Posted inRasifala

ରାଶିଫଳ: ଶନିବାର ୧୬ , ଅଗଷ୍ଟ ତାରିଖ – Daily Horoscope

ମେଷ
ଶୁକ୍ରଙ୍କ ସୁପ୍ରଭାବରୁ ଚେଷ୍ଟାସଫଳ ହେବାରେ ଜଣେ ପୁରାତନ ବନ୍ଧୁ ସାହାଯ୍ୟ କରିବେ। ପରିବାରର ଆବଶ୍ୟକତାକୁ ନେଇ ଗୃହକୁ ସୌଖୀନ ପଦାର୍ଥ ଆଣିପାରନ୍ତି। ସହକର୍ମୀଙ୍କ ପରିବର୍ତ୍ତିତ ଚିନ୍ତାଧାରାକୁ ଲକ୍ଷ୍ୟକରି ମାନସିକ ଅସ୍ଥିରତା ସୃଷ୍ଟି ହେବ। ପିଲାଙ୍କ ବିବାହ ପ୍ରସ୍ତାବ ନେଇ ଜଣେ ବ୍ୟକ୍ତି ହଠାତ୍‍ ଆସିବାର ସମ୍ଭାବନା ରହିଛି ା
ବୃଷ
ବୃଷ
ଗୁରୁ ଓ ଶୁକ୍ର ଧନସ୍ଥାନରେ ରହିଥିବାରୁ କଥାର ଓଜନ ବୃଦ୍ଧି ସହ ଆର୍ଥିକ ସ୍ଥିତିରେ ଉନ୍ନତି ଘଟିବ। ଅତୀତ ଘଟଣାକୁ କେନ୍ଦ୍ରକରି ବିବାଦୀୟ ପରିସ୍ଥିତି ସୃଷ୍ଟି ହେବ। ଦୀର୍ଘ ଦିନରୁ ଅଟକି ରହିଥିବା ଅସମ୍ପୂର୍ଣ୍ଣ କାମରୁ ପୂର୍ଣ୍ଣାଙ୍ଗ କରିବାରେ ଜଣେ ବ୍ୟକ୍ତି ସାହାଯ୍ୟ କରିବେ। ଇଛା ନଥାଇ ମଧ୍ୟ ପରିସ୍ଥିତିରେ ପଡି ଖର୍ଚ୍ଚାନ୍ତ ହୋଇପାରନ୍ତି।
ମିଥୁନ
ମିଥୁନ
ଶନିଙ୍କ ପୂର୍ଣ୍ଣଦୃଷ୍ଟି ସପ୍ତମଭାବ ପ୍ରତି ଥିବାରୁ ଯାତ୍ରା, ବାଣିଜ୍ୟ ପ୍ରଭୃତିରେ ସମସ୍ୟା ଦେଖାଦେବ। ଗୁରୁଙ୍କ କୃପାରୁ ଖୋଜୁଥିବା ଜିନିଷ କିମ୍ବା ଦରକାରୀ କାଗଜପତ୍ର ସୁବିଧାରେ ପାଇଯିବେ। ପରିବାରର ଖର୍ଚ୍ଚ ପରିମାଣ ବୃଦ୍ଧି ଯୋଗୁ ମନରେ ସରସତା ରହିନପାରେ। ସାହିତ୍ୟ, ସଙ୍ଗୀତ, ନୃତ୍ୟ ତଥା କ୍ରୀଡା କ୍ଷେତ୍ରରେ ସଫଳତା ମିଳିବ।
କର୍କଟ
କର୍କଟ
ରାଶ୍ୟାଧିପ କର୍ମଭାବସ୍ଥ ଯୋଗୁ କର୍ମଜଞ୍ଜାଳ ବୃଦ୍ଧି ଜନିତ ଟେନ୍ସନ ଲାଗିରହିବ। ବିଭିନ୍ନ ସମସ୍ୟାର ସମାଧାନ ବନ୍ଧୁଙ୍କ ପରାମର୍ଶରେ ହୋଇପାରେ। ଆଜି ଅଫିସ୍‍ କାମରେ ଯୁକ୍ତିତର୍କଠାରୁ ଦୁରେଇ ରହିବା ଭଲ। ଯାତ୍ରା ପୂର୍ବରୁ ଗାଡି ପରଖି ନେବା ଭଲ ହେବ ନତୁବା ଯାନ୍ତ୍ରିକ ତ୍ରୁଟି ଦେଖାଦେଇପାରେ।
ସି˚ହ
ସି˚ହ
ଆଜି ଯେତେ ଭଲ କଥା କହିଲେ ମଧ୍ୟ ଅନ୍ୟମାନେ ଭୁଲ୍‍ ବିଝିବେ। ଯେତେ ପ୍ରକାରର ସୁବିଧା ସୁଯୋଗ ସୃଷ୍ଟି କଲେ ମଧ୍ୟ ଅନ୍ୟମାନଙ୍କୁ ସନ୍ତୁଷ୍ଟ କରିବା କଷ୍ଟକର ହୋଇପଡିବ। ଅବଶ୍ୟ ସାମାଜିକ ସ୍ତରରେ ପାରିପାର୍ଶ୍ୱିକ ପରିସ୍ଥିତି କେତେକାଂଶରେ ଭଲ ରହିପାରେ। ଉଚ୍ଚବର୍ଗର ବ୍ୟକ୍ତି ବିଶେଷଙ୍କ ଦ୍ୱାରା ପ୍ରତିବନ୍ଧକର ସୂଚନା ମଧ୍ୟ ରହିଛି।
କନ୍ୟା
କର୍ମଭାବସ୍ଥ ଶୁଭଗ୍ରହ ଆପଣଙ୍କ ଆଶା ଓ ଅଭିଳାଷକୁ ଚରିତାର୍ଥ କରାଇବାରେ ସହାୟକ ହେବେ। ଦୀର୍ଘ ଦିନର ସୁପରିକଳ୍ପିତ ନୂତନ କାର୍ଯ୍ୟରେ ହାତ ଦେଇ କୃତକାର୍ଯ୍ୟ ହେବେ। ସାମାଜିକ ସ୍ତରରେ ସମ୍ମାନ ଲାଭ କରିିବେ ଓ ବନ୍ଧୁ ମାନଙ୍କ ଦ୍ୱାରା ପ୍ରଶଂସିତ ହେବେ। ସଭାସମିତିରେ କିମ୍ବା ଆଲୋଚନା କ୍ଷେତ୍ରରେ ଅପ୍ରିୟ ସତକଥା କହି ବିରୋଧି ହୋଇପାରନ୍ତି।
