Posted inRasifala

ରାଶିଫଳ:ଶନିବାର, ଫେବୃୟାରୀ ୫ ତାରିଖ – Daily Horoscope

ମେଷ
ଆଜି ଅର୍ଥଲାଭ ସହ କିଛି ପୁରୁଣା କଥା ଓ କିଛି ନୂଆ କାମକୁ ନେଇ ବ୍ୟସ୍ତ ରହିବେ। ଆତ୍ମୀୟଙ୍କ ପ୍ରତି ସହାନୁଭୂତି ପ୍ରଦର୍ଶନ କରିବେ। ବିଶ୍ୱାସର ବଶବର୍ତ୍ତୀ ହୋଇ କୌଣସି ବ୍ୟକ୍ତିଙ୍କ କଥାକୁ ସ୍ବୀକାର କରି ହଇରାଣରେ ପଡ଼ିପାରନ୍ତି। ଧର୍ମକାର୍ଯ୍ୟ, ସଭାସମିତି, ରାଜନୀତି, ପ୍ରଶାସନ, ସାମ୍ବାଦିକତା ତଥା ଆନୁଷ୍ଠାନିକ କ୍ଷେତ୍ରରେ ସଫଳତା ମିଳିବ।
ବୃଷ
ବୃଷ
ସମସ୍ୟା ମଧ୍ୟରେ ବୁଡ଼ି ରହିଥିଲେ ମଧ୍ୟ କୌଣସି କାମକୁ ଅଣଦେଖା କରିପାରିବେ ନାହିଁ। ସାଧାରଣ କଥାକୁ କେନ୍ଦ୍ରକରି ସହକର୍ମୀ କିମ୍ବା ପରିବାର ଭିତରେ ବିବାଦକୁ ପ୍ରତିହତ କରିପାରିବେ। କ୍ରମଶଃ ଦୁର୍ବଳ ଅନୁଭବ କରୁଥିବା ହେତୁ ସ୍ବାସ୍ଥ୍ୟ ସକାଶେ ଚିନ୍ତା କରିପାରନ୍ତି। ସମ୍ପର୍କୀୟଙ୍କ କୃତକର୍ମ ଆପଣଙ୍କ ମୁଣ୍ଡବ୍ୟଥାର କାରଣ ହେବ।
ମିଥୁନ
ମିଥୁନ
ପ୍ରତ୍ୟେକ କ୍ଷେତ୍ରରେ ସଫଳତାର ସହ କାର୍ଯ୍ୟସିଦ୍ଧି, ଅର୍ଥପ୍ରାପ୍ତି, ଉଚ୍ଚ ସମ୍ମାନର ସୂଚନା ରହିଛି। ଉପରିସ୍ଥଙ୍କ ଅନୁକମ୍ପା ହେତୁକ ସୁବିଧା ସୁଯୋଗ ପାଇ ଅଫିସରେ ପ୍ରଶଂସିତ ହେବେ। ବ୍ୟବସାୟ, ବାଣିଜ୍ୟ କ୍ଷେତ୍ରରେ ସମସ୍ୟା ହଟିଯାଇ ଲାଭବାନ ହୋଇପାରନ୍ତି। ଆନୁଷ୍ଠାନିକ କ୍ଷେତ୍ରରେ ତଥା କଳା.ସାହିତ୍ୟରେ ସୁନାମ ଅର୍ଜନ କରିବେ।
କର୍କଟ
କର୍କଟ
ସାମାଜିକ କ୍ଷେତ୍ରରେ ସମସ୍ୟା ସମାଧାନପୂର୍ବକ ସାମୟିକ ଆଶ୍ୱସ୍ତି ଅନୁଭବ କରିପାରନ୍ତି। କର୍ମକ୍ଷେତ୍ରରେ ସ୍ଥଗିତ କାମକୁ ପୂରା ଦମରେ କରିବା ପାଇଁ ନିଷ୍ପତ୍ତି ନେଇ ସଫଳତା ହାସଲ କରିବେ। ପରିବାରରେ ମତାନ୍ତର ଜନିତ ଅଶାନ୍ତି ଓ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। କୌଣସି କ୍ଷେତ୍ରରେ ଗୁଡିଏ ଟଙ୍କା ଖର୍ଚ୍ଚକରି ଦୁଃଖିତ ହେବେ।
ସି˚ହ
ସି˚ହ
ଭାଙ୍ଗି ପଡ଼ିଥିବା ସମ୍ପର୍କ ଯୋଡ଼ିବାକୁ ଅନ୍ୟର ସାହାଯ୍ୟର ପ୍ରାର୍ଥୀ ହେବାକୁ ପଡ଼ିପାରେ। ଅନ୍ୟମନସ୍କ ଯୋଗୁ କିଛି ମୂଲ୍ୟବାନ ଜିନିଷ ହରାଇ ମାନସିକ ବ୍ୟଥା ଅନୁଭବ କରିପାରନ୍ତି। ଗୃହକୁ ସୌଖୀନ ପଦାର୍ଥ ଆଣିପାରନ୍ତି। ଛୋଟ ଛୋଟ ଘଟଣା ପ୍ରତି ଗୁରୁତ୍ୱ ଦେଲେ ଲାଭ କିଛି ହେବନି ବରଂ ଅଶାନ୍ତି ବଢ଼ିବ।
କନ୍ୟା
ଗୋପନ କଥାଟିକୁ ବନ୍ଧୁଙ୍କ ଆଗରେ କହି ପରେ ଅନୁତାପ କରିବେ। କାର୍ଯ୍ୟ କ୍ଷେତ୍ରରେ ଓଲଟା କାମ କରି ଉପର ଅଧିକାରୀଙ୍କ ବିରାଗଭାଜନ ହୋଇପାରନ୍ତି। କଚେରି ମାମଲା କିମ୍ବା ପରିବହନରେ ସମସ୍ୟା ଦୂର ହେବ ଏବଂ ଲାଭବାନ ହେବେ। ପ୍ରକାଶନ, ପ୍ରଶାସନିକ ଓ ସାଂଗଠନିକ, ସଭାସମିତି ସ୍ତରରେ କଠିନ ଶ୍ରମ କରିବାକୁ ବାଧ୍ୟ ହେବେ।
