Posted inRasifala

ରାଶିଫଳ: ଶୁକ୍ରବାର ୧୫ , ଅଗଷ୍ଟ ତାରିଖ – Daily Horoscope

ମେଷ
ଆଜିର ଯାତ୍ରା ପ୍ରୀତିପ୍ରଦ ରହିବା ସହ ନୂତନ ବସ୍ତ୍ର, ଆଭୂଷଣ ଲାଭ କରିପାରନ୍ତି। ପିଲାଙ୍କ ଦାବି ମୁତାବକ ଜିନିଷ ନ ଆଣିପାରିବାରୁ ମାନସିକ ଅଶାନ୍ତି ଉପୁଜିପାରେ। ଅର୍ଥଲାଭ, ଶାରୀରିକ ସୁସ୍ଥତା, ବନ୍ଧୁଙ୍କ ପରାମର୍ଶ ଏବଂ ପ୍ରତିଯୋଗିତାରେ ସଫଳତା ଯୋଗୁ ଖୁସି ରହିବେ। କର୍ମକ୍ଷେତ୍ରରେ ଯୁକ୍ତିଯୁକ୍ତ କଥା କହି ପରିସ୍ଥିତିକୁ ସୁଧାରି ନେବେ।
ବୃଷ
ବୃଷ
ସାଧାରଣ ଘଟଣାକୁ କେନ୍ଦ୍ରକରି ପରିବାରରେ ଟେନ୍ସନ ଲାଗି ରହିବ। ଖର୍ଚ୍ଚ ପରିମାଣ ବୃଦ୍ଧି ପାଇ ଚିନ୍ତାକୁ ବଢାଇ ଦେଇପାରେ। ଅବଶ୍ୟ ଆନୁଷ୍ଠାନିକ କାମରେ ବନ୍ଧୁମାନଙ୍କଠାରୁ ଉସତ୍ାହ ଓ ପ୍ରେରଣା ପାଇ ଦୁଃସାଧ୍ୟ କାର୍ଯ୍ୟ ସାଧନ କରିବେ। କର୍ମକ୍ଷେତ୍ରର ଆଲୋଚନା ପରିସରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡିପାରେ ା
ମିଥୁନ
ମିଥୁନ
କର୍ମକ୍ଷେତ୍ରରେ, ବାଣିଜ୍ୟ, ବ୍ୟବସାୟରେ ସ୍ତ୍ରୀଙ୍କ ପରାମର୍ଶ ଗ୍ରହଣ କଲେ ଭଲ। ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହେବ, କିନ୍ତୁ ସାମାନ୍ୟ ବିତର୍କର ସ୍ଥିତି ଉପୁଜିପାରେ। ଯାତ୍ରାକାଳୀନ ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରନ୍ତୁ। କଳା, ସାହିତ୍ୟ ଓ କ୍ରୀଡ଼ା ଚଳଚ୍ଚିତ୍ର କ୍ଷେତ୍ରରେ ଥିବା ସମସ୍ୟା ସମାଧାନ ହୋଇଯିବାର ଆଶା ରହିଛି।
କର୍କଟ
କର୍କଟ
ଆପଣଙ୍କ ଶାନ୍ତ, ସରଳ, ଉଦାରତା ଗୁଣରେ ଶତ୍ରୁ ମଧ୍ୟ ପ୍ରଶଂସାରେ ଶତମୁଖ ହେବ। କର୍ମକ୍ଷେତ୍ରରେ ସହକର୍ମୀମାନେ କଳହର ମାତ୍ରାକୁ ବଢାଇ ଦେଇପାରନ୍ତି। ପାରିବାରିକ କ୍ଷେତ୍ରରେ ପାରସ୍ପରିକ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇପାରିବ। ଆଶା କରୁଥିବା ଶୁଭ ଖବର ପ୍ରିୟଜନଙ୍କ ନିକଟରୁ ଶୁଣି ଖୁସି ହେବେ।
ସି˚ହ
ସି˚ହ
ଆଜି ଯେତେ ଭଲ କଥା କହିଲେ ମଧ୍ୟ ଅନ୍ୟମାନେ ଭୁଲ୍‍ ବୁଝିବେ। ଯେତେପ୍ରକାରର ସୁବିଧା ସୁଯୋଗ ସୃଷ୍ଟି କଲେ ମଧ୍ୟ ଅନ୍ୟମାନଙ୍କୁ ସନ୍ତୁଷ୍ଟ କରିବା କଷ୍ଟକର ହୋଇପଡିବ। ଅବଶ୍ୟ ସାମାଜିକ ସ୍ତରରେ ପାରିପାର୍ଶ୍ୱିକ ପରିସ୍ଥିତି କେତେକାଂଶରେ ଭଲ ରହିପାରେ। ଉଚ୍ଚବର୍ଗର ବ୍ୟକ୍ତି ବିଶେଷଙ୍କ ଦ୍ୱାରା ପ୍ରତିବନ୍ଧକର ସୂଚନା ମଧ୍ୟ ରହିଛି।
କନ୍ୟା
ଆଜି ଆପଣଙ୍କ ଯୁକ୍ତିଯୁକ୍ତ କଥାବାର୍ତ୍ତା, ତଥ୍ୟ ସମ୍ବଳିତ ଭାଷଣ ପ୍ରଶଂସା ଓ ଉପଢୌନ ପ୍ରାପ୍ତିରେ ସହାୟକ ହେବ। ବହୁତ ଦିନରୁ ଟଙ୍କା ବାକି ରଖିଥବା ଲୋକଟି ଘରେ ଆସି ଦେଇଯିବ। ନିଜ ଲୋକଙ୍କ ଭୁଲ୍‍ରୁ ଅଫିସରେ ମତାନ୍ତର ସୃଷ୍ଟି ହେବ। ପରିବହନ, ଗୃହ ସଜ୍ଜା, ଗାଡି ମରାମତି, ପୁରୁଣା ଘର ସଜାଡିବାରେ ମନୋନିବେଶ କରିବେ।
ତୁଳା
ତୁଳା
ମନରେ ଶୁଦ୍ଧ ଭାବନା ଉଦ୍ରେକ ହେଲେ ମଧ୍ୟ ପାରିବାରିକ ଅସହଯୋଗ ଆଶା ପୂରଣ ଦିଗରେ ପ୍ରତିବନ୍ଧକ ସାଜିବ। କର୍ମକ୍ଷେତ୍ରରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ। ମାଲିମକଦ୍ଦମାରେ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ। ଘରର ବରାଦ ଅନୁସାରେ ଫେରିବା ବାଟରୁ ମୂଲ୍ୟବାନ ଦ୍ରବ୍ୟ ଆଣିପାରନ୍ତି।
ବିଛା
ବିଛା
ଆଜି ଘର କାମ ସାଙ୍ଗକୁ ଅଫିସ୍‍ କାମର ଜଞ୍ଜାଳ ବଳିଯିବାର ସୂଚନା ପୂର୍ଣ୍ଣମାତ୍ରାରେ ରହିଛି। ଅନ୍ୟମାନଙ୍କ କଥାରେ ଭାସି ନ ଯାଇ ନିଜର ବିଚାର ଅନୁଯାୟୀ କାମ କରିବା ଭଲ ହେବ। ଅଭାବ ଦୂରେଇବାର ପ୍ରୟାସ କଲେ ମଧ୍ୟ ଧାରକରଜ କରି ଆବଶ୍ୟକତା ଚଳାଇ ନେବେ। କ୍ରୀଡ଼ା, ସାହିତ୍ୟ, ସଙ୍ଗୀତ କ୍ଷେତ୍ରରେ ସୁନାମ ଅର୍ଜନ କରିପାରନ୍ତି।
ଧନୁ
ଧନୁ
ପରିବର୍ତ୍ତିତ ପରିସ୍ଥିତିିଜନିତ ବିଭିନ୍ନ ସମସ୍ୟା ଓ ପ୍ରତିବନ୍ଧକ ଭିତରେ ଚଳିବାକୁ ବାଧ୍ୟ ହେବେ। ପରିବହନ, ଆମଦାନୀ କାରବାର କ୍ଷେତ୍ରରେ ଖୁସି ରହିପାରନ୍ତି। ରାଜନୀତିରେ ଓ ସାଂଗଠନିକ କ୍ଷେତ୍ରରେ ଜନ କଲ୍ୟାଣ କରି କାମ ହାତକୁ ନେଇ ପ୍ରଶଂସିତ ହେବେ। ମାଲିମକଦ୍ଦମାରେ ଆପୋସ ସମାଧାନ ଘଟିବାର ଆଶା କରାଯାଇପାରେ।
ମକର
ମକର
ଗତକାଲିଠାରୁ ଯାହା କରିବାକୁ ମନସ୍ଥ କରିଛନ୍ତି ତାହା ଅବିଳମ୍ବେ ଆରମ୍ଭ କରିନେବା ଭଲ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହୃଦୟତାରୁ ଆକସ୍ମିକ ଉପସ୍ଥିତରୁ ମୁକୁଳି ଯାଇ ପାରନ୍ତି। ସାହିତ୍ୟ, ସଙ୍ଗୀତ, କ୍ରୀଡ଼ା, ପ୍ରକାଶନ, ସାହିତ୍ୟ ଚର୍ଚ୍ଚାରେ ସଫଳତା ପାଇବେ। ଶିକ୍ଷା, ଆଲୋଚନା, ଗଠନମୂଳକ କାମ, ଗବେଷଣା କ୍ଷେତ୍ରରୁ ଶୁଭଫଳ ପାଇବେ।
କୁମ୍ଭ
କୁମ୍ଭ
ଆଜି ଯେଉଁ କାମରେ ହାତ ଦିଅନ୍ତୁନା କାହିଁକି ସଫଳତା ଅବଶ୍ୟମ୍ଭାବୀ। ତଥାପି ସାମୟିକ ଘାତପ୍ରତିଘାତ ମଧ୍ୟଦେଇ କାର୍ଯ୍ୟ ସମ୍ପନ୍ନ ହେବାର ଆଶଙ୍କା ଦେଖାଦେଇପାରେ। ପରିବାରରେ ସନ୍ଦେହ ଓ ଭୁଲ୍‍ ବୁଝାମଣା ହେତୁ ସମସ୍ୟା ବଢିଯିବାର ଆଶଙ୍କା ଜାଗ୍ରତ ହେବ। ପଡୋଶୀଙ୍କ ସହାୟତାରେ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ।
ମୀନମୀନ

ସମସ୍ୟା ସମାଧାନ ଦିଗକୁ ଗତି କରୁଥିବା ଲକ୍ଷ୍ୟକରି ସାମୟିକ ମନ ଖୁସି ହୋଇଯାଇପାରେ। କୌଣସି ବନ୍ଧୁ କିଛି ଖବର ନ ଦେଇ ହଠାତ୍‍ ଆସିଯିବେ, ଯାହାକି ଆପଣଙ୍କ ମନରେ ଭାବାନ୍ତର ସୃଷ୍ଟିକରିବ। ଆଜିର ଯାତ୍ରା, ବ୍ୟବସାୟ, ଲେଖାପଢାରେ ସମସ୍ୟା ଲାଗି ରହିବ। ବନ୍ଧୁଙ୍କ ପ୍ରେରଣାରେ ସମାଜକଲ୍ୟାଣ କାମରେ ଯୋଗ ଦେଇପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ସେପ୍ଟେମ୍ବର ୧୬ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଧନସପ୍ତମାଧିପତି ଯୁକ୍ତ ହୋଇଥିବାରୁ ଯାତ୍ରାରେ ଲକ୍ଷ୍ୟପୂରଣ ହେବା ସହ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ପିଲାଙ୍କ ସ୍ବାସ୍ଥ୍ୟହାନି କିମ୍ବା ବିବାହ ସମସ୍ୟା ନେଇ ମାନସିକ…

ରାଶିଫଳ: ମଙ୍ଗଳବାର, ସେପ୍ଟେମ୍ବର ୧୫ ତାରିଖ – Daily Horoscope

ମେଷ କାମକୁ ସହଜ କରିବା ସକାଶେ ଆନୁଷଙ୍ଗିକ ଅନୁକୂଳ ପରିବେଶ ସୃଷ୍ଟି ହେବ। କେତେକ କ୍ଷେତ୍ରରେ ଅନ୍ୟମନସ୍କ ହେତୁକ ଭୁଲ୍‌ କାମ କରି ଅନୁତପ୍ତ ହେବେ। ପାଖକୁ…

ରାଶିଫଳ: ସୋମବାର, ସେପ୍ଟେମ୍ବର ୧୪ ତାରିଖ – Daily Horoscope

ମେଷ ଆଜିର ପ୍ରତ୍ୟୁଷଯାତ୍ରା, ବିବାଦୀୟ ଘଟଣା, ପ୍ରତିଯୋଗିତାମୂଳକ କାର୍ଯ୍ୟରେ ସଫଳତା ମିଳିବାର ଆଶା କରାଯାଇପାରେ। ବନ୍ଧୁଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ସୁପରିକଳ୍ପିତ ନୂଆ ଯୋଜନାଟିଏ କରିବା ସକାଶେ…

ରାଶିଫଳ: ରବିବାର, ସେପ୍ଟେମ୍ବର ୧୩ ତାରିଖ – Daily Horoscope

ମେଷ କର୍ମାଧିପ ଭାଗ୍ୟାଧିପ ଦୃଷ୍ଟିରେ ଥିବାରୁ ସାହାଯ୍ୟ ଓ ସହଯୋଗ ପାଇ କାମକୁ ତ୍ୱରାନ୍ବିତ କରିବେ। ପରିବର୍ତ୍ତିତ ଜୀବନଶୈଳୀ ଓ ସ୍ବାସ୍ଥ୍ୟ ସଚେତନତା ଅଭାବରୁ ଶାରୀରିକ ସୁସ୍ଥତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?