Posted inRasifala

ରାଶିଫଳ: ଶୁକ୍ରବାର, ଜୁଲାଇ ୨୬ ତାରିଖ – Daily Horoscope

ମେଷ
ବୁଧ ଓ ଶୁକ୍ରଙ୍କ ସ୍ଥିତିଜନିତ ମନ ବୁଝିଲା ଭଳି କଥା କହି ଅନ୍ୟମାନଙ୍କୁ ଆପଣେଇ ନେବେ ା ଯାତ୍ରା ସମୟରେ ଅସାବଧାନତା ହେତୁ କିମ୍ବା ଅନ୍ୟମନସ୍କ କାରଣରୁ ଅର୍ଥହାନିର ଆଶଙ୍କା ରହିଛି। ଆନୁଷ୍ଠାନିକ କାମରେ କଳହର ସମ୍ମୁଖୀନ ହୋଇପାରନ୍ତି। ବ୍ୟବସାୟରୁ ଲାଭ, ସଭାସମିତିରେ ସମ୍ମାନ ଏବଂ ଧର୍ମାନୁଷ୍ଠାନରୁ ପ୍ରେରଣା ଲାଭ କରିପାରନ୍ତି।
ବୃଷ
ବୃଷ
ରାଶ୍ୟାଧିପ ଶୁକ୍ରଙ୍କ ଉପରେ ଶନିଙ୍କ ଦୃଷ୍ଟି ପ୍ରଭାବରୁ କର୍ମକ୍ଷେତ୍ରରେ ସୁଯୋଗ ଆପଣା ଛାଏଁ ଆସିବ। ଅର୍ଥ ସମ୍ପର୍କୀୟ କଥାବାର୍ତ୍ତାକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ। ରବି ଓ ଚନ୍ଦ୍ରଙ୍କ ସଂଯୋଗରୁ ପାରିବାରିକ ସ୍ତରରେ ମାନସିକ ଦ୍ୱନ୍ଦ୍ୱର ଅବସାନ ଘଟିବ। ସାମୟିକ ପ୍ରତିବନ୍ଧକ ଜନିତ କାମଗୁଡ଼ିକ ସମ୍ପୂର୍ଣ୍ଣ ହେବା କଷ୍ଟକର ହୋଇପାରେ ା
ମିଥୁନ
ମିଥୁନ
ବୃହସ୍ପତିଙ୍କ ସ୍ଥିତି କର୍ମକ୍ଷେତ୍ର ପାଇଁ କିଛିଟା ବ୍ୟତିକ୍ରମକୁ ନେଇ କୈଫିୟତ୍‍ ଦେବାକୁ ପଡ଼ିପାରେ। ପାରିବାରିକ କ୍ଷେତ୍ରର ମନାନ୍ତର ଦୂରେଇଯିବାରେ ବନ୍ଧୁଙ୍କ ଅବଦାନ ଅବିସ୍ମରଣୀୟ ରହିବ। ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିବାରୁ ଆଶ୍ୱସ୍ତି ଅନୁଭବ କରିପାରନ୍ତି । କିନ୍ତୁ କାର୍ଯ୍ୟବ୍ୟସ୍ତତା ବୃଦ୍ଧି ପାଇବା କାରଣରୁ ଧୀରେ ସୁସ୍ଥେ କାମ କରିବାକୁ ବାଧ୍ୟ ହେବେ।
କର୍କଟ
କର୍କଟ
ଆଜିର ଚନ୍ଦ୍ର ରୋଗପୀଡ଼ା,ବନ୍ଧୁଙ୍କ ପକ୍ଷପାତିତା ଏବଂ ଋଣ ପରିଶୋଧ ଜନିତ ଦୁଶ୍ଚିନ୍ତାର ବିଲୟ ଘଟାଇବ। ମାଙ୍ଗଳିକ କାର୍ଯ୍ୟ ପରିପ୍ରେକ୍ଷୀରେ ନୂତନ ବନ୍ଧୁ ସମ୍ପର୍କ ସ୍ଥାପନ ଦିଗରେ ମନ ବଳାଇବେ। କର୍ମକ୍ଷେତ୍ରରେ ସୁଯୋଗର ସଦ୍‍ ବ୍ୟବହାର କରି ଖୁସି ରହିବେ। ଉପରିସ୍ଥଙ୍କ ଅନୁକମ୍ପାରୁ କର୍ମକ୍ଷେତ୍ରର ଦ୍ୱନ୍ଦ୍ୱ ଓ ଟେନସନ୍‍ ଦୂର ହେବ।
ସି˚ହ
ସି˚ହ
ଦେବଗୁରୁଙ୍କ ପ୍ରତ୍ୟକ୍ଷ ଦୃଷ୍ଟିରୁ ଶିକ୍ଷା କ୍ଷେତ୍ରରେ ସଫଳତା, ସମ୍ପର୍କରେ ନିବିଡ଼ତା ଏବଂ ଆଲୋଚନାରେ ଅଗ୍ରଗତି ଅବଶ୍ୟମ୍ଭାବୀ। ରାହୁଙ୍କ କୁପ୍ରଭାବରେ ଯାତ୍ରା କାଳରେ ଠକାମିରେ ପଡ଼ିପାରନ୍ତି। ବନ୍ଧୁଙ୍କ ଦୋଷକୁ ଘୋଡ଼ାଇବାକୁ ଯାଇ କୈଫିୟତ୍‍ ଦେବାକୁ ପଡ଼ିପାରେ। ପରୋକ୍ଷ ଶତ୍ରୁତାରୁ ହାତମୁଠାରୁ ସୁ୍୍ଯୋଗ ଖସିଯିବାର ସୂଚନା ମଧ୍ୟ ରହିଛି।
କନ୍ୟା
ଦ୍ୱିତୀୟ ସ୍ଥାନ ଗୁରୁଦୃଷ୍ଟ କାରଣରୁ ଆପଣଙ୍କ ସଯୌକ୍ତିକ କଥାବାର୍ତ୍ତାକୁ କେହି ଅସ୍ବୀକାର କରିପାରିବେ ନାହିଁ। ବାକି ରଖିଥିବା ଲୋକଟି ହଠାତ୍‍ ଆସି ଟଙ୍କା ଦେଇଯାଇପାରେ। କର୍ମକ୍ଷେତ୍ରର ସମସ୍ୟା ସମାଧାନ ରାସ୍ତା ବାହାର କରିବାରେ ସମର୍ଥ ହେବେ। ପାରିବାରିକ ଅସ୍ଥିରତା ଲାଗି ରହିଲେ ମଧ୍ୟ ନିଜକୁ ନିୟନ୍ତ୍ରଣରେ ରଖିପାରିବେ।
ତୁଳା
ତୁଳା
ଶନିଙ୍କ ଦୃଷ୍ଟିରେ ଶୁକ୍ର ରହିଥିବାରୁ ସମସ୍ୟା ସମାଧାନ ପାଇଁ କଷ୍ଟ ସ୍ବୀକାର କରିବାକୁ ହେବ। ବହୁ ବୁଝାଶୁଝା ପରେ ବନ୍ଧୁ ଆପଣଙ୍କ କଥା ଗ୍ରହଣ କରିପାରନ୍ତି। ପଦସ୍ଥବ୍ୟକ୍ତିଙ୍କ ସାହାଯ୍ୟରେ ସାମାଜିକ ସ୍ତରରେ ସମ୍ମାନ ଲାଭକରିବାର ସୁଯୋଗ ଲାଭ କରିବେ। ଆଜିର ଯାତ୍ରା, ବାଣିଜ୍ୟ, ବ୍ୟବସାୟ, କ୍ଷେତ୍ରରେ ଆମତ୍ନିର୍ଭରଶୀଳ ହେବାକୁ ପଡ଼ିପାରେ।
ବିଛା
ବିଛା
ଚନ୍ଦ୍ରଙ୍କ ଶୁଭସଂସ୍ଥାନରୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି। ଭଲ ସମ୍ପର୍କ ଥିବା ବ୍ୟକ୍ତିଟି ଅନ୍ୟ ଦ୍ୱାରା ପ୍ରଭାବିତ ହୋଇ ଆପଣଙ୍କଠାରୁ ଦୂରେଇ ଯାଇପାରେ। ପରିବାରରେ ଭୁଲ୍‍ ବୁଝାମଣା ଯୋଗୁ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି। ରାହୁଙ୍କ ପ୍ରଭାବରୁ ଆଜି ହିଁ ଶେଷ କରିବାକୁ ଭାବୁଥିବା କାମଟିକୁ କରିପାରିବେନି।
ଧନୁ
ଧନୁ
ଅଷ୍ଟମାଧିପତି ସହ ରବି ଓ ବୁଧଙ୍କ ସ୍ଥିତିଜନିତ ବିଭିନ୍ନ କାରଣକୁ ନେଇ ମାନସିକ ସ୍ଥିତି ଭଲ ରହି ନ ପାରେ। ନୂତନ କର୍ମସସ୍ଥାନ ପାଇଁ ମନ ବଳିବ ଏବଂ ତଦନୁଯାୟୀ କାମ କଲେ ଉପକୃତ ହେବେ। ସନ୍ତାନଙ୍କ ଉଚ୍ଚଶିକ୍ଷା ସକାଶେ ବନ୍ଧୁଙ୍କ ପରାମର୍ଶକୁ ଅଗ୍ରାଧିକାର ଦେବେ। ପ୍ରତ୍ୟେକ କ୍ଷେତ୍ରରେ ସହମତିରେ କାମ କଲେ ସଫଳତା ପାଇପାରନ୍ତି।
ମକର
ମକର
ଶନିଙ୍କ ଦୃଷ୍ଟିରେ ଶୁକ୍ର ଥିବାରୁ ଶୃଙ୍ଖଳାର ସହ କାମ ସମ୍ପନ୍ନ କଷ୍ଟକର ହେବ। ପାରିବାରିକ ସ୍ଥିତିରେ ଉନ୍ନତି ଘଟିବାର କ୍ଷୀଣ ଆଶା ମାନକୁ ଚହଲାଇ ଦେଇପାରେ। ପିଲାଙ୍କ ସ୍ବାସ୍ଥ୍ୟ, ଶିକ୍ଷା, ସ୍ବଭାବ ଓ ଆଚରଣକୁ ନେଇ ମାନସିକ ସ୍ଥିତି ବିପନ୍ନ ହେବ। ପୂର୍ବବିବାଦକୁ କେନ୍ଦ୍ରକରି ସହକର୍ମୀଙ୍କ ସହ ସମ୍ପର୍କ ହାନି ଯୋଗୁ ଚିନ୍ତା ପ୍ରକଟ କରିବେ।
କୁମ୍ଭ
କୁମ୍ଭ
ବୁଧ ଦୁଃସ୍ଥାନରେ ଥିବାରୁ ପିଲାଙ୍କ ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିପାରେ। ଅତ୍ୟାବଶ୍ୟକ ଜିନିଷଟି ପାଖରେ ନ ଥିବା କାରଣରୁ ଅନ୍ୟ ସହ ତର୍କ ଓ ବିବାଦ ବଢ଼ିପାରେ। ବନ୍ଧୁଙ୍କ ହସ୍ତକ୍ଷେପ ଫଳରେ ପାରିବାରିିକ କ୍ଷେତ୍ର ବୁଝାମଣା ମାଧ୍ୟମରେ ଶୃଙ୍ଖଳିତ ହେବ। ଅନ୍ୟ କଥାରେ ପଡ଼ି ନିଜ କାମ ଛାଡ଼ି ପରକଥାରେ ମୁଣ୍ଡ ପୂରାନ୍ତୁ ନାହଁି।
ମୀନମୀନ

ଚନ୍ଦ୍ରଙ୍କ ସହ ରବି ଓ ବୁଧ ରହିବା ହେତୁ ଦୂରଯାତ୍ରା,ବନ୍ଧୁଙ୍କ ନିମନ୍ତ୍ରଣ ଏବଂ ଫଳପ୍ରଦ ଆଲୋଚନା କରିପାରନ୍ତି। ବନ୍ଧୁଙ୍କ ପରାମର୍ଶ ଏବଂ ଆହ୍ବାନକ୍ରମେ ବିଦେଶ ଯାତ୍ରାର ଚିନ୍ତା ମନରେ ଉଙ୍କିମାରିବ। ପାରିବାରିକ ସମର୍ଥନରେ ନୂତନ କାର୍ଯ୍ୟରେ କୃତକାର୍ଯ୍ୟ ହେବେ। ସାମାଜିକ ଓ କାର୍ଯ୍ୟ କ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ:ଶନିବାର , ସେପ୍ଟେମ୍ବର ୧୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ଜନିତ ବନ୍ଧୁ ସମ୍ପର୍କରେ ଉନ୍ନତି ହେବ। ଯାତ୍ରା, ବିବାଦ, ଗୃହାରମ୍ଭ ପାଇଁ ପ୍ରତିକୂଳତା ଆସିଲେ ମଧ୍ୟ କୌଣସି ଅସୁବିଧା ହେବନାହିଁ। ପାରିବାରିକ…

ରାଶିଫଳ: ଶୁକ୍ରବାର , ସେପ୍ଟେମ୍ବର ୧୮ ତାରିଖ – Daily Horoscope

ମେଷ ବୃହସ୍ପତିଙ୍କ ଦୃଷ୍ଟିରେ କର୍ମାଧିପ ଥିବାରୁ ଶୁଭେଚ୍ଛୁଙ୍କ ପରାମର୍ଶରେ ନୂଆ କାମ ସକାଶେ ମନ ବଳାଇବେ। ଦୈହିକ ଦୁର୍ବଳତା ସାଙ୍ଗକୁ ପାରିବାରିକ ଦ୍ୱନ୍ଦ୍ୱଜନିତ ନୈରାଶ୍ୟରୁ ଚିନ୍ତିତ ରହିପାରନ୍ତି।…

ରାଶିଫଳ: ଗୁରୁବାର, ସେପ୍ଟେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି କୃତ୍ତିକା ନକ୍ଷତ୍ର କର୍ମାରମ୍ଭ ସକାଶେ ସାହାଯ୍ୟ, ସହଯୋଗର ଅଭାବ ରହିବ ନାହିଁ। ଆନୁଷ୍ଠାନିକ, ସଭାସମିତି, ଧର୍ମକାର୍ଯ୍ୟ, ବନ୍ଧୁମିଳନ ପାଇଁ ଦିନଟି ଭଲ। ଛୋଟ ଛୋଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?