ତୁଳା
ତୁଳା
ବୁଧାଦିତ୍ୟ ଯୋଗ ପ୍ରଭାବରେ କର୍ମକ୍ଷେତ୍ରରେ ଉଚ୍ଚସମ୍ମାନ ସହ ପାରିବାରିକ ସମ୍ପର୍କ ମଧ୍ୟ ଭଲ ରହିବ। ମନରେ ଗୁମୁରି ଉଠୁଥତ୍ବା ଅକୁହା କଥା ପ୍ରିୟଜନଙ୍କ ସମ୍ମୁଖରେ ପ୍ରକାଶ କରିପାରିବେ ନାହିଁ। ପ୍ରତ୍ୟେକ କ୍ଷେତ୍ରରେ ପ୍ରତିବନ୍ଧକକୁ ପ୍ରତିହତ କରିବେ। ସାହିତ୍ୟ ଚର୍ଚ୍ଚା, ସାମ୍ବାଦିକତା ଓ ଧର୍ମାନୁଷ୍ଠାନ ଦିଗରୁ ପ୍ରେରଣା ଲାଭ କରିବେ।
ବିଛା
ବିଛା
ଅନୁକୂଳ ଗ୍ରହଯୋଗଜନିତ ସମସ୍ୟା ସମାଧାନ କରିବାରେ ଜଣେ ବନ୍ଧୁ ସାହାଯ୍ୟ କରିବେ। ସ୍ବାର୍ଥସାଧନ ଅଭିସନ୍ଧି ନେଇ ମିତ୍ରମାନେ ପରୋକ୍ଷ ଭାବେ ଶତ୍ରୁତା ଆଚରଣ କରିପାରନ୍ତି। ସାମାଜିକ ସ୍ତରରେ ଗଠନ ମୁଳକ କାର୍ଯ୍ୟରୁ ପ୍ରଶଂସିତ ହେବେ। ଆକସ୍ମିକ ଭାବରେ କୌଣସି ଆମତ୍ୀୟଙ୍କ ସହାନୁଭୂତି ପାଇବାର ସୈାଭାଗ୍ୟ ପ୍ରାପ୍ତ ହେବ।
ଧନୁ
ଧନୁ
ରାଶ୍ୟାଧିପ ବୃହସ୍ପତିଙ୍କ ଶୁଭଦୃଷ୍ଟିରୁ ସ୍ବାସ୍ଥ୍ୟରେ ଉନ୍ନତି ଘଟିବ ଏବଂ କର୍ମକ୍ଷେତ୍ରରେ ପ୍ରାଧାନ୍ୟତା ବଢିବ। ସ୍ଥଗିତ ରହିଯାଇଥିବା କାମକୁ ପୂରା ଦମରେ କରିବା ପାଇଁ ନିଷ୍ପତ୍ତି ନେଇପାରନ୍ତି ା ସାହିତ୍ୟ, କଳା,କ୍ରୀଡା,ସଙ୍ଗୀତ ତଥା ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ। ସାଧାରଣ କଥାକୁ କେନ୍ଦ୍ରକରି ବନ୍ଧୁସମ୍ପର୍କର ସୂତ୍ର ଛିଣ୍ଡି ଯିବାର ଆଶଙ୍କା ରହିଛି।
ମକର
ମକର
ପାରିବାରିକ କ୍ଷେତ୍ରରେ ଥିବା ମାନସିକ ଦ୍ୱନ୍ଦ କଳହର କାରଣ ହେବ। ସଭାସମିତି କିମ୍ବା ଆନୁଷ୍ଠାନିକ କାମରେ ସଠିକ୍‍ ନିଷ୍ପତ୍ତି ନେବାରେ ସମସ୍ୟା ଦେଖାଦେବ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ପ୍ରତିବନ୍ଧକ ଦୂରେଇଯିବାର ସୂଚନା ରହିଛି। ତଥାପି ପ୍ରତ୍ୟେକ କ୍ଷେତ୍ରରେ ମିତ୍ରମାନେ ସହଯୋଗର ହାତ ବଢାଇବେ।
କୁମ୍ଭ
କୁମ୍ଭ
ଆଜି ଯେଉଁ କାମରେ ହାତ ଦିଅନ୍ତୁନା କାହିଁକି ସଫଳତା ଅବଶ୍ୟମ୍ଭାବୀ। ତଥାପି ସାମୟିକ ଘାତପ୍ରତିଘାତ ମଧ୍ୟ ଦେଇ ସମ୍ପନ୍ନ ହେବାର ଆଶଙ୍କା ଦେଖାଦେଇପାରେ। ପରିବାରରେ ସନ୍ଦେହ ଓ ଭୁଲ୍‍ ବୁଝାମଣା ହେତୁ ସମସ୍ୟା ବଢିଯିବାର ଆଶଙ୍କା ଜାଗ୍ରତ ହେବ। ପଡୋଶୀଙ୍କ ସହାୟତାରେ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ।
ମୀନମୀନ

ଶନିଙ୍କ କୁପ୍ରଭାବରୁ ଆଳସ୍ୟ ଓ ଅବହେଳାରୁ ସୁଯୋଗ ହରାଇପାରନ୍ତି। ଚେଷ୍ଟା କରୁଥିବା କାମଟିକୁ ସମ୍ପୂର୍ଣ୍ଣ କରିବାରେ ପ୍ରିୟଜନଙ୍କ ସହଯୋଗ ନିଶ୍ଚିତ ପାଇବେ। କର୍ମଜଞ୍ଜାଳ ପରିପ୍ରେକ୍ଷୀରେ ଘର କାମ ଛାଡି ବାହାର କାମରେ ବେଶି ସମୟ କଟାଇବାକୁ ପଡିପାରେ। ବନ୍ଧୁମାନଙ୍କ ପ୍ରେରଣାରେ ଗଠନମୂଳକ କାଯର୍‍ୟ ପ୍ରତି ମନ ବଳିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ଜୁଲାଇ ୨୨ ତାରିଖ – Daily Horoscope

ମେଷ ଆଜି ଖର୍ଚ୍ଚ ପରିମାଣ ବୃଦ୍ଧି ପାଇଲେ ମଧ୍ୟ ଯାତ୍ରା, ବାଣିଜ୍ୟ, ବ୍ୟବସାୟ ପାଇଁ ଦିନଟି ବହୁତ ଭଲ। ଆଲୋଚନା କ୍ରମରେ ଘରର କେତେକ କାମକୁ କରିବା…

ରାଶିଫଳ: ମଙ୍ଗଳବାର, ଜୁଲାଇ ୨୧ ତାରିଖ – Daily Horoscope

ମେଷ ଆଜି ରାଶ୍ୟାଧିପତିଙ୍କ ନକ୍ଷତ୍ରରେ ଚନ୍ଦ୍ର ଅବସ୍ଥାନ କରି ଶାରୀରିକ ଓ ମାନସିକ ସୁସ୍ଥତା ଅକ୍ଷୁଣ୍ଣ ରଖିବେ । କର୍ମକ୍ଷେତ୍ରରେ ଅଗ୍ରଗତି କରିବେ, କିନ୍ତୁ କିଛିଟା ପ୍ରତିରୋଧର…

ରାଶିଫଳ: ସୋମବାର, ଜୁଲାଇ ୨୦ ତାରିଖ – Daily Horoscope

ମେଷ ବନ୍ଧୁଙ୍କ ପରାମର୍ଶରେ ବହୁତ ଦିନରୁ ସ୍ଥଗିତ କାମଟିକୁ ହଠାତ୍‌ ଆରମ୍ଭ କରିବା ସକାଶେ ମନ ବଳାଇବେ। କୃତିକା ନକ୍ଷତ୍ର ଆଜି ଯେଉଁ କାମରେ ଯାତ୍ରା କରୁଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri