Posted inRasifala

ରାଶିଫଳ: ଶୁକ୍ରବାର, ସେପ୍ଟେମ୍ବର ୧୯ ତାରିଖ – Daily Horoscope

ମେଷ
ଦୀର୍ଘଦିନର ପାରିବାରିକ ସମସ୍ୟା ସମାଧାନ ସକାଶେ ବନ୍ଧୁ ମାର୍ଗଦର୍ଶକ ସାଜିବେ। ଆନୁଷଙ୍ଗିକ ସାହାଯ୍ୟରୁ ନିର୍ମାଣାଧୀନ କାମର ପ୍ରତିବନ୍ଧକ ଦୂର ହେବ। ଶୁକ୍ରଙ୍କ ପ୍ରଭାବରୁ ପରିବହନ, ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ସୁଫଳ ପ୍ରାପ୍ତି ହୋଇପାରେ। କର୍ମକ୍ଷେତ୍ରରେ କେତେକାଂଶରେ ସାଧାରଣ ଘଟଣାରେ ମନସ୍ତାପ କରିବାକୁ ପଡ଼ିପାରେ।
ବୃଷ
ବୃଷ
ବନ୍ଧୁଙ୍କ ନିକଟରୁ ଆନୁଷଙ୍ଗିକ ସାହାଯ୍ୟ ଲାଭରୁ କାର୍ଯ୍ୟ ହାସଲ କରିବେ। ମନୋବଳ ଟାଣ ରହିବ ଓ ଅଟକିଥିବା କାମକୁ ଶେଷ କରିପାରିବେ। ପାରିବାରିକ ସମସ୍ୟା ଭିତରେ ମଧ୍ୟ ନିଜକୁ ନିୟନ୍ତ୍ରଣରେ ରଖିବା ପାଇଁ ସମର୍ଥ ହେବେ। ଆଧ୍ୟାତ୍ମିକ ଗ୍ରହ ଶନିଙ୍କ କୃପାରୁ ବନ୍ଧୁଙ୍କ ଗହଣରେ ତୀର୍ଥାଟନର ସୁଯୋଗ ଲାଭ କରି ଖୁସୀ ଅନୁଭବ କରିପାରନ୍ତି।
ମିଥୁନ
ମିଥୁନ
ପରିବାର ସ୍ଥାନରେ ବୁଧ ହେତୁ ପାରିବାରିକ ସମସ୍ୟା ଥିଲେ ମଧ୍ୟ କାମ ସଫଳତାର ସହ ସମ୍ପନ୍ନ କରିବେ। କିଛି ଗୋଳମାଳିଆ ପରିସ୍ଥିତିରେ ମଧ୍ୟସ୍ଥତା କରିଥିବାରୁ ଅନ୍ୟକୁ କୈଫିୟତ ଦେବାକୁ ପଡିପାରେ। ବ୍ୟବସାୟରେ ସମସ୍ୟା ବଡ ଆକାର ଧାରଣ କରିପାରେ। ଆନୁଷ୍ଠାନିକ କାମରେ ମିତ୍ରତା ବନ୍ଧନରେ ଆବଦ୍ଧ ହେବେ।
କର୍କଟ
କର୍କଟ
ସ୍ବରାଶିରେ ଚନ୍ଦ୍ର ଅବସ୍ଥାନ କରିଥିବାରୁ ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣରେ ରହିବ। ସହକର୍ମୀଙ୍କ ସହ ସୁସମ୍ପର୍କ ଅଭାବରୁ କର୍ମକ୍ଷେତ୍ରରେ ସମାଲୋଚନାର ପାତ୍ର ହେବେ। ବିନୟ ବଚନ ପ୍ରଭାବରୁ ସମସ୍ୟାଗୁଡିକର ସରଳ ସମାଧାନ କରିବାରେ ସଫଳ ହେବେ। ପାରିବାରିକ କଳହକୁ କେନ୍ଦ୍ରକରି ସାୟାହ୍ନେ ଭାବପ୍ରବଣ ହୋଇପାରନ୍ତି।
ସି˚ହ
ସି˚ହ
ନୀଚ୍ଚାରୋହୀ କର୍ମାଧିପତି ପାପଗ୍ରହ ଯୁକ୍ତ କାରଣରୁ କାମର ଚାପ ବୃଦ୍ଧିଜନିତ ମାନସିକ ସ୍ଥିରତା ରହିବ ନାହିଁ। ପରିସ୍ଥିତିରେ ପଡି ଆବଶ୍ୟକତାଠାରୁ ଅଧିକ ଖର୍ଚ୍ଚ କରିବାକୁ ବାଧ୍ୟ ହେବେ। ଗତକାଲି ପରି ଆଜି ମଧ୍ୟ ପାରିବାରିକ ପରିସ୍ଥିତି ଅପରିବର୍ତ୍ତିତ ରହିବ। ବନ୍ଧୁ ପରିଜନଙ୍କ ସହିତ ମାତ୍ରାଧିକ ଭ୍ରମଣ ଯୋଗୁ କ୍ଳାନ୍ତି ଅନୁଭବ କରିପାରନ୍ତି।
କନ୍ୟା
ଏକାଦଶ ସ୍ଥାନରେ ବୃହସ୍ପତି ଅବସ୍ଥାନ କରିଥିବାରୁ କୌଣସି ସମସ୍ୟା ବିଚଳିତ କରିପାରିବ ନାହିଁ। ବନ୍ଧୁଙ୍କ କଥାରେ ପ୍ରଭାବିତ ହୋଇ ଭୁଲ କାମ କରିପାରନ୍ତି। ସାହିତ୍ୟ ଓ ସଭା ସମିତିରେ ସମସ୍ୟା ସମାଧାନର ରାସ୍ତା ବାହାର କରିବାରେ ସମର୍ଥ ହେବେ। କର୍ମକ୍ଷେତ୍ରରୁ ଫେରିବା ବେଳକୁ ନିଜ ମନ ପସନ୍ଦର ଜିନିଷଟି କିଣିବାରେ ସମର୍ଥ ହେବେ।
ତୁଳା
ତୁଳା
କର୍ମଭାବସ୍ଥ ଚନ୍ଦ୍ର ପରିବାରରେ ସୁଖ ଶାନ୍ତି ଫେରାଇ ଆଣିବାରେ ସହାୟକ ହେବେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ , ପରିବହନ ଏବଂ ଦୂରଯାତ୍ରା କ୍ଷେତ୍ରରେ ସଫଳତା ମିଳିବ। ବନ୍ଧୁଙ୍କର ଆଗଭଳି ଭଲ ମନୋଭାବ ନ ଥିବା ଅନୁଭବ କରିପାରନ୍ତି। ରଚନାମତ୍କ କାମରେ, ସାହିତ୍ୟ ଓ ସାମ୍ବାଦିକତା କ୍ଷେତ୍ରରେ, ଚୁକ୍ତିପତ୍ର କରିବାରେ ସଫଳ ହେବେ ା
ବିଛା
ବିଛା
ବୁଧାଦିତ୍ୟ ଯୋଗ ପ୍ରଭାବରୁ କର୍ମକ୍ଷେତ୍ରରେ ସାହସିକତା ପ୍ରଦର୍ଶନ କରି ପ୍ରଶଂସିତ ହେବେ। ସାମ୍ବାଦିକତା, ପ୍ରଶାସନ, ରାଜନୀତି, ସାହିତ୍ୟ ଓ ସଙ୍ଗୀତରେ ସୁନାମ ଅର୍ଜନ କରିବେ। ଶତ୍ରୁ ସାମୟିକ କାମଟିକୁ ଅଟକାଇ ଦେଇପାରନ୍ତି। ସରକାରୀ କାମ ଓ ପଦସ୍ଥ ବ୍ୟକ୍ତିବିଶେଷଙ୍କ ଦେଖାସାକ୍ଷାତରୁ ଉପକୃତ ହେବାର ସୂଚନା ରହିଛି।
ଧନୁ
ଧନୁ
ନିଜ ଗୃହକୁ ରାଶ୍ୟାଧିପତି ବୃହସ୍ପତିଙ୍କ ଦୃଷ୍ଟିରୁ ଆରୋଗ୍ୟଲାଭ କରିବା ସହ ନୂତନ ଯୋଜନାରେ ସଫଳତା ପାଇବେ। ବ୍ୟବସାୟ ଓ ପରିବହନ କ୍ଷେତ୍ରରେ କଳହର ସୂତ୍ରପାତ ହେବ। ସ୍ଥଗିତ କାମକୁ ପୂରା କରିବା ସହ ଆଲୋଚନା, ଲେଖାପଢା କ୍ଷେତ୍ରରୁ ଶୁଭଫଳ ପାଇବେ। ଶୁଣାକଥାକୁ ବିଶ୍ୱାସ କଲେ ଅସୁବିଧାରେ ପଡ଼ିବେ।
ମକର
ମକର
କର୍ମଭାବରେ ମଙ୍ଗଳଗ୍ରହ ଅମଙ୍ଗଳ ବିନାଶ ପୂର୍ବକ ଜମିଜମା ସମ୍ବନ୍ଧୀୟ କାର୍ଯ୍ୟକୁ ତ୍ୱରାନ୍ବିତ କରିବେ। ଉପର ଅଧିକାରୀଙ୍କ ହସ୍ତକ୍ଷେପ ଫଳରେ ବିବାଦୀୟ ପରିସ୍ଥିତି ବଦଳି ଯାଇପାରେ। ଦୂରଯାତ୍ରା କ୍ଷେତ୍ରରେ କୈାଣସି ବନ୍ଧୁଙ୍କ ସକାଶେ ପ୍ରତୀକ୍ଷାଜନିତ ଯନ୍ତ୍ରଣା ତୀବ୍ର ହେବ। ପରିବାର କ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢିଯିବ।
କୁମ୍ଭ
କୁମ୍ଭ
ରାହୁଙ୍କ ପ୍ରଭାବରୁ ପ୍ରତ୍ୟେକ ପରିସ୍ଥିତିରେ କୌଶଳ ପ୍ରୟୋଗକରି କାମ ହାସଲ କରିବେ ା ସହକର୍ମୀଙ୍କ ଆଭ୍ୟନ୍ତରୀଣ କାର୍ଯ୍ୟରେ ମତମନ୍ତବ୍ୟ ଦେବା ଠିକ୍‍ ହେବନାହିଁ। ପ୍ରତିବାଦୀଙ୍କ ଅନୁପସ୍ଥିତିଜନିତ କଚେରି ମାମଲାରେ ବାଧା ହୋଇପାରେ। ଆଜିର ଅର୍ଥନୈତିକ ସ୍ଥିତି, ପାରିବାରିକ ପରିସ୍ଥିତି ଏବଂ ବନ୍ଧୁସମ୍ପର୍କ ପ୍ରାୟତଃ ଭଲ ରହିବ।
ମୀନମୀନ

ସହକର୍ମୀଙ୍କ ସହାନୁଭୂତି ଯୋଗୁ ହାତକୁ ନେଇଥିବା କାମ ସମ୍ପନ୍ନରେ ଅସୁବିଧା ହେବ ନାହିଁ। ଭୁଲ୍‍ ବୁଝାମଣାରୁ ପାରିବାରିକ ଜୀବନରେ ଅନାଦର ପାଇପାରନ୍ତି। କଠୋର ପରିଶ୍ରମ ସମସ୍ୟା ସମାଧାନର ମାର୍ଗଦର୍ଶକ ସାଜିବ। ଚନ୍ଦ୍ର ଓ ବୁଧଙ୍କ ଶୁଭସଂସ୍ଥାନ ହେତୁ ଦୋକାନ, ନିର୍ମାଣ, ଯାତ୍ରା, ବିବାଦ, ସଭାସମିତି ପ୍ରଭୃତିରୁ ସଫଳତା ପାଇବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ:ଶନିବାର , ସେପ୍ଟେମ୍ବର ୧୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ଜନିତ ବନ୍ଧୁ ସମ୍ପର୍କରେ ଉନ୍ନତି ହେବ। ଯାତ୍ରା, ବିବାଦ, ଗୃହାରମ୍ଭ ପାଇଁ ପ୍ରତିକୂଳତା ଆସିଲେ ମଧ୍ୟ କୌଣସି ଅସୁବିଧା ହେବନାହିଁ। ପାରିବାରିକ…

ରାଶିଫଳ: ଶୁକ୍ରବାର , ସେପ୍ଟେମ୍ବର ୧୮ ତାରିଖ – Daily Horoscope

ମେଷ ବୃହସ୍ପତିଙ୍କ ଦୃଷ୍ଟିରେ କର୍ମାଧିପ ଥିବାରୁ ଶୁଭେଚ୍ଛୁଙ୍କ ପରାମର୍ଶରେ ନୂଆ କାମ ସକାଶେ ମନ ବଳାଇବେ। ଦୈହିକ ଦୁର୍ବଳତା ସାଙ୍ଗକୁ ପାରିବାରିକ ଦ୍ୱନ୍ଦ୍ୱଜନିତ ନୈରାଶ୍ୟରୁ ଚିନ୍ତିତ ରହିପାରନ୍ତି।…

ରାଶିଫଳ: ଗୁରୁବାର, ସେପ୍ଟେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି କୃତ୍ତିକା ନକ୍ଷତ୍ର କର୍ମାରମ୍ଭ ସକାଶେ ସାହାଯ୍ୟ, ସହଯୋଗର ଅଭାବ ରହିବ ନାହିଁ। ଆନୁଷ୍ଠାନିକ, ସଭାସମିତି, ଧର୍ମକାର୍ଯ୍ୟ, ବନ୍ଧୁମିଳନ ପାଇଁ ଦିନଟି ଭଲ। ଛୋଟ ଛୋଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?