Posted inRasifala

ରାଶିଫଳ: ମଙ୍ଗଳବାର, ଅଗଷ୍ଟ ୨୬ ତାରିଖ – Daily Horoscope

ମେଷ
ଆଜିର ଚନ୍ଦ୍ର ରାଶ୍ୟାଧିପତିଙ୍କ ସହ ଷଷ୍ଠଭାବସ୍ଥ ଯୋଗୁ ପାରିବାରିକ ସମସ୍ୟା ସକାଶେ ଚିନ୍ତିତ ରହିବେ। କର୍ମକ୍ଷେତ୍ରକୁ ବୁଧ ଓ ଶୁକ୍ରଙ୍କ ଦୃଷ୍ଟି ସହକର୍ମୀଙ୍କ ନିକଟରୁ ଆର୍ଥିକ ସାହାଯ୍ୟ ଭିକ୍ଷା କରିପାରନ୍ତି। ଶିଳ୍ପ, ବାଣିଜ୍ୟ, ସାହିତ୍ୟରେ ସ୍ଥିତି ଭଲ ରହିବ। ସଭାସମିତିକୁ ନିମନ୍ତ୍ରିତ ହୋଇ ବୁଦ୍ଧିଜୀବୀଙ୍କ ଦ୍ୱାରା ପ୍ରଶଂସିତ ହେବା ସହ ସୌଭାଗ୍ୟ ଅର୍ଜନ କରିବେ।
ବୃଷ
ବୃଷ
ଶୁକ୍ରଙ୍କ ପ୍ରଭାବରେ ସୌଖୀନ ଦ୍ରବ୍ୟ, ବିଳାସବ୍ୟସନ, ସାହିତ୍ୟ ଚର୍ଚ୍ଚା, ସଙ୍ଗୀତ, କ୍ରୀଡ଼ାରେ ନୈପୁଣ୍ୟତା ପ୍ରଦାନ କରିବେ। ବନ୍ଧୁମେଳରେ କୌଣସି ଆଲୋଚନା ପରିପ୍ରେକ୍ଷୀରେ ଠିକ୍‍ ନିଷ୍ପତ୍ତି ନେଇପାରିବେ ନାହିଁ। ଯାତ୍ରା ସମୟରେ ଅନ୍ୟମନସ୍କ ହେତୁ ବ୍ୟତିକ୍ରମ ପରିଲକ୍ଷିତ ହେବ। ଅର୍ଥ ସଙ୍କଟରୁ ଆଶା ଅପୂରଣ ରହିଯିବ।
ମିଥୁନ
ମିଥୁନ
ଧନଲାଭାଧିପତିଙ୍କ ସଂଯୋଗରୁ ଅର୍ଥପ୍ରାଚୁର୍ଯ୍ୟ ଲାଭକରି ଖୁସି ମନରେ ଦିନଟିକୁ ବିତାଇନେବେ। ଯେଉଁ ବିଷୟ ନେଇ ଚିନ୍ତା କରୁଥିଲେ ଆଜି ତାହା କାମରେ କରି ଦେଖାଇାବ। ବାଣିଜ୍ୟ, ପରିବହନ, ନିର୍ମାଣ ଓ ସଭାସମିତିରେ କାମ ଶୃଙ୍ଖଳିତ ହେବ। ସାହିତ୍ୟ, ସାମ୍ବାଦିକତା, ପ୍ରକାଶନ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂରହେବ।
କର୍କଟ
କର୍କଟ
ଚନ୍ଦ୍ର ଓ ବୁଧଙ୍କ କ୍ଷେତ୍ର ବିନିମୟଜନିତ ପ୍ରିୟ ବନ୍ଧୁଟି ପାଖରୁ ପ୍ରେରଣା ଲାଭକରି କାର୍ଯ୍ୟାରମ୍ଭ କରିପାରନ୍ତି। ଘରକୁ ଫେରିବା ସମୟରେ ଘରର ବରାଦ ଅନୁଯାୟୀ ମନୋରଞ୍ଜନ ଜିନିଷ କ୍ରୟ କରିବେ। ଆଜି ହିଁ ଶେଷ କରିବାକୁ ଭାବୁଥିବା କାମଟି ସହଜରେ ପୂର୍ଣ୍ଣାଙ୍ଗ କରିବେ। ବିରୋଧ କରୁଥିବା ବ୍ୟକ୍ତି ପ୍ରତି ଯଥା ସମ୍ଭବ ଜଗିରଖି ଚଳିବା ଭଲ ହେବ।
ସି˚ହ
ସି˚ହ
କର୍ମାଧିପତି ଦ୍ୱାଦଶସ୍ଥ ଯୋଗୁ କର୍ମକ୍ଷେତ୍ରରେ ସହକର୍ମୀ ବିରୁଦ୍ଧାଚରଣ ଚେଷ୍ଟା କରିପାରନ୍ତି। ପରିବାରରେ ଅଯଥା ସାଧାରଣ କଥାକୁ କେନ୍ଦ୍ରକରି ବିତର୍କର ସୂଚନା ରହିଛି। ଗୃହ, ଯାନ କ୍ରୟ, ଭ୍ରମଣ,ପରିବହନ କ୍ଷେତ୍ରରେ ଆଶା ଅନୁରୂପ ଫଳ ପାଇବେ। ସାହିତ୍ୟ ଚର୍ଚ୍ଚା, ଗବେଷଣା, ଅନୁସନ୍ଧାନ ଓ ରାଜନୀତିରେ ସଫଳ ହୋଇପାରିବେ।
କନ୍ୟା
ଅଷ୍ଟମାଧିପତିଯୁକ୍ତ ଲାଭାଧିପତି ଯୋଗୁ ଅନେକ ଆଶା ନେଇ ଯାହା କରିବାକୁ ଯାଉଛନ୍ତି ସେଥିରେ ସଫଳତା ପାଇବା କଷ୍ଟକର ହେବ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁ ନାହିଁ, ଯାହାକି ସମସ୍ୟାକୁ ବଢ଼ାଇଦେଇପାରେ। ଆଲୋଚନା କ୍ଷେତ୍ରରେ ବନ୍ଧୁଙ୍କ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟହେବେ।
ତୁଳା
ତୁଳା
ଆଜିର କାମଗୁଡ଼ିକ ସଂଘର୍ଷପୂର୍ଣ୍ଣ ରହିଲେ ମଧ୍ୟ ଲକ୍ଷ୍ୟହାସଲ କରିପାରିବେ। ବୃହସ୍ପତିଙ୍କ ଶୁଭଦୃଷ୍ଟିରୁ ଜଣେ ବନ୍ଧୁ ଖୁସି ଖବର ସାଙ୍ଗକୁ କିଛି ଅର୍ଥ ଦେଇଯିବେ। ଆଜିର ସାଂସ୍କୃତିକ କାର୍ଯ୍ୟକ୍ରମ ଅବସରରେ ସାହିତ୍ୟ ଓ ସଙ୍ଗୀତରେ ସୁନାମ ଅର୍ଜନ କରିବେ। ସ୍ବାସ୍ଥ୍ୟ ସମସ୍ୟା ପୂର୍ବପରି ରହିବ, କିନ୍ତୁ ବିଶେଷ ଗୁରୁତର ହେବ ନାହିଁ।
ବିଛା
ବିଛା
ସ୍ବଗୃହୀ ରବିଙ୍କ ଯୋଗୁ କର୍ମକ୍ଷେତ୍ରରେ ବହୁଦିଗରୁ ସହଯୋଗ, ସୁଖ ସମ୍ମାନ ପାଇ ଖୁସି ହେବେ। ବକେୟା ଅର୍ଥ ଆଦାୟରେ ସକ୍ଷମ ହେବେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆଶାନୁରୂପ ଫଳ ପାଇ ଖୁସି ହେବେ। ଦୀର୍ଘଦିନର ବିବାଦୀୟ ଘଟଣାର ଅବସାନ ଘଟିବ, କିନ୍ତୁ ଏଥିପାଇଁ ବହୁ କଷ୍ଟ ସ୍ବୀକାର କରିବାକୁ ପଡ଼ିପାରେ।
ଧନୁ
ଧନୁ
ଗୁରୁଙ୍କ ଅନୁକମ୍ପାରୁ ବନ୍ଧୁଙ୍କ ସଦ୍‍ଭାବ, ସହକର୍ମୀଙ୍କ ସହଯୋଗ କାମ ହାସଲକୁ ତ୍ୱରାନ୍ବିତ କରିବ। ଅଫିସରେ ଥିବା ସମୟରେ ବିଶ୍ୱସ୍ତ ସୂତ୍ରରୁ ଭୁଲ୍‍ ଖବରଟିଏ ପାଇ ବିବ୍ରତ ହୋଇପାରନ୍ତି। ବନ୍ଧୁଙ୍କ ଅନୁରୋଧରେ ଭ୍ରମଣହେତୁକ କ୍ଳାନ୍ତି ଓ ଅବସାଦ ଦେଖାଦେବ। ଆର୍ଥିକ ଉନ୍ନତିର ଆଶା ଉଜ୍ଜ୍ୱଳତର ହେବ ।
ମକର
ମକର
ତୃତୀୟସ୍ଥ ଶନିଙ୍କ ଯୋଗୁ ପ୍ରିୟଜନଙ୍କ ପରାମର୍ଶରେ ନୂତନ କାର୍ଯ୍ୟରେ ହାତ ଦେବାକୁ ସ୍ଥିର କରିବେ। କର୍ମକ୍ଷେତ୍ରରେ ସାହାଯ୍ୟର ପ୍ରତିଶ୍ରୁତି ପାଇ ମନୋବଳ କ୍ରମଶଃ ବୃଦ୍ଧିପାଇବ। ଗଠନମୂଳକ କାର୍ଯ୍ୟରେ ଗତି ମନ୍ଥର ହେବ, କିନ୍ତୁ ବ୍ୟବସାୟିକ ଦିଗଟି ଭଲ ରହିବ। ଆଜିର ଯାତ୍ରା ଓ ଆନୁଷ୍ଠାନିକ କାମରୁ ସାମୟିକ ଖୁସି ରହିପାରନ୍ତି।
କୁମ୍ଭ
କୁମ୍ଭ
ଚନ୍ଦ୍ରଙ୍କ ଉପରେ ଶନିଦୃଷ୍ଟିଜନିତ ଅଧିକାଂଶ ସମୟ ଅନ୍ୟମନସ୍କ ରହିବାରୁ ପ୍ରକୃତ ଆନନ୍ଦକୁ ଉପଭୋଗ କରି ପାରିବେ ନାହିଁ। ଅପ୍ରିୟ ସତ୍ୟ କଥା ବନ୍ଧୁଙ୍କ ମନରେ ଦୁଃଖ ଦେବ। କର୍ମକ୍ଷେତ୍ରରେ ପ୍ରତିବନ୍ଧକକୁ ସାମ୍ନା କରିବାର ଧୈର୍ଯ୍ୟ ଧରି ମୁକାବିଲାର ସମ୍ମୁଖୀନ ହେବେ। ସାଧାରଣ କଥାକୁ କେନ୍ଦ୍ରକରି ପରିବାରରେ ସମସ୍ୟା ବଢ଼ିପାରେ।
ମୀନମୀନ

