Posted inRasifala

ରାଶିଫଳ: ମଙ୍ଗଳବାର, ଅକ୍ଟୋବର ୨୧ ତାରିଖ – Daily Horoscope

ମେଷ
ଆଜି ଚନ୍ଦ୍ର ସହ ଶୁକ୍ରଙ୍କ ମିଳନ ହେତୁ ଅର୍ଥନୈତିକ ଉକତ୍ର୍ଷତା ମୁହଁରେ ହସ ଫୁଟାଇବ। ପୁତ୍ରକନ୍ୟାଙ୍କ ସମସ୍ୟାର ସରଳ ସମାଧାନ କରିବାରେ ସମର୍ଥ ହେବେ। ଆମତ୍ୀୟ ମାନେ ଇର୍ଷାପରାୟଣ ମନୋଭାବ ନେଇ ଶତ୍ରୁତା ଆଚରଣ କରିପାରନ୍ତି। ଦୂରଯାତ୍ରା ପାଇଁ ପ୍ରସ୍ତୁତି ସହ ନୂତନ ସ୍ଥାନ ପରିଦର୍ଶନର ମଉକା ଜୁଟିପାରେ ା
ବୃଷ
ବୃଷ
ନୀଚ୍ଚଭାବସ୍ଥ ଶୁକ୍ରଜନିତ ବନ୍ଧୁଙ୍କ ସହ ଅଶାନ୍ତି ଓ ଅର୍ଥାଭାବର ପରିସ୍ଥିତି ଯୋଗୁ ବିଚଳିତବୋଧ କରିପାରନ୍ତି। ଭୁଲ୍‍ ବୁଝାମଣାରୁ ଭାଇ କିମ୍ବା ଭଉଣୀଙ୍କ ସହ ସଂପର୍କ ଭଲ ରହି ନ ପାରେ। କର୍ମ କ୍ଷେତ୍ରରେ ପର କଥାକୁ ସତ ମଣି ଘରେ ଅଶାନ୍ତି ଲାଗିରହିବ। ଆଜିର ଯାତ୍ରା ପ୍ରଶାସନ, ଆଇନ କଳା ସାହିତ୍ୟ କ୍ଷେତ୍ର ମନ୍ଦ ହେବନି।
ମିଥୁନ
ମିଥୁନ
ବୁଧଙ୍କ ପ୍ରଭାବରେ ସମ୍ପର୍କୀୟଙ୍କ ପ୍ରତ୍ୟକ୍ଷ ସହଯୋଗ ସମସ୍ୟା ସମାଧାନ କରିପାରିବ ନାହିଁ। ବନ୍ଧୁ ଗହଣରେ ପରିଭ୍ରମଣ, ନୂତନ ସ୍ଥାନ ପରିଦର୍ଶନ ଓ ସତ୍‍ସଙ୍ଗ ସୁଯୋଗ ପାଇବେ। ସଭାସମିତି, ଜମିଜମା ଏବଂ ପିଲାଙ୍କ କଥା ନେଇ ମନ ଭଲ ରହି ନ ପାରେ। କର୍ମକ୍ଷେତ୍ରରେ ଦୃଢତା କେତେକ କ୍ଷେତ୍ରରେ ଆପଣଙ୍କୁ ସାହାଯ୍ୟ କରିବ।
କର୍କଟ
କର୍କଟ
ତୃତୀୟସ୍ଥ ଚନ୍ଦ୍ର ପ୍ରଭାବରେ ସହକର୍ମୀଙ୍କ ସାହାଯ୍ୟ ଓ ବଦାନ୍ୟତା ଆପଣଙ୍କୁ ଅର୍ଥଲାଭ କରାଇବ। ଶନିଙ୍କ କୁପ୍ରଭାବରେ ବନ୍ଧୁମାନେ ଦୂରେଇ ରହିପାରନ୍ତି। ଆଲୋଚନା ପରିସରରେ ବିପକ୍ଷ ବ୍ୟକ୍ତି ମାନଙ୍କ ଅକାଟ୍ୟ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହୋଇପାରନ୍ତି। ଶିଳ୍ପ, ବାଣିଜ୍ୟ, ପ୍ରଶାସନ ଓ ପରିବହନ କ୍ଷେତ୍ରରୁ ସମସ୍ୟା ଦୂର ହୋଇଯିବ।
ସି˚ହ
ସି˚ହ
ଭାଗ୍ୟସ୍ଥାନକୁ ମଙ୍ଗଳଙ୍କ ଦୃଷ୍ଟି ହେତୁ ସାମୂହିକ ଆଲୋଚନା ପରିବେଶକୁ ସରସ ସୁନ୍ଦର କରିବାରେ ସମର୍ଥହେବ। ସହକର୍ମୀଙ୍କ ସହ ସଂପର୍କ ଯୋଡିବାରେ କୈାଣସି ମାଧ୍ୟମର ଆବଶ୍ୟକତା ଅନୁଭବ କରିପାରନ୍ତି। ଯେଉଁ ଜିନିଷ ପାଇବା ପାଇଁ ଚିନ୍ତା କରୁଥିଲେ ଆଜି ତାହା ବିଳମ୍ବରେ ପାଇବେ। ସାହିତ୍ୟ, ରାଜନୀତିରେ ପ୍ରଶଂସିତ ହେବେ।
କନ୍ୟା
ରାଶିରେ ଶୁକ୍ର ରହିଥିବାରୁ ବସ୍ତ୍ରଭୂଷଣ ପ୍ରାପ୍ତି ସହ ସୁପରିଚିତ ବ୍ୟକ୍ତିଙ୍କ ସହ ଆଲୋଚନାରୁ ଖୁସି ରହିବେ। ପ୍ରତିଷ୍ଟିତ ବ୍ୟକ୍ତିଙ୍କ ସାହାଯ୍ୟ ଲାଭରୁ କାମରେ ନିଜର ପତିଆରା ଜାହିର୍‍ କରିପାରନ୍ତି। ଋଣ ସୂତ୍ରରେ ଅର୍ଥଲାଭ କରିବେ କିନ୍ତୁ ବାଣିଜ୍ୟ ଓ ଯାତ୍ରା ସଂପର୍କରେ ଚିନ୍ତା ବଢିବ। ଶତ୍ରୁତା କରୁଥିବା ବ୍ୟକ୍ତି ପଛରେ ନାନାଦି କଥା କହିପାରନ୍ତି।
ତୁଳା
ତୁଳା
ଶନି ଦୃଷ୍ଟିରେ ଚନ୍ଦ୍ର ଥିବାରୁ ଅତୀତକୁ ସ୍ମରଣ କରି ମନରେ ବହୁବିଧ ଭାବନା ଉଦ୍ରେକ ହେବ। ସହାନୁଭୂତି ବଦଳରେ ନିଜ ଲୋକ ଈର୍ଷା ପରାୟଣ ହୋଇ ପରିସ୍ଥିତିକୁ ଭିନ୍ନ ରୂପ ଦେବେ। ସୁପରିକଳ୍ପିତ ଯୋଜନାକୁ ବାସ୍ତବ ରୂପ ଦେବାରେ ସଫଳ ହେବେ। ପ୍ରତ୍ୟୁଷ ଯାତ୍ରା ଶୁଭପ୍ରଦ ହେବ, ତଥାପି ଜିନିଷପତ୍ର ହଜିଯିବାର ସମ୍ଭାବନା ରହଛି।
ବିଛା
ବିଛା
ମଙ୍ଗଳ ଓ ଶନିଙ୍କ ଷଡାଷ୍ଟକ ସ୍ଥିତି ଯୋଗୁ ପ୍ରିୟଜନଙ୍କ ସହ ଏକ ସାଧାରଣ ଘଟଣାରେ ମତାନ୍ତର ଘଟିପାରେ। ଅବଶ୍ୟ କର୍ମକ୍ଷେତ୍ରରେ ବିବାଦୀୟ ପରିସ୍ଥିତିର ଦୃଢ ମୁକାବିଲା କରି ପ୍ରଶଂସିତ ହେବେ। ବ୍ୟବସାୟକୁ ଆଗକୁ ବଢାଇବା ପାଇଁ ନୂତନ ପଦକ୍ଷେପ ଗ୍ରହଣ କରିପାରନ୍ତି। ଗୁରୁବର୍ଗଙ୍କଠାରୁ ଗଠନମୂଳକ ପରାମର୍ଶ ପାଇ ଖୁସି ରହିବେ।
ଧନୁ
ଧନୁ
ଅଷ୍ଟମସ୍ଥ ବୃହସ୍ପତି ଯୋଗୁ ପ୍ରତ୍ୟେକ କ୍ଷେତ୍ରରେ ସରଳ ଭାବେ ଅନ୍ୟମାନଙ୍କୁ ବିଶ୍ୱାସ କଲେ ହଇରାଣ ହେବେ। ସନ୍ତାନଙ୍କ ବୈବାହିକ କର୍ମ ସମ୍ପାଦନ ସକାଶେ ପ୍ରସ୍ତାବ ଆସିପାରେ। କୈାଣସି ସମସ୍ୟା ମନକୁ ବାରମ୍ବାର ଆନ୍ଦୋଳିତ କରିବ। ନିଜର ଘର ଲୋକ ମାନଙ୍କ ଦ୍ୱାରା କିଛିଟା ଅସୁବିଧାର ସମ୍ମୁଖୀନ ହେବାର ସଂଭାବନା ରହିଛି।
ମକର
ମକର
ଚନ୍ଦ୍ର ସହ ଶୁକ୍ର ଭାଗ୍ୟସ୍ଥାନରେ ଥିବାରୁ ଆର୍ଥିକ ଉନ୍ନତି ସହ ନୂତନ ମିତ୍ରତା ସୃଷ୍ଟିହେବ। ବୈଷୟିକ କ୍ଷେତ୍ରରେ ବିଭିନ୍ନ ପ୍ରକାରର ପ୍ରତିବନ୍ଧକର ସାମନା କରିବାକୁ ପଡିପାରେ। ସାଧାରଣ କଥାରେ ସ୍ତ୍ରୀଙ୍କ ସହ ଭୂଲ ବୁଝାମଣାର ଆଶଙ୍କା ରହିଛି। ପ୍ରତିଯୋଗୀତା କିମ୍ବା ପ୍ରତିଦ୍ୱନ୍ଦିତା କ୍ଷେତ୍ରରେ ପ୍ରତିଷ୍ଠାର୍ଜନ କରିବେ।
କୁମ୍ଭ
କୁମ୍ଭ
କର୍ମକ୍ଷେତ୍ରରେ ଆଗାମୀ ସମୟର କାର୍ଯ୍ୟ ସକାଶେ ତପତ୍ରତା ବଢିପାରେ। ତଥାପି ଅତ୍ୟଧିକ ଭ୍ରମଣ ଜନିତ ସ୍ବାସ୍ଥ୍ୟହାନୀ ଦେଖାଦେବାର ସୂଚନାକୁ ଉପେକ୍ଷା କରିବା ଠିକ୍‍ ହେବନାହିଁ। ସାହିତ୍ୟ, ସାମ୍ବାଦିକତା, କ୍ରୀଡା ଓ ଚଳଚ୍ଚିତ୍ର କ୍ଷେତ୍ରରେ ସୁନାମ ଅର୍ଜନ କରିବେ। କାରବାର, ପୂଜାବଜାର ଏବଂ ବନ୍ଧୁମିଳନ ସମ୍ବନ୍ଧୀୟ ଆନନ୍ଦ ଉପଭୋଗ କରିବେ।
ମୀନମୀନ

