Posted inRasifala

ରାଶିଫଳ: ମଙ୍ଗଳବାର, ସେପ୍ଟେମ୍ବର ୯ ତାରିଖ – Daily Horoscope

ମେଷ
କେନ୍ଦ୍ରସ୍ଥ ଶୁକ୍ରଙ୍କ ପ୍ରଭାବରୁ ଅର୍ଥ ଓ ଭୋଗବିଳାସ ସମ୍ପର୍କିତ ଦ୍ରବ୍ୟ ପ୍ରତି ଆଗ୍ରହୀ ହେବେ। ଗୃହ, ଭୂମି, ଗାଡ଼ି, ମୋଟର କିଣାବିକାକୁ କେନ୍ଦ୍ରକରି କଳହ ପରିସ୍ଥିତି ସୃଷ୍ଟି ହୋଇପାରେ। ପିଲାଙ୍କ ବିବାହ ସମ୍ପର୍କିତ ଚିନ୍ତା ନେଇ ବନ୍ଧୁଙ୍କ ସହ ଆଲୋଚନା କରିପାରନ୍ତି। ଜଣେ ହିତୈଷୀଙ୍କ ଚେଷ୍ଟାରୁ ପାରିବାରିିକ ସମସ୍ୟା ସମାଧାନ ଆଶା ରହିଛି।
ବୃଷ
ବୃଷ
ମଙ୍ଗଳଙ୍କ ଦୃଷ୍ଟିରେ ଶନି ଓ ଚନ୍ଦ୍ର ହେତୁ ପ୍ରତ୍ୟେକ କାର୍ଯ୍ୟ ସମସ୍ୟାବହୁଳ ହେବ। ପରିବାରରେ ଅସାବଧାନତା ବଶତଃ କୌଣସି ମୂଲ୍ୟବାନ୍‍ ଦବ୍ର୍ୟ ନଷ୍ଟ ହୋଇପାରେ। ଅଫିସ୍‍କୁ ଯିବା ସମୟରେ କୌଣସି ଦରକାରୀ କାଗଜ ପତ୍ର ନ ପାଇ ବ୍ୟସ୍ତ ହୋଇପାରନ୍ତି। କର୍ମକ୍ଷେତ୍ରରେ ଉପରିସ୍ଥଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିବେ।
ମିଥୁନ
ମିଥୁନ
ମୁଖଭାବସ୍ଥ ଶୁକ୍ର ନୂତନ ବନ୍ଧୁ ସମ୍ପର୍କ ଯୋଡ଼ିବା ପାଇଁ ଚେଷ୍ଟାକଲେ ଉପକୃତ ହେବେ। କର୍ମକ୍ଷେତ୍ରରେ ସ୍ଥଗିତ କାମକୁ ପୂରା ଦମ୍‍ରେ କରିବାପାଇଁ ନିଷ୍ପତ୍ତି ନେବେ। ବ୍ୟବସାୟ, ବାଣିଜ୍ୟ, ପରିବହନ କ୍ଷେତ୍ରରେ ଅସୁବିଧା ନ ହେଲେ ମଧ୍ୟ ଆଶଙ୍କା କରି ମନ ଅସ୍ଥିର ରହିବ। ସଭାସମିତିରେ ଅନ୍ୟର ମନଗଢ଼ା କଥା ଶୁଣି ବ୍ୟସ୍ତତା ଅନୁଭବ କରିପାରନ୍ତି ।
କର୍କଟ
କର୍କଟ
ଚତୁର୍ଥାଧିପତି ରାଶିରେ ରହିଥିବାରୁ ପାରସ୍ପରିକ ବୁଝାମଣା କ୍ରମେ ପାରିବାରିକ ପରିସ୍ଥିତି ଭଲ ରହିବ। ଭ୍ରମଣ କାଳରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। କର୍ମକ୍ଷେତ୍ରରେ ଚେଷ୍ଟା ସଫଳ ହେବାରେ ଜଣେ ଅଜଣା ବ୍ୟକ୍ତିଙ୍କ ସାହାଯ୍ୟ ମିଳିବ। ପରିବହନ, ପ୍ରଶାସନ ଓ ଆଇନ ଅଦାଲତରେ ସମସ୍ୟାର ସମାଧାନ ହୋଇଯିବ।
ସି˚ହ
ସି˚ହ
ମଙ୍ଗଳ ଦ୍ୱିତୀୟ ଭାବରେ ଥିବାରୁ ଈର୍ଷାପରାୟଣ ବ୍ୟକ୍ତି ବିରୁଦ୍ଧାମତ୍କ କଥା କହିପାରନ୍ତି। ତରବରିଆ ଯାତ୍ରା ସମୟରେ ସତର୍କ ନ ରହିଲେ ସାମାନ୍ୟ ଆଘାତ ଲାଗିପାରେ। ଅଧ୍ୟୟନ ଓ ଅଧ୍ୟାପନା, କଳା, ସାହିତ୍ୟ, ସଙ୍ଗୀତ, ଚଳଚ୍ଚିତ୍ର ପ୍ରଭୃତିରେ ଉନ୍ନତି କରିବେ। ପରିବହନ, ନିର୍ମାଣ, ବାଣିଜ୍ୟ ବ୍ୟବସାୟ ସକାଶେ ଦିନଟି ବହୁତ ଭଲ।
କନ୍ୟା
କର୍ମ ସ୍ଥାନରେ ବୃହସ୍ପତି ଥିବାରୁ ଆଜି ଆଶା ପୂରଣ ହେବ। ସମୟ ସୁବିଧାକୁ ନେଇ ବନ୍ଧୁଙ୍କ ପାଖରେ ଅଭାବ ଅସୁବିଧା ଜଣାଇଲେ ଆଶା ପୂରଣ ହୋଇପାରିବ। ପିଲାମାନଙ୍କ କାର୍ଯ୍ୟକଳାପ ନିଜ ପାଇଁ ଅସନ୍ତୋଷ ସୃଷ୍ଟିକରିବାର ସୂଚନା ରହିଛି। ସାମୟିକ ଜ୍ୱର କିମ୍ବା ସ୍ନାୟବିକ ଦୁର୍ବଳତା ଦେଖାଦେଇପାରେ।
ତୁଳା
ତୁଳା
ସହକର୍ମୀଙ୍କ ହସ୍ତକ୍ଷେପ ଫଳରେ କୌଣସି କାମ ଶେଷ ମୁହୂର୍ତ୍ତରେ ବିଗିଡ଼ିଯିବା ସମ୍ଭାବନା ରହିଛି। ସପ୍ତମଭାବ ପ୍ରତି ମଙ୍ଗଳଙ୍କ ଦୃଷ୍ଟି ଥିବାରୁ ବାଣିଜ୍ୟ, ବ୍ୟବସାୟରେ ଆଜି ବିଶେଷ ଲାଭ ହେବ। ଦୀର୍ଘଦିନରୁ ଲାଗି ରହିଥିବା କଚେରି ମାମଲା ସକାଶେ ଦୁଶ୍ଚିନ୍ତା ବଢ଼ିପାରେ। ସନ୍ତାନଙ୍କ ସ୍ବାସ୍ଥ୍ୟହାନି କାରଣରୁ ବିଚଳିତ ହୋଇପାରନ୍ତି।
ବିଛା
ବିଛା
ସାମାଜିକ ସ୍ତରରେ ବନ୍ଧୁଙ୍କ ସ୍ନେହ, ଶ୍ରଦ୍ଧା ଓ ଆଦରରେ ହୃଦୟ ବିଗଳିତ ହୋଇପଡ଼ିବ। ଶିଳ୍ପ, ପରିବହନ, ବାଣିଜ୍ୟ କ୍ଷେତ୍ରରେ ସୁବିଧାରେ ଲକ୍ଷ୍ୟ ହାସଲ କରିବେ। ଶନି ସହ ଚନ୍ଦ୍ର ସଂଯୋଗରୁ ଉପକାର କରିଥିବା ବ୍ୟକ୍ତିଙ୍କଠାରୁ ପ୍ରତିଦାନ ପାଇବେ ନାହିଁ। ଶତ୍ରୁତା କରୁଥିବା ବ୍ୟକ୍ତିଙ୍କ କ୍ରୂର ପ୍ରେରଣାରେ ଉଚ୍ଚବର୍ଗଙ୍କ ସହାୟତା ପାଇବେ ନାହିଁ।
ଧନୁ
ଧନୁ
ଦେବଗୁରୁଙ୍କ ଅନୁକମ୍ପାରୁ ସାମାଜିକ ସ୍ତରରେ ବନ୍ଧୁଙ୍କ ସଦ୍‍ଭାବ ଓ ସହକର୍ମୀଙ୍କ ସହଯୋଗ କର୍ମକ୍ଷେତ୍ରକୁ ତ୍ୱରାନ୍ବିତ କରିବ। ସଭାସମିତିରେ ବନ୍ଧୁଙ୍କ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟହେବେ। ପ୍ରତିବନ୍ଧକ ଦୂରେଇଯିବା କାରଣରୁ ଶିଳ୍ପ, ବ୍ୟବସାୟରେ ଲାଭ ନିଶ୍ଚିତ ମିଳିବ। ଯାତ୍ରା, ବନ୍ଧୁମିଳନ, ଆନୁଷ୍ଠାନିକ କାମରେ ଅବଶ୍ୟ ସଫଳତା ପାଇପାରିବେ।
ମକର
ମକର
ସପ୍ତମ କେନ୍ଦ୍ରସ୍ଥ ଶୁକ୍ର ପ୍ରଭାବରୁ ଆଲୋଚନା ପରିସରରେ ବନ୍ଧୁଙ୍କ ମତମନ୍ତବ୍ୟ ଗ୍ରହଣୀୟ ହେବ। କୌଶଳ ପ୍ରୟୋଗକରି ପ୍ରତିଦ୍ୱନ୍ଦ୍ୱିତା, ବ୍ୟବସାୟ ଓ ପରିବହନରେ ଉନ୍ନତି କରିବେ। ନିର୍ମାଣାଧୀନ କାମଟି ଆଜି ସମ୍ପୂର୍ଣ୍ଣ କରିପାରିବେନାହିଁ। ସହକର୍ମୀଙ୍କଠାରୁ କିଛି ଗୁଜବ ଶୁଣିବା ପରେ ମନରେ ବିଭିନ୍ନ ଭାବନା ସୃଷ୍ଟି ହୋଇପାରେ।
କୁମ୍ଭ
କୁମ୍ଭ
ତୃତୀୟାଧିପଙ୍କ ଦୃଷ୍ଟି ପ୍ରଭାବରୁ ଲୋଭନୀୟ ପ୍ରତିଶ୍ରୁତି ମାଧ୍ୟମରେ ବନ୍ଧୁଙ୍କୁ ଆପଣାଇ ନେବେ। ପରିବାରରୁ ପୂର୍ଣ୍ଣ ସହଯୋଗ ପାଇବାରେ ନିଜର ତ୍ୟାଗ ଓ କୌଶଳ କାମକୁ ଆସିବ। ଅତୀତ ଘଟଣା ବିଷୟରେ ଭାବପ୍ରବଣତା ଯୋଗୁ ନୈରାଶ୍ୟ ଅନୁଭବ କରିପାରନ୍ତି। ସ୍ବାସ୍ଥ୍ୟରେ ଦ୍ରୁତ ଉନ୍ନତି ପରିଲକ୍ଷିତ ହେବାରୁ ମନ ଏକ ପ୍ରକାର ଖୁସି ରହିବ।
ମୀନମୀନ

ରାଶିରେ ଶନିଙ୍କ ଅବସ୍ଥିତି ଯୋଗୁ ବୃଥା ସନ୍ଦେହ ଓ ଭୁଲ୍‍ ବୁଝାମଣା କାରଣରୁ ପାରିବାରିକ ଜୀବନ ବାଧାପ୍ରାପ୍ତ ହେବ। ସହକର୍ମୀଙ୍କ ଖାମଖିଆଲି କାମ ହେତୁ କର୍ମକ୍ଷେତ୍ରରେ କୌଣସି ଘଟଣା ମନକୁ ବିବ୍ରତ କରିବ। ସାହିତ୍ୟ, ବନ୍ଧୁ ସମ୍ପର୍କରେ ସମସ୍ୟା ଆସିପାରେ। ବନ୍ଧୁଙ୍କର ଅପ୍ରୀତିକର ପରିସ୍ଥିତି ଶୁଣି ମାନସିକ ଅସ୍ଥିରତା ଦେଖାଦେବ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ଜୁନ୍ ୭ ତାରିଖ – Daily Horoscope

ମେଷ ଶାରୀରିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ ଆର୍ଥିକ ସ୍ଥିତି ମନ୍ଦ ହେବନାହିଁ। ଚନ୍ଦ୍ରଙ୍କ ସହିତ ରାହୁଙ୍କ ସଂଯୋଗ ପାରିବାରିକ ଏବଂ ସନ୍ତାନଙ୍କ ସ୍ବାସ୍ଥ୍ୟହାନିର କାରଣ ହେବ…

ରାଶିଫଳ: ଶନିବାର, ଜୁନ୍ ୬ ତାରିଖ – Daily Horoscope

ମେଷ ଆଜି ରୁକ୍ଷ ଦୃଷ୍ଟିରେ ବୁଧ ଓ ଶୁକ୍ର ଯୋଗୁ କର୍ମକ୍ଷେତ୍ର, ପରିବାର ଓ ଆର୍ଥିକ ଦିଗ ଭଲ ରହି ନ ପାରେ। ସବୁ କିଛି ଭଲ…

ରାଶିଫଳ: ଶୁକ୍ରବାର , ଜୁନ୍ ୫ ତାରିଖ – Daily Horoscope

ମେଷ ଆଜି ହିତୈଷୀଙ୍କ ସହ ଆଲୋଚନା ପୂର୍ବକ ନୂଆ କାମର ରୂପରେଖ ପ୍ରସ୍ତୁତ କରିବେ। ଦୀର୍ଘଦିନରୁ ଯାହା ଆଶା କରୁଥିଲେ ଆଜି ତାହା ସହଜ ଓ ସୁବିଧାରେ…

ରାଶିଫଳ: ଗୁରୁବାର, ଜୁନ୍ ୪ ତାରିଖ – Daily Horoscope

ମେଷ ଆଜି ଯେଉଁ କାମ ଆରମ୍ଭ କରିବେ ସଫଳତା ପାଇବା କଷ୍ଟକର ହେବ। ଅବଶ୍ୟ ଯାତ୍ରା, ବାଣିଜ୍ୟ, ପରିବହନ କ୍ଷେତ୍ରରେ ପ୍ରତିବନ୍ଧକ କ୍ରମଶଃ ଦୂରେଇବାରେ ଲାଗିବ। ରାଜନୀତିରେ…

ରାଶିଫଳ: ବୁଧବାର, ଜୁନ୍ ୩ ତାରିଖ – Daily Horoscope

ମେଷ ଆଜି ପ୍ରତ୍ୟେକ କାମକୁ ସଫଳତାର ସହ ସମ୍ପନ୍ନ କରିବେ। ବନ୍ଧୁଙ୍କ ନିମନ୍ତ୍ରଣ କ୍ରମେ ସହଯୋଗ, ସୁଖ ସମ୍ମାନ ପାଇ ଖୁସି ହେବେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ…

ରାଶିଫଳ: ମଙ୍ଗଳବାର, ଜୁନ୍ ୨ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ କୌଶଳପୂର୍ଣ୍ଣ ବ୍ୟବହାର ଅନ୍ୟମାନଙ୍କୁ ଆପଣାର କରିବାରେ ସାହାଯ୍ୟ କରିବ। ପାରସ୍ପରିକ ଉତ୍ତମ ବୁଝାମଣା ହେତୁ ପାରିବାରିକ ଜୀବନରେ ଶାନ୍ତି ଓ ସ୍ଥିରତା ଅବ୍ୟାହତ ରହିବ।…

ରାଶିଫଳ: ସୋମବାର, ଜୁନ୍ ୧ ତାରିଖ – Daily Horoscope

ମେଷ ଆଜିର ଅଷ୍ଟମ ଚନ୍ଦ୍ରଙ୍କ ମଙ୍ଗଳଦୃଷ୍ଟ ଯୋଗୁ ପାରିପାର୍ଶ୍ୱିକ ପରିସ୍ଥିତି ଓ ପରିବେଶ ଚିନ୍ତାଜନକ ରହିବ। ଦ୍ୱିଜା ନକ୍ଷତ୍ର ଜନ ସମାଜରେ ଆଦୃତି ଲାଭ ସାଙ୍ଗକୁ ଯାନବାହନ,…

ରାଶିଫଳ: ରବିବାର, ମେ ୩୧ ତାରିଖ – Daily Horoscope

ମେଷ ଆଜି ଅଷ୍ଟମ ଚନ୍ଦ୍ରଜନିତ ଖର୍ଚ୍ଚଭାରର ଆଧିକ୍ୟ, ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ ରହିବେ। ସମ୍ପର୍କୀୟମାନେ ନିଆଁରେ ଘିଅ ଢାଳିଲା ପରି କଥା କହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri