Posted inRasifala

ରାଶିଫଳ: ଶୁକ୍ରବାର, ଅଗଷ୍ଟ ୧ ତାରିଖ – Daily Horoscope

ମେଷ
ଆଜି ସପ୍ତମ କେନ୍ଦ୍ରସ୍ଥ ଚନ୍ଦ୍ର ପ୍ରଭାବରୁ ମହତ୍‍ କାମରେ ଅର୍ଥ ବିନିଯୋଗ କରିବେ। ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ହାସଲ ସକାଶେ ଦୂରଯାତ୍ରା କରିପାରନ୍ତି। କର୍ମକ୍ଷେତ୍ରରେ ଉଚ୍ଚକର୍ତ୍ତୃପକ୍ଷଙ୍କଠାରୁ ଆଶାନୁଯାୟୀ ସାହାଯ୍ୟ ପାଇବାରେ ପ୍ରତିବନ୍ଧକ ରହିବ ନାହିଁ। କ୍ରମଶଃ ଦୂରେଇ ଯାଉଥିବା କୌଣସି ଆମତ୍ୀୟଙ୍କ ପାଇଁ ମନ ଛଟପଟ ହୋଇପାରେ।
ବୃଷ
ବୃଷ
ତୃତୀୟସ୍ଥ ବୁଧାଦିତ୍ୟ ଯୋଗ ହେତୁ ଯାହା ମନେ ମନେ ଭାବୁଛନ୍ତି ତାହାକୁ ଯଥାଶୀଘ୍ର ଆରମ୍ଭ କରିନେବା ଭଲ ହେବ। ଅନ୍ୟମାନଙ୍କ ସାହାଯ୍ୟ ସହଯୋଗର ମଧ୍ୟ ଅଭାବ ରହିବ ନାହିଁ। ପରିସ୍ଥିତିରେ ପଡି କର୍ମକ୍ଷେତ୍ରରେ ଦାୟିତ୍ୱ ହାତକୁ ନେଇ ଚିନ୍ତିତ ରହିପାରନ୍ତି । ପୁରାତନ ରୋଗର ପ୍ରାଦୁର୍ଭାବ ବଢିବା କାରଣରୁ ମାନସିକ ଦୁର୍ବଳତା ଅନୁଭବ କରିବେ।
ମିଥୁନ
ମିଥୁନ
ରାଶିରେ ଗୁରୁଶୁକ୍ର ଥିବାରୁ ସକାଳୁ ଘର ପାଇଁ କୌଣସି କାମରେ ମନଦେଇ କର୍ମକ୍ଷେତ୍ର ପାଇଁ ପ୍ରସ୍ତୁତ ହେବେ। ସମ୍ପର୍କୀୟଙ୍କ ସହ ମିତ୍ରତା ବଢାଇବା ଚେଷ୍ଟା କଲେ ମଧ୍ୟ ସେମାନେ ଅସ୍ବୀକାର କରିପାରନ୍ତି। ପ୍ରଶାସନିକ କିମ୍ବା ପରିଚାଳନାଗତ ତ୍ରୁଟି ସୁଧାରିବା ଚେଷ୍ଟା ଅବ୍ୟାହତ ରହିବ। ଯାତ୍ରାରେ ଲକ୍ଷ୍ୟ ହାସଲ ସାଙ୍ଗକୁ ବ୍ୟବସାୟିକ ସଫଳତା ମିଳିବ।
କର୍କଟ
କର୍କଟ
ଆଜି ଭାଗ୍ୟକର୍ମାଧିପଙ୍କ ସଂଯୋଗରୁ କିଛି ନୂଆ କାମ ଆରମ୍ଭ କରିବାକୁ ଚିନ୍ତା କରିବେ। ଅଭାବ ନ ଥିଲେ ମଧ୍ୟ ଖୋଲା ମନନେଇ ଖର୍ଚ୍ଚରୁ ଦୂରେଇ ରହିବା ପାଇଁ ଚେଷ୍ଟିତ ହେବେ। ବିବାଦୀୟ ପରିସ୍ଥିତିରେ ନିଜ ଲୋକଙ୍କୁ ସନ୍ଦେହ କରିବା ଭଳି ପରିସ୍ଥିତି ସୃଷ୍ଟି ହେବ। ସାଧାରଣ ସ୍ବାର୍ଥକୁ କେନ୍ଦ୍ରକରି ପରିବାରରେ ସମସ୍ୟାର ଆଶଙ୍କା ରହିଛି।
ସି˚ହ
ସି˚ହ
ରାଶିରେ କେତୁ ଆପଣଙ୍କ ଦୈହିକ ଓ ମାନସିକ ସ୍ବାସ୍ଥ୍ୟ ପ୍ରତି ପ୍ରତିକୂଳ ପ୍ରଭାବ ପକାଇପାରେ। ନିଜ ଲୋକଙ୍କ ବ୍ୟତୀତ ଅନ୍ୟଜାତିର ବ୍ୟକ୍ତି ସହାୟତା କରିପାରନ୍ତି। କଳା, ସାହିତ୍ୟ, ସାମ୍ବାଦିକତା, କ୍ରୀଡ଼ା ଓ ଚଳଚ୍ଚିତ୍ର କ୍ଷେତ୍ରରୁ ସୁଫଳ ପାଇବେ। ସନ୍ତାନଙ୍କର କିଛି ରହିଥିବା ସମସ୍ୟାର ସମାଧାନ ସକାଶେ ବ୍ୟସ୍ତତା ବଢିପାରେ।
କନ୍ୟା
ଆଜିର ଦ୍ୱିତୀୟ ଚନ୍ଦ୍ର ଆପଣଙ୍କୁ ଅର୍ଥଲାଭ, ଯାତ୍ରାରେ ସଫଳତା ସାଙ୍ଗକୁ ବ୍ୟବସାୟରେ ଲାଭବାନ୍‍ କରାଇବ। ପରିସ୍ଥିତିର ସାମ୍ନା କରିବାକୁ ଯାଇ ବନ୍ଧୁଙ୍କୁ ସାହାଯ୍ୟ ସହଯୋଗ କରିପାରନ୍ତି। ପିଲାଙ୍କ ପାଇଁ ଜଞ୍ଜାଳ ବୃଦ୍ଧି ପାଇବା ହେତୁ ଦୁଶ୍ଚିନ୍ତା ବୃଦ୍ଧି ପାଇବ । ଶତ୍ରୁତା କରୁଥିବା ଲୋକମାନେ ହଠାତ୍‍ ନିଜର ଫାଇଦା ହାସଲ ପାଇଁ ଅପଚେଷ୍ଟା କରିବେ।
ତୁଳା
ତୁଳା
କର୍ମାଧିପତି ରାଶିରେ ଅବସ୍ଥାନ କରିଥିବାରୁ କୌଣସି ନୂତନ କର୍ମାରମ୍ଭ ସକାଶେ ମନ ବଳାଇପାରନ୍ତି ା ଦୀର୍ଘଦିନରୁ ବନ୍ଧୁଙ୍କ ନିକଟରୁ ପାଇ ନ ଥିବା ବକେୟା ଆଜି ପାଇବାର ସମ୍ଭାବନା ରହିଛି। ବିଷାଦିତ ମନ ସାଙ୍ଗକୁ ଶାରୀରିକ ଅସୁସ୍ଥତା ହେତୁ ମନ ବିଚଳିତ ରହିପାରେ। ବ୍ୟବସାୟ କ୍ଷେତ୍ରରେ କିଛି ନୂତନ ଚୁକ୍ତିପତ୍ର ସ୍ବାକ୍ଷରିତ ହେବାର ଆଶା ରହିଛି।
ବିଛା
ବିଛା
ମଙ୍ଗଳ ଏକାଦଶରେ ରହି ଆପଣଙ୍କୁ ଆର୍ଥିକ ସହାୟତା କିମ୍ବା ଜମିଜମା କ୍ରୟବିକ୍ରୟ କ୍ଷେତ୍ରରେ ସାହାଯ୍ୟ କରିବେ। ଅଟକି ରହିଥିବା କାମର ପୁନଃ ଆରମ୍ଭ ସାଙ୍ଗକୁ ବନ୍ଧୁଙ୍କ ସହ ଆଲୋଚନାରୁ ଖୁସି ହେବେ। ଶିଳ୍ପ,ବାଣିଜ୍ୟ, ପରିବହନ, ନିର୍ମାଣ କ୍ଷେତ୍ରରେ ସଫଳତା ମିଳିବ। ପାରିବାରିକ କ୍ଷେତ୍ରରେ ସବୁକଥାରେ ହଁ ଭରିବାକୁ ବାଧ୍ୟ ହେବେ।
ଧନୁ
ଧନୁ
ରାଶିକୁ ବୃହସ୍ପତି ଓ ଶୁକ୍ରଙ୍କ ପୂର୍ଣ୍ଣଦୃଷ୍ଟି କାରଣରୁ ସ୍ବାସ୍ଥ୍ୟ ଭଲ ରହିବା ସହ ଲକ୍ଷ୍ୟ ହାସଲ କରିବେ। ସନ୍ତାନଙ୍କ ଦୁର୍ବଳ ସ୍ବାସ୍ଥ୍ୟ ଓ ଅମନୋଯୋଗୀ ସ୍ବଭାବର ପରିବର୍ତ୍ତନ ପାଇଁ ଚେଷ୍ଟା କରିପାରନ୍ତି। ବନ୍ଧୁଙ୍କ କାର୍ଯ୍ୟକଳାପରେ ଅସନ୍ତୁଷ୍ଟ ରହିଲେ ମଧ୍ୟ ପଦକ୍ଷେପ ନେଇପାରିବେ ନାହିଁ। ଆଶା କରିଥିବା ଦିଗରୁ ମୂଲ୍ୟବାନ ଦ୍ରବ୍ୟ ଲାଭ ହୋଇପାରେ।
ମକର
ମକର
ସପ୍ତମସ୍ଥ ରବି ଓ ବୁଧ ଯୋଗୁ ଆଜିର ପ୍ରତ୍ୟୁଷ ଯାତ୍ରା, ସଭାସମିତି, କର୍ମାରମ୍ଭ କ୍ଷେତ୍ରରେ ସମସ୍ୟାର ସମ୍ମୁଖୀନ ହେବେ। କର୍ମକ୍ଷେତ୍ରରୁ ଗୁଜବ ଶୁଣି ମନ ବିଚଳିତ ରହିବ। ଅତୀତ ଘଟଣାଗୁଡିକୁ ଅସ୍ବାଭାବିକ ଭାବେ ଚିନ୍ତା କରିପାରନ୍ତି। କର୍ମକ୍ଷେତ୍ରରେ ବୁଦ୍ଧିଜିବୀମାନଙ୍କ ନିକଟରୁ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବାର ଆଶା କରାଯାଇପାରେ।
କୁମ୍ଭ
କୁମ୍ଭ
ଚତୁର୍ଥସ୍ଥାନ ଶନି ଦୃଷ୍ଟିରେ ଥିବାରୁ ପାରିବାରିକ କ୍ଷେତ୍ରରେ ବ୍ୟତିକ୍ରମ ଯୋଗୁ ମନ ଅଶାନ୍ତ ରହିବ। ଲକ୍ଷ୍ୟହୀନ ଭ୍ରମଣ ହେତୁକ ସାମୟିକ କ୍ଳାନ୍ତି ଓ ଅବସାଦ ଅନୁଭବ କରିବେ। ବନ୍ଧୁମାନଙ୍କ ନିକଟରୁ କିଛି ଖରାପ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି। ରୋଗଣା ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବାରୁ କିଛିଟା ଆଶ୍ୱସ୍ତି ମିଳିବ।
ମୀନମୀନ

