Posted inRasifala

ରାଶିଫଳ: ମଙ୍ଗଳବାର ୧୯ , ଅଗଷ୍ଟ ତାରିଖ – Daily Horoscope

ମେଷ
ଆଜି କର୍ମଭାବରୁ ଷଷ୍ଠସ୍ଥ ଚନ୍ଦ୍ର ଯୋଗୁ ବୁଝାମଣା ନେଇ ତିକ୍ତତା ଦେଖାଦେଇପାରେ। ବନ୍ଧୁ ସାହାଯ୍ୟ ସହଯୋଗର ଦୃଢ଼ ପ୍ରତିଶ୍ରୁତି ଦେବେ, କିନ୍ତୁ କିଛିବି କରିବେ ନାହିଁ। ନିଜର ଲୋକମାନଙ୍କୁ ବୃଥା ସନ୍ଦେହକରି ନିଜେ ହିଁ କ୍ଷତିରେ ପଡ଼ିବେ। କ୍ରୀଡ଼ା, ଚଳଚ୍ଚିତ୍ର, ପ୍ରକାଶନ ଓ ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂରହେବା ସୂଚନା ରହିଛି।
ବୃଷ
ବୃଷ
ଶାରୀରିକ ଦୁର୍ବଳତା ହେତୁ କାମ କରିବାକୁ ଆଗ୍ରହ ପ୍ରକାଶ କରିବେ ନାହିଁ। କେତୁଯୁକ୍ତ ରବିଙ୍କ ଯୋଗୁ ପାରସ୍ପରିକ ବୁଝାମଣାର ଅଭାବ ପରିଲକ୍ଷିତ ହୋଇପାରେ। କର୍ମକ୍ଷେତ୍ରରେ ସ୍ଥଗିତ କାମକୁ ପୂରା ଦମ୍‍ରେ କରିବାପାଇଁ ନିଷ୍ପତ୍ତି ନେବେ। ସଭାସମିତିରେ ସମ୍ମାନନୀୟ ବ୍ୟକ୍ତିବିଶେଷ ସହାୟତା କରିପାରନ୍ତି।
ମିଥୁନ
ମିଥୁନ
ବନ୍ଧୁଙ୍କ ପରାମର୍ଶକୁ ଗ୍ରହଣକଲେ କେତେକାଂଶରେ ଉପକୃତ ହେବେ। ପାପଗ୍ରହଯୁକ୍ତ ତୃତୀୟାଧିପ ଯୋଗୁ ପ୍ରିୟଜନଙ୍କ ସହଯୋଗ ଅଭାବରୁ କାର୍ଯ୍ୟ ସ୍ଥଗିତ ରହିଯାଇପାରେ। ଅଳଙ୍କାର, ଔଷଧପତ୍ର ଓ ସୌଖୀନ ଦ୍ରବ୍ୟ କ୍ରୟ କରିବାକୁ ମନ ବଳାଇପାରନ୍ତି। ଆଜିର ପ୍ରତ୍ୟୁଷ ଯାତ୍ରାରେ ଲକ୍ଷ୍ୟପୂରଣ ହେବାରେ କୌଣସି ପ୍ରତିବନ୍ଧକ ରହିବ ନାହିଁ।
କର୍କଟ
କର୍କଟ
ଆଲୋଚନା ପରିସରରେ ଦୀର୍ଘଦିନରୁ ଭାଙ୍ଗିପଡ଼ିଥିବା କୌଣସି ସମ୍ପର୍କ ପୁନଃ ପ୍ରତିଷ୍ଠିତ ହେବ। ଭାବପ୍ରବଣ ବଶତଃ ଓଲଟା କଥା କହି ପରିବାରରେ ସମାଲୋଚିତ ହୋଇପାରନ୍ତି। ଚନ୍ଦ୍ର ଓ ଶୁକ୍ର ଦ୍ୱାଦଶସ୍ଥ ଯୋଗୁ ସଂସାର ଯାତ୍ରା କ୍ଷେତ୍ରରେ ବ୍ୟତିକ୍ରମ ଲାଗି ରହିବ। ବନ୍ଧୁଙ୍କ ସହଯୋଗ ହେତୁ ଧର୍ମାନୁଷ୍ଠାନ ଦିଗରୁ ପ୍ରେରଣା ଲାଭ କରିପାରନ୍ତି।
ସି˚ହ
ସି˚ହ
ଲାଭଭାବରେ ଶୁଭଗ୍ରହ ରହିଥିବାରୁ ଆଶାପୂରଣ ଦିଗରେ ବନ୍ଧୁଙ୍କ ସହ ପରାମର୍ଶ ହିତକର ହେବ। ପରିସ୍ଥିତିରେ ପଡ଼ି ଗୁଡିଏ ଟଙ୍କା ଖର୍ଚ୍ଚକରି ଦୁଃଖପ୍ରକାଶ କରିପାରନ୍ତି। ଈର୍ଷାପରାୟଣ ବ୍ୟକ୍ତିମାନଙ୍କ ମିଥ୍ୟା ଗୁଜବରେ ଆତଙ୍କିତ ହୁଅନ୍ତୁ ନାହିଁ। ସାମାଜିକ ସ୍ତରରେ ପ୍ରତିଯୋଗିତା କିମ୍ବା ବିବାଦୀୟ ଘଟଣାରେ ବିଜୟୀ ହେବେ।
କନ୍ୟା
ତୃତୀୟ ଅଷ୍ଟମାଧିପ ମଙ୍ଗଳଙ୍କ କୁପ୍ରଭାବରେ କୃତକାର୍ଯ୍ୟ ହେବା କଷ୍ଟକର ହୋଇପାରେ । ସାଂସ୍କୃତିକ କାର୍ଯ୍ୟକ୍ରମ ଅବସରରେ ସାହିତ୍ୟ, ସାମ୍ବାଦିକତା, ଗବେଷଣା, ଏଜେନ୍ସିପ୍‍ରୁ ଖୁସି ରହିବେ। ଅଚାନକ ଭାବରେ ବନ୍ଧୁଙ୍କ ନିକଟରୁ ଶୁଭ ଖବର ଶୁଣି ଖୁସି ହେବେ। ପରିସ୍ଥିତିରେ ପଡ଼ି ଖର୍ଚ୍ଚାନ୍ତ ହେବା ସହ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେବ।
ତୁଳା
ତୁଳା
ଭାଗ୍ୟ ସ୍ଥାନରେ ଗୁରୁଶୁକ୍ର ଥିବାରୁ କର୍ମକ୍ଷେତ୍ର ଓ ପରିବାରର ସମସ୍ୟା ସମାଧାନର ମାର୍ଗ ଉନ୍ମୁକ୍ତ ହେବ। ବନ୍ଧୁଙ୍କ ଆଦର ଅଭ୍ୟର୍ଥନା ସହ ପ୍ରାଚୁର୍ଯ୍ୟ ମଧ୍ୟରେ ସମୟ ଅତିବାହିତ କରିବେ। ବାଣିଜ୍ୟ ଓ ପରିବହନରେ ଉନ୍ନତମାନର ଫଳ ପାଇପାରନ୍ତି। ପ୍ରିୟଜନଙ୍କ ପରାମର୍ଶରେ ଧର୍ମକାର୍ଯ୍ୟରେ ନିଜକୁ ନିୟୋଜିତ କରିବା ସମ୍ଭାବନା ରହିଛି।
ବିଛା
ବିଛା
କେତୁଙ୍କ ସହ ରବିଙ୍କ ଦୃଷ୍ଟି ପ୍ରଭାବରେ ପାରିବାରିକ କ୍ଷେତ୍ରରେ ଭୁଲ୍‍ ବୁଝାମଣାଜନିତ ଅପ୍ରୀତିକର ପରିସ୍ଥିତି ସୃଷ୍ଟିହେବ ା ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବାରୁ ମାନସିକ ଗ୍ଲାନି ଅନୁଭବ କରିପାରନ୍ତି। ପରିଜନଙ୍କ ସହ ଦୂରଯାତ୍ରାରେ ଲକ୍ଷ୍ୟପୂରଣ ହେବ ଓ ଅଭିଳଷିତ ଜିନିଷ ପାଇବେ। ଦୀର୍ଘଦିନରୁ ଚିନ୍ତା କରିଥିବା କାର୍ଯ୍ୟ ସମ୍ପନ୍ନକରି ଖୁସି ମନାଇ ପାରନ୍ତି।
ଧନୁ
ଧନୁ
ଆଜି ଆଶା ପୂରଣ ହେବାରେ ଜଣେ ବନ୍ଧୁ ସାହାଯ୍ୟ କରିବେ। ସରକାରୀ ଅନୁକମ୍ପା ଲାଭକରି କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କମିପାରେ। ଶନିଙ୍କ ସ୍ଥିତିଜନିତ ପାରିବାରିକ କ୍ଷେତ୍ରରେ ଠିକ୍‍ ଭୁଲ୍‍ର ବିଚାର ନ କରି କାମକଲେ ପ୍ରତାରିତ ହେବେ। ପ୍ରତିବେଶୀଙ୍କ ସହ ସମ୍ପର୍କ ମଧୁର ରହିବ ଏବଂ ଆଜିର ପ୍ରତ୍ୟୁଷ ଯାତ୍ରାରେ ସଫଳତା ପାଇବେ।
ମକର
ମକର
ତୃତୀୟାଧିପଙ୍କ ଦୃଷ୍ଟି ହେତୁ ଆମତ୍ୀୟସ୍ବଜନଙ୍କ ସାହାଯ୍ୟ ଫଳରେ କାମ କରିବାର ସ୍ପୃହା ଜାଗ୍ରତ ହେବ। ପରିବାରରେ ଅତୀତ ଘଟଣାକୁ କେନ୍ଦ୍ରକରି ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ। ଯାତ୍ରା ସମୟରେ ଅସାବଧାନତାବଶତଃ ଦବ୍ର୍ୟ ନଷ୍ଟ ହୋଇପାରେ। ଅନ୍ୟମାନଙ୍କ ଭୁଲ୍‍ ଧାରଣା ଯୋଗୁ ଭଲ କାମକରି ମଧ୍ୟ ନିନ୍ଦା ଶୁଣିପାରନ୍ତି।
କୁମ୍ଭ
କୁମ୍ଭ
ନୀଚାଭିମୁଖୀ ଶନିଙ୍କ ପ୍ରଭାବରୁ ସ୍ବାସ୍ଥ୍ୟ ପରୀକ୍ଷା କରିବାର ଆବଶ୍ୟକତାକୁ ନେଇ ଡାକ୍ତରଙ୍କ ପରାମର୍ଶ ପାଇଁ ଦୌଡ଼ିବାକୁ ପଡ଼ିପାରେ। ଶିଳ୍ପ, ବ୍ୟବସାୟ ଓ ପରିବହନରେ ସମସ୍ୟାର ଆଶଙ୍କା ରହିଛି। ବିବାଦୀୟ ସ୍ଥିତିର ବିଲୟ ଘଟି ଭ୍ରାତୃ ସମ୍ପର୍କରେ ଉନ୍ନତି ଘଟିବାରୁ ଖୁସି ରହିବେ। ପ୍ରିୟ କଥା କହି ବୁଦ୍ଧିଜୀବୀଙ୍କ ପ୍ରିୟଭାଜନ ହୋଇପାରନ୍ତି।
ମୀନମୀନ

ଯେତେ ଭଲ କାମ କରନ୍ତୁନା କାହିଁକି ପରିବାରରେ ସମାଲୋଚିତ ହେବେ। ରବି ଓ ରାହୁଙ୍କ ପ୍ରଭାବରୁ ରାଜନୀତିରେ ଲକ୍ଷ୍ୟ ହାସଲ କରିବେ ଓ ସାମାଜିକ ପ୍ରତିଷ୍ଠା ବଢ଼ିବ। ରପ୍ତାନି ବାଣିଜ୍ୟରେ ଉନ୍ନତି ଘଟିବ, କିନ୍ତୁ ଋଣ ପରିଶୋଧ ପାଇଁ ବ୍ୟାକୁଳତା ପ୍ରକାଶ କରିପାରନ୍ତି। ସନ୍ତାନଙ୍କ ନିମ୍ନମାନର ଶିକ୍ଷା ଓ କାର୍ଯ୍ୟକଳାପରେ ଅସନ୍ତୁଷ୍ଟ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ:ଶନିବାର , ସେପ୍ଟେମ୍ବର ୧୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ଜନିତ ବନ୍ଧୁ ସମ୍ପର୍କରେ ଉନ୍ନତି ହେବ। ଯାତ୍ରା, ବିବାଦ, ଗୃହାରମ୍ଭ ପାଇଁ ପ୍ରତିକୂଳତା ଆସିଲେ ମଧ୍ୟ କୌଣସି ଅସୁବିଧା ହେବନାହିଁ। ପାରିବାରିକ…

ରାଶିଫଳ: ଶୁକ୍ରବାର , ସେପ୍ଟେମ୍ବର ୧୮ ତାରିଖ – Daily Horoscope

ମେଷ ବୃହସ୍ପତିଙ୍କ ଦୃଷ୍ଟିରେ କର୍ମାଧିପ ଥିବାରୁ ଶୁଭେଚ୍ଛୁଙ୍କ ପରାମର୍ଶରେ ନୂଆ କାମ ସକାଶେ ମନ ବଳାଇବେ। ଦୈହିକ ଦୁର୍ବଳତା ସାଙ୍ଗକୁ ପାରିବାରିକ ଦ୍ୱନ୍ଦ୍ୱଜନିତ ନୈରାଶ୍ୟରୁ ଚିନ୍ତିତ ରହିପାରନ୍ତି।…

ରାଶିଫଳ: ଗୁରୁବାର, ସେପ୍ଟେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି କୃତ୍ତିକା ନକ୍ଷତ୍ର କର୍ମାରମ୍ଭ ସକାଶେ ସାହାଯ୍ୟ, ସହଯୋଗର ଅଭାବ ରହିବ ନାହିଁ। ଆନୁଷ୍ଠାନିକ, ସଭାସମିତି, ଧର୍ମକାର୍ଯ୍ୟ, ବନ୍ଧୁମିଳନ ପାଇଁ ଦିନଟି ଭଲ। ଛୋଟ ଛୋଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?