Posted inRasifala

ରାଶିଫଳ: ମଙ୍ଗଳବାର, ଜୁଲାଇ ୧୫ ତାରିଖ – Daily Horoscope

ମେଷ
ଶୁକ୍ରଙ୍କ ପ୍ରଭାବରେ ଧନଲାଭ ସାଙ୍ଗକୁ ସମ୍ପର୍କୀୟଙ୍କ ଆଦର ଓ ସୌଜନ୍ୟତାରୁ ଖୁସି ରହିବେ। ଶିଳ୍ପ, ନିର୍ମାଣ, ବ୍ୟବସାୟ ଓ ବାଣିଜ୍ୟ ଓ ପରିବହନ ବାଧାପ୍ରାପ୍ତ ହୋଇପାରେ। କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହୋଇପାରନ୍ତି। ପରିସ୍ଥିତିବଶତଃ କେତେକ କ୍ଷେତ୍ରରେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ।
ବୃଷ
ବୃଷ
ସ୍ବଗୃହୀ ରାଶ୍ୟାଧିପ ହେତୁ ବିବାଦରେ ମଧ୍ୟସ୍ଥତା, ପ୍ରତିଦ୍ୱନ୍ଦ୍ୱିତା, ପ୍ରତିଯୋଗିତାରେ ଅଂଶଗ୍ରହଣକରି ପ୍ରଶଂସିତ ହେବେ। ସ୍ବାସ୍ଥ୍ୟରେ ଉନ୍ନତି, ସାହିତ୍ୟ, କ୍ରୀଡ଼ା ପ୍ରଭୃତିରେ ସମସ୍ୟା ସମାଧାନ ହେବ। ଶିଳ୍ପ, ବାଣିଜ୍ୟ, ପରିବହନ, ଲେଖାପଢ଼ା ଓ ପ୍ରକାଶନ କ୍ଷେତ୍ରରେ ଶୁଭଫଳ ପାଇବେ। ପରିବାରରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ।
ମିଥୁନ
ମିଥୁନ
ବୁଧାଦିତ୍ୟ ଯୋଗ ପ୍ରଭାବରୁ ଆପଣଙ୍କ କଥା ଯେମିତି କାମ ମଧ୍ୟ ଠିକ୍‍ ସେମିତି ରହିବ। ବହୁଦିନ ହେଲା ଅଟକି ରହିଥିବା କାମଗୁଡିକ ସୁବିଧାରେ ହୋଇଯିବ। ମାତ୍ର ସାମୟିକ ଭାବରେ ଦୈହିକ ଦୁର୍ବଳତା କର୍ମକ୍ଷେତ୍ରକୁ ମନ୍ଥର କରିପାରେ। ଆର୍ଥିକ ପରିସ୍ଥିତି ବଦଳାଇବା ପାଇଁ କିମ୍ବା କିଛି କରିବା ସକାଶେ ବଳାଇ କର୍ମମୁଖର ହେବେ।
କର୍କଟ
କର୍କଟ
ଆଜି ଯାହା କହିବେ ତାହା କରି ଦେଖାଇବେ। ଶନି ପ୍ରଭାବରେ ପରିସ୍ଥିତିକୁ ଯେତେଟା ଜଟିଳ ମନେକରୁଛନ୍ତି ସେମିତି କିଛି ହେବନି। ବ୍ୟବସାୟ ଓ ବାଣିଜ୍ୟ ଓ ପରିବହନ ତଥା ନିର୍ମାଣରେ ପ୍ରତିବନ୍ଧକ ସୃଷ୍ଟିହୋଇ କାମ ସ୍ଥଗିତ ରହିଯାଇପାରେ। ସାଧାରଣ କଥାକୁ କେନ୍ଦ୍ରକରି ପାରିବାରିକ ଜୀବନରେ ବୁଝାମଣାରେ ବ୍ୟତିକ୍ରମ ସୃଷ୍ଟି ହୋଇପାରେ।
ସି˚ହ
ସି˚ହ
ପରିସ୍ଥିତିବଶତଃ ଗୁରୁ୍‍ତ୍ୱପୂର୍ଣ୍ଣ କାମକୁ ପଛକୁ ରଖିବା ସକାଶେ ବାଧ୍ୟହୋଇପାରନ୍ତି। ଋଣଭାରରେ ଅତିଷ୍ଠ ହେବା ସହ ଆର୍ଥିକ ଅନଟନ ମଧ୍ୟରେ ଅଣନିଃଶ୍ୱାସୀ ହେବେ। କିନ୍ତୁ ବାରମ୍ବାର ଚେଷ୍ଟାକରିବା କାରଣରୁ ବନ୍ଧୁଙ୍କ ନିକଟରୁ ପରିଶେଷରେ କିଛି ପାଇପାରନ୍ତି। କ୍ରୀଡ଼ା, ସାହିତ୍ୟ ଚର୍ଚ୍ଚା , ସଙ୍ଗୀତ, ପ୍ରତିଦ୍ୱନ୍ଦ୍ୱିତାରେ ସଫଳତା ପାଇବେ।
କନ୍ୟା
