Posted inRasifala

ରାଶିଫଳ: ସୋମବାର , ଅଗଷ୍ଟ ୪ ତାରିଖ – Daily Horoscope

ମେଷ
ପାରିବାରିକ ସମସ୍ୟା ସମାଧାନ କ୍ଷେତ୍ରରେ ଜଣେ ବନ୍ଧୁ ସାହାଯ୍ୟ କରିବେ। ପରିବାରର ଆବଶ୍ୟକତା ପୂରଣ ସକାଶେ ଧାର କରଜ କରିବାକୁ ବାଧ୍ୟ ହୋଇପାରନ୍ତି। ଯାନ୍ତ୍ରିକ ଶିଳ୍ପ, ପରିବହନ, ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ସୁଫଳ ପ୍ରାପ୍ତି ହୋଇପାରେ। ଅଶ୍ୱିନୀ ନକ୍ଷତ୍ର ସକାଶେ ଜମିଜମା କିଣାବିକା କ୍ଷେତ୍ରରେ ମନସ୍ତାପ କରିବାକୁ ପଡ଼ିପାରେ।
ବୃଷ
ବୃଷ
ରୋହିଣୀ ନକ୍ଷତ୍ର ଅନ୍ୟଦ୍ୱାରା ପ୍ରଭାବିତ ହୋଇ ବନ୍ଧୁଙ୍କ ଭରସା ଆପଣଙ୍କ ଉପରୁ ତୁଟିଯାଇପାରେ। ଶିଳ୍ପ, ବ୍ୟବସାୟ ଓ ପରିବହନ ପାଇଁ ବିଶେଷ ଅସୁବିଧା ହେବ ନାହିଁ। ପାରିବାରିକ ସମସ୍ୟା ଭିତରେ ନିଜକୁ ନିୟନ୍ତ୍ରଣ ମଧ୍ୟରେ ରଖିବାପାଇଁ ସମର୍ଥ ହେବେ। ବନ୍ଧୁଙ୍କ ପରାମର୍ଶରେ ମୂଲ୍ୟବାନ୍‍ ଜିନିଷ କ୍ରୟ କରିବା ସକାଶେ ମନ ବଳାଇ ପାରନ୍ତି।
ମିଥୁନ
ମିଥୁନ
ସମ୍ପର୍କୀୟଙ୍କ ବିବାଦୀୟ ପରିସ୍ଥିତିରେ ମଧ୍ୟସ୍ଥତା କରି ଅଯଥା ଶିରୋନାସ୍ତି ଶିରଃପୀଡ଼ା ଅନୁଭବ କରିବେ। ବ୍ୟବସାୟରେ ସମସ୍ୟା ବଡ଼ ଆକାର ଧାରଣ କରିବାର ଆଶଙ୍କା ରହିଛି। ସ୍ବାସ୍ଥ୍ୟଗତ ସମସ୍ୟାର ସମାଧାନ ସକାଶେ ଅନ୍ୟର ପରାମର୍ଶକୁ ଗ୍ରହଣ କରିବେ। ପୁନର୍ବସୁ ନକ୍ଷତ୍ର ସମ୍ପର୍କୀୟଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହୋଇପାରନ୍ତି।
କର୍କଟ
କର୍କଟ
ପରୋକ୍ଷ ଶତ୍ରୁତା କାରଣରୁ କର୍ମକ୍ଷେତ୍ରରେ ସମାଲୋଚନାର ପାତ୍ର ହେବାକୁ ପଡ଼ିପାରେ। ଅଶ୍ଳେଷା ନକ୍ଷତ୍ର ପାରିବାରିକ କଳହକୁ କେନ୍ଦ୍ରକରି ଭାବପ୍ରବଣ ହୋଇପାରନ୍ତି। ବ୍ୟବସାୟରେ, ପରିବହନରେ କିମ୍ବା ମାଲିମକଦ୍ଦମାରେ ସଫଳତା ପାଇବେ। ଆଜିର ଯାତ୍ରା ସମୟରେ ଅତି ପ୍ରିୟ ବ୍ୟକ୍ତିଟିର ସାନ୍ନିଧ୍ୟ ଲାଭ କରି ଖୁସି ହେବେ।
ସି˚ହ
ସି˚ହ
ଅଟକି ରହିଥିବା କାମକୁ ଆଜି ସମ୍ପନ୍ନ କରିବାରେ ଅସୁବିଧା ହେବ ନାହିଁ। ପୂର୍ବାଫାଲଗୁନୀ ନକ୍ଷତ୍ର ସରକାରୀ କାମରେ ମାତ୍ରାଧିକ ଭ୍ରମଣ ଯୋଗୁ କ୍ଳାନ୍ତି ଅନୁଭବ କରିପାରନ୍ତି। ଆର୍ଥିକ ଅନଟନ ଦୂରେଇବାରେ ପଡ଼ୋଶୀଙ୍କ ଅବଦାନ ଅବିସ୍ମରଣୀୟ ରହିବ। ଯାନ ବାହନ, ହୋଟେଲ ଶିଳ୍ପ, ଷ୍ଟେଶନାରୀ ବ୍ୟବସାୟରେ ଉନ୍ନତି କରିବେ।
କନ୍ୟା
ଆଜି ଚିତ୍ରା ନକ୍ଷତ୍ର ବନ୍ଧୁଙ୍କ କଥାରେ ପ୍ରଭାବିତ ହୋଇ ଭୁଲ୍‍ କାମ କରିପାରନ୍ତି। ସାହିତ୍ୟ ଓ ସଭା ସମିତିରେ ସମସ୍ୟା ସମାଧାନର ରାସ୍ତା ଖୋଜି ବାହାର କରିବାରେ ସମର୍ଥ ହେବେ। ଦୀର୍ଘଦିନରୁ ଅପେକ୍ଷା କରିଥିବା କୌଣସି ଖବର ପାଇ ଖୁସି ହୋଇପାରନ୍ତି । ଅଫିସରୁ ଆସିବା ବେଳକୁ ନିଜ ମନପସନ୍ଦର ଜିନିଷଟି କିଣିବାରେ ସମର୍ଥ ହେବେ।
ତୁଳା
ତୁଳା
ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣରେ ରହିବା ସହ ପରିବାରରେ ସୁଖ ଶାନ୍ତି ଫେରାଇ ଆଣିବାରେ ସମର୍ଥ ହେବେ। ସ୍ବାତୀ ନକ୍ଷତ୍ର ସକାଶେ ଶିଳ୍ପ, ବ୍ୟବସାୟ ଓ ପରିବହନରେ ସଫଳତା ମିଳିବ। ସୁଯୋଗ ହରାଇବା ସକାଶେ ବ୍ୟଥିତ ହୋଇପାରନ୍ତି। ସାଧାରଣ କଥାରେ ତର୍କ କାରଣରୁ ସ୍ତ୍ରୀଙ୍କ ସହ ମତପାର୍ଥକ୍ୟ ଦେଖା ଦେଇପାରେ।
ବିଛା
ବିଛା
ଅନୁରାଧା ନକ୍ଷତ୍ର କର୍ମକ୍ଷେତ୍ରରେ ଅପୂର୍ବ ସାହସିକତା ପ୍ରଦର୍ଶନ କରି ପ୍ରଶଂସିତ ହେବେ। ସାମ୍ବାଦିକତା, ପ୍ରଶାସନ, ରାଜନୀତି , ସାହିତ୍ୟ ଓ ସଙ୍ଗୀତରେ ସୁନାମ ଅର୍ଜନ କରିବେ। ଶତ୍ରୁ ପାଖେଇ ଆସିବେ ସିନା କୌଣସି କ୍ଷତି କରିପାରିବେ ନାହିଁ । ସରକାରୀ କାମ ଓ ପଦସ୍ଥ ବ୍ୟକ୍ତିବିଶେଷଙ୍କ ଦେଖାସାକ୍ଷାତ୍‍ରୁ ଉପକୃତ ହେବେ।
ଧନୁ
ଧନୁ
ପୂର୍ବାଷାଢ଼ା ନକ୍ଷତ୍ର ବନ୍ଧୁଙ୍କସହ ଆଲୋଚନା ପରିସରରେ ଅଥବା ସଭାସମିତିରେ ପ୍ରଶଂସିତ ହେବେ। ଗବେଷଣା, ଅନୁସନ୍ଧାନ, ରଚନାତ୍ମକ କାର୍ଯ୍ୟ ତଥା ଆଲୋଚନା କ୍ଷେତ୍ରରୁ ଶୁଭଫଳ ପାଇବେ। ଅସମର୍ଥିତ ସୂତ୍ରରୁ ଶୁଣାକଥାକୁ ବିଶ୍ୱାସ କଲେ ଅସୁବିଧାର ସମ୍ମୁଖୀନ ହେବେ। ବନ୍ଧୁ ପ୍ରତିଶ୍ରୁତି ରକ୍ଷାକରି କାମରେ ସାହାଯ୍ୟ କରିବେ।
ମକର
ମକର
ପୂର୍ବ ସ୍ଥିରୀକୃତ ଆଲୋଚନାକ୍ରମେ ଆଜି ନୂତନ କାର୍ଯ୍ୟରେ ହାତଦେବାକୁ ସ୍ଥିର କରିବେ । ଶ୍ରବଣା ନକ୍ଷତ୍ର ବିବାଦୀୟ ଘଟଣା ଅମୀମାଂସିତ ରହିବାରୁ ମାନସିକ ଯନ୍ତ୍ରଣା ପାଇବେ। ବନ୍ଧୁଙ୍କ ଆଗମନକୁ ଅପେକ୍ଷା କରିବା ହେତୁ ପ୍ରତୀକ୍ଷାଜନିତ ଯନ୍ତ୍ରଣା ତୀବ୍ର ହେବ। ପରିବାରରେ ପ୍ରତିକୂଳ ପରିସ୍ଥିତିର ଚାପ ବଢ଼ିପାରେ ା
କୁମ୍ଭ
କୁମ୍ଭ
କର୍ମକ୍ଷେତ୍ରରେ ସଫଳତାର ସହ କାର୍ଯ୍ୟକରି ଏକପ୍ରକାର ଆନନ୍ଦ ଅନୁଭବ କରିପାରିବେ। ଆଜିର ଫେରିବା ବାଟରେ ହଠାତ୍‍ ମୂଲ୍ୟବାନ ଦ୍ରବ୍ୟ ଲାଭ ହୋଇପାରେ ା ଶତଭିଷା ନକ୍ଷତ୍ର କୌଣସି ଦୁଃଖାନ୍ତକ ବିଷୟରେ ପାଖ ପଡ଼ୋଶୀ ସହାନୁଭୂତି ପ୍ରଦର୍ଶନ କରିପାରନ୍ତି। ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁ ନାହିଁ।
ମୀନମୀନ

ସହକର୍ମୀଙ୍କ ସହାନୁଭୂତି ଯୋଗୁ କାମଗୁଡ଼ିକ ସମ୍ପନ୍ନ କରିବାରେ ବିଶେଷ ଅସୁବିଧା ହେବ ନାହିଁ। ପାରିବାରିକ ଜୀବନରେ ଅନାଦର ପାଇବାରୁ ମାନସିକ ଅସ୍ଥିରତା ସୃଷ୍ଟି ହୋଇପାରେ । ରେବତୀ କଠୋର ପରିଶ୍ରମ କରି ସମସ୍ୟା ସମାଧାନ କରିବାରେ ଧ୍ୟାନ ଦେବେ। ଦୋକାନ, ନିର୍ମାଣ, ଯାତ୍ରା, ବିବାଦ, ସଭାସମିତିରୁ ଆଶ୍ୱସ୍ତି ଲାଭକରି ପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଗୁରୁବାର, ଜୁଲାଇ ୩୦ ତାରିଖ – Daily Horoscope

ମେଷ ଆଜିର ଗ୍ରହଯୋଗ ଆପଣଙ୍କୁ ଅର୍ଥ,ବିଳାସବ୍ୟସନ, ସନ୍ତାନସୁଖ,ନୂତନମୈତ୍ରୀ ସୃଷ୍ଟିକରି ମୁହଁରେ ହସ ଫୁଟାଇବେ। ସାମାନ୍ୟ କଥାରୁ ପାରିବାରିକ ସମସ୍ୟା ଦେଖାଦେଇପାରେ। ଶନି ପ୍ରଭାବରୁ ବିଭିନ୍ନ ଝାମେଲା ମଧ୍ୟରେ…

ରାଶିଫଳ: ବୁଧବାର, ଜୁଲାଇ ୨୯ ତାରିଖ – Daily Horoscope

ମେଷ ବିଭିନ୍ନ ସମସ୍ୟା ମଧ୍ୟରେ କର୍ମକ୍ଷେତ୍ରରେ ଅସ୍ଥିରତା ଲାଗିରହିବ। ପାରିବାରିକ କ୍ଷେତ୍ରରେ ମତାନ୍ତର ଓ ବିତର୍କ ଜନିତ ଅଶାନ୍ତ ପରିସ୍ଥିତିର ଆଶଙ୍କା ଦେଖାଦେବ। ନିଜ ପରିସରର ଭଦ୍ରବ୍ୟକ୍ତିଙ୍କ…

ରାଶିଫଳ: ମଙ୍ଗଳବାର, ଜୁଲାଇ ୨୮ ତାରିଖ – Daily Horoscope

ମେଷ ଆଜି ଆର୍ଥିକ ଅସଙ୍ଗତି ଦୂରକରିବା ସହ ଆଲୋଚନାକୁ ଅଗ୍ରଗାମୀ କରାଇବାରେ ସହାୟକ ହେବେ। ପୂର୍ବାଲୋଚନା ଅନୁଯାୟୀ ଆଜିର ଯାତ୍ରା, ନୂତନ କର୍ମାରମ୍ଭ, ପ୍ରଶାସନିକ ନିଷ୍ପତ୍ତିରେ ସଫଳତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri