Posted inRasifala

ରାଶିଫଳ: ଶନିବାର , ସେପ୍ଟେମ୍ବର ୧୩ ତାରିଖ – Daily Horoscope

ମେଷ
ଆଜି ପ୍ରତ୍ୟେକ କ୍ଷେତ୍ରରେ ସାହାଯ୍ୟ ଓ ସହଯୋଗ ପାଇ କାମକୁ ତ୍ୱରାନ୍ବିତ କରିବା ଲାଗି ନିଷ୍ପତ୍ତି ନେବେ। ଅବହେଳାରୁ ସ୍ବାସ୍ଥ୍ୟରେ ସାମାନ୍ୟ ବ୍ୟତିକ୍ରମ ଦେଖାଦେଇପାରେ। ଆଶା କରିଥିବା ଦିଗରୁ ଅର୍ଥ ପାଇବାରେ କୌଣସି ଅସୁବିଧା ହେବନାହିଁ। ପ୍ରଶାସନ, ଆଇନ ଅଦାଲତ, ସଭାସମିତି ଓ ବ୍ୟବସାୟରେ ଉପକୃତ ହେବେ।
ବୃଷ
ବୃଷ
ଆଜି ଗୃହସୀମା, ଗାଡ଼ି ମୋଟର, ପ୍ରତିଦ୍ୱନ୍ଦ୍ୱିତା ମାନସିକ କ୍ଷେତ୍ରରେ ଆଶଙ୍କା ଓ ଉଦ୍‍ବେଗ ସୃଷ୍ଟି କରିପାରେ। ଆନୁଷ୍ଠାନିକ କ୍ଷେତ୍ର, ପ୍ରତିଯୋଗିତା, ବନ୍ଧୁମିଳନରେ ବ୍ୟସ୍ତତା ବୃଦ୍ଧି ପାଇପାରେ। ପାରିବାରିକ ସମସ୍ୟା ସୁଧାରିବାରେ ବନ୍ଧୁଙ୍କଠାରୁ ସାହାଯ୍ୟର ପ୍ରତିଶ୍ରୁତି ପାଇବେ। ସାହିତ୍ୟ, ସଙ୍ଗୀତ, କ୍ରୀଡ଼ା କ୍ଷେତ୍ରରୁ ସୁଫଳ ପାଇବେ।
ମିଥୁନ
ମିଥୁନ
ଆଶାନୁଯାୟୀ ସଫଳତା ହାସଲ କରି ଏକପ୍ରକାର ଆନନ୍ଦ ଅନୁଭବ କରିବେ। ନୂତନ ବନ୍ଧୁ ସମ୍ପର୍କ ସ୍ଥାପନ କ୍ଷେତ୍ରରେ ଆଶା ଅନୁଯାୟୀ ଫଳ ପାଇବେ। କର୍ମକ୍ଷେତ୍ରରେ ଉପର ଅଧିକାରୀମାନେ ଆପଣଙ୍କୁ ପ୍ରଶଂସା କରିପାରନ୍ତି। ବନ୍ଧୁଙ୍କ ନିକଟରେ ମନକଥାକୁ ଲୁଚାଇ ରଖିପାରିବେ ନାହିଁ ଓ କହିବା ପରେ ମନସ୍ତାପ କରିବେ।
କର୍କଟ
କର୍କଟ
ଅନ୍ୟମାନେ ଆପଣଙ୍କ ତ୍ୟାଗପୂତ ମନୋଭାବକୁ ବୁଝି ନ ପାରି ସମାଲୋଚନା କରିବେ। ଅଟକିଥିବା କାମ ସୁରୁଖୁରୁରେ ସମ୍ପନ୍ନ ହେବାରେ ଆପଣଙ୍କ ଭୂମିକା ସର୍ବାଗ୍ରେ ରହିବ। ଆନୁଷ୍ଠାନିକ କ୍ଷେତ୍ରରେ ନୂତନ ବସ୍ତ୍ରଭୂଷଣ ସହ ଉପଢ଼ୌକନାଦି ପାଇବେ। ସାଧାରଣ ସମସ୍ୟାକୁ ବୃହାଦାକାରରେ ଚିନ୍ତାକରି ଚିନ୍ତାଗ୍ରସ୍ତ ହେବେ।
ସି˚ହ
ସି˚ହ
ପାରିବାରିକ ଜୀବନ ଓ କର୍ମକ୍ଷେତ୍ର ହସଖୁସିରେ ଅତିବାହିତ ହେବ। ଆର୍ଥିକ ସ୍ବଚ୍ଛଳତା ଊଣା ନ ହେଲେ ମଧ୍ୟ ବନ୍ଧୁବର୍ଗଙ୍କ କଟୂକ୍ତିରୁ ମାନସିକ ଶାନ୍ତି ବ୍ୟାହତ ହେବ। ସହକର୍ମୀ କର୍ମ କ୍ଷେତ୍ରରେ ସହଯୋଗ କରିବାର ମିଥ୍ୟା ପ୍ରତିଶ୍ରୁତି ଦେଇପାରନ୍ତି। ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦେବା ନିତାନ୍ତ ଆବଶ୍ୟକ ନତୁବା ପଶ୍ଚାନ୍ତେ ଚିନ୍ତାକରିବାକୁ ସମୟ ପାଇବେ ନାହିଁ।
କନ୍ୟା
ଆଜିର ପ୍ରତ୍ୟେକ କାମ ସାଧନରେ କିଛି ଅସୁବିଧା ହେବ ନାହିଁ। ଆପଣଙ୍କ ମିତ୍ରମାନେ ସୁପରାମର୍ଶ ନ ଦେଇ କିଛି ସମସ୍ୟାମୂଳକ କାମ ପ୍ରତି ପ୍ରଲୋଭିତ କରାଇପାରନ୍ତି। ପାରିବାରିକ ସ୍ତରରେ ସାଧାରଣ କଥାକୁ ଜଟିଳ ଆକାରରେ ଗ୍ରହଣ କରି ଦ୍ୱନ୍ଦ୍ୱରେ ପଡ଼ିବେ। ଭାଇଙ୍କ ସ୍ବାସ୍ଥ୍ୟ ଓ ପାରିବାରିକ ସମସ୍ୟା ପାଇଁ ଚିନ୍ତା କରିପାରନ୍ତି।
ତୁଳା
ତୁଳା
କର୍ମକ୍ଷେତ୍ରରେ ବନ୍ଧୁମିଳନ ସହ ମନୋରଞ୍ଜନ କାମରୁ ପ୍ରଶଂସିତ ହେବେ। ବନ୍ଧୁମାନଙ୍କ ସହ ବିଭିନ୍ନ ସ୍ଥାନ ପରିଦର୍ଶନର ମଉକା ଜୁଟିବାର ସୂଚନା ରହିଛି। ସ୍ବାସ୍ଥ୍ୟ, ପରିବାର, କର୍ମକ୍ଷେତ୍ର, ଅର୍ଥ ସମ୍ପର୍କୀୟ କଥା ଆଲୋଚନା ପାଇଁ ସମୟ ପ୍ରାୟତଃ ଅନୁକୂଳ ରହିବ। ପାରିବାରିକ କ୍ଷେତ୍ରକୁ ସଜାଡ଼ିବାର ପ୍ରଯତ୍ନ କଲେ ସଫଳତା ପାଇବେ।
ବିଛା
ବିଛା
କର୍ମକ୍ଷେତ୍ରରେ ଅଟକିଥିବା କାମଟି ଉପରିସ୍ଥଙ୍କ ସୌଜନ୍ୟରୁ ସମ୍ପନ୍ନ ହେବ। ବନ୍ଧୁଙ୍କ ସାହାଯ୍ୟ ଓ ସମର୍ଥନ ହାସଲ କରି ବକେୟା ଅର୍ଥ ପାଇବାର ସୂଚନା ରହିଛି। ବ୍ୟବସାୟୀଙ୍କ ଆର୍ଥିକ ସ୍ଥିତିରେ ଅବନତି ଆସିବା କାରଣରୁ ଉଦ୍‍ବେଗ ବୃଦ୍ଧି ପାଇବ। ଆଜିର ଆନୁଷ୍ଠାନିକ କାର୍ଯ୍ୟ ଯଥାବିଧି ସମ୍ପନ୍ନ ସକାଶେ ବ୍ୟସ୍ତତା ବୃଦ୍ଧି ପାଇପାରେ।
ଧନୁ
ଧନୁ
ସକାଳୁ ଜଣେ ବନ୍ଧୁ ଆସି କୌଣସି ଗୁରୁତ୍ୱପୂର୍ଣ୍ଣ କଥା କହିପାରନ୍ତି। କର୍ମକ୍ଷେତ୍ରରେ ମିଥ୍ୟାଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିବାକୁ ବାଧ୍ୟ ହେବେ। ବିଳାସ ଉପକରଣ କ୍ରୟ କରିବା ସକାଶେ ଘରୁ ବରାଦ ପାଇପାରନ୍ତି। ପ୍ରିୟଜନଙ୍କର ପରୋକ୍ଷ ଶତ୍ରୁତା ଯୋଗୁ କର୍ମକ୍ଷେତ୍ର ବିବାଦୀୟ ହୋଇ ଉଠିବ।
ମକର
ମକର
କୌଣସି କାମ ନ ଅଟକିଲେ ମଧ୍ୟ ଆଜି ଯାହା କିଛି କରିବେ ସେଥିରେ ବ୍ୟତିକ୍ରମ ଦେଖା ଦେଇପାରେ। ମୁହଁ ଖୋଲିଲେ ପଡ଼ୋଶୀଙ୍କ ସାହାଯ୍ୟ ସହଯୋଗର ଅଭାବ ରହିବ ନାହିଁ। ସାଧାରଣ ଘଟଣାରେ ବନ୍ଧୁଙ୍କ ସହ ସମ୍ପର୍କ ହାନି ଯୋଗୁ ଚିନ୍ତା ପ୍ରକଟ କରିବେ। ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ, କିନ୍ତୁ ସାଧାରଣ କଳହ ପରେ।
କୁମ୍ଭ
କୁମ୍ଭ
ସାହାଯ୍ୟ, ସହଯୋଗରୁ ମନୋବଳ ବୃଦ୍ଧି ପାଇବ। ଶିଳ୍ପ, ବାଣିଜ୍ୟ, ପରିବହନ, ନିର୍ମାଣ, କଚେରି ମାମଲାରେ ଉନ୍ନତି ହେବ। ପରିବାର ଭିତରେ ବସନ ଭୂଷଣ ପ୍ରଭୃତି କ୍ରୟ କରିବା ନେଇ ସମସ୍ୟା ଦେଖା ଦେଇପାରେ। ସଭାସମିତି ଓ ଆନୁଷ୍ଠାନିକ କାମ ସକାଶେ ଅନ୍ୟମାନଙ୍କ ସାହାଯ୍ୟ ଲୋଡ଼ିବାକୁ ବାଧ୍ୟ ହୋଇପାରନ୍ତି।
ମୀନମୀନ

ପରିବାର ଭିତରେ ଅଯଥା ବ୍ୟସ୍ତତା ପ୍ରକାଶ କରି ସମାଲୋଚିତ ହେବେ। ପରିସ୍ଥିତି, ପରିବହନରେ ଦେଖିଚାହିଁ ପଦକ୍ଷେପ ନିଅନ୍ତୁ , ନତୁବା ସମସ୍ୟା ଉପୁଜିପାରେ। କୈାଣସି ଅପରିଚିତ ବ୍ୟକ୍ତିକୁ ବିଶ୍ୱାସ କରି ଖାଲରେ ପଡିବାର ସୂଚନା ରହିଛି। କୈାଣସି କଥା ଭଲ ରୂପେ ନ ବୁଝି ଅନ୍ୟ ଉପରେ ଦୋଷ ଲଦି ପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ:ଶନିବାର , ସେପ୍ଟେମ୍ବର ୧୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ଜନିତ ବନ୍ଧୁ ସମ୍ପର୍କରେ ଉନ୍ନତି ହେବ। ଯାତ୍ରା, ବିବାଦ, ଗୃହାରମ୍ଭ ପାଇଁ ପ୍ରତିକୂଳତା ଆସିଲେ ମଧ୍ୟ କୌଣସି ଅସୁବିଧା ହେବନାହିଁ। ପାରିବାରିକ…

ରାଶିଫଳ: ଶୁକ୍ରବାର , ସେପ୍ଟେମ୍ବର ୧୮ ତାରିଖ – Daily Horoscope

ମେଷ ବୃହସ୍ପତିଙ୍କ ଦୃଷ୍ଟିରେ କର୍ମାଧିପ ଥିବାରୁ ଶୁଭେଚ୍ଛୁଙ୍କ ପରାମର୍ଶରେ ନୂଆ କାମ ସକାଶେ ମନ ବଳାଇବେ। ଦୈହିକ ଦୁର୍ବଳତା ସାଙ୍ଗକୁ ପାରିବାରିକ ଦ୍ୱନ୍ଦ୍ୱଜନିତ ନୈରାଶ୍ୟରୁ ଚିନ୍ତିତ ରହିପାରନ୍ତି।…

ରାଶିଫଳ: ଗୁରୁବାର, ସେପ୍ଟେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି କୃତ୍ତିକା ନକ୍ଷତ୍ର କର୍ମାରମ୍ଭ ସକାଶେ ସାହାଯ୍ୟ, ସହଯୋଗର ଅଭାବ ରହିବ ନାହିଁ। ଆନୁଷ୍ଠାନିକ, ସଭାସମିତି, ଧର୍ମକାର୍ଯ୍ୟ, ବନ୍ଧୁମିଳନ ପାଇଁ ଦିନଟି ଭଲ। ଛୋଟ ଛୋଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?