କୌଣସି ଖଳଲୋକଙ୍କ କଥାରେ ପଡ଼ି ଭୁଲ୍‍ ମାର୍ଗର ଅନୁସରଣରେ ହଇରାଣ ହୋଇପାରନ୍ତି। କାମରେ ଅବହେଳା ଯୋଗୁ ଉପରିସ୍ଥ ଅଧିକାରୀଙ୍କ ରୋଷର ଶିକାର ହେବେ। ମାଲିମକଦ୍ଦମା, ତର୍କବିତର୍କ, ସଭାସମିତି, ସଙ୍ଗଠନ, ନିର୍ମାଣ ଓ ପରିବହନ କ୍ଷେତ୍ରରୁ ଶୁଭଫଳ ପାଇବେ। କଚେରି ମାମଲାରେ ବିଜୟ ଯୋଗ ରହିଛି।
ତୁଳା
ତୁଳା
କର୍ମକ୍ଷେତ୍ରରେ ବ୍ୟତିକ୍ରମ କାରଣରୁ ମାନସିକ ସ୍ଥିତି ଭଲ ରହି ନ ପାରେ। ସାମାଜିକ ସ୍ତରରେ ବନ୍ଧୁଙ୍କ ଉପରେ ରାଗି ବିଭିନ୍ନ ପ୍ରକାର କଥା କହିବା କାରଣରୁ ବିବାଦ ବଢ଼ିପାରେ। ଶିଳ୍ପ, ବାଣିଜ୍ୟ, ରାଜନୀତି, ସାହିତ୍ୟ ଓ ସାମ୍ବାଦିକତାରେ ସନ୍ତୋଷଜନକ ଫଳ ପାଇବେ। ସ୍ବାସ୍ଥ୍ୟ ନିୟନ୍ତ୍ରଣ ଭିତରେ ରହିବା ସହ ପାରିବାରିକ ସ୍ଥିତି ପୂର୍ବପରି ରହିବ।
ବିଛା
ବିଛା
ଆଜି ଚନ୍ଦ୍ରଙ୍କ କୁପ୍ରଭାବ ଏବଂ ଦୁର୍ବଳ ମଙ୍ଗଳଜନିତ ମାନସିକ ସ୍ବାସ୍ଥ୍ୟ ଭଲ ରହି ନ ପାରେ। ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁ ମନ ଉଦାସ ରହିବ। ଦବ୍ର୍ୟ ନଷ୍ଟହେବା କାରଣରୁ ଅନ୍ୟ ଉପରେ ରାଗି ପାରନ୍ତି। ସାହିତ୍ୟ, ସାମ୍ବାଦିକତା, ସଙ୍ଗଠନ ଓ କ୍ରୀଡ଼ା,ଚଳଚ୍ଚିତ୍ରରେ ସମସ୍ୟା ସମାଧାନ ହୋଇଯିବ।
ଧନୁ
ଧନୁ
କର୍ମକ୍ଷେତ୍ରରେ ବନ୍ଧୁଙ୍କୁ ପ୍ରିୟ କଥା କହି ଭୁଲ୍‍ ବୁଝାମଣାଜନିତ ସମସ୍ୟାକୁ ସୁଧାରିନେବେ। ପଡ଼ୋଶୀ ପ୍ରତିଷ୍ଠା ଓ ପ୍ରଶଂସାକୁ ସହି ନ ପାରି ଅପପ୍ରଚାର କରିପାରନ୍ତି। ଆଜିର ଯାତ୍ରା, ବ୍ୟବସାୟ ଓ ପରିବହନରୁ ଖୁସି ରହିବେ। ଦୀର୍ଘଦିନରୁ ବନ୍ଧୁଙ୍କ ନିକଟରେ ବାକି ରହିଥିବା ଟଙ୍କା ପାଇବାରେ ଅସୁବିଧା ହେବ ନାହିଁ।
ମକର
ମକର
ପାରିବାରିକ କ୍ଷେତ୍ରରେ ମାନସିକ ଅଶାନ୍ତି କମିଯିବାରୁ ଆଂଶିକ ଆଶ୍ୱସ୍ତି ଲାଭ କରିବେ। ଅଫିସ୍‍ କାମରେ ପ୍ରକୃତ ଘଟଣା ନ ବୁଝି ଉପରିସ୍ଥ କର୍ମଚାରୀ କ୍ରୋଧ ପ୍ରକାଶ କରିପାରନ୍ତି ା ରପ୍ତାନି କାରବାର, ନିର୍ମାଣ, ପରିବହନ, ବାଣିଜ୍ୟ, ଏଜେନ୍ସି, ସାମ୍ବାଦିକତାରେ ପ୍ରଶଂସିତ ହେବେ। ସାହିତ୍ୟ କ୍ଷେତ୍ରରୁ ମଧ୍ୟ ପ୍ରଶଂସା ପାଇବେ।
କୁମ୍ଭ
କୁମ୍ଭ
ଆଜି ମନ ଅଶାନ୍ତ ରହିଥିବା ହେତୁ ମାନସିକ ଅସ୍ଥିରତା ଲାଗି ରହିବ। ଜଣେ ବନ୍ଧୁ ପାରିବାରିକ କ୍ଷେତ୍ରର ସମସ୍ୟା ସମାଧାନ କରିବା ସକାଶେ ଚେଷ୍ଟା କରିପାରନ୍ତି। ଜମିଜମା କିମ୍ବା କଚେରି ମାମଲା କ୍ଷେତ୍ରରେ ଆଶାଜନକ ଫଳ ପାଇବେ। ଫେରନ୍ତା ବାଟରେ ମିତ୍ର୍ରତା ସୃଷ୍ଟିକରି ସମ୍ପର୍କକୁ ଦୃଢ଼ୀଭୂତ କରିବାକୁ ଚେଷ୍ଟାକଲେ ସଫଳ ହେବେ।
ମୀନମୀନ

ଆଜି ଅଟକି ରହିଥିବା କାମ ସୁବିଧାରେ ସମ୍ପନ୍ନ ହେବ। କିନ୍ତୁ ଆନୁଷ୍ଠାନିକ କାମରେ ଅର୍ଥ ଓ ସମ୍ମାନ ପାଇବାରେ ଅସୁବିଧା ହେବନାହିଁ। ଅବଶ୍ୟ ପରିବାରର ଖର୍ଚ୍ଚ ପରିମାଣ ବୃଦ୍ଧି ହେତୁ ମନରେ ସରସତା ସାମୟିକ ରହି ନ ପାରେ। ସାହିତ୍ୟ, ସଙ୍ଗୀତ ଓ ଚଳଚ୍ଚିତ୍ର, ନିର୍ମାଣ, ପରିବହନ, ସଭାସମିତି କ୍ଷେତ୍ରରେ ସଫଳତା ହାସଲ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଗୁରୁବାର, ଜୁଲାଇ ୩୦ ତାରିଖ – Daily Horoscope

ମେଷ ଆଜିର ଗ୍ରହଯୋଗ ଆପଣଙ୍କୁ ଅର୍ଥ,ବିଳାସବ୍ୟସନ, ସନ୍ତାନସୁଖ,ନୂତନମୈତ୍ରୀ ସୃଷ୍ଟିକରି ମୁହଁରେ ହସ ଫୁଟାଇବେ। ସାମାନ୍ୟ କଥାରୁ ପାରିବାରିକ ସମସ୍ୟା ଦେଖାଦେଇପାରେ। ଶନି ପ୍ରଭାବରୁ ବିଭିନ୍ନ ଝାମେଲା ମଧ୍ୟରେ…

ରାଶିଫଳ: ବୁଧବାର, ଜୁଲାଇ ୨୯ ତାରିଖ – Daily Horoscope

ମେଷ ବିଭିନ୍ନ ସମସ୍ୟା ମଧ୍ୟରେ କର୍ମକ୍ଷେତ୍ରରେ ଅସ୍ଥିରତା ଲାଗିରହିବ। ପାରିବାରିକ କ୍ଷେତ୍ରରେ ମତାନ୍ତର ଓ ବିତର୍କ ଜନିତ ଅଶାନ୍ତ ପରିସ୍ଥିତିର ଆଶଙ୍କା ଦେଖାଦେବ। ନିଜ ପରିସରର ଭଦ୍ରବ୍ୟକ୍ତିଙ୍କ…

ରାଶିଫଳ: ମଙ୍ଗଳବାର, ଜୁଲାଇ ୨୮ ତାରିଖ – Daily Horoscope

ମେଷ ଆଜି ଆର୍ଥିକ ଅସଙ୍ଗତି ଦୂରକରିବା ସହ ଆଲୋଚନାକୁ ଅଗ୍ରଗାମୀ କରାଇବାରେ ସହାୟକ ହେବେ। ପୂର୍ବାଲୋଚନା ଅନୁଯାୟୀ ଆଜିର ଯାତ୍ରା, ନୂତନ କର୍ମାରମ୍ଭ, ପ୍ରଶାସନିକ ନିଷ୍ପତ୍ତିରେ ସଫଳତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri