Posted inRasifala

ରାଶିଫଳ: ମଙ୍ଗଳବାର , ଅଗଷ୍ଟ ୫ ତାରିଖ – Daily Horoscope

ମେଷ
ଆଜି ସ୍ଥଗିତ କାମକୁ ତ୍ୱରାନ୍ବିତ କରିବା ସକାଶେ ଅନୁକୂଳ ବାତାବରଣ ସୃଷ୍ଟି ହେବ। କଠିନ ପରିଶ୍ରମଜନିତ ସ୍ବାସ୍ଥ୍ୟରେ ବ୍ୟତିକ୍ରମ ଦେଖାଦେବ। ପ୍ରଶାସନ, ଆଇନ ଅଦାଲତ, ସଭା ସମିତି ଓ ରପ୍ତାନୀ ବାଣିଜ୍ୟ କ୍ଷେତ୍ରରେ ଉପକୃତ ହେବେ। ବନ୍ଧୁ କିମ୍ବା ଆମତ୍ୀୟମାନଙ୍କ ସହ ପ୍ରତ୍ୟୁଷ ଯାତ୍ରା ସଫଳ ହେବାର ଆଶା କରାଯାଇପାରେ।
ବୃଷ
ବୃଷ
ସପ୍ତମ ଚନ୍ଦ୍ରଙ୍କ ଶୁଭତ୍ୱ କାରଣରୁ ମାନସିକ ଅସ୍ଥିରତା ଦୂର ହେବ ଏବଂ କାମ ହାସଲ କରି ଆଶ୍ୱସ୍ତି ଲାଭ କରିବେ। ଜଣେ ବନ୍ଧୁଙ୍କ ପ୍ରରୋଚନାରେ ଅପରିଚିତଙ୍କ ସହ ମିତ୍ରତା ସମସ୍ୟା ସୃଷ୍ଟି କରିବ। ଗୃହସୀମା, ଗାଡି ମୋଟର, ପ୍ରତିଦ୍ୱନ୍ଦିତାରେ ମାନସିକ ଅସ୍ଥିରତା ବଢିବ। ସହକର୍ମୀଙ୍କଠାରୁ ସାହାଯ୍ୟର ପ୍ରତିଶୃତି ପାଇ ଟେନସନ୍‍ ଦୂର ହେବ।
ମିଥୁନ
ମିଥୁନ
କର୍ମକ୍ଷେତ୍ରରେ ଭୁଲ୍‍ ବୁଝାମଣା କାରଣରୁ ବିବାଦୀୟ ପରିସ୍ଥିତି ସୃଷ୍ଟି ଆଶଙ୍କା ରହିଛି। ଶିକ୍ଷା, ପରୀକ୍ଷା, ନୂତନ ବନ୍ଧୁ ସମ୍ପର୍କ ସ୍ଥାପନ କ୍ଷେତ୍ରରେ ଆଶା ଅନୁଯାୟୀ ଫଳ ପାଇବେ। ବନ୍ଧୁଙ୍କ ନିକଟରେ ମନକଥାକୁ ଲୁଚାଇ ରଖିପାରିବେ ନାହିଁ କିନ୍ତୁ କହି ସାରିବା ପରେ ମନସ୍ତାପ କରିବେ। ସାଙ୍ଗଠନିକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡିପାରେ।
କର୍କଟ
କର୍କଟ
ଲୋକଙ୍କ ପାଇଁ ଯେତେ ଭଲ ଚିନ୍ତା କଲେ ମଧ୍ୟ ଅନ୍ୟମାନେ ଆପଣଙ୍କ ମନୋଭାବକୁ ସହଜରେ ବୁଝତ୍ନପାରିବେ ନାହିଁ। ବନ୍ଧୁଙ୍କ ସହାୟତାରେ ଶିଳ୍ପ, ବାଣିଜ୍ୟରେ ସଫଳତା ପାଇବେ। ଘରର ବରାଦ ଅନୁଯାୟୀ ବିଳାସ ଉପକରଣ କିଣି ପାରନ୍ତି। ଶୁଣା ଖବରକୁ ବିଶ୍ୱାସକରି ନିଜ ଲୋକଙ୍କୁ ଭୁଲ୍‍ ବୁଝିପାରନ୍ତି।
ସି˚ହ
ସି˚ହ
ଭଲ ସମ୍ପର୍କ ଥିବା ବ୍ୟକ୍ତି ଆପଣଙ୍କ ଉନ୍ନତିରେ ଈର୍ଷଇପରାୟଣ ହୋଇ ବିଭିନ୍ନ ସମସ୍ୟା ସୃଷ୍ଟି କରିପାରନ୍ତି। ଆଜି ପାଇଁ ବନ୍ଧୁଙ୍କ ସାହାଯ୍ୟକାରୀ ମନୋଭାବ ଓ ଅବଦାନ ଅବିସ୍ମରଣୀୟ ରହିବ। ଅର୍ଥାଭାବ, ପରୋକ୍ଷ ଶତ୍ରୁତା,ସ୍ବାସ୍ଥ୍ୟ ସମସ୍ୟା ମନକୁ ଭାରାକ୍ରାନ୍ତ କରିବ। କୈାଣସି ଖୁସି ଖବର ଆହ୍ଲାଦିତ ହେବେ।
କନ୍ୟା
ଶତ୍ରୁତା କରୁଥିବା ମିତ୍ରମାନେ ସମସ୍ୟା ମୂଳକ କାମ ପ୍ରତି ପ୍ରଲୋଭିତ କରାଇ ପାରନ୍ତି। ସାଧାରଣ କଥାକୁ ଜଟିଳ ଆକାରରେ ଗ୍ରହଣ କରି ଦ୍ୱନ୍ଦରେ ପଡିବାର ସୂଚନା ରହିଛି । ବହୁତ ଦିନର ଆଶା ପୂରଣ ହେବ ଓ ସମ୍ପର୍କୀୟଙ୍କ ଶୁଭ ସୂଚନାରୁ ଖୁସି ହେବେ। ପାରିବାରିକ ସମସ୍ୟାର ସମାଧାନ ପାଇଁ ବନ୍ଧୁଙ୍କ ସାହାଯ୍ୟ ଆଶା କରିପାରନ୍ତି।
ତୁଳା
ତୁଳା
ପରିସ୍ଥିତିକୁ ସମ୍ଭାଳି ନେବାପାଇଁ ଆପଣଙ୍କୁ ବିକଳ୍ପବ୍ୟବସ୍ଥା ଗ୍ରହଣ କରିବାକୁ ପଡିପାରେ। ସାହିତ୍ୟ, ସାମ୍ବାଦିକତା ସଙ୍ଗକୁ ସତସଙ୍ଗ ଓ ମନୋରନ କାମରୁ ପ୍ରଶଂସିତ ହେବେ। ଆଜି ବିଭିନ୍ନ ସ୍ଥାନ ପରିଦର୍ଶନର ମଉକା ଜୁଟିବାର ସମ୍ଭାବନା ରହିଛି। ସ୍ବ୍ୟାସ୍ଥ୍ୟ, ପରିବାର, କର୍ମକ୍ଷେତ୍ର, ଅର୍ଥ ସମ୍ପର୍କୀୟ କଥା ପାଇଁ ସମୟ ଅନୁକୂଳ ରହିବ।
ବିଛା
ବିଛା
କର୍ମକ୍ଷେତ୍ରରେ ଦୃଢ ପଦେକ୍ଷପ ନେଇ କାର୍ଯ୍ୟ ହାସଲ କରିବେ। ବ୍ୟବସାୟୀମାନଙ୍କ ଆର୍ଥିକ ସ୍ଥିତିରେ ପରିବର୍ତନ ଆସିପାରେ। ଯାତ୍ରା ସମୟରେ ସତର୍କ ନରହିଲେ ପକେଟମାର ହାବୁଡରେ ପଡିଯିବାର ସମ୍ଭାବନା ରହିଛି। ବନ୍ଧୁଙ୍କ ସହାୟାତରେ ବାଣିଜ୍ୟ କ୍ଷେତ୍ରରେ ସମସ୍ୟା ଦୂର ହୋଇପାରେ।
ଧନୁ
ଧନୁ
କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପନ୍ନ କରିବା ପାଇଁ ବ୍ୟସ୍ତତା ବଢି ଯାଇପାରେ ାକର୍ମକ୍ଷେତ୍ରରେ ବନ୍ଧୁଙ୍କ ମିଥ୍ୟାଭିଯୋଗ ସକାଶେ ବିରକ୍ତି ପ୍ରକାଶ କରିପାରନ୍ତି। ବିଳାସ ଉପକରଣ କ୍ରୟ କରିବା ସକାଶେ ଘରୁ ବରାଦ ପାଇବେ। ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦାନ କରି ବନ୍ଧୁଗହଣରେ ପାରନ୍ତି।
ମକର
ମକର
ବନ୍ଧୁମାନଙ୍କ ଅନୁରୋଧକ୍ରମେ ସମାଜ ସଂସ୍କାରମୂଳକ କାମରେ ସାହାଯ୍ୟ ସହଯୋଗର ଅଭାବ ରହିବ ନାହିଁ। ନିଜ ପରିସରରେ ମଧ୍ୟ ସମ୍ମାନ ଓ ପ୍ରତିଷ୍ଠା ଅକ୍ଷୁର୍ଣ୍ଣ ରହିବ। ସାଧାରଣ ଘଟଣାରେ ବନ୍ଧୁଙ୍କ ସହ ସମ୍ପର୍କ ହାନି ଯୋଗୁ ଚିନ୍ତା ପ୍ରକଟ କରିବେ। ପିଲାଙ୍କ ଆଚରଣ ସନ୍ତୋଷଜନକ ନହେବା କାରଣରୁ କିଛି ମାତ୍ରାରେ ବ୍ୟସ୍ତତା ବୃଦ୍ଧି ପାଇବ।
କୁମ୍ଭ
କୁମ୍ଭ
ଆଜି ଆପଣଙ୍କର ପ୍ରତ୍ୟେକ କାମ ଗୁଡିକ ସୁବିଧାରେ ସମ୍ପନ୍ନ ହୋଇଯିବ। ବାଣିଜ୍ୟ, ବ୍ୟବସାୟ, ପରିବହନ, ନିର୍ମାଣ, କଚେରୀ ମାମଲାରେ ଲକ୍ଷ୍ୟ ହାସଲ କରିବେ। ପରିବାରରେ ପାରସ୍ପରିକ ଅସହଯୋଗ କେତେକ ସାଧାରଣ ସମସ୍ୟା ସୃଷ୍ଟି କରିପାରେ। ସରକାରୀ କ୍ଷେତ୍ରରୁ ସହାୟତା ଲାଭକରି ଖୁସି ଅନୁଭବ କରିବେ।
ମୀନମୀନ

ଆଜରି ଯାତ୍ରା ସମୟରେ ସତର୍କତାର ଅଭାବ କୌଣସି ଗୋଳମାଳିଆ ପରିସ୍ଥିତି ସୃଷ୍ଟି କରିପାରେ। କର୍ମକ୍ଷେତ୍ରର କେତେକ ଫାଇଲ୍‍ କାମ ସକାଶେ ସମସ୍ୟାରେ ପଡ଼ିପାରନ୍ତି। ଆନୁଷ୍ଟାନିକ କାମରେ ଖଟଣି ବଢିଯିବାରୁ ସ୍ବାସ୍ଥ୍ୟ ହାନୀ ଘଟିବ। ଅନ୍ୟମାନଙ୍କ ଉପରେ କିଛି ନବୁଝତ୍ ନସୁଝତ୍ ଦୋଷରୋପ କଲେ ନିଜେହିଁ ଅପଦସ୍ଥ ହେବାକୁ ପଡିପାରେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ:ଶନିବାର , ସେପ୍ଟେମ୍ବର ୧୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ଜନିତ ବନ୍ଧୁ ସମ୍ପର୍କରେ ଉନ୍ନତି ହେବ। ଯାତ୍ରା, ବିବାଦ, ଗୃହାରମ୍ଭ ପାଇଁ ପ୍ରତିକୂଳତା ଆସିଲେ ମଧ୍ୟ କୌଣସି ଅସୁବିଧା ହେବନାହିଁ। ପାରିବାରିକ…

ରାଶିଫଳ: ଶୁକ୍ରବାର , ସେପ୍ଟେମ୍ବର ୧୮ ତାରିଖ – Daily Horoscope

ମେଷ ବୃହସ୍ପତିଙ୍କ ଦୃଷ୍ଟିରେ କର୍ମାଧିପ ଥିବାରୁ ଶୁଭେଚ୍ଛୁଙ୍କ ପରାମର୍ଶରେ ନୂଆ କାମ ସକାଶେ ମନ ବଳାଇବେ। ଦୈହିକ ଦୁର୍ବଳତା ସାଙ୍ଗକୁ ପାରିବାରିକ ଦ୍ୱନ୍ଦ୍ୱଜନିତ ନୈରାଶ୍ୟରୁ ଚିନ୍ତିତ ରହିପାରନ୍ତି।…

ରାଶିଫଳ: ଗୁରୁବାର, ସେପ୍ଟେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି କୃତ୍ତିକା ନକ୍ଷତ୍ର କର୍ମାରମ୍ଭ ସକାଶେ ସାହାଯ୍ୟ, ସହଯୋଗର ଅଭାବ ରହିବ ନାହିଁ। ଆନୁଷ୍ଠାନିକ, ସଭାସମିତି, ଧର୍ମକାର୍ଯ୍ୟ, ବନ୍ଧୁମିଳନ ପାଇଁ ଦିନଟି ଭଲ। ଛୋଟ ଛୋଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?