Posted inRasifala

ରାଶିଫଳ: ଶନିବାର , ଜୁଲାଇ ୧୨ ତାରିଖ – Daily Horoscope

ମେଷ
ଆଜି ରବିଙ୍କ ନକ୍ଷତ୍ରରେ ଚନ୍ଦ୍ର ହେତୁ ପାରିବାରିକ ଜୀବନ ସୁଖ,ସମୃୃଦ୍ଧିରେ ଅତିବାହିତ ହେବ। ଗତ କିଛିଦିନ ହେଲା ଯାହା ଭାବୁତ୍ଥିଲେ ତାହା ଆଜି ସହଜ ଓ ସୁବିଧାରେ ପାଇଯିବେ। ଶିଳ୍ପ, ନିର୍ମାଣ, ବାଣିଜ୍ୟ, ଆନୁଷ୍ଠାନିକ କାମ ତଥା କର୍ମାରମ୍ଭ ପ୍ରଭୃତିରେ ସୁଫଳ ପାଇବେ। କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହୋଇପାରନ୍ତି।
ବୃଷ
ବୃଷ
ଶୁକ୍ର ତୃତୀୟାଧିପ ଚନ୍ଦ୍ର ନକ୍ଷତ୍ରସ୍ଥ ହେତୁ ଆତ୍ମୀୟ, ବନ୍ଧୁ କିମ୍ବା ସହକର୍ମୀଙ୍କ ସହୃଦୟତା ପାଇବାରେ ସାହାଯ୍ୟ କରିବ। ଆର୍ଥିକ ଉନ୍ନତିରେ, ମନୋରଞ୍ଜନ କାର୍ଯ୍ୟକ୍ରମରେ ମୁଖ୍ୟ ଭୂମିକା ଗ୍ରହଣ କରିପାରନ୍ତି। ବିଭିନ୍ନ ଘରୋଇ ଝମେଲାରୁ ମନଟା ଭଲ ରହିବ ନାହିଁ। ବ୍ୟବସାୟ, ପରିବହନ, ପ୍ରକାଶନ କ୍ଷେତ୍ରରେ ଶୁଭଫଳ ପାଇବେ।
ମିଥୁନ
ମିଥୁନ
ବୁଧ ସ୍ବନକ୍ଷତ୍ରରେ ରହି ଲୋକପ୍ରିୟତା ବୃଦ୍ଧି କରିବା ସହ ପାରିବାରିକ ଓ କର୍ମକ୍ଷେତ୍ରକୁ ସରସ, ସୁନ୍ଦର କରିବେ। ଦୈହିକ ଦୁର୍ବଳତା କର୍ମକ୍ଷେତ୍ରକୁ ମନ୍ଥର କରିବ ଏବଂ ଆକସ୍ମିକ କଳହକୁ ଏଡି ହେବ ନାହିଁ। ଅଲୋଚନା ପରିସରରେ ଦ୍ୱନ୍ଦ୍ୱରେ ପଡ଼ି ବନ୍ଧୁଙ୍କ କଥାକୁ ଠିକ୍‍ ଭାବେ ବୁଝି ପାରନ୍ତି ନାହିଁ । ଶିଳ୍ପ, ବାଣିଜ୍ୟ ଓ ପରିବହନରେ ଉନ୍ନତିର ଆଶା ରହିଛି।
କର୍କଟ
କର୍କଟ
କର୍ମାଧିପ ନୀଚସ୍ଥ ଓ ପାପଗ୍ରହ ଯୁକ୍ତ ହେତୁ ସମସ୍ୟା ଜାଲରେ ଛନ୍ଦି ହୋଇପାରନ୍ତି। ପାରିବାରିକ କ୍ଷେତ୍ରରେ ଅତୀତ କଥାକୁ ଚିନ୍ତା କରି ବ୍ୟସ୍ତତା ଅନୁଭବ କରିବେ। ପରିସ୍ଥିତିକୁ ଯେତେଟା ଜଟିଳ ମନେ କରୁଛନ୍ତି ସେମିତି କିଛି ହେବନି। ସାହିତ୍ୟ, ସାମ୍ବାଦିକତା, ବ୍ୟବସାୟ ଓ ବାଣିଜ୍ୟ ଓ ପରିବହନ ତଥା ନିର୍ମାଣରେ ପ୍ରତିବନ୍ଧକ ଆସିପାରେ।
ସି˚ହ
ସି˚ହ
ରାଶ୍ୟାଧିପ ରବି ଦେବଗୁରୁଙ୍କ ନକ୍ଷତ୍ରସ୍ଥ ହୋଇ ଏକାଦଶସ୍ଥ ଯୋଗୁ ସମ୍ମୁଖରେ ପ୍ରକାଶ କରି ମନକୁ ହାଲୁକା କରିପାରନ୍ତି। ସ୍ବାସ୍ଥ୍ୟ କ୍ରମଶଃ ଅବନତି ଦିଗକୁ ଗତି କରିବା ସଙ୍ଗେ ସଙ୍ଗେ ପାରିବାରିକ ପରିସ୍ଥିତି ଭଲ ରହି ନ ପାରେ। ଆର୍ଥିକ ଅନଟନ ମଧ୍ୟରେ ଅଣନିଃଶ୍ୱାସୀ ହେବେ,କିନ୍ତୁ ବନ୍ଧୁଙ୍କ ନିକଟରୁ ପରିଶେଷରେ କିଛି ପାଇବେ।
କନ୍ୟା
ଭାଗ୍ୟାଧିପ ଭାଗ୍ୟସ୍ଥ ହୋଇ ଚନ୍ଦ୍ରଙ୍କ କେନ୍ଦ୍ରସ୍ଥ ଯୋଗୁ ଯାତ୍ରାରେ ଆନନ୍ଦ, ଉପରିସ୍ଥଙ୍କ ଅନୁକମ୍ପା ଲାଭ କରିବେ। କାମରେ ଅବହେଳା ଯୋଗୁ କେତେକ କାମ ସକାଶେ ଅନ୍ୟର ସାହାଯ୍ୟ ନେବାକୁ ବାଧ୍ୟ ହେବେ। ମକଦ୍ଦମା, ତର୍କ ବିତର୍କ, ସଭା ସମିତି, ସଂଗଠନ, ନିର୍ମାଣ ଓ ପରିବହନ କ୍ଷେତ୍ରରୁ ଶୁଭଫଳ ପାଇପାରନ୍ତି।
ତୁଳା
ତୁଳା
ଚତୁର୍ଥାଧିପ ଦୁଃସ୍ଥାନରେ ରହିଥିବାରୁ ପରିବାରରେ ଭୁଲ୍‍ ବୁଝାମଣା କାରଣରୁ ବିତର୍କ ବୃଦ୍ଧି ପାଇବ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ପାଇବା କଷ୍ଟସାଧ୍ୟ ହେବ। ଶିଳ୍ପ, ବାଣିଜ୍ୟ, ସାହିତ୍ୟ, ସାମ୍ବାଦିକତା ଓ ପ୍ରଶାସନିକ ସ୍ତରରେ କିଛିଟା ବ୍ୟତିକ୍ରମ ପରିଲକ୍ଷିତ ହୋଇପାରେ। ଶିକ୍ଷା, ସନ୍ତାନ, ପ୍ରଶାସନିକ ଓ ଆଲୋଚନା କ୍ଷେତ୍ର ଭଲ ରହିବ।
ବିଛା
ବିଛା
ନବମାଧିପତି ଅଷ୍ଟମଭାବସ୍ଥ ଯୋଗୁ ଅଭିଳାଷ ପୂରଣ ହେବା କଷ୍ଟକର ହୋଇପାରେ। ଟିକିଏ ଟିକିଏ କଥାରେ ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁ ମନ ଉଦାସ ରହିବ। ଘରେ ଅସାବଧାନତାବଶତଃ ଦବ୍ର୍ୟ ନଷ୍ଟ ହେବା କାରଣରୁ ଅନ୍ୟ ଉପରେ ରାଗି ପାରନ୍ତି। କଳା, ସାହିତ୍ୟ, ପ୍ରକାଶନ, ସାମ୍ବାଦିକତା, କ୍ରୀଡ଼ାରେ ସମସ୍ୟା ସମାଧାନ ହେବ।
ଧନୁ
ଧନୁ
ପାରିବାରିକ କ୍ଷେତ୍ରରେ ଅଯଥା ଗୁଡାଏ ଚିନ୍ତାକରି ମନକୁ ଭାରାକ୍ରାନ୍ତ କରିପାରନ୍ତି। କର୍ମକ୍ଷେତ୍ରରେ ସହକର୍ମୀଙ୍କଠାରୁ ଭୁଲ୍‍ ଖବର ପାଇ ସାମୟିକ ଭାବରେ ବିବ୍ରତ ହେବାକୁ ପଡ଼ିପାରେ। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି କୌଣସି ବନ୍ଧୁ ସମସ୍ୟାକୁ ବଢ଼ାଇ ଦେଇପାରନ୍ତି। କଚେରି ମାମଲା ସପକ୍ଷରେ ଯିବାର ବହୁତ ସମ୍ଭାବନା ଦେଖାଦେଇପାରେ।
ମକର
ମକର
ଶାରୀରିକ ସୁସ୍ଥତା କାମ କରିବାର ଉତ୍ସାହକୁ ବହୁଗୁଣିତ କରିଦେବ। ପାରିବାରିକ କ୍ଷେତ୍ରରେ ମାନସିକ ଅଶାନ୍ତି ବୃଦ୍ଧି କାରଣରୁ ମନରେ ସରସତା ରହିବ ନାହିଁ। ଆନୁଷ୍ଠାନିକ କାମ, ସାହିତ୍ୟ, ସାମ୍ବାଦିକତାରେ ପ୍ରଶଂସିତ ହୋଇପାରନ୍ତି। ରପତ୍ାନି କାରବାର, ଧାତୁ ଅଳଙ୍କାର, ଷ୍ଟେସନାରୀ ଓ ଯାନ୍ତ୍ରିକ ଜିନିଷ ବ୍ୟବସାୟରେ ଲାଭବାନ୍‍ ହେବେ ।
କୁମ୍ଭ
କୁମ୍ଭ
ଶନିକ୍ଷେତ୍ରସ୍ଥ ଚନ୍ଦ୍ର ଦୂରଯାତ୍ରା, ବ୍ୟୟବୃଦ୍ଧି, ପରୋକ୍ଷ ଶତ୍ରୁତା ଓ ଋଣ ପରିଶୋଧକୁ କେନ୍ଦ୍ର କରି କଳହ ଲାଗିପାରେ। ପାରିବାରିକ କ୍ଷେତ୍ରରେ ଜଣେ ବନ୍ଧୁ ସମସ୍ୟା ସମାଧାନ ସକାଶେ ଚେଷ୍ଟା କରିପାରନ୍ତି। ଜମିଜମା କିମ୍ବା କଚେରି ମାମଲା କ୍ଷେତ୍ରରେ ଆଶାଜନକ ଫଳ ପାଇବେ। ବନ୍ଧୁଙ୍କ ଜରିଆରେ ଚୁକ୍ତିପତ୍ର ସ୍ବାକ୍ଷରିତ ହେବ।
ମୀନମୀନ

ଆଜିର ପ୍ରତ୍ୟୁଷ ଯାତ୍ରା ପ୍ରୀତିଦାୟକ ମନେ ହେବା ସହ ନୂତନ ବନ୍ଧୁଙ୍କ ସାନ୍ନିଧ୍ୟ ମିଳିବ। କର୍ମକ୍ଷେତ୍ରରେ ଅର୍ଥ ଓ ସମ୍ମାନ ପାଇବାରେ କୌଣସି ଅସୁବିଧା ହେବନାହିଁ। ସାମାଜିକ ସ୍ତରରେ ମିଥ୍ୟା ଭାଷଣରୁ ସମାଲୋଚନାର ପାତ୍ର ହେବାକୁ ପଡ଼ିପାରେ। ଖର୍ଚ୍ଚ ପରିମାଣ ବୃଦ୍ଧିହେତୁ ମନରେ ସରସତା ରହି ନ ପାରେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ:ଶନିବାର , ସେପ୍ଟେମ୍ବର ୧୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ଜନିତ ବନ୍ଧୁ ସମ୍ପର୍କରେ ଉନ୍ନତି ହେବ। ଯାତ୍ରା, ବିବାଦ, ଗୃହାରମ୍ଭ ପାଇଁ ପ୍ରତିକୂଳତା ଆସିଲେ ମଧ୍ୟ କୌଣସି ଅସୁବିଧା ହେବନାହିଁ। ପାରିବାରିକ…

ରାଶିଫଳ: ଶୁକ୍ରବାର , ସେପ୍ଟେମ୍ବର ୧୮ ତାରିଖ – Daily Horoscope

ମେଷ ବୃହସ୍ପତିଙ୍କ ଦୃଷ୍ଟିରେ କର୍ମାଧିପ ଥିବାରୁ ଶୁଭେଚ୍ଛୁଙ୍କ ପରାମର୍ଶରେ ନୂଆ କାମ ସକାଶେ ମନ ବଳାଇବେ। ଦୈହିକ ଦୁର୍ବଳତା ସାଙ୍ଗକୁ ପାରିବାରିକ ଦ୍ୱନ୍ଦ୍ୱଜନିତ ନୈରାଶ୍ୟରୁ ଚିନ୍ତିତ ରହିପାରନ୍ତି।…

ରାଶିଫଳ: ଗୁରୁବାର, ସେପ୍ଟେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି କୃତ୍ତିକା ନକ୍ଷତ୍ର କର୍ମାରମ୍ଭ ସକାଶେ ସାହାଯ୍ୟ, ସହଯୋଗର ଅଭାବ ରହିବ ନାହିଁ। ଆନୁଷ୍ଠାନିକ, ସଭାସମିତି, ଧର୍ମକାର୍ଯ୍ୟ, ବନ୍ଧୁମିଳନ ପାଇଁ ଦିନଟି ଭଲ। ଛୋଟ ଛୋଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?