Posted inRasifala

ରାଶିଫଳ: ମଙ୍ଗଳବାର, ସେପ୍ଟେମ୍ବର ୧୬ ତାରିଖ – Daily Horoscope

ମେଷ
ଆଜି ତୃତୀୟସ୍ଥ ଗୁରୁଚାନ୍ଦ୍ରୀ ଯୋଗ ପ୍ରଭାବରୁ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ଅବଶ୍ୟମ୍ଭାବୀ। ପିଲାଙ୍କ ସ୍ବାସ୍ଥ୍ୟ ସମସ୍ୟା ସୁଧୁରିଯିବା ସହ ବିଶିଷ୍ଟ ବ୍ୟକ୍ତିଙ୍କ ସହଯୋଗ ଲାଭକରିବେ। ବ୍ୟବସାୟ ଆଗକୁ ବଢ଼ାଇବା ପାଇଁ ନୂତନ ପଦକ୍ଷେପ ନେବାର ଯୋଜନା କାର୍ଯ୍ୟକାରୀ ହେବ। ତର୍କବିତର୍କକୁ କେନ୍ଦ୍ରକରି ପରିବାରରେ ଝଗଡ଼ା ସୃଷ୍ଟି ହୋଇପାରେ ।
ବୃଷ
ବୃଷ
ଭାଗ୍ୟାଧିପ ଏକାଦଶସ୍ଥ ଯୋଗୁ ଅର୍ଥ ଓ ସମ୍ମାନ ମିଳିବା ସହ ସାମାଜିକ ସ୍ତରରେ ପ୍ରଶଂସିତ ହେବେ। ଅପ୍ରିୟ ସତ୍ୟ ଭାଷଣ କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ମତପାର୍ଥକ୍ୟ ସୃଷ୍ଟିକରିବ ା ରାଜନୈତିକ ଓ ପ୍ରଶାସନିକ ସ୍ତରରେ ବିଚାରବିମର୍ଶ ସହ ତପତ୍ରତା ବଢ଼ିପାରେ। କଚେରି ମାମଲା କ୍ଷେତ୍ରରେ ଆଶାଜନକ ଫଳ ପାଇବା ଆଶା ରହିଛି।
ମିଥୁନ
ମିଥୁନ
ରାଶିରେ ଧନକର୍ମାଧିପତିଙ୍କ ସଂଯୋଗ ହେତୁ କର୍ମାରମ୍ଭ ସକାଶେ ଜୋର୍‍ସୋରରେ ପ୍ରସ୍ତୁତି ଚଳାଇ ପାରନ୍ତି। ବନ୍ଧୁ ମେଳରେ ଆଜିର ମନୋରଞ୍ଜନ କାର୍ଯ୍ୟ ପ୍ରୀତିପ୍ରଦ ହେବ। ସାହିତ୍ୟ ଓ ରଚନାମତ୍କ କାର୍ଯ୍ୟରେ ଅଗ୍ରଗତି ଘଟିବ। ଅଫିସିଆଲି କାମରେ କେତେକ ଘଟଣା ମୁଣ୍ଡବିନ୍ଧାର କାରଣ ପାଲଟିଯାଇପାରେ।
କର୍କଟ
କର୍କଟ
ରାହୁଦୃଷ୍ଟ ରାଶ୍ୟାଧିପତି କାରଣରୁ ସ୍ବାସ୍ଥ୍ୟ ସମସ୍ୟା ପ୍ରତି ଅବହେଳାକରି ଅନୁତପ୍ତ ହେବେ। କର୍ମକ୍ଷେତ୍ରରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିବେ। ପରିବାରର ଆବଶ୍ୟକତା ପୂରଣ ଦିଗରେ ଋଣ ସୂତ୍ରରେ ଅର୍ଥଲାଭ କରିପାରନ୍ତି। ସାମାଜିକ ସ୍ତରରେ ପ୍ରଶଂସିତ ହେବା ସହ ସାହିତ୍ୟ, କଳା, ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ।
ସି˚ହ
ସି˚ହ
ସ୍ବଗୃହୀ ରବିଙ୍କ ଯୋଗୁ ଦକ୍ଷତା ଓ ବଳିଷ୍ଟ ବ୍ୟକ୍ତିତ୍ୱ ସାମାଜିକ ସ୍ତରରେ ସମ୍ମାନର ଶୀର୍ଷକୁ ନେବାରେ ସାହାଯ୍ୟ କରିବ। ସ୍ବାସ୍ଥ୍ୟରେ ଉନ୍ନତି ସହ କାର୍ଯ୍ୟହାସଲରେ ଆନନ୍ଦ ଅନୁଭବ କରିବେ। ଉପରିସ୍ଥଙ୍କ ଆଦେଶରେ ନୂତନ ଦାୟିତ୍ୱ ହାତକୁ ନେବେ। ଆଜିର ଯାତ୍ରା, ପ୍ରଶାସନ ଓ କଳା ସାହିତ୍ୟ କ୍ଷେତ୍ର ମନ୍ଦ ହେବନାହିଁ।
କନ୍ୟା
ବୁଧ ରାଶିରେ ଅବସ୍ଥାନ କରିଥିବାରୁ ପ୍ରତ୍ୟେକ କ୍ଷେତ୍ରରେ ଉପସ୍ଥିତ ବୁଦ୍ଧିରୁ କାମ ହାସଲକରିବେ। କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତା ଯୋଗୁ ବିଚଳିତବୋଧ କରିପାରନ୍ତି। ରାଜନୈତିକ ସ୍ତରରେ କିମ୍ବା ଆନୁଷ୍ଠାନିକ କାମର ପରିସ୍ଥିତି ଗମ୍ଭୀର ରହିବ। ବନ୍ଧୁ ପ୍ରତିଶ୍ରୁତି ରକ୍ଷାକରି ଠିକ୍‍ ସମୟରେ ଆସି ଆବଶ୍ୟକ ସାହାଯ୍ୟ କରିବେ।
ତୁଳା
ତୁଳା
ଦଶମ କେନ୍ଦ୍ରରେ ବୃହସ୍ପତିଙ୍କ ଯୋଗୁ ଆପଣଙ୍କର ଅନୁକମ୍ପାର ଆବଶ୍ୟକତାକୁ ନେଇ ସମ୍ପର୍କୀୟ ଆଶାୟୀ ହେବେ। ସରକାରୀ କାମ ଓ ପଦସ୍ଥ ବ୍ୟକ୍ତିଙ୍କ କ୍ଷେତ୍ରରୁ ଉପକୃତ ହେବ। ସ୍ବାସ୍ଥ୍ୟରେ ଉନ୍ନତି ଫଳରେ ଟେନ୍‍ସନ କିିଛି ମାତ୍ରାରେ ଲାଗିରହିବ। ପାରିବାରିକ ସ୍ଥିତି ପୂର୍ବପରି ରହିବା ସହ ଯାତ୍ରା, ଆଲୋଚନା, ବନ୍ଧୁଙ୍କ ପରାମର୍ଶରୁ ଖୁସି ରହିପାରନ୍ତି।
ବିଛା
ବିଛା
ଗୁରୁ ଦୃଷ୍ଟିରେ ମଙ୍ଗଳ ଯୋଗୁ ସଂଯମ ଚିନ୍ତାଧାରା ସହ ଦୁଃସାହସିକ ପଦକ୍ଷେପ କାର୍ଯ୍ୟ ହାସଲରେ ସହାୟକ ହେବ। ଦୀର୍ଘଦିନରୁ ଅପେକ୍ଷା କରିଥିବା କାମ ସମ୍ପର୍କରେ ଆଶାଜନକ ଖବର ପାଇ ଖୁସିହେବେ। ବନ୍ଧୁଙ୍କ ସହ ଆଳାପରେ ସମୟ କଟିପାରେ ା ସଭାସମିତି, ଜମିଜମା କାରବାରରେ ସମସ୍ୟାର ସରଳ ସମାଧାନ କରିପାରିବେ।
ଧନୁ
ଧନୁ
ଚନ୍ଦ୍ର ସହ ଗୁରୁଙ୍କ ଦୃଷ୍ଟି କାରଣରୁ ଦୀର୍ଘଦିନର ଆଶା ପୂରଣ ହେବାରେ ବନ୍ଧୁ ସାହାଯ୍ୟ କରିବେ। ଆଜିର ଦୂରଯାତ୍ରା ସଫଳ ହେବ। ନୂତନ ଜିନିଷ ଲାଭକରି ପରିବାରରେ ଆଦରଣୀୟ ହେବେ। ପଡ଼ୋଶୀଙ୍କ କଳହ ମାନସିକ ଅଶାନ୍ତିର କାରଣ ହୋଇପାରେ। ବନ୍ଧୁମାନଙ୍କ ସହ ଭ୍ରମଣ ସୁଯୋଗ ପାଇ ଏକ ପ୍ରକାର ଖୁସି ରହିପାରନ୍ତି।
ମକର
ମକର
କୋଣଭାବକୁ ମଙ୍ଗଳଙ୍କ ଦୃଷ୍ଟିରୁ ଦୁଶ୍ଚିନ୍ତା ଦୂରେଇଯିବା ସହ କାମ ହାସଲକରିବେ। ପାରସ୍ପରିକ ବୁଝାମଣା ପାରିବାରିକ ଜୀବନରେ ଆଶାର ଆଲୋକକୁ ପ୍ରଜ୍ୱଳିତ କରିବ। ଯାତ୍ରାରେ ଜିନିଷପତ୍ର ପ୍ରତି ସତର୍କ ରହନ୍ତୁ, ନତୁବା ଅଦଳବଦଳ ହୋଇଯାଇପାରେ। ପ୍ରତ୍ୟାବର୍ତ୍ତନ ପଥରେ ବନ୍ଧୁଙ୍କ ଫେରିବାର ବିଳମ୍ବତାକୁ ଲକ୍ଷ୍ୟକରି ବ୍ୟସ୍ତ ହୋଇପାରନ୍ତି।
କୁମ୍ଭ
କୁମ୍ଭ
ଗୁରୁକ୍ଷେତ୍ରସ୍ଥ ରାଶ୍ୟାଧିପତି କାରଣରୁ ସ୍ବାସ୍ଥ୍ୟରେ ଉନ୍ନତି ଓ ବନ୍ଧୁଙ୍କ ସାହାଯ୍ୟକାରୀ ମନୋବୃତ୍ତିରୁ ଖୁସି ହେବେ। କିଛି ବ୍ୟତିକ୍ରମକୁ ବାଦ୍‍ ଦେଲେ ଦିନଟି ପ୍ରାୟତଃ ଭଲରେ କଟିବ। ଭାବପ୍ରବଣତା ଯୋଗୁ ମନୋବଳ କ୍ରମଶଃ ହ୍ରାସ ପାଇବ। ବ୍ୟବସାୟରେ ସଫଳତା ହାସଲକରିବେ, କିନ୍ତୁ ଆର୍ଥିକ ଦୁଃସ୍ଥିତି ଚିନ୍ତାଜନକ ପରିଣାମ ସୃଷ୍ଟିକରିପାରେ ।
ମୀନମୀନ

ସପ୍ତମ କେନ୍ଦ୍ରସ୍ଥ ବୁଧଙ୍କ ଯୋଗୁ ବନ୍ଧୁଙ୍କ ଆମନ୍ତ୍ରଣ କ୍ରମେ ଦୂରଯାତ୍ରାର ସୁଯୋଗ ପାଇବେ। କର୍ମକ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଆଲୋଚନାରେ ଅପ୍ରିୟ ସତକଥା କହି ବିରୋଧୀ ହୋଇପାରନ୍ତି। ଦୀର୍ଘ ପଥ ଭ୍ରମଣ ହେତୁକ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ। ଆଜିହିଁ ଶେଷ କରିବାକୁ ଭାବୁଥିବା କାମଟିକୁ ଶେଷ କରିପାରିବେନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ସେପ୍ଟେମ୍ବର ୧୬ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଧନସପ୍ତମାଧିପତି ଯୁକ୍ତ ହୋଇଥିବାରୁ ଯାତ୍ରାରେ ଲକ୍ଷ୍ୟପୂରଣ ହେବା ସହ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ପିଲାଙ୍କ ସ୍ବାସ୍ଥ୍ୟହାନି କିମ୍ବା ବିବାହ ସମସ୍ୟା ନେଇ ମାନସିକ…

ରାଶିଫଳ: ମଙ୍ଗଳବାର, ସେପ୍ଟେମ୍ବର ୧୫ ତାରିଖ – Daily Horoscope

ମେଷ କାମକୁ ସହଜ କରିବା ସକାଶେ ଆନୁଷଙ୍ଗିକ ଅନୁକୂଳ ପରିବେଶ ସୃଷ୍ଟି ହେବ। କେତେକ କ୍ଷେତ୍ରରେ ଅନ୍ୟମନସ୍କ ହେତୁକ ଭୁଲ୍‌ କାମ କରି ଅନୁତପ୍ତ ହେବେ। ପାଖକୁ…

ରାଶିଫଳ: ସୋମବାର, ସେପ୍ଟେମ୍ବର ୧୪ ତାରିଖ – Daily Horoscope

ମେଷ ଆଜିର ପ୍ରତ୍ୟୁଷଯାତ୍ରା, ବିବାଦୀୟ ଘଟଣା, ପ୍ରତିଯୋଗିତାମୂଳକ କାର୍ଯ୍ୟରେ ସଫଳତା ମିଳିବାର ଆଶା କରାଯାଇପାରେ। ବନ୍ଧୁଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ସୁପରିକଳ୍ପିତ ନୂଆ ଯୋଜନାଟିଏ କରିବା ସକାଶେ…

ରାଶିଫଳ: ରବିବାର, ସେପ୍ଟେମ୍ବର ୧୩ ତାରିଖ – Daily Horoscope

ମେଷ କର୍ମାଧିପ ଭାଗ୍ୟାଧିପ ଦୃଷ୍ଟିରେ ଥିବାରୁ ସାହାଯ୍ୟ ଓ ସହଯୋଗ ପାଇ କାମକୁ ତ୍ୱରାନ୍ବିତ କରିବେ। ପରିବର୍ତ୍ତିତ ଜୀବନଶୈଳୀ ଓ ସ୍ବାସ୍ଥ୍ୟ ସଚେତନତା ଅଭାବରୁ ଶାରୀରିକ ସୁସ୍ଥତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?