ଶନିଙ୍କ ପ୍ରଭାବରେ କର୍ମକ୍ଷେତ୍ରରେ ଜଣେ ବିଜାତୀୟ ବ୍ୟକ୍ତି ନିଜ ଆଡୁ ସାହାଯ୍ୟ କରିବାକୁ ଆଗେଇ ଆସିବେ। ପଦସ୍ଥ ବ୍ୟକ୍ତିଙ୍କ ଅନୁକମ୍ପା ମନକୁ ସାନ୍ତ୍ୱ୍ବନା ଦେବାରେ ସହାୟକ ହେବ। ସଭାସମିତିରେ, ଆଲୋଚନା ପରିସରରେ, ରାଜନୈତିକ ସ୍ଥିତିରେ, ପ୍ରଶାସନିକ ସ୍ତରରେ ଆଶା ପୂରଣ ହେବ। ବ୍ୟବସାୟ ଓ ପରିବହନରେ ସଫଳତା ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ:ଶନିବାର , ସେପ୍ଟେମ୍ବର ୧୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ଜନିତ ବନ୍ଧୁ ସମ୍ପର୍କରେ ଉନ୍ନତି ହେବ। ଯାତ୍ରା, ବିବାଦ, ଗୃହାରମ୍ଭ ପାଇଁ ପ୍ରତିକୂଳତା ଆସିଲେ ମଧ୍ୟ କୌଣସି ଅସୁବିଧା ହେବନାହିଁ। ପାରିବାରିକ…

ରାଶିଫଳ: ଶୁକ୍ରବାର , ସେପ୍ଟେମ୍ବର ୧୮ ତାରିଖ – Daily Horoscope

ମେଷ ବୃହସ୍ପତିଙ୍କ ଦୃଷ୍ଟିରେ କର୍ମାଧିପ ଥିବାରୁ ଶୁଭେଚ୍ଛୁଙ୍କ ପରାମର୍ଶରେ ନୂଆ କାମ ସକାଶେ ମନ ବଳାଇବେ। ଦୈହିକ ଦୁର୍ବଳତା ସାଙ୍ଗକୁ ପାରିବାରିକ ଦ୍ୱନ୍ଦ୍ୱଜନିତ ନୈରାଶ୍ୟରୁ ଚିନ୍ତିତ ରହିପାରନ୍ତି।…

ରାଶିଫଳ: ଗୁରୁବାର, ସେପ୍ଟେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି କୃତ୍ତିକା ନକ୍ଷତ୍ର କର୍ମାରମ୍ଭ ସକାଶେ ସାହାଯ୍ୟ, ସହଯୋଗର ଅଭାବ ରହିବ ନାହିଁ। ଆନୁଷ୍ଠାନିକ, ସଭାସମିତି, ଧର୍ମକାର୍ଯ୍ୟ, ବନ୍ଧୁମିଳନ ପାଇଁ ଦିନଟି ଭଲ। ଛୋଟ ଛୋଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?