ସ୍ବସ୍ଥାନହନ୍ତା ବୃହସ୍ପତିଙ୍କ କୁପ୍ରଭାବରେ ପାରିବାରିକ କ୍ଷେତ୍ରରେ ରହିଆସିଥିବା ସମସ୍ୟା ହେତୁ ଦୁର୍ଭାବନା ବଢ଼ିବ। ପରିବହନ, ବ୍ୟବସାୟ ଓ ବାଣିଜ୍ୟରେ ପ୍ରତିବନ୍ଧକ ସୃଷ୍ଟି ହୋଇପାରେ। ଅସାବଧାନତା କାରଣରୁ ଦ୍ରବ୍ୟ ନଷ୍ଟ ଯୋଗୁ କ୍ଷୋଭ ପ୍ରକାଶ କରିବେ। ଆନୁଷ୍ଠାନିକ କାର୍ଯ୍ୟରେ ଅଗ୍ରଣୀ ଭୂମିକା ଗ୍ରହଣକରି ପ୍ରଶଂସିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ:ଶନିବାର , ସେପ୍ଟେମ୍ବର ୧୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ଜନିତ ବନ୍ଧୁ ସମ୍ପର୍କରେ ଉନ୍ନତି ହେବ। ଯାତ୍ରା, ବିବାଦ, ଗୃହାରମ୍ଭ ପାଇଁ ପ୍ରତିକୂଳତା ଆସିଲେ ମଧ୍ୟ କୌଣସି ଅସୁବିଧା ହେବନାହିଁ। ପାରିବାରିକ…

ରାଶିଫଳ: ଶୁକ୍ରବାର , ସେପ୍ଟେମ୍ବର ୧୮ ତାରିଖ – Daily Horoscope

ମେଷ ବୃହସ୍ପତିଙ୍କ ଦୃଷ୍ଟିରେ କର୍ମାଧିପ ଥିବାରୁ ଶୁଭେଚ୍ଛୁଙ୍କ ପରାମର୍ଶରେ ନୂଆ କାମ ସକାଶେ ମନ ବଳାଇବେ। ଦୈହିକ ଦୁର୍ବଳତା ସାଙ୍ଗକୁ ପାରିବାରିକ ଦ୍ୱନ୍ଦ୍ୱଜନିତ ନୈରାଶ୍ୟରୁ ଚିନ୍ତିତ ରହିପାରନ୍ତି।…

ରାଶିଫଳ: ଗୁରୁବାର, ସେପ୍ଟେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି କୃତ୍ତିକା ନକ୍ଷତ୍ର କର୍ମାରମ୍ଭ ସକାଶେ ସାହାଯ୍ୟ, ସହଯୋଗର ଅଭାବ ରହିବ ନାହିଁ। ଆନୁଷ୍ଠାନିକ, ସଭାସମିତି, ଧର୍ମକାର୍ଯ୍ୟ, ବନ୍ଧୁମିଳନ ପାଇଁ ଦିନଟି ଭଲ। ଛୋଟ ଛୋଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?