ତୁଳା
ତୁଳା
ଅନ୍ୟଙ୍କୁ ଖୁସି କରିବାକୁ ଯାଇ ନିଜେ ହରଡ଼ଘଣାରେ ପଡ଼ିପାରନ୍ତି। କୌଣସି ବନ୍ଧୁଙ୍କୁ ସମବେଦନା ଜଣାଇ ଚର୍ଚ୍ଚାର ପରିସରକୁ ଆସିବାକୁ ପଡ଼ିପାରେ। ସାଧାରଣ କଥାକୁ କେନ୍ଦ୍ରକରି ଅଫିସରେ ମଧ୍ୟାହ୍ନ ସମୟରେ ମନରେ ବିତର୍କର ସୂତ୍ରପାତ ହେବ। ବ୍ୟବସାୟ ଓ ବାଣିଜ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଲାଗିରହିବ।
ବିଛା
ବିଛା
ଆଜି ସକାଳୁ କୌଣସି ଶୁଭ ଖବର ମନକୁ ଆହ୍ଲାଦିତ କରିବ। ଯାତ୍ରାରେ ସଫଳତା ସାଙ୍ଗକୁ ବିଭିନ୍ନ ଅନୁଷ୍ଠାନ କିମ୍ବା ସଂଗଠନ କ୍ଷେତ୍ରରେ ନିଜକୁ ସାମିଲ କରି ଖୁସି ହେବେ। ଆକସ୍ମିକ ଆବଶ୍ୟକତାକୁ ନେଇ କିଛି ମୂଲ୍ୟବାନ ଦ୍ରବ୍ୟ କ୍ରୟ କରିବେ। ପରିସ୍ଥିତିରେ ପଡ଼ି ଖର୍ଚ୍ଚାନ୍ତ ହେବେ ଏବଂ ସାମୟିକ ଭାବରେ ମାନସିକ ଆଘାତ ପାଇବେ।
ଧନୁ
ଧନୁ
ବିଗତ ଦିନର ଘଟଣା ସମୂହକୁ ଜାଣିଥିଲେ ମଧ୍ୟ ପ୍ରତ୍ୟେକ କ୍ଷେତ୍ରରେ ସତ କଥା କହିପାରିବେ ନାହିଁ। ଯେକୌଣସି ପରିସ୍ଥିତିରେ ଛୋଟ ଛୋଟ କାମ ହାତକୁ ନେଲେ ଦ୍ୱନ୍ଦ୍ୱରେ ପଡ଼ିପାରନ୍ତି। ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରନ୍ତୁ। ଯେଉଁ ଜିନିଷଟିକୁ ପାଇବାକୁ ଇଚ୍ଛା କରିଛନ୍ତି ତାହା ବିଳମ୍ବରେ ପାଇବେ।
ମକର
ମକର
ଆବଶ୍ୟକତା ପୂରଣ କରିବାକୁ ଯାଇ ଭାଇ କିମ୍ବା ପଡ଼ୋଶୀଙ୍କଠାରୁ ଧାର କରଜ କରିବାକୁ ପଡ଼ିବ। ଆଜି ଫେରିବା ବାଟରେ ମିତ୍ରତା ବନ୍ଧନରେ ଆବଦ୍ଧ ହେବେ। ଆପଣ ନିଜକୁ ନିୟନ୍ତ୍ରଣ ମଧ୍ୟରେ ରଖିବା ପାଇଁ ସମର୍ଥ ନ ହେଲେ କ୍ଷତିରେ ପଡ଼ିପାରନ୍ତି। ଧର୍ମାନୁଷ୍ଠାନ, ରାଜନୀତି, ପ୍ରଶାସନ, ଯାତ୍ରା, ବାଣିଜ୍ୟ, ନିର୍ମାଣ ପାଇଁ ଦିନଟି ବହୁତ ଭଲ।
କୁମ୍ଭ
କୁମ୍ଭ
ପ୍ରତିଦାନ ଆଶା କରି କିଛି ନ ପାଇବା କାରଣରୁ ମନରେ କ୍ରୋଧ ଜାଗ୍ରତ ହେବ। ଘର ସୀମା କିମ୍ବା ଜମିବାଡ଼ି ସମ୍ପର୍କରେ କିଛିଟା ଦୁଶ୍ଚିନ୍ତାର ଭାରରେ ମନ ଭାରି ଲାଗିବ। ବିଶୃଙ୍ଖଳିତ ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିବାରେ ସମର୍ଥ ହେବେ। ବ୍ୟବସାୟ ଓ ରପ୍ତାନି ବାଣିଜ୍ୟରେ ସାମୟିକ ପ୍ରତିବନ୍ଧକ ଦେଖାଦେଇପାରେ।
ମୀନମୀନ
କର୍ମଜଞ୍ଜାଳ ବୃଦ୍ଧି କାରଣରୁ ବିଚଳିତ ହୋଇପାରନ୍ତି। ଭଲ ସମ୍ପର୍କ ଥିବା ବ୍ୟକ୍ତିଙ୍କ ଉପରେ ମନେ ମନେ ଖପ୍ପା ହେଲେ ମଧ୍ୟ ଉପରେ କିଛି ପ୍ରକାଶ କରିପାରିବେ ନାହିଁ। ଘରେ କିମ୍ବା ଅଫିସରେ ମଧ୍ୟ ଏହିଭଳି ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିପାରେ। ମାଲି ମକଦ୍ଦମାରେ ନିଜ ସପକ୍ଷରେ ରାୟ ଯିବାର ଆଶାକରି ଏକପ୍ରକାର ଚିନ୍ତାମୁକ୍ତ ହେବେ ା

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ଜୁଲାଇ ୧୩ ତାରିଖ – Daily Horoscope

ମେଷ ଆଜିର ଯାତ୍ରାରେ ଅଭିଳଷିତ ଫଳ ପାଇବେ ଏବଂ ଅଟକି ରହିଥିବା କାମ ତ୍ୱରାନ୍ବିତ ହେବ। ପରିବହନ, ନିର୍ମାଣ, ଜମିଜମା ଓ ଆନୁଷ୍ଠାନିକ ଆଲୋଚନାରେ ସଫଳତା ହାସଲ…

ରାଶିଫଳ: ରବିବାର, ଜୁଲାଇ ୧୨ ତାରିଖ – Daily Horoscope

ମେଷ ଆଜିର ନୂତନ କର୍ମାରମ୍ଭ, ଆନୁଷ୍ଠାନିକ କର୍ମ ଆନନ୍ଦ ଉଲ୍ଲାସ ମଧ୍ୟରେ ସମ୍ପନ୍ନ ହେବ। ହିତୈଷୀମାନଙ୍କ ସହୃଦୟତାରୁ ଆପଣ ଯାହା ଚାହୁଁଛନ୍ତି, ତାହା ପାଇବାରେ କୌଣସି ଅସୁବିଧା…

ରାଶିଫଳ: ଶନିବାର, ଜୁଲାଇ ୧୧ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ଭିନ୍ନ ପ୍ରକାର ହେତୁ ଅନ୍ୟମାନେ ଭୁଲ୍‍ ବୁଝିପାରନ୍ତି। ବ୍ୟବସାୟ ଓ ବାଣିଜ୍ୟରେ ଆଶା ଅନୁଯାୟୀ ସଫଳତା ମିଳିବ। ଦୀର୍ଘ ଦିନରୁ ରହିଯାଇଥିବା…

ରାଶିଫଳ: ଶୁକ୍ରବାର , ଜୁଲାଇ ୧୦ ତାରିଖ – Daily Horoscope

ମେଷ ଆଜିର ଯାତ୍ରା, ବାଣିଜ୍ୟ, ବ୍ୟବସାୟରୁ ଅର୍ଥଲାଭ ହେବା ସାଙ୍ଗକୁ ପ୍ରିୟଜନଙ୍କ ଦେଖାସାକ୍ଷାତ୍‍ରୁ ଖୁସି ରହିବେ। ମତପାର୍ଥକ୍ୟ କାରଣରୁ ବନ୍ଧୁ କିମ୍ବା ପରିବାର ସହ ମନୋମାଳିନ୍ୟ ସୃଷ୍ଟିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri