Posted inRasifala

ରାଶିଫଳ: ମଙ୍ଗଳବାର , ଜୁଲାଇ ୮ ତାରିଖ – Daily Horoscope

ମେଷ
ଆଜି ଚନ୍ଦ୍ରଙ୍କ ପ୍ରତି ଶୁକ୍ରଙ୍କ ଦୃଷ୍ଟିଜନିତ ପାରିବାରିକ ସୁଖସମୃଦ୍ଧି ଅନୁଭବ କରିବେ ା ପୂର୍ବନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ବନ୍ଧୁମିଳନ ସହ ଅଭିଳଷିତ ଫଳ ପାଇବେ। ଅଶ୍ୱିନୀ ନକ୍ଷତ୍ରର ଶିଳ୍ପ, ବାଣିଜ୍ୟ ଓ ପରିବହନରେ ବିବାଦ ବୃଦ୍ଧିର ସମ୍ଭାବନା ରହିଛି। ସ୍ବାସ୍ଥ୍ୟ ସମସ୍ୟା କେତେକାଂଶରେ ନିୟନ୍ତ୍ରଣାଧୀନ ରହିବାରୁ ଆଶ୍ୱସ୍ତି ଅନୁଭବ କରିବେ।
ବୃଷ
ବୃଷ
ବୁଧାଦିତ୍ୟ ଯୋଗ ପ୍ରଭାବରୁ ଦକ୍ଷତା ବୃଦ୍ଧିଜନିତ ସାମାଜିକ ସ୍ତରରେ ପ୍ରଶଂସିତ ହେବେ। ବନ୍ଧୁଙ୍କ ସାହାଯ୍ୟ ଦ୍ୱାରା ବିବାଦୀୟ ଘଟଣା ଓ ଆର୍ଥିକ ସମସ୍ୟାର ସମାଧାନ ଘଟିବ। ପାରିବାରିକ କ୍ଷେତ୍ରରେ ଯେତେଟା ପରିସ୍ଥିତିକୁ ଜଟିଳ ମନେ କରୁଛନ୍ତି ବାସ୍ତବରେ ସେପରି କିଛି ହେବନାହିଁ। ବନ୍ଧୁ ଓ ପରିଜନଙ୍କ ସହିତ ସୁଖଭ୍ରମଣ ଯୋଗ ରହିଛି।
ମିଥୁନ
ମିଥୁନ
ସ୍ବଗୃହୀ ବୁଧଙ୍କ ଯୋଗୁ ସ୍ବାସ୍ଥ୍ୟ ସମସ୍ୟା ଅପରିବର୍ତ୍ତିତ ରହିବା ସଙ୍ଗକୁ ମାନସିକ ଅସ୍ଥିରତା ବୃଦ୍ଧି ପାଇବ। ସାଧାରଣ କଥାକୁ କେନ୍ଦ୍ରକରି ଆମତ୍ୀୟଙ୍କ ସହ ମନାନ୍ତର ଘଟିବ। ବ୍ୟବସାୟରେ ପ୍ରତିଦ୍ୱନ୍ଦ୍ୱିତା ବୃଦ୍ଧି ପାଇଲେ ମଧ୍ୟ ବିଶେଷ କିଛି ଅସୁବିଧା ହେବନାହିଁ। ମୃଗଶିରା ନକ୍ଷତ୍ର ସକାଶେ ପରୋକ୍ଷ ଶତ୍ରୁତା କର୍ମକ୍ଷେତ୍ରକୁ ବ୍ୟସ୍ତବହୁଳ କରିପାରେ।
କର୍କଟ
କର୍କଟ
ରାଶ୍ୟାଧିପତି କୋଣଭାବସ୍ଥ ଯୋଗୁ ଦୀର୍ଘ ଦିନର ସ୍ଥଗିତ କାମକୁ ଆରମ୍ଭ କରିବାର ସୁଯୋଗ ପାଇବେ। ଯାତ୍ରା ସମୟରେ ଅଜଣା ଅଶୁଣା ବ୍ୟକ୍ତିଙ୍କଠାରୁ ଦୂରେଇ ରହିବା ଭଲ। ଅଶ୍ଳେଷା ନକ୍ଷତ୍ର ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରନ୍ତୁ। ସାଧାରଣ କଥାକୁ କେନ୍ଦ୍ରକରି ସହକର୍ମୀଙ୍କ ସହିତ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ।
ସି˚ହ
ସି˚ହ
ଆଜିର ଯାତ୍ରା, ବାଣିଜ୍ୟ, ବ୍ୟବସାୟ ଏବଂ ଚେଷ୍ଟା କରୁଥିବା କାମରେ ଶୁଭଫଳ ପାଇବେ। ମଘା ନକ୍ଷତ୍ରର ମାଙ୍ଗଳିକ ପରିବେଶରେ ଭାଙ୍ଗି ପଡ଼ିଥିବା ସମ୍ପର୍କ ପୁଣି ଯୋଡ଼ି ହୋଇଯିବ। କାର୍ଯ୍ୟବ୍ୟସ୍ତତା ଭିତରେ ମିଶିବାକୁ ଆସିଥିବା ସହକର୍ମୀଙ୍କ ସହ ଆଲୋଚନା କରିବାର ଅବସର ପାଇବେ ନାହିଁ। ଶାରୀରିକ ଅବସ୍ଥାରେ ଉନ୍ନତି ଘଟିବ।
କନ୍ୟା
ଅନ୍ୟମନସ୍କ, ଅସାବଧାନତା କିମ୍ବା ପକେଟମାର ଦ୍ୱାରା ଆଜି ଧନହାନିର ଆଶଙ୍କା ରହିଛି। କାମଗୁଡ଼ିକ ଆଜି ପରିସ୍ଥିତିବଶତଃ ବାସ୍ତବରେ ଓଲଟା ହେବାରୁ ଦୁଃଚିନ୍ତାଗ୍ରସ୍ତ ହୋଇପାରନ୍ତି। ସାହିତ୍ୟ, ସାମ୍ବାଦିକତା ଓ ଆଧ୍ୟାମତ୍ିକତା କ୍ଷେତ୍ରରେ ଆଦୃତ ହେବେ। ହସ୍ତା ନକ୍ଷତ୍ରର ପାରସ୍ପରିକ ବୁଝାମଣାକୁ ନେଇ ପରିବାରରେ ଅଶାନ୍ତି ଦୂର ହୋଇଯିବ।
ତୁଳା
ତୁଳା
ଆଜି ବିଶାଖା ନକ୍ଷତ୍ର ସକାଶେ ବିଭିନ୍ନ ପ୍ରକାରର ସମସ୍ୟା ମଧ୍ୟରେ ଗତି କରିବାକୁ ପଡ଼ିପାରେ। ଏପରି କି କୌଣସି କାର୍ଯ୍ୟ ସମ୍ପନ୍ନ କରିବା କ୍ଷେତ୍ରରେ ବନ୍ଧୁମାନେ ଅସହଯୋଗ କରିପାରନ୍ତି। ଅବଶ୍ୟ କର୍ମକ୍ଷେତ୍ରରେ ଶତ୍ରୁ ଉପଦ୍ରବ କ୍ରମଶଃ ହ୍ରାସ ପାଇବାର ଅନୁଭବ କରିବେ। ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାଇବା ଠିକ୍‍ ହେବନାହିଁ।
ବିଛା
ବିଛା
ଦୀର୍ଘଦିନରୁ ଅଟକି ରହିଥିବା କାମଟିକୁ ହଠାତ୍‍ ଆରମ୍ଭକରିବାକୁ ମନ ବଳାଇବେ। ପ୍ରତିଦ୍ୱନ୍ଦ୍ୱିତା ବୃଦ୍ଧି କାରଣରୁ ବ୍ୟବସାୟରେ ମାନମନାନ୍ତର ଦେଖାଦେବ। ଆଜିର ଆନୁଷ୍ଠାନିକ କାମରେ ଜ୍ୟେଷ୍ଠା ନକ୍ଷତ୍ରର ଉଚ୍ଚସ୍ତରରେ ସମ୍ପର୍କ ବୃଦ୍ଧି ପାଇବ। ଗୃହସୀମା କିମ୍ବା ଜମିଜମାକୁ ନେଇ ନିକଟ ସମ୍ପର୍କୀୟଙ୍କ ସହ ଯୁକ୍ତିତର୍କ ଲାଗିପାରେ ା
ଧନୁ
ଧନୁ
ଦୈହିକ ଦୁର୍ବଳତା କର୍ମକ୍ଷେତ୍ରକୁ ମନ୍ଥର କରିବା ସହ ଗୁରୁତ୍ୱପୂର୍ଣ୍ଣ କାମଗୁଡ଼ିକୁ ଅଟକାଇ ଦେଇପାରେ। ନୂତନ ଯୋଜନାଟିକୁ କାର୍ଯ୍ୟକାରୀ କରିବା ପାଇଁ ପରିବାରରୁ ସହଯୋଗ ପାଇବା କଷ୍ଟକର ହେବ। ପୂର୍ବାଷାଢା ନକ୍ଷତ୍ର ନିର୍ମାଣ କ୍ଷେତ୍ରରେ ଚାପର ସମ୍ମୁଖୀନ ହେବେ। ପ୍ରିୟଜନଙ୍କ ସହିତ ଆଜିର ପ୍ରାତଃଭ୍ରମଣ ସୁଖ ବେଶ୍‍ ଉପଭୋଗ୍ୟ ହେବ ା
ମକର
ମକର
ଆଜି ଯେଉଁ କାମରେ ହାତ ଦେବେ ସଫଳତା ପାଇବା କଷ୍ଟକର ହେବ। ନିଜ ପାଇଁ ଉପଭୋଗ୍ୟ ନ ହେଲେ ମଧ୍ୟ ଘରେ ବନ୍ଧୁ ମିଳନଜନିତ ଆମୋଦର ସୁଅ ଛୁଟିବ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସମସ୍ୟା ସୃଷ୍ଟି ହେବାରୁ ପୂର୍ଣ୍ଣାଙ୍ଗ ହେବାକୁ ଥିବା କାମଟି ଅସମ୍ପୂର୍ଣ୍ଣ ରହିଯିବ। ଧନିଷ୍ଠାର ଯାତ୍ରା ସମୟରେ ଯାନ୍ତ୍ରିକ ତ୍ରୁଟି ସମସ୍ୟାକୁ ଦ୍ୱିଗୁଣିତ କରିପାରେ।
କୁମ୍ଭ
କୁମ୍ଭ
ଆଜିର ଯାତ୍ରା ପ୍ରୀତିପ୍ରଦ ରହିବା ସଙ୍ଗକୁ ପ୍ରତିବେଶୀଙ୍କ ସୌହାର୍ଦ୍ଦ୍ୟରୁ ଉପକୃତ ହେବେ। ଶତଭିଷା ନକ୍ଷତ୍ର ସକାଶେ କର୍ମକ୍ଷେତ୍ରରେ ବନ୍ଧୁଙ୍କ ଆଚରଣ ସନ୍ଦେହ ସୃୃଷ୍ଟି କରିବ। ସାମାନ୍ୟ ବ୍ୟତିକ୍ରମକୁ ବାଦ୍‍ ଦେଲେ ଦିନଟି ପ୍ରାୟତଃ ଭଲରେ ଅତିବାହିତହେବ। ଆନୁଷ୍ଠାନିକ କାମ, ସଭାସମିତି, ସତ୍‍ସଙ୍ଗ, ଆଧ୍ୟାମତ୍ିକତା, ରାଜନୀତି ପାଇଁ ଦିନଟି ବହୁତ ଭଲ।
ମୀନମୀନ

କର୍ମକ୍ଷେତ୍ରରେ ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିବେ। ଆଗାମୀ ମାଙ୍ଗଳିକ ଉତ