Posted inRasifala

ରାଶିଫଳ: ସୋମବାର, ଜୁଲାଇ ୨୧ ତାରିଖ – Daily Horoscope

ମେଷ
ଆଜିର ଶୁକ୍ର ସହ ଚନ୍ଦ୍ରଙ୍କ ସଂଯୋଗ ଆପଣଙ୍କ ସମସ୍ତ କାର୍ଯ୍ୟ ସକାଶେ ଅନୁକୂଳ ବାତାବରଣ ସୃଷ୍ଟିକରିବ। କର୍ମକ୍ଷେତ୍ରରେ ଅଗ୍ରଗତି ଦ୍ରୁତ ହେବ କିନ୍ତୁ କିଛିଟା ପ୍ରତିରୋଧର ସାମ୍ନା କରିବେ। ବ୍ୟବସାୟିକ ଦିଗଟି ଭଲ ରହିବ କିନ୍ତୁ ବକେୟା ଋଣ ପରିଶୋଧ କରି ନ ପାରନ୍ତି। ଆର୍ଥିକ ସ୍ଥିତି ଓ ପାରିବାରିକ ପରିସ୍ଥିତି ପୂର୍ବପରି ବହୁତ ଭଲ ରହିପାରେ।
ବୃଷ
ବୃଷ
ସ୍ବଗୃହୀ ରାଶ୍ୟାଧିପ ହେତୁ ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରିତ ରହିବା ସହ ବନ୍ଧୁବର୍ଗଙ୍କ ସହାନୁଭୂତି ପାଇବେ। କର୍ମକ୍ଷେତ୍ରରେ ଈର୍ଷାପରାୟଣ ବନ୍ଧୁଙ୍କ ଦ୍ୱାରା ପ୍ରତାରିତ ହେବେ। ମୂଲ୍ୟବାନ ଜିନିଷ କ୍ରୟ ସକାଶେ ମୋଟା ଅର୍ଥର ଆବଶ୍ୟକତା ଅନୁଭବ କରିବେ। ପାରିବାରିକ କ୍ଷେତ୍ରରେ ପ୍ରତ୍ୟେକ ଘଟଣାକୁ ସନ୍ଦେହ ଦୃଷ୍ଟିରେ ଦେଖିପାରନ୍ତି।
ମିଥୁନ
ମିଥୁନ
ବିବାଦୀୟ ପରିସ୍ଥିତି ଲାଗିରହିବା ହେତୁ ଅଭାବ ନ ଥିଲେ ମଧ୍ୟ ମାନସିକ ସ୍ଥିତି ଠିକ୍‍ ରହିବ ନାହିଁ। ଫାଇଦା ହାସଲ ପାଇଁ ସମ୍ପର୍କୀୟ ଫନ୍ଦିଫିକର କରିବାକୁ ମନ ବଳାଇପାରନ୍ତି। ବନ୍ଧୁଙ୍କ ପ୍ରାୟୋଜିତ କୌଣସି ଆନୁଷ୍ଠାନିକ କାର୍ଯ୍ୟରେ ବ୍ୟସ୍ତ ରହିବେ। ନିର୍ମାଣମୂଳକ କାର୍ଯ୍ୟରେ ସୁବିଧାରେ କାମ ହାସଲ କରିବା କଷ୍ଟକର ହୋଇପଡ଼ିବ ା
କର୍କଟ
କର୍କଟ
ବ୍ୟୟାଧିପ ରାଶିରେ ଅବସ୍ଥାନ କରିଥିବାରୁ ଆଜି ପାଇବେ ଯେତିକି ତାହାଠାରୁ ଅଧିକ କିଛି ହରାଇବାକୁ ପଡ଼ିପାରେ। କଠୋର ପରିଶ୍ରମଜନିତ ଦୈହିକ ଦୁର୍ବଳତା ଯୋଗୁ ମନୋବଳ କମିଯିବ। ଆଜିର ସକାଳୁଆ ଯାତ୍ରା ଓ ଆନୁଷ୍ଠାନିକ କାମରୁ ଖୁସି ରହିବେ। ପରିବାରର ଆର୍ଥିକ ଅବନତିର ସମୀକ୍ଷା କରି ଚିନ୍ତିତ ରହିପାରନ୍ତି।
ସି˚ହ
ସି˚ହ
ପୂର୍ବ ପରିକଳ୍ପିତ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ତପତ୍ରତା ପ୍ରକାଶ କରିପାରନ୍ତି। ବନ୍ଧୁମାନଙ୍କ ଛଳନାପୂର୍ଣ୍ଣ କଥାକୁ ଠିକ୍‍ ଭାବେ ବୁଝି ପାରିବେନି। ପରିବାରର ଖର୍ଚ୍ଚ ପରିମାଣ କ୍ରମଶଃ ବୃଦ୍ଧିପାଇଲେ ମଧ୍ୟ ଆବଶ୍ୟକତା ଅପୂରଣ ରହିବ ନାହିଁ। କଚେରି ମାମଲା କିମ୍ବା ଜମିଜମା ସମ୍ବନ୍ଧୀୟ ବିବାଦ ହେତୁ ମାନସିକ ଅବସାଦ ଲାଗିରହିବ।
କନ୍ୟା
ସପ୍ତମସ୍ଥ ଶନି ଯୋଗୁ ଆଜିର ପ୍ରତ୍ୟୁଷ ଯାତ୍ରାରେ ପ୍ରତିବନ୍ଧକ ଦେଖାଦେବ। ବନ୍ଧୁଙ୍କ ସହ ବିବାଦଜନିତ ସମ୍ପର୍କ ହାନି ଯୋଗୁ ଚିନ୍ତା ପ୍ରକଟ କରିପାରନ୍ତି। ପଡ଼ୋଶୀଙ୍କ ଘରୋଇ କଥାରେ ମୁଣ୍ଡ ପୂରାଇ ଶତ୍ରୁତାକୁ ନିମନ୍ତ୍ରଣ କରିପାରନ୍ତି। ପ୍ରଶାସନିକ ସ୍ତରରେ ସମସ୍ୟାର ଅନ୍ତ ଘଟିବା ସକାଶେ ସହକର୍ମୀଙ୍କ ଆଲୋଚନା ଫଳପ୍ରଦ ହେବ।
ତୁଳା
ତୁଳା
ଆଜି କର୍ମଭାବରେ ବୁଧାଦିତ୍ୟ ଯୋଗଜନିତ କୌଣସି କାମ ଅସାଧ୍ୟ ରହିବ ନାହିଁ। କିନ୍ତୁ ଭୁଲ୍‍ ବୁଝାମଣାଜନିତ ଛୋଟ ଘଟଣାକୁ କେନ୍ଦ୍ରକରି ମନାନ୍ତର ସୃଷ୍ଟି ହୋଇପାରେ। ସାମାଜିକ ସ୍ତରରେ କାର୍ଯ୍ୟଦକ୍ଷତା ଓ ସଚ୍ଚୋଟତା କାରଣରୁ ପ୍ରତିଷ୍ଠିତ ହେବେ। ଈର୍ଷାପରାୟଣ ହୋଇ ନିକଟରେ ରହୁଥିବା ଆତ୍ମୀୟମାନେ ଶତ୍ରୁତା ଆଚରଣ କରିପାରନ୍ତି।
ବିଛା
ବିଛା
ପାପଗ୍ରହମାନଙ୍କ କୁପ୍ରଭାବରୁ ଚେଷ୍ଟା କରୁଥିବା କାର୍ଯ୍ୟରେ ଗତି ମନ୍ଥର ହୋଇପାରେ। ପରିବାରରେ ଅସାବଧାନତା ହେତୁ ଦ୍ରବ୍ୟ ନଷ୍ଟ ଯୋଗୁ କ୍ଷୋଭ ପ୍ରକାଶ କରିପାରନ୍ତି। ସଭାସମିତି, ପ୍ରଶାସନ, ପ୍ରକାଶନ, ଆଇନ ଓ ଅଦାଲତ କ୍ଷେତ୍ରରେ ଆଶ୍ୱସ୍ତିଲାଭ କରିବେ। ସ୍ବାସ୍ଥ୍ୟ ସମସ୍ୟା ସାମୟିକ ମନକୁ ଭାରାକ୍ରାନ୍ତ କରିବାର ଆଶଙ୍କା ରହିଛି।
ଧନୁ
ଧନୁ
ପ୍ରତ୍ୟେକ କ୍ଷେତ୍ରରେ ଅଧୈର୍ଯ୍ୟ ନ ହୋଇ ପରିସ୍ଥିତିର ମୁକାବିଲା କରିପାରିଲେ ଉପକୃତ ହେବେ। ଶନିଙ୍କ ଦୁର୍ବଳତାଜନିତ ନିଜ ଲୋକମାନେ ବିଶ୍ୱାସଘାତକତା କରିପାରନ୍ତି। କୌଣସି ଗୁରୁତ୍ୱପୂର୍ଣ୍ଣ ଆଲୋଚନା କାଳରେ ନୂତନ ଚୁକ୍ତିପତ୍ର ସ୍ବାକ୍ଷରିତ ହୋଇପାରେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ ପାଇଁ ବିଶେଷ ଅସୁବିଧା ହେବ ନାହିଁ।
ମକର
ମକର
ସହକର୍ମୀଙ୍କ ସହ ସୁସମ୍ପର୍କ ଅଭାବରୁ କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ ବଢ଼ିପାରେ। ପାରିବାରିକ ସମସ୍ୟା ସମାଧାନ କ୍ଷେତ୍ରରେ ପ୍ରତିବେଶୀଙ୍କ ସୌହାର୍ଦ୍ଦ୍ୟରୁ ଉପକୃତ ହେବେ। ମଙ୍ଗଳଙ୍କ ଦୁର୍ବଳତା କାରଣରୁ ଗୃହସୀମା, ନିର୍ମାଣ, ଜମିଜମା ସମସ୍ୟା ଲାଗି ରହିବ। ଆର୍ଥିକ ସ୍ଥିତି ପୂର୍ବପରି ରହିବା ହେତୁ ମାନସିକ ସ୍ଥିତି ବିଗିଡିଯିବ।
କୁମ୍ଭ
କୁମ୍ଭ
ପାରିବାରିକ କ୍ଷେତ୍ରରେ ଅସ୍ଥିରତା ବୃଦ୍ଧି ପାଇବା ହେତୁ ମନ ଭଲ ରହି ନ ପାରେ। ଆର୍ଥିକ ଅନଟନକୁ ସୁଧାରିବାକୁ ବନ୍ଧୁଙ୍କ ସହ ଯୋଗାଯୋଗ କଲେ ଉପକୃତ ହେବେ। ଆକସ୍ମିକ କେତେକ ସମସ୍ୟା ହେତୁ ଦୂରଯାତ୍ରା ସ୍ଥଗିତ ରହିଯାଇପାରେ। ଆନୁଷ୍ଠାନିକ କାମରେ ଯୋଗଦେଇ ବନ୍ଧୁଙ୍କ ଦ୍ୱାରା ପ୍ରଶଂସିତ ହୋଇପାରନ୍ତି।
ମୀନମୀନ

ସାମାନ୍ୟ ପ୍ରତିବନ୍ଧକ ଦେଖାଦେଲେ ମଧ୍ୟ କର୍ମକ୍ଷେତ୍ରରେ ଚେଷ୍ଟା ନିଷ୍ଫଳ ହେବନାହିଁ। ଅଂଶୀଦାର ବ୍ୟବସାୟୀଙ୍କ ସହ ବିତର୍କ ହେତୁକ ମନ ଭଲ ରହି ନ ପାରେ। ଅଳଙ୍କାର, ଔଷଧପତ୍ର ଓ ସୌଖୀନ ଦ୍ରବ୍ୟ କ୍ରୟ କରିପାରନ୍ତି। ସାହିତ୍ୟ, ସାମ୍ବାଦିକତା କ୍ଷେତ୍ରରୁ ସୁଫଳ ମିଳିବା ଯୋଗୁ ଖୁସି ହୋଇପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ଅକ୍ଟୋବର ୪ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ରାହୁଙ୍କ ଦ୍ୱାରା କବଳିତ ହୋଇ ପାରିବାରିକ ଜୀବନରେ କୌଣସି ବ୍ୟତିକ୍ରମ ସୃଷ୍ଟି କରିପାରନ୍ତି। ଭୁଲ୍‌ ନିଷ୍ପତ୍ତିଜନିତ ସମସ୍ୟା ସୃଷ୍ଟି ସାମାଜିକ ଜୀବନକୁ ମଧ୍ୟ…

ରାଶିଫଳ: ଶନିବାର, ଅକ୍ଟୋବର ୩ ତାରିଖ – Daily Horoscope

ମେଷ ଗତକାଲିର ଯୋଜନା ମୁତାବକ କାମରେ ଲାଗିପଡ଼ନ୍ତୁ ଟେନସନ୍‍ କିଛି ମାତ୍ରାରେ କମିଯିବ। ନିଜ ଲୋକଙ୍କ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିବା ସୂଚନା ପାଇପାରନ୍ତି। କର୍ମକ୍ଷେତ୍ରରେ ଅର୍ଥ…

ରାଶିଫଳ: ଶୁକ୍ରବାର , ଅକ୍ଟୋବର ୨ ତାରିଖ – Daily Horoscope

ମେଷ ଆଜି ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିହେବ। ସମ୍ପର୍କୀୟଙ୍କ ସହାୟତାରେ ଆଶା କରିଥିବା ଦିଗରୁ ଅର୍ଥ ପ୍ରାପ୍ତି ହେବ। ସଭାସମିତି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?