Posted inRasifala

ରାଶିଫଳ: ଶୁକ୍ରବାର, ଜୁଲାଇ ୧୧ ତାରିଖ – Daily Horoscope

ମେଷ
କର୍ମକ୍ଷେତ୍ରରେ କେତେକ ଅପ୍ରୀତିକର ପରିସ୍ଥିତିକୁ ସଜାଡି ନେବାରେ ସହକର୍ମୀ ସାହାଯ୍ୟ କରିବେ। ବନ୍ଧୁ ଓ ପରିବାର ସହ ସୁସମ୍ପର୍କ ସ୍ଥାପନ କ୍ଷେତ୍ରରେ ସମୟଟି ଅନୁକୂଳ ରହିବ। ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ କଥା କହୁଥିବା ଶୁଣିବାକୁ ପାଇପାରନ୍ତି। ପ୍ରତ୍ୟେକ କ୍ଷେତ୍ରରେ ଅବସ୍ଥା ଦେଖି ବ୍ୟବସ୍ଥା ନ କଲେ ଅନୁତାପ କରିବେ।
ବୃଷ
ବୃଷ
ପଡ଼ୋଶୀ ସହଯୋଗର ହାତ ବଢ଼ାଇବା କାରଣରୁ କୌଣସି କାମ ଅଟକିବ ନାହିଁ। ଆଲୋଚନା କ୍ଷେତ୍ରରେ କାର୍ଯ୍ୟବ୍ୟସ୍ତ ଯୋଗୁ କେତେକ କାମ ଠିକ୍‍ ସମୟରେ କରିପାରିବେ ନାହିଁ। ଅନୁଷ୍ଠାନିକ କାମରେ ଯାଇ ଜଣେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିପାରନ୍ତି। ମାତ୍ର ଘରୋଇ କ୍ଷେତ୍ରରେ ଅଭାବ ନ ଥାଇ ମଧ୍ୟ ମନଟା ଭଲ ଲାଗିବ ନାହିଁ।
ମିଥୁନ
ମିଥୁନ
ନିଜ ସଂସ୍ପର୍ଶରେ ଆସୁଥିବା ବ୍ୟକ୍ତିଙ୍କୁ କଟୁସତ୍ୟ କହିବାରୁ ତିକ୍ତତା ସୃଷ୍ଟି ହେବ। କର୍ମାରମ୍ଭ ପାଇଁ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇବେ। କଳା, ସାହିତ୍ୟ, ରାଜନୀତି , ସଂଗଠନ, ସଭାସମିତି କ୍ଷେତ୍ରରେ ପ୍ରଶଂସିତ ହେବେ। ସ୍ତ୍ରୀଙ୍କ ସୌହାର୍ଦ୍ଦ୍ୟରୁ ପାରିବାରିିକ ଜୀବନ ସୁଖ ସନ୍ତୋଷରେ କଟିବ।
କର୍କଟ
କର୍କଟ
ମନ କଥା ମନରେ ରଖି ସବୁ କଥାକୁ ଚିନ୍ତା କରି କାମ କଲେ ଉପକୃତ ହେବେ। ଭାଇ, ବନ୍ଧୁ ଓ କୁଟୁମ୍ବଙ୍କ ସହ ସାଧାରଣ କଥାରେ ପାଟିତୁଣ୍ଡ ହେବ। ସଭାସମିତିରେ ଜଣେ ପ୍ରତିଷ୍ଠାବାନ୍‍ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରି ଆମତ୍ବିଭୋର ହୋଇପାରନ୍ତି ା କ୍ରୀଡ଼ା, ସଙ୍ଗୀତ ଓ ଚଳଚ୍ଚିତ୍ର ତଥା ପ୍ରତିଯୋଗିତାରେ ସଫଳତା ଅର୍ଜନ କରିବେ।
ସି˚ହ
ସି˚ହ
ପରିବାରର ଋଣ ଭାରରେ ଅତିଷ୍ଠ ହେବେ,କିନ୍ତୁ ପରିଶୋଧ କରିବାର ରାସ୍ତା ଖୋଜି ପାଇପାରିବେ ନାହିଁ। କ୍ରୀଡ଼ା, ସାହିତ୍ୟ ଓ ସଙ୍ଗୀତ କ୍ଷେତ୍ରରେ ସୁନାମ ଅର୍ଜନ କରିବାରେ ସମର୍ଥ ହେବେ। ଶିଳ୍ପ, ବାଣିଜ୍ୟ ଓ ପରିବହନରେ ସମସ୍ୟା ସମାଧାନ ହେବ। ବିବାଦୀୟ ପରିସ୍ଥିତିକୁ ସୁଧାରିବାରେ ପଦାଧିକାରୀଙ୍କ ସହାୟତା ପାଇବେ।
କନ୍ୟା
ଶତ୍ରୁତା କରୁଥିବା ଲୋକଟି ମନକୁ ବାଧିଲା ଭଳି କଥା କହିପାରେ। ବ୍ୟବସାୟ କ୍ଷେତ୍ରରେ ଅଧିକ କିଛି ଆଶା ମନରେ ଦୁଃଖ ଦେଇପାରେ ଓ କଳହର ସମ୍ଭାବନା ରହିଛି। ସଭାସମିତିରେ କୌଣସି ବ୍ୟକ୍ତି ଦ୍ୱାରା ପ୍ରଭାବିତ ହୋଇ ଅସମ୍ମାନିତ ହୋଇପାରନ୍ତି। ଅତିପ୍ରିୟ ବନ୍ଧୁଙ୍କଠାରୁ ଗୁରୁତ୍ୱପୂର୍ଣ୍ଣ ଖବରଟିଏ ପାଇ ଖୁସି ଅନୁଭବ କରିବେ।
ତୁଳା
ତୁଳା
ଉତ୍ତମ ବୁଝାମଣା ହେତୁ ପାରିବାରିକ ଜୀବନ ପ୍ରୀତିପ୍ରଦ ରହିବ। ପ୍ରତିଶ୍ରୁତି ଦେଇଥିବା ବନ୍ଧୁଙ୍କୁ ହଁ କରିପାରିବେନି କିମ୍ବା ନାହିଁ ମଧ୍ୟ କରିପାରିବେନି। ଫେରି ଯାଉଥିବା ବନ୍ଧୁଟି ବାଟରୁ ଲେଉଟି ଆସିବ,ଫଳତଃ ନିଜର କାମଗୁଡିକୁ ସମ୍ପନ୍ନ କରିବାରେ ବ୍ୟସ୍ତତା ବଢିଯିବ। ସହକର୍ମୀଙ୍କ ସହ ବିବାଦ ହେବ, ମାତ୍ର ଅନ୍ୟମାନେ ସାହାଯ୍ୟ କରିପାରନ୍ତି।
ବିଛା
ବିଛା
ଅର୍ଥ ସମ୍ପର୍କ ଓ ସନ୍ତାନ ହେତୁକ ଦ୍ୱନ୍ଦ୍ୱଜନିତ ମାନସିକ ଅସ୍ଥିରତା ସୃଷ୍ଟି ହେବ। ଯାହା ଦୀର୍ଘଦିନ ହେଲା ହୋଇ ପାରି ନ ଥିଲା ଆଜି ତାହା ହୋଇଯିବ। ଦୋକାନ, ପରିବହନ, ଶିଳ୍ପ ଓ ବାଣିଜ୍ୟରେ ପ୍ରତିବନ୍ଧକ ଦୂରେଇବା ପାଇଁ ପ୍ରଯନତ୍ କରି ସଫଳ ହେବେ। କର୍ମକ୍ଷେତ୍ରରେ ସମସ୍ୟା ଦେଖାଦେଇଥିଲେ ସୁଦ୍ଧା ବିଶେଷ କିଛି ଅସୁବିଧା ହେବନାହିଁ।
ଧନୁ
ଧନୁ
ପରିଚିତ ବ୍ୟକ୍ତିଙ୍କ କାର୍ଯ୍ୟକଳାପ ଆପଣଙ୍କ କର୍ମ କ୍ଷେତ୍ରକୁ ବିଶୃଙ୍ଖଳିତ କରିପାରେ। ଅଫିସରେ ସହକର୍ମୀମାନଙ୍କ ସହ ମିଷ୍ଟାଳାପରେ ମାତିରହିପାରନ୍ତି। ବାଟରେ ଯିବା ସମୟରେ ଯାନ୍ତ୍ରିକ ତ୍ରୁଟି ଅସୁବିଧାରେ ପକାଇପାରେ । ଏଣୁ ଗାଡ଼ିକୁ ପରଖି ନେବା ଭଲ ହେବ। ଚେଷ୍ଟା କରୁଥିବା କାମରେ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇବେ।
ମକର
ମକର
କର୍ମକ୍ଷେତ୍ରରେ ଉପରିସ୍ଥ ଅଧିକାରୀମାନେ କାମ ହାସଲ ସକାଶେ ସହଯୋଗ ଲୋଡ଼ିପାରନ୍ତି। ଶତ୍ରୁମାନେ ଚେଷ୍ଟା କଲେ ମଧ୍ୟ କିଛି କ୍ଷତି କରିପାରିବେ ନାହିଁ। ଶିଳ୍ପ, ବ୍ୟବସାୟ, ପରିବହନ, ନିର୍ମାଣ, ସଭାସମିତି,ଲେଖାପଢ଼ା ପ୍ରଭୃତିରୁ ସୁଫଳ ପାଇବେ। ଅସାବଧାନତା ହେତୁ ଦ୍ରବ୍ୟ ନଷ୍ଟ କିମ୍ବା ଧନ ହାନି ଘଟିପାରେ।
କୁମ୍ଭ
କୁମ୍ଭ
ମନ ବିକ୍ଷିପ୍ତ ରହିଲେ ମଧ୍ୟ କୌଣସି କାମ ଅଟକିବ ନାହିଁ। ପ୍ରତିଦ୍ୱନ୍ଦ୍ୱିତା କିମ୍ବା ପ୍ରତିଯୋଗିତାଦି କ୍ଷେତ୍ରରେ ବିଜୟ ଲାଭ କରିବେ। ପାରିବାରିକ ସମସ୍ୟାର ସମାଧାନ ସକାଶେ ନିଜର ବନ୍ଧୁମାନଙ୍କ ସାହାଯ୍ୟ ଭିକ୍ଷା କରିପାରନ୍ତି। କ୍ରୀଡ଼ା, ସଙ୍ଗୀତ ଓ ଚଳଚ୍ଚିତ୍ର ତଥା ରାଜନୀତି ଓ ସାହିତ୍ୟ କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ।
ମୀନମୀନ

ଆଜିର ଗ୍ରହ ସ୍ଥିତି ଅନୁକୂଳ ରହିଥିବାରୁ ଯାହା ଚିନ୍ତା କରୁଛନ୍ତି ତାହା ସହଜରେ ହାସଲ କରିବେ। ପିଲାଙ୍କ ସମସ୍ୟା ସମାଧାନ ପାଇଁ ସମ୍ପର୍କୀୟଙ୍କ ସହ ଆଲୋଚନା କରିବା ଭଲ। କର୍ମକ୍ଷେତ୍ରରେ ପରିସ୍ଥିତିକୁ ଯେତେ ଜଟିଳ ମନେକରୁଛନ୍ତି ସେପରି କିଛି ହେବନି। ପରିସ୍ଥିତିବଶତଃ କରଜ କରି ଆବଶ୍ୟକତାକୁ ଚଳାଇ ନେବାକୁ ବାଧ୍ୟ ହେବେ ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଗୁରୁବାର, ଅଗଷ୍ଟ ୨୦ ତାରିଖ – Daily Horoscope

ମେଷ ପଦସ୍ଥବ୍ୟକ୍ତିଙ୍କ ଅନୁକମ୍ପାରୁ ଆଜି ଦିନ ଭିତରେ ପ୍ରତ୍ୟେକ କାର୍ଯ୍ୟ ସୁରୁଖୁରୁରେ ସମ୍ପନ୍ନ ହେବ। ଆର୍ଥିକ ସ୍ଥିତି ସହିତ ପାରିବାରିକ କ୍ଷେତ୍ର ମଧ୍ୟ ମନ୍ଦ ହେବନି। କୌଣସି…

ରାଶିଫଳ: ବୁଧବାର, ଅଗଷ୍ଟ ୧୯ ତାରିଖ – Daily Horoscope

ମେଷ ଆଜି କର୍ମକ୍ଷେତ୍ରରେ ସହକର୍ମୀମାନଙ୍କ ସହିତ ବୁଝାମଣା ନେଇ ତିକ୍ତତା ଦେଖାଦେଇପାରେ। ବନ୍ଧୁ ସାହାଯ୍ୟ ସହଯୋଗର ଦୃଢ଼ ପ୍ରତିଶ୍ରୁତି ଦେବେ କିନ୍ତୁ ଦରକାର ସମୟରେ ପାଖରେ ନ…

ରାଶିଫଳ: ମଙ୍ଗଳବାର , ଅଗଷ୍ଟ ୧୮ ତାରିଖ – Daily Horoscope

ମେଷ ଅଶ୍ୱିନୀ ନକ୍ଷତ୍ର କର୍ମକ୍ଷେତ୍ରରେ ମଧ୍ୟ ସ୍ବାଧୀନ ଭାବରେ କାର୍ଯ୍ୟ କରିବାର ସୁଯୋଗ ପାଇବେ। ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତିରେ ଆଂଶିକ ଉନ୍ନତି ଦେଖାଦେବାରୁ ଆଶ୍ୱସ୍ତି ଅନୁଭବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri