Posted inRasifala

ରାଶିଫଳ: ମଙ୍ଗଳବାର, ଜୁଲାଇ ୨୨ ତାରିଖ – Daily Horoscope

ମେଷ
ପରିବାରର ଖର୍ଚ୍ଚ ବୃଦ୍ଧି ପାଇଲେ ମଧ୍ୟ ଯାତ୍ରା, ବାଣିଜ୍ୟ, ବ୍ୟବସାୟ ପାଇଁ ଦିନଟି ବହୁତ ଭଲ। ଆଲୋଚନା କ୍ରମରେ ଘରର କେତେକ ରହିଯାଇଥିବା କାମ କରିବା ସକାଶେ ଚିନ୍ତା କରିପାରନ୍ତି। ପ୍ରତିଯୋଗିତାରେ ସଫଳତା ଯୋଗୁ ମନ ଖୁସି ରହିବ। ବନ୍ଧୁ ଓ ପଡ଼ୋଶୀଙ୍କ ସହ ବିଭିନ୍ନ ପ୍ରକାର ଆଲୋଚନାରେ ସମୟ କଟାଇପାରନ୍ତି।
ବୃଷ
ବୃଷ
ଆଜିର ଯାତ୍ରା ଖର୍ଚ୍ଚ ସକାଶେ ପୂର୍ବ ପ୍ରତିଶ୍ରୁତି ଅନୁଯାୟୀ ବନ୍ଧୁଙ୍କ ନିକଟରୁ ଅର୍ଥ ସାହାଯ୍ୟ ଲାଭକରି ଖୁସି ହେବେ। କର୍ମକ୍ଷେତ୍ରରେ ଉପରିସ୍ଥ କର୍ମଚାରୀଙ୍କ ନିକଟରୁ ଉତ୍ସାହ ଓ ପ୍ରେରଣା ପାଇ ଦୁଃସାଧ୍ୟ ସାଧନ କରିପାରନ୍ତି। ପରିସ୍ଥିତିକୁ ଲକ୍ଷ୍ୟକରି ପ୍ରଶାସନିକ ସ୍ତରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିନେବାକୁ ପଡ଼ିପାରେ। ଘରୋଇ କଳହକୁ ନେଇ ଅଶାନ୍ତି ଲାଗିରହିବ।
ମିଥୁନ
ମିଥୁନ
ବିଭିନ୍ନ ସମସ୍ୟା ମଧ୍ୟରେ ଗତି କରୁଥିବା କାରଣରୁ ବ୍ୟସ୍ତତା ବୃଦ୍ଧିପାଇବ। ବନ୍ଧୁଙ୍କ ସାହାଯ୍ୟରେ ନୂତନ କର୍ମାରମ୍ଭକରି ଉତ୍ସାହିତ ହେବେ ଓ ସଫଳତା ହାସଲ କରିବେ। ଦୂରଯାତ୍ରା, ଶିଳ୍ପ, ବାଣିଜ୍ୟ, ବ୍ୟବସାୟରେ ସାମାନ୍ୟ ପ୍ରତିବନ୍ଧକ ଦେଖାଦେଇପାରେ। ନିଜର ସ୍ବାର୍ଥ କିମ୍ବା ସମ୍ମାନହାନି କାରଣରୁ ବନ୍ଧୁଙ୍କ ଉପରେ ଖପ୍ପା ହୋଇପାରନ୍ତି।
କର୍କଟ
କର୍କଟ
କୌଣସି ବନ୍ଧୁଙ୍କ ପରୋକ୍ଷ ଶତ୍ରୁତା କର୍ମକ୍ଷେତ୍ର ପାଇଁ ପ୍ରତିକୂଳତା ସୃଷ୍ଟିକରିବ। ତଥାପି ଅପରାହ୍ନରେ ଉଚ୍ଚବର୍ଗଙ୍କ ସାହାଯ୍ୟ ଓ ବନ୍ଧୁମିଳନରୁ ଉତ୍ସାହିତ ହେବେ। ଶତ୍ରୁମାନଙ୍କ ସକ୍ରିୟତା ବୃଦ୍ଧି ପାଇବା ହେତୁ ସାମୟିକ ବ୍ୟସ୍ତ ରହିପାରନ୍ତି। ସାମାଜିକ ସ୍ତରରେ ମନ ବୁଝିଲା ଭଳି କଥା କହି ଅନ୍ୟକୁ ଆପଣାର କରିପାରନ୍ତି।
ସି˚ହ
ସି˚ହ
ରବିଙ୍କ ପ୍ରଭାବରୁ ଆରୋଗ୍ୟ, ସରକାରୀ ଅନୁକମ୍ପା, ବିଶିଷ୍ଟ ବ୍ୟକ୍ତିଙ୍କ ସଙ୍ଗଲାଭର ସୁଯୋଗ ପ୍ରାପ୍ତ ହେବ। ପରିସ୍ଥିତିରେ ପଡ଼ି ଇଚ୍ଛା ନ ଥାଇ ମଧ୍ୟ ସମ୍ପର୍କୀୟଙ୍କ ସକାଶେ ବ୍ୟୟ କରିବାକୁ ବାଧ୍ୟହେବେ। ବକେୟା ଅର୍ଥ ଆଦାୟ କରିବାରେ ବନ୍ଧୁଙ୍କ ସହ ଉଚ୍ଚବାଚ ଘଟିପାରେ । ପାରିବାରିକ ସମସ୍ୟା ସୁଧାରିବାକୁ ଯାଇ ବ୍ୟସ୍ତ ବିବ୍ରତ ହୋଇପାରନ୍ତି ା
କନ୍ୟା
ଆଜି ଯାହା ମନକୁ ଆସୁଛି କଲେ କୌଣସି ଅସୁବିଧା ହେବନାହିଁ। ଆଲୋଚନା ପରିସରରେ, ବନ୍ଧୁଗହଣରେ, ଯାତ୍ରା କାଳରେ ସୁସମ୍ପର୍କ ଓ ସହାନୁଭୂତି ଲାଭକରିବେ। ପାରିବାରିକ କ୍ଷେତ୍ରକୁ ଶନିଙ୍କ ଦୃଷ୍ଟି ସନ୍ଦେହ କିମ୍ବା ଭୁଲ୍‍ ବୁଝାମଣାଜନିତ କଳହ ସୃଷ୍ଟିକରିବ। ଯାନବାହନରେ ଯାନ୍ତ୍ରିକ ତ୍ରୁଟି ଆପଣଙ୍କ ଯାତ୍ରାକୁ ବିଳମ୍ବିତ କିମ୍ବା ସ୍ଥଗିତ କରିଦେଇପାରେ।
ତୁଳା
ତୁଳା
ପାରିବାରିକ ଜୀବନରେ କେତେକ ବ୍ୟତିକ୍ରମ ରହିଥିଲେ ମଧ୍ୟ ଆଜିର କାମ ସକାଶେ ଅସୁବିଧା ହେବନାହିଁ। ଶିଳ୍ପ, ବ୍ୟବସାୟରେ ସଫଳତା ମିଳିବ। ଯାତ୍ରା, ଆନୁଷ୍ଠାନିକ କାମ ଓ ଆଲୋଚନା ପରିସରରେ କଳହ ଲାଗିଥିବା ବନ୍ଧୁଟି ପ୍ରତି ସତର୍କ ରୁହନ୍ତୁ। କ୍ରୀଡ଼ା, ସାହିତ୍ୟାଦି କ୍ଷେତ୍ର ଶୁକ୍ରଙ୍କ ବିଳାସ ସ୍ଥାନାରୋହଣରୁ ଭଲ ରହିବ।
ବିଛା
ବିଛା
ଭାଗ୍ୟସ୍ଥାନରେ ଏକାଧିକ ଗ୍ରହ ରହି ଆପଣଙ୍କୁ ଦେହରେ ବଳ ଓ ମନରେ ଧୈର୍ଯ୍ୟ ପ୍ରଦାନ କରିବେ। ଆଜିର ପ୍ରତ୍ୟୁଷ ଯାତ୍ରାରେ ସଫଳତା ମିଳିବ, କିନ୍ତୁ ଅତ୍ୟଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ିପାରେ। ଶିଳ୍ପ, ବାଣିଜ୍ୟ, ପରିବହନ ତଥା ପ୍ରଶାସନିକ ସ୍ତରରେ ବ୍ୟସ୍ତତା ଦୂର ହେବ। ପାଖ ଲୋକ ଈର୍ଷାପରାୟଣ ହୋଇ ଅପପ୍ରଚାର କରିପାରନ୍ତି ।
ଧନୁ
ଧନୁ
କେନ୍ଦ୍ରରେ ବୃହସ୍ପତିଙ୍କ ସ୍ଥିତି ହେତୁ ସମସ୍ୟା ଆସିଲେ ମଧ୍ୟ ଅସୁବିଧା ହେବନାହିଁ। କେତେକ କ୍ଷେତ୍ରରେ ଠିକ୍‍ ନିଷ୍ପତ୍ତି ନେବାରେ ସମସ୍ୟା ଦେଖାଦେବ। ଭଲ ସମ୍ପର୍କ ଥିବା ବ୍ୟକ୍ତିଟି ଭୁଲ୍‍ ଧାରଣା ପୋଷଣକରି ଦୂରେଇ ରହିବ। ରପ୍ତାନି ବାଣିଜ୍ୟରେ ଉନ୍ନତି ଘଟିବ, କିନ୍ତୁ ରାଜନୀତିରେ ନେତୃତ୍ୱ ନେଇ ପ୍ରଶଂସିତ ହୋଇପାରନ୍ତି।
ମକର
ମକର
ପାରିବାରିକ ସ୍ତରରେ ସ୍ବାର୍ଥସାଧନ ପରିପ୍ରେକ୍ଷୀରେ ନିଜ ଲୋକମାନେ ଶତ୍ରୁତା କରିପାରନ୍ତି। ପୂର୍ବ ସ୍ଥିରୀକୃତ ଯୋଜନା ଠିକ୍‍ ଭାବରେ ବଦଳାଇବା କଷ୍ଟକର ହେବ। ସମସ୍ୟା ଆସିଲେ ମଧ୍ୟ ପ୍ରତ୍ୟେକ କ୍ଷେତ୍ରରେ ଧୈର୍ଯ୍ୟହରା ନ ହୋଇ କାର୍ଯ୍ୟକଲେ ଉପକୃତ ହେବେ। ସାମାଜିକ କ୍ଷେତ୍ରରେ କିମ୍ବା ଗଠନମୂଳକ କାର୍ଯ୍ୟରୁ ପ୍ରଶଂସିତ ହୋଇପାରନ୍ତି।
କୁମ୍ଭ
କୁମ୍ଭ
ସାମାଜିକ ସ୍ତରରେ ସମ୍ମାନ ପ୍ରଶଂସାରେ ନିଜକୁ ଭାଗ୍ୟବାନ୍‍ ମନେକରିବେ। ଆମତ୍ୀୟଙ୍କ ସହଯୋଗରେ ଯାତ୍ରା, ନୂତନ ସମ୍ପର୍କ ଓ ଅର୍ଥପ୍ରାପ୍ତି ସୂଚନା ରହିଛି। ବୁଝାମଣାର ଅଭାବଜନିତ ଛୋଟ କଥାକୁ ନେଇ କଳହ ସୃଷ୍ଟି ହୋଇପାରେ। ପରିବାରରେ ପୁତ୍ରକନ୍ୟାଙ୍କ ଆବଶ୍ୟକତା କିମ୍ବା ଇଚ୍ଛା ପୂରଣ ଅଭବାରୁ ଚିନ୍ତିତ ରହିପାରନ୍ତି।
ମୀନମୀନ

ପୂର୍ବର ସମସ୍ୟା ଧୀରେ ଧୀରେ ଦୂରେଇଯାଉଥିବା ଅନୁଭବକରି ଉତ୍ସାହିତ ହେବେ। କ୍ରୀଡ଼ା, ସାହିତ୍ୟ, ସାମ୍ବାଦିକତା, ସଙ୍ଗୀତ କ୍ଷେତ୍ରରେ ସଫଳତା ଅର୍ଜନ କରିବେ। ପାରିବାରିକ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ମଧ୍ୟ ସୁଫଳ ମିଳିବ। କର୍ମକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରିବା ଭଲ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର , ଅଗଷ୍ଟ ୧୨ ତାରିଖ – Daily Horoscope

ମେଷ ଅଶ୍ୱିନୀ ନକ୍ଷତ୍ରର କର୍ମକ୍ଷେତ୍ରରେ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବାକୁ ପଡ଼ିପାରେ। ସମ୍ମୁଖରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ କଥା କହୁଥିବାର ଶୁଣିବାକୁ ପାଇବେ। ଦୁର୍ବଳ…

ରାଶିଫଳ:ଶୁକ୍ରବାର, ସେପ୍ଟେମ୍ବର ୧୧ ତାରିଖ – Daily Horoscope

ମେଷ ଆଜି କୋଣଭାବସ୍ଥ ଚନ୍ଦ୍ର ପାପଗ୍ରହ ଯୁକ୍ତ କାରଣରୁ ସନ୍ତାନ ହେତୁକ ଦୁଃଶ୍ଚିନ୍ତା ଲାଗିରହିବ।ରିବାରିକ ଓ କର୍ମ କ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ବିଶେଷ ଭଲ ରହିନପାରେ। ସ୍ବଗୃହୀ…

ରାଶିଫଳ: ଗୁରୁବାର, ସେପ୍ଟେମ୍ବର ୧୦ ତାରିଖ – Daily Horoscope

ମେଷ ପରିବାରରେ ସାଧାରଣ କଥାରେ ମତଭେଦଜନିତ ମାନସିକ ଅସ୍ଥିରତା ଲାଗିରହିବ। ପରୋକ୍ଷ ଶତ୍ରୁତା କରୁଥିବା ଲୋକ ବିଷୟରେ ବନ୍ଧୁଙ୍କ ସହ ଆଲୋଚନା ଜାରି ରଖିଲେ ଉପକୃତ ହେବେ।…

ରାଶିଫଳ: ବୁଧବାର, ସେପ୍ଟେମ୍ବର ୯ ତାରିଖ – Daily Horoscope

ମେଷ ଆଜି ଅନୁକୂଳ ଗ୍ରହସ୍ଥିତିରୁ ସମ୍ପର୍କୀୟଙ୍କ ଦ୍ୱାରା ଉପକୃତ ହେବେ। ସାମାଜିକ ସ୍ତରରେ ଲୋକସମ୍ପର୍କ କ୍ଷୁଣ୍ଣହେବା ସହ ପାରିବାରିକ ମତପାର୍ଥକ୍ୟ ତୀବ୍ରତର ହେବ। ଶୁକ୍ରଙ୍କ ପ୍ରଭାବରୁ ଯାନବାହନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?