 କର୍ମକ୍ଷେତ୍ରରେ ସାଧାରଣ କଥାକୁ କେନ୍ଦ୍ରକରି ସହକର୍ମୀଙ୍କ ଉପରେ ଖପ୍ପା ହେବେ। ପରିସ୍ଥିତିର ଗୁରୁତ୍ୱ ଦୃଷ୍ଟିକୋଣରୁ ଆଜି କୈାଣସି ଗୋଟିଏ ସ୍ଥାନରେ ଦୀର୍ଘ ସମୟ ରହିବା କଷ୍ଟପ୍ରଦ ହେବ। ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଲେ ପ୍ରଶଂସିତ ହେବେ। ଆର୍ଥିକ ସ୍ବଚ୍ଛଳତା ବଢିଯିବା କାରଣରୁ ଓ ପ୍ରିୟ ବନ୍ଧୁଙ୍କ ସାନ୍ନିଧ୍ୟ ଲାଭରୁ ଖୁସି ହେବେ।

 

👉 Follow Dharitri – The Largest & Most Trusted Odia Daily 📰✨

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ସେପ୍ଟେମ୍ବର ୧୪ ତାରିଖ – Daily Horoscope

ମେଷ ଆଜିର ପ୍ରତ୍ୟୁଷଯାତ୍ରା, ବିବାଦୀୟ ଘଟଣା, ପ୍ରତିଯୋଗିତାମୂଳକ କାର୍ଯ୍ୟରେ ସଫଳତା ମିଳିବାର ଆଶା କରାଯାଇପାରେ। ବନ୍ଧୁଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ସୁପରିକଳ୍ପିତ ନୂଆ ଯୋଜନାଟିଏ କରିବା ସକାଶେ…

ରାଶିଫଳ: ରବିବାର, ସେପ୍ଟେମ୍ବର ୧୩ ତାରିଖ – Daily Horoscope

ମେଷ କର୍ମାଧିପ ଭାଗ୍ୟାଧିପ ଦୃଷ୍ଟିରେ ଥିବାରୁ ସାହାଯ୍ୟ ଓ ସହଯୋଗ ପାଇ କାମକୁ ତ୍ୱରାନ୍ବିତ କରିବେ। ପରିବର୍ତ୍ତିତ ଜୀବନଶୈଳୀ ଓ ସ୍ବାସ୍ଥ୍ୟ ସଚେତନତା ଅଭାବରୁ ଶାରୀରିକ ସୁସ୍ଥତା…

ରାଶିଫଳ: ଶନିବାର, ସେପ୍ଟେମ୍ବର ୧୨ ତାରିଖ – Daily Horoscope

ମେଷ ଅଶ୍ୱିନୀ ନକ୍ଷତ୍ରର କର୍ମକ୍ଷେତ୍ରରେ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବାକୁ ପଡ଼ିପାରେ। ସମ୍ମୁଖରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ କଥା କହୁଥିବାର ଶୁଣିବାକୁ ପାଇବେ। ଦୁର୍ବଳ…

ରାଶିଫଳ:ଶୁକ୍ରବାର, ସେପ୍ଟେମ୍ବର ୧୧ ତାରିଖ – Daily Horoscope

ମେଷ ଆଜି କୋଣଭାବସ୍ଥ ଚନ୍ଦ୍ର ପାପଗ୍ରହ ଯୁକ୍ତ କାରଣରୁ ସନ୍ତାନ ହେତୁକ ଦୁଃଶ୍ଚିନ୍ତା ଲାଗିରହିବ।ରିବାରିକ ଓ କର୍ମ କ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ବିଶେଷ ଭଲ ରହିନପାରେ। ସ୍ବଗୃହୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?