Posted inRasifala

ରାଶିଫଳ: ରବିବାର, ସେପ୍ଟେମ୍ବର ୨୧ ତାରିଖ – Daily Horoscope

ମେଷ
ବୃହସ୍ପତିଙ୍କ ଦୃଷ୍ଟିରେ ମଙ୍ଗଳ ରହିଥିବାରୁ ଶାରୀରିକ ସୁସ୍ଥତା ପୂର୍ବପରି ରହିବ। ପାପଗ୍ରହ ପ୍ରଭାବରୁ ସନ୍ତାନ ହେତୁକ କିଛିଟା ସମସ୍ୟା ମନକୁ ବିଚଳିତ କରିପାରେ। ସମ୍ମୁଖରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ ପ୍ରକାରର କଥା କହୁଥିବାର ଶୁଣିବାକୁ ପାଇବେ। ଆର୍ଥିକ ସ୍ଥିତି ଦୁର୍ବଳ ହେବା କାରଣରୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଅଟକି ରହିବ।
ବୃଷ
ବୃଷ
ସାମଗ୍ରିକ ଦୃଷ୍ଟିକୋଣରୁ ଦ୍ୱିଜା ନକ୍ଷତ୍ର ସକାଶେ ଦିନଟି ପ୍ରୀତିପ୍ରଦ ରହିବ। ଆପଣଙ୍କ କଥା ଓ କାମର ପରିପ୍ରକାଶ ସାମାଜିକ କ୍ଷେତ୍ରରେ ସମ୍ମାନର ପୃଷ୍ଠପୋଷକ ସାଜିବ। ଶନିଙ୍କ ପ୍ରତ୍ୟକ୍ଷ ଦୃଷ୍ଟି ରବିଙ୍କ ଉପରେ ପଡ଼ୁଥିବାରୁ ପାରିବାରିକ କ୍ଷେତ୍ରରେ ମନୋମାଳିନ୍ୟ ଘଟିପାରେ। ଉପରିସ୍ଥଙ୍କ ସହ ମତାନ୍ତର ଘଟିପାରେ।
ମିଥୁନ
ମିଥୁନ
ମଙ୍ଗଳଙ୍କ କୁପ୍ରଭାବରୁ ମାନସିକ ଉତ୍ତେଜନା ବୃଦ୍ଧି ପାଇବା ସହ ପାରିବାରିକ କଳହ ଲାଗିପାରେ। କର୍ମାରମ୍ଭ ପାଇଁ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇବେ। ପ୍ରଶାସନ, ରାଜନୀତି, ସଙ୍ଗଠନ, ସଭାସମିତି ଓ ଆନୁଷ୍ଠାନିକ କ୍ଷେତ୍ରରେ ପ୍ରଶଂସିତ ହେବେ। ସନ୍ତାନଙ୍କ ବୈବାହିକ ସମ୍ବନ୍ଧ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହେବ।
କର୍କଟ
କର୍କଟ
ରବି ଓ ବୁଧଙ୍କ ଯୋଗୁ ପ୍ରିୟଜନଙ୍କ ସହାନୁଭୂତି ପାଇବା ସାଙ୍ଗକୁ କାର୍ଯ୍ୟ ହାସଲ କରିବେ। ସଭାସମିତି ଓ ଆନୁଷ୍ଠାନିକ କାମକୁ ଅଗ୍ରଗାମୀ କରାଇବାରେ ସମର୍ଥ ହୋଇପାରନ୍ତି। ଶିଳ୍ପ, ଯାତ୍ରା, ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ବିଦ୍ରୋହ ଓ ଅଶାନ୍ତି ବଢ଼ିବ। କ୍ରୀଡ଼ା, ସଙ୍ଗୀତ ଓ ଚଳଚ୍ଚିତ୍ର ତଥା ପ୍ରତିଯୋଗିତାରେ ସଫଳତା ଅର୍ଜନ କରିବେ।
ସି˚ହ
ସି˚ହ
ଦ୍ୱିତୀୟ ଭାବରେ ରବି ଓ ବୁଧଙ୍କ ସ୍ଥିତି ଆପଣଙ୍କ ଓଜସ୍ବିନୀ ଭାଷା ଗୁଣଗ୍ରାହୀଙ୍କ ଦ୍ୱାରା ପ୍ରଶଂସିତ ହେବ। ଆର୍ଥିକ ଉନ୍ନତି ସହ ସମ୍ମାନଜନକ ସ୍ଥିତିରେ ଦିନଟି ସ୍ମରଣୀୟ ରହିବ। କଳା, ସାହିତ୍ୟ ଓ ସଙ୍ଗୀତ କ୍ଷେତ୍ରରେ ସୁନାମ ଅର୍ଜନ କରିବେ। କଚେରି ମାମଲାର ଶୁଣାଣିରୁ ମନ ଖୁସି ରହିବ। ବ୍ୟବସାୟ ଓ ପରିବହନରେ ଲାଭବାନ୍‌ ହେବେ।
କନ୍ୟା
ମଙ୍ଗଳଙ୍କ ପ୍ରଭାବରେ ଶତ୍ରୁତା କରୁଥିବା ଲୋକଟି ମନକୁ ବାଧିଲା ଭଳି କଥା କହିପାରେ। ବ୍ୟବସାୟ କିମ୍ବା ପରିବହନ କ୍ଷେତ୍ରରେ ଅଧିକ କିଛି ଆଶା କାରଣରୁ କଳହର ସମ୍ଭାବନା ରହିଛି। ଆଜିର ପ୍ରତ୍ୟୁଷ ଯାତ୍ରାରେ ଅଭିଳଷିତ କାମ ମଧ୍ୟ ହୋଇଯିବ। ସହକର୍ମୀଙ୍କଠାରୁ ଗୁରୁତ୍ୱପୂର୍ଣ୍ଣ ଖବରଟିଏ ପାଇ ଖୁସି ଅନୁଭବ କରିବେ।
ତୁଳା
ତୁଳା
ଲାଭ ଓ ବ୍ୟୟାଧିପ ଏକତ୍ର ଅବସ୍ଥାନ କରୁଥିବାରୁ ଆଜି ଯେତିକି ପାଇବେ, ତାହାଠାରୁ ଅଧିକ ଖର୍ଚ୍ଚ କରିବେ। ଶତ୍ରୁଠାରୁ ଦୂରତା ରଖିବା ଭଲ ହେବ, ନତୁବା ହଇରାଣ ହେବାକୁ ପଡ଼ିପାରେ। ବିଭିନ୍ନ ସମସ୍ୟା ମଧ୍ୟରେ ବୁଡ଼ିରହି ନିଜର କାମଗୁଡ଼ିକୁ ସମ୍ପନ୍ନ କରିବାରେ ବ୍ୟସ୍ତତା ବଢ଼ିଯିବ। ଶିଳ୍ପ, ସାମ୍ବାଦିକତା ଓ ଅର୍ଥ ସମ୍ବନ୍ଧିତ କାମରେ ସଫଳତା ପାଇବେ।
ବିଛା
ବିଛା
ତୃତୀୟ ଭାବରେ ଗ୍ରହମାନେ ସମ୍ପର୍କୀୟଙ୍କ ସାହାଯ୍ୟ ଲାଭକରି ଅଭିଳଷିତ କାର୍ଯ୍ୟ ସାଧନ କରିବେ। ଚନ୍ଦ୍ରଙ୍କ ଶୁଭ ସଂସ୍ଥାନରୁ ଯେଉଁ କାମରେ ହାତ ଦେବେ ନିଶ୍ଚିତ ସଫଳତା ମିଳିବ। ପରିବହନ, ଶିଳ୍ପ ଓ ବାଣିଜ୍ୟରେ ପ୍ରତିବନ୍ଧକ ଦୂରେଇବା ପାଇଁ ପ୍ରଯନତ୍ କରିପାରନ୍ତି। ଘରୋଇ ବ୍ୟାପାରରେ ଗୁଜବ ମାନସିକ ସ୍ଥିତିକୁ ଦୋହଲାଇ ଦେବ।
ଧନୁ
ଧନୁ
କର୍ମସ୍ଥାନର ଯୋଗଫଳ ସ୍ବରୂପ ନିଜ ଲୋକମାନଙ୍କ ସାନ୍ନିଧ୍ୟ ଲାଭକରି ପୂର୍ବ ସଂକଳ୍ପ ସାଧନ କ୍ଷେତ୍ରରେ ସମର୍ଥ ହେବେ। ପରିବାରରେ ପିଲାମାନଙ୍କ ସଫଳତାରେ ଆନନ୍ଦ ଅନୁଭବ କରିବେ। ବାଟରେ ଯିବା ସମୟରେ ଯାନ୍ତ୍ରିକ ତ୍ରୁଟି ଅସୁବିଧାରେ ପକାଇପାରେ। ନୂତନ ସ୍ଥାନ ପରିଦର୍ଶନ ସୁଯୋଗ ପାଇବାର ବିଶେଷ ସମ୍ଭାବନା ରହିଛି।
ମକର
ମକର
ଭାଗ୍ୟାଧିପତିଙ୍କ ଦୃଷ୍ଟିରେ ରାଶ୍ୟାଧିପତି ରହିଥିବାରୁ ଆପଣଙ୍କ କାର୍ଯ୍ୟ ସଫଳ ହେବ। ଉପରିସ୍ଥମାନେ କାମ ହାସଲ ସକାଶେ ସହଯୋଗ ଲୋଡ଼ିପାରନ୍ତି। ଆର୍ଥିକ ସ୍ଥିତି ମନ୍ଦ ହେବନି, କିନ୍ତୁ ଆବଶ୍ୟକତା ପୂର୍ଣ୍ଣ ହେବା କାଠିକର ପାଠ ହେବ। ବ୍ୟବସାୟ, ପରିବହନ, ନିର୍ମାଣ, ସଭାସମିତି, ଲେଖାପଢ଼ା ପ୍ରଭୃତିରୁ ସୁଫଳ ପାଇବେ।
କୁମ୍ଭ
କୁମ୍ଭ
କର୍ମକ୍ଷେତ୍ରର କୌଣସି ଅତୀତ ଘଟଣାକୁ ସ୍ମରଣ କରି ଅନୁତାପ କରିବେ। ରାହୁଙ୍କ କୁପ୍ରଭାବରୁ ପରିବାରରେ ଅସାବଧାନତାବଶତଃ କୌଣସି ଦବ୍ର୍ୟ ନଷ୍ଟ ହୋଇପାରେ। କଳା, ସାହିତ୍ୟରେ ଉନ୍ନତି କରିବା ସହ ବନ୍ଧୁଙ୍କ ଦ୍ୱାରା ପ୍ରଶଂସିତ ମଧ୍ୟ ହେବେ। ଯାତ୍ରା ସମୟରେ ଯାନ୍ତ୍ରିକ ତ୍ରୁଟି ସମସ୍ୟାକୁ ଦ୍ୱିଗୁଣିତ କରିପାରେ।
ମୀନମୀନ

ଆଜି କର୍ମାଧିପତିଙ୍କ ସ୍ବଗୃହକୁ ଦୃଷ୍ଟି ଯୋଗୁ ଯେତେଟା ପରିସ୍ଥିତିକୁ ଜଟିଳ ମନେକରୁଛନ୍ତି, ସେପରି କିଛି ହେବନି। ରବି ଓ ବୁଧଙ୍କ ପ୍ରଭାବରେ ପରିବାରରେ ସମାଲୋଚିତ ହେବେ। ପରିବହନରେ ଦେଖିଚାହିଁ ପଦକ୍ଷେପ ନିଅନ୍ତୁ ନତୁବା ସମସ୍ୟା ଉପୁଜିପାରେ। ଯାତ୍ରା ସମୟରେ କୌଣସି ଅପରିଚିତ ବ୍ୟକ୍ତିକୁ ବିଶ୍ୱାସ କରି ଖାଲରେ ପଡ଼ିପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ଜୁଲାଇ ୨୨ ତାରିଖ – Daily Horoscope

ମେଷ ଆଜି ଖର୍ଚ୍ଚ ପରିମାଣ ବୃଦ୍ଧି ପାଇଲେ ମଧ୍ୟ ଯାତ୍ରା, ବାଣିଜ୍ୟ, ବ୍ୟବସାୟ ପାଇଁ ଦିନଟି ବହୁତ ଭଲ। ଆଲୋଚନା କ୍ରମରେ ଘରର କେତେକ କାମକୁ କରିବା…

ରାଶିଫଳ: ମଙ୍ଗଳବାର, ଜୁଲାଇ ୨୧ ତାରିଖ – Daily Horoscope

ମେଷ ଆଜି ରାଶ୍ୟାଧିପତିଙ୍କ ନକ୍ଷତ୍ରରେ ଚନ୍ଦ୍ର ଅବସ୍ଥାନ କରି ଶାରୀରିକ ଓ ମାନସିକ ସୁସ୍ଥତା ଅକ୍ଷୁଣ୍ଣ ରଖିବେ । କର୍ମକ୍ଷେତ୍ରରେ ଅଗ୍ରଗତି କରିବେ, କିନ୍ତୁ କିଛିଟା ପ୍ରତିରୋଧର…

ରାଶିଫଳ: ସୋମବାର, ଜୁଲାଇ ୨୦ ତାରିଖ – Daily Horoscope

ମେଷ ବନ୍ଧୁଙ୍କ ପରାମର୍ଶରେ ବହୁତ ଦିନରୁ ସ୍ଥଗିତ କାମଟିକୁ ହଠାତ୍‌ ଆରମ୍ଭ କରିବା ସକାଶେ ମନ ବଳାଇବେ। କୃତିକା ନକ୍ଷତ୍ର ଆଜି ଯେଉଁ କାମରେ ଯାତ୍ରା କରୁଛନ୍ତି…

ରାଶିଫଳ: ରବିବାର , ଜୁଲାଇ ୧୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହ ସ୍ଥିତି ପ୍ରଭାବରେ ଅଭିଳଷିତ କାର୍ଯ୍ୟ ହାସଲ କରିପାରିବେ। ସ୍ବାସ୍ଥ୍ୟ ସମସ୍ୟା ସୁଧୁରିବା ସହ ପାରିବାରିକ ଜୀବନରେ ସ୍ନେହ, ସହାନୁଭୂତିର ଅଭାବ ରହିବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri