Posted inRasifala

ରାଶିଫଳ: ରବିବାର , ସେପ୍ଟେମ୍ବର ୭ ତାରିଖ – Daily Horoscope

ମେଷ
ସାଧାରଣ କଥାକୁ କେନ୍ଦ୍ର କରି ଭୁଲ୍‍ ବୁଝାମଣାରୁ ପାରିବାରିକ ଅଶାନ୍ତିର ଆଶଙ୍କା ରହିଛି। ପରିସ୍ଥିତିବଶତଃ ଧାରକରଜ କରିବାକୁ ବନ୍ଧୁଙ୍କୁ ସାହାଯ୍ୟ କରିବାକୁ ଅନୁରୋଧ କରିପାରନ୍ତି। ପରିଜନଙ୍କ ସହିତ ବିଶେଷ ଭ୍ରମଣଜନିତ ଶାରୀରିକ କ୍ଳାନ୍ତି ଓ ଅବସାଦ ଦେଖାଦେବ। ବ୍ୟବସାୟିକ ସ୍ଥିତି ଚିନ୍ତାଜନକ ସ୍ଥିତିକୁ ଆସି ଯାଇପାରେ।
ବୃଷ
ବୃଷ
ସାମାଜିକ ସ୍ତରରେ କିମ୍ବା ଆନୁଷ୍ଠାନିକ କାମ ସକାଶେ ପ୍ରଶଂସିତ ହେବେ। ବନ୍ଧୁଙ୍କ ପାଇଁ ପ୍ରତୀକ୍ଷାଜନିତ ଯନ୍ତ୍ରଣା ତୀବ୍ର ହେବାରୁ ବ୍ୟସ୍ତତା ବୃଦ୍ଧି ପାଇବାର ଆଶଙ୍କା ରହିଛି। ବନ୍ଧୁଙ୍କ ସହାୟତାରେ ଶିଳ୍ପ, ବାଣିଜ୍ୟ ଏବଂ ପରିବହନ କ୍ଷେତ୍ରରେ ସମସ୍ୟା ଦୂର ହୋଇପାରେ। ନିକଟ ସମ୍ପର୍କୀୟଙ୍କ ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ।
ମିଥୁନ
ମିଥୁନ
କର୍ମକ୍ଷେତ୍ରରେ ପ୍ରତିବନ୍ଧକକୁ ପ୍ରତିହତ କରି ଲକ୍ଷ୍ୟ ହାସଲ କରିପାରିବେ। ପରିବାର ସଦସ୍ୟଙ୍କୁ ସନ୍ଦେହ କରି ନିଜର ଅସୁବିଧାକୁ ନିମନ୍ତ୍ରଣ କରିବା ଭଳି ପରିସ୍ଥିତି ସୃଷ୍ଟି ହେବ। ଜମିଜମା ସମ୍ପର୍କୀୟ କୌଣସି ବିଷୟକୁ କେନ୍ଦ୍ର କରି ମାନସିକ ସ୍ଥିରତା ରହିନପାରେ। ବ୍ୟବସାୟ ଓ ପରିବହନ ମଧ୍ୟ ସାମୟିକ ବାଧାପ୍ରାପ୍ତ ହେବାର ଆଶଙ୍କା ରହିଛି।
କର୍କଟ
କର୍କଟ
ସ୍ବାସ୍ଥ୍ୟ ନିମ୍ନାଭିମୁଖୀ ହେବାର ଅନୁଭବ କରି ବିଚଳିତ ହେବେ। ସହକର୍ମୀଙ୍କ ସହିତ ସାଧାରଣ କଥାକୁ ନେଇ କର୍ମକ୍ଷେତ୍ରରେ କଳହର ସମ୍ଭାବନା ରହିଛି। ଅର୍ଥ ପଡ଼ୋଶୀଙ୍କ ସାହାଯ୍ୟରୁ ଦୀର୍ଘଦିନରୁ ଅଟକି ରହିଥିବା କର୍ମକ୍ଷେତ୍ରର ସ୍ଥିତି ଅନୁକୂଳ ହୋଇପାରେ। ଆଜିର ଫେରନ୍ତା ବାଟରେ କୌଣସି ମୂଲ୍ୟବାନ୍‍ ଦ୍ରବ୍ୟ ଲାଭ ହେବାର ସୂଚନା ରହିଛି।
ସି˚ହ
ସି˚ହ
ପ୍ରତ୍ୟେକ କ୍ଷେତ୍ରରେ ପରୋକ୍ଷ ଶତ୍ରୁତା ଲାଗି ରହୁଥିବା ହେତୁ ମାନସିକ ଭାରସାମ୍ୟ ହରାଇପାରନ୍ତି। ପରିବାରର ଦାବି ଅନୁଯାୟୀ ଗୃହକୁ ସୌଖୀନ ପଦାର୍ଥ ଆଣିବା ଯୋଜନା କରିବେ। ବହୁତ ଦିନରୁ ଖୋଜୁଥିବା ଜିନିଷର ସନ୍ଧାନ ଡେରିରେ ମିଳିବ। ଶିଳ୍ପ, ବାଣିଜ୍ୟ, ପରିବହନ, ଏଜେନ୍ସି, ସାମ୍ବାଦିକତାରେ ପ୍ରଂଶସିତ ହୋଇପାରନ୍ତି।
କନ୍ୟା
ସମସ୍ୟା ସମାଧାନ କ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ଆଶୀର୍ବାଦ ଲାଭ କରିପାରନ୍ତି। ପାରିବାରିକ ସ୍ତରରେ ଆମତ୍ୀୟମାନେ ଶତ୍ରୁତା କରିବାର ସୂଚନା ରହିଛି। ନିର୍ମାଣାଧୀନ କାର୍ଯ୍ୟ ଶେଷ ପର୍ଯ୍ୟାୟକୁ ଯିବା ପୂର୍ବରୁ କୌଣସି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ। ଆଲୋଚନା କ୍ଷେତ୍ରରେ ବନ୍ଧୁଙ୍କ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ।
ତୁଳା
ତୁଳା
କୌଣସି ଜିନିଷ କ୍ରୟ ସକାଶେ ମୋଟା ଅଙ୍କର ଅର୍ଥ ଆବଶ୍ୟକତା ପଡ଼ିପାରେ। କର୍ମକ୍ଷେତ୍ରରେ ଜଣେ ବନ୍ଧୁଙ୍କ ଉପସ୍ଥିତିକୁ କେନ୍ଦ୍ର କରି ଝଗଡ଼ା ଲାଗିପାରେ। ବିଶିଷ୍ଟ ବ୍ୟକ୍ତିଙ୍କ ଗହଣରେ ଅଥବା ରାଜନୈତିକ ସ୍ଥିତିରେ ସମ୍ମାନ ଓ ପଦମର୍ଯ୍ୟଦା ବୃଦ୍ଧି ପାଇବ। ପାରସ୍ପରିକ ଉତ୍ତମ ବୁଝାମଣା ହେତୁ ପାରିବାରିକ ଜୀବନ ସୁଖ ସନ୍ତୋଷରେ କଟିବ।
ବିଛା
ବିଛା
ଅତୀତ ଘଟଣା ମନକୁ ଆଲୋଡ଼ିତ କରିବା ଫଳରେ ମନ ଭଲ ଲାଗିବ ନାହିଁ। ଏହା ସାଙ୍ଗକୁ ପ୍ରତ୍ୟେକ କାମରେ ପାରିବାରିକ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିପାରେ। ସେବା ଓ ସାହାଯ୍ୟ ମନୋବୃତ୍ତିଜନିତ ସାମାଜିକ ସ୍ତରରେ ପ୍ରଶଂସିତ ହୋଇପାରନ୍ତି। ପ୍ରଶାସନିକ କ୍ଷେତ୍ରରେ ସବୁକିଛି ଜାଣିଲେ ମଧ୍ୟ ନୀରବ ରହିବାକୁ ପଡ଼ିବ।
ଧନୁ
ଧନୁ
ଅଟକି ରହିଥିବା କାମଗୁଡ଼ିକ ବନ୍ଧୁଙ୍କ ମାଧ୍ୟମରେ ସମ୍ପନ୍ନ ହେବ। ଆନୁଷ୍ଠାନିକ କାମର ପ୍ରତିଯୋଗିତାରେ ସଫଳତା ଯୋଗୁଁ ମନ ଖୁସି ରହିବ। ପରିବାରର ଆବଶ୍ୟକତା ଅନୁଯାୟୀ ଅଳଙ୍କାର, ଔଷଧପତ୍ର ଓ ସୌଖୀନ ଦ୍ରବ୍ୟ କ୍ରୟ କରିବେ। କ୍ରୀଡ଼ା, ସାହିତ୍ୟ, ଚଳଚ୍ଚିତ୍ର, ରଚନାମତ୍କ କାର୍ଯ୍ୟରେ ସମସ୍ୟା ସମାଧାନ ପୂର୍ବକ ଅଗ୍ରଗତି ଘଟିବ।
ମକର
ମକର
ପଡ଼ୋଶୀଙ୍କ ସହ ବ୍ୟବହାରରେ ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ତ ହୋଇ ପଡ଼ିବେ। ପରିବାର ସହ ଦର୍ଶନୀୟ ସ୍ଥାନ ଭ୍ରମଣ ଯୋଗ ରହିଛି। କଳା, ସାହିତ୍ୟ, ସଭାସମିତି ଓ ରାଜନୈତିକ ସ୍ତରରେ ଟେନ୍ସନ ଲାଗି ରହିବ। କର୍ମକ୍ଷେତ୍ରରେ ଟିକିଏ କଥାରେ ରାଗିଯାଇ ଯାହା ତାହା କହିବା କାରଣରୁ କିଛି ସମସ୍ୟା ଆସିପାରେ।
କୁମ୍ଭ
କୁମ୍ଭ
ନିଜର ଲୋକ ଯେତେ ସମସ୍ୟା ସୃଷ୍ଟି କଲେ ମଧ୍ୟ କୌଣସି କ୍ଷତି କରିପାରିବେ ନାହିଁ। ସମୟାନ୍ତରେ ଆଜି ଏକ ଭିନ୍ନ ପରିସ୍ଥିତିରେ ଭାଙ୍ଗି ପଡ଼ିଥିବା ସମ୍ପର୍କ ପୁଣି ଯୋଡ଼ି ହୋଇଯିବ। ପାରିବାରିକ ସ୍ତରରେ ପିଲାମାନଙ୍କ ପଢ଼ା ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିପାରେ। ଶିଳ୍ପ, ବାଣିଜ୍ୟ ଓ ପରିବହନ କ୍ଷେତ୍ରରେ ସମସ୍ୟା ଦୂର ହୋଇଯିବ।
ମୀନମୀନ

ପ୍ରତ୍ୟେକ ପରିସ୍ଥିତିରେ ନିଜକୁ ଖାପ ଖୁଆଇନେବାରେ ଅସୁବିଧା ହେବ ନାହିଁ। ସନ୍ତାନଙ୍କ ବିଶୃଙ୍ଖଳିତ ଆଚରଣ, କିଛିଟା ଅଭାବ ଓ ଅସୁବିଧା ମନକୁ ଭାରାକ୍ରାନ୍ତ କରିବ। ସତର୍କରେ ନ ଚଳିଲେ ବିବାଦ ଭିତରକୁ ଟାଣି ହୋଇ ଯାଇପାରନ୍ତି। ବିଶେଷ ଭ୍ରମଣ କିମ୍ବା କଠିନ ପରିଶ୍ରମଜନିତ ସାମାନ୍ୟ ଶାରୀରିକ ଅସୁସ୍ଥି ଅନୁଭବ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ:ଶନିବାର , ସେପ୍ଟେମ୍ବର ୧୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ଜନିତ ବନ୍ଧୁ ସମ୍ପର୍କରେ ଉନ୍ନତି ହେବ। ଯାତ୍ରା, ବିବାଦ, ଗୃହାରମ୍ଭ ପାଇଁ ପ୍ରତିକୂଳତା ଆସିଲେ ମଧ୍ୟ କୌଣସି ଅସୁବିଧା ହେବନାହିଁ। ପାରିବାରିକ…

ରାଶିଫଳ: ଶୁକ୍ରବାର , ସେପ୍ଟେମ୍ବର ୧୮ ତାରିଖ – Daily Horoscope

ମେଷ ବୃହସ୍ପତିଙ୍କ ଦୃଷ୍ଟିରେ କର୍ମାଧିପ ଥିବାରୁ ଶୁଭେଚ୍ଛୁଙ୍କ ପରାମର୍ଶରେ ନୂଆ କାମ ସକାଶେ ମନ ବଳାଇବେ। ଦୈହିକ ଦୁର୍ବଳତା ସାଙ୍ଗକୁ ପାରିବାରିକ ଦ୍ୱନ୍ଦ୍ୱଜନିତ ନୈରାଶ୍ୟରୁ ଚିନ୍ତିତ ରହିପାରନ୍ତି।…

ରାଶିଫଳ: ଗୁରୁବାର, ସେପ୍ଟେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି କୃତ୍ତିକା ନକ୍ଷତ୍ର କର୍ମାରମ୍ଭ ସକାଶେ ସାହାଯ୍ୟ, ସହଯୋଗର ଅଭାବ ରହିବ ନାହିଁ। ଆନୁଷ୍ଠାନିକ, ସଭାସମିତି, ଧର୍ମକାର୍ଯ୍ୟ, ବନ୍ଧୁମିଳନ ପାଇଁ ଦିନଟି ଭଲ। ଛୋଟ ଛୋଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?