ବିଶ୍ୱାସ କରିପାରିବେନାହିଁ। ଆବଶ୍ୟକତା ପୂରଣ କରିବାକୁ ଯାଇ ମୋଟା ଅଙ୍କର ଅର୍ଥ ଧାର କରଜ କରିବାକୁ ପଡିପାରେ।
ତୁଳା
ତୁଳା
ଆଜିର ଯାତ୍ରା, ସ୍ଥଗିତ କାମ, ପାଇବାକୁ ଥିବା ଅର୍ଥ ଯଥା ସମୟରେ ପାଇ ମନ ଖୁସି ହୋଇଯିବ। ନିଜ ଲୋକଙ୍କ ବିଶ୍ୱାସଘାତାକତାରୁ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ବନ୍ଧୁମାନଙ୍କ ଦ୍ୱାରା ଅନୁପ୍ରେରିତ ହୋଇ ନିଷ୍ପତ୍ତି ବଦଳାଇବାକୁ ବାଧ୍ୟ ହେବେ। ବିଭିନ୍ନ ସମସ୍ୟା ରହିଥିଲେ ମଧ୍ୟ କାର୍ଯ୍ୟ ହାସଲ କରିବାକୁ ପଛାଇବେ ନାହିଁ।
ବିଛା
ବିଛା
ଆଜି ଦିନସାରା ଦୃଢ ମନୋବଳ ନେଇ କାମ କରିବେ ଓ ଆର୍ଥିକ ପରିସ୍ଥିତିରେ ସୁଧାର ଆଣିବାରେ ସମର୍ଥ ହେବେ। ଆମତ୍ୀୟମାନେ ଦୂରେଇଯିବା ସମସ୍ୟା ସୃଷ୍ଟି କରିବ। ବ୍ୟବସାୟ ଓ ପରିବହନରେ ସାଧାରଣ ପରିଶ୍ରମରେ ବେଶି ସଫଳତା ପାଇବେ। ସ୍ଥଗିତ କାମ ପାଇଁ କର୍ମକ୍ଷେତ୍ରରେ ଉପରିସ୍ଥ ଅଧିକାରୀଙ୍କୁ କୈଫୟତ୍‍ ଦେବାକୁ ପଡିପାରେ।
ଧନୁ
ଧନୁ
ଆକସ୍ମିକ ଦୂରଯାତ୍ରା ପ୍ରସ୍ତୁତି କରି ଶେଷରେ ସ୍ଥଗିତ ରଖିବାକୁ ବାଧ୍ୟ ହେବେ। ପରିବାରରୁ ଅପ୍ରୀତିକର ଖବର ପାଇ ସକାଳୁ ମନଟା ବିଗିଡି ଯାଇପାରେ। ବନ୍ଧୁମାନଙ୍କ ମାଧ୍ୟମରେ ନୂତନ ବସ୍ତ୍ରଭୂଷଣ କିମ୍ବା ମୂଲ୍ୟବାନ ଦ୍ରବ୍ୟ ଲାଭର ସୂଚନା ରହିଛି। ବ୍ୟବସାୟ, ପରିବହନ ଧିମା ଗତିରେ ଚାଲିବା କାରଣରୁ କ୍ଷୋଭ ପ୍ରକାଶ କରିପାରନ୍ତି।
ମକର
ମକର
ବନ୍ଧୁଙ୍କ ସହ ବିତର୍କ କିମ୍ବା ଟଙ୍କା ପଇସାକୁ କେନ୍ଦ୍ରକରି ଆକସ୍ମିକ କଳହ ଲାଗିପାରେ। ପାରିବାରିକ ଜୀବନରେ ସହନଶୀଳତା ଗୁଣର ଅଭାବ ଅଶାନ୍ତିର କାରଣ ହେବାର ସୂଚନା ରହିଛି। ଖଳ ଲୋକଙ୍କ ଦ୍ୱାରା କୌଣସି ଗୁଜବ ମାନସିକ ସ୍ଥିତିକୁ ଦୋହଲାଇ ଦେବ। ଅବଶ୍ୟ କର୍ମକ୍ଷେତ୍ରରେ ସମ୍ମାନ ଲାଭ ଓ ପଦମର୍ଯ୍ୟଦା ବୃଦ୍ଧି ଅକ୍ଷୁର୍ଣ୍ଣ ରହିବ।
କୁମ୍ଭ
କୁମ୍ଭ
ଦୂରାଗତ ବନ୍ଧୁ ମାନଙ୍କ ସହ ଆଳାପ ଆଲୋଚନାରେ ସମୟ କଟାଇବେ। ଦୀର୍ଘପଥ ଭ୍ରମଣ ହେତୁକ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ। ଘରୁ ଭୁଲ୍‍ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି। ଆମତ୍ୀୟ ସ୍ବଜନଙ୍କ ପରିବର୍ତିତ ଆଚରଣ ଆପଣଙ୍କୁ ସ୍ତମ୍ଭିଭୂତ କରିଦେଇପାରେ।
ମୀନମୀନ

ଆଜି ଆପଣଙ୍କ ମନ ଭିତରେ ଯାହା ଥାଉନା କାହିଁକି ଉପର ମନରେ ହସିଲେ କଥା କହିବେ। ଦିନଟି ସାମଗ୍ରୀକ ଦୃଷ୍ଟିକୋଣରୁ ବହୁତ ଭଲ ରହିବା ସଙ୍ଗକୁ ଯାହା ଓ ଯେମିତି ଚାହୁଁଛନ୍ତି ତାହା ଅବଶ୍ୟ ପାଇପାରିବେ। ଆକସ୍ମିକ ନୂତନ ବନ୍ଧୁ ସମ୍ପର୍କ ସୃଷ୍ଟିରୁ ମନ ଖୁସି ରହିପାରେ। କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିପାରନ୍ତି।

 

👉 Follow Dharitri – The Largest & Most Trusted Odia Daily 📰✨

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର, ମେ ୧ ତାରିଖ – Daily Horoscope

ମେଷ ଆପଣ ଯେମିତି ଉଚ୍ଚମନା, ଆପଣଙ୍କ କାମଗୁଡିକ ମଧ୍ୟ ସରସ, ସୁନ୍ଦର ରହିବ। ଶୁକ୍ରଙ୍କ ସ୍ଥିତି ଜନିତ ଅଭାବ ରହିବନି ଏବଂ ପାରିବାରିକ ସ୍ଥିତି ମଧ୍ୟ ମନ୍ଦ…

ରାଶିଫଳ: ଗୁରୁବାର, ଏପ୍ରିଲ ୩୦ ତାରିଖ – Daily Horoscope

ମେଷ ଆଜି ଅଶ୍ୱିନୀ ନକ୍ଷତ୍ର ସକାଶେ ପ୍ରତ୍ୟେକ କ୍ଷେତ୍ରରେ ପ୍ରତିବନ୍ଧକର ସମ୍ମୁଖୀନ ହେବେ। କୌଣସି ଖବର ଶୁଣିବା ପରେ ଏକ ଅଜଣା ଆବେଗରେ ମନ ଉଦ୍‌ବେଳିତ ହେବ।…

ରାଶିଫଳ: ବୁଧବାର, ଏପ୍ରିଲ ୨୯ ତାରିଖ – Daily Horoscope

ମେଷ ଆଜିର ଶୁଭଚନ୍ଦ୍ର ପାରିବାରିକ ଜୀବନକୁ ଶାନ୍ତିପ୍ରଦ ରଖିବା ସହ ଯାତ୍ରାକୁ ସଫଳ କରିବ। କର୍ମକ୍ଷେତ୍ରରେ ସହକର୍ମୀ ଯଥାସାଧ୍ୟ ସାହାଯ୍ୟ କରି ଶ୍ରମ ଲାଘବ କରିବେ। ବାଣିଜ୍ୟ,…

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୨୮ ତାରିଖ – Daily Horoscope

ମେଷ ଶନି ସହ ମଙ୍ଗଳଙ୍କ ସଂଯୋଗ ଦୈହିକ ଅସୁସ୍ଥତା ସୃଷ୍ଟିକଲେ ମଧ୍ୟ ଚନ୍ଦ୍ରଙ୍କ ପ୍ରଭାବରେ ବ୍ୟବହାରିକ କୁଶଳତା ଜାରିରହିବ। ସହକର୍ମୀ, ଅଧସ୍ତନ କର୍ମଚାରୀ ଏବଂ ବନ୍ଧୁବର୍ଗଙ୍କ ସହ…

ରାଶିଫଳ: ସୋମବାର, ଏପ୍ରିଲ ୨୭ ତାରିଖ – Daily Horoscope

ମେଷ ଆଜି ସାମାଜିକ କ୍ଷେତ୍ରରେ କେତେକ ଦିଗରୁ ମାନସିକ ଚାପର ସମ୍ମୁଖୀନ ହେବେ। ପାରିବାରିକ ସମସ୍ୟା ସୁଧାରିବା ପାଇଁ ସହୃଦୟ ବ୍ୟକ୍ତିଠାରୁ ସହାୟତା ପାଇବେ। ଗତକାଲିର ଆଲୋଚନା…

ରାଶିଫଳ: ରବିବାର, ଏପ୍ରିଲ ୨୬ ତାରିଖ – Daily Horoscope

ମେଷ ରାଶିରେ ରବି ଉଚ୍ଚସ୍ଥ ହେତୁ ପ୍ରତ୍ୟେକ ସ୍ତରରେ ସମ୍ମାନଜନକ ସ୍ଥିତିରେ ରହିବେ। ସ୍ବାସ୍ଥ୍ୟ ଯେମିତି ଭଲ ରହିବ ମନ ଆହୁରି ଅଧିକ ଭଲ ରହିବ। ବନ୍ଧୁଙ୍କ…

ରାଶିଫଳ: ଶନିବାର, ଏପ୍ରିଲ ୨୫ ତାରିଖ – Daily Horoscope

ମେଷ ବିଭିନ୍ନ ପ୍ରକାର ସମସ୍ୟା ଲାଗିରହିବା ଯୋଗୁ କର୍ମକ୍ଷେତ୍ରରେ କୌଣସି କାମ ସହଜରେ ସମ୍ପନ୍ନ ହେବନାହିଁ। ଅବଶ୍ୟ ପରକ୍ଷଣରେ ଅନ୍ୟାନ୍ୟ ସହକର୍ମୀଙ୍କ ହସ୍ତକ୍ଷେପ ଫଳରେ ସମାଧାନ ହୋଇପାରେ।…

ରାଶିଫଳ: ଶୁକ୍ରବାର, ଏପ୍ରିଲ ୨୪ ତାରିଖ – Daily Horoscope

ମେଷ ଅଶ୍ୱିନୀ ନକ୍ଷତ୍ରସ୍ଥ ରବି ଆପଣଙ୍କ ସୁସ୍ଥ ଚିନ୍ତାଧାରା ଓ କାର୍ଯ୍ୟକଳାପକୁ ପ୍ରଭାବିତ କରି ବ୍ୟଥିତ କରାଇପାରନ୍ତି। ଆକସ୍ମିକ ବନ୍ଧୁଙ୍କ ଅନୁରୋଧବଶତଃ ଦୂରଯାତ୍ରା କରିବାକୁ ପଡିପାରେ। ସାହିତ୍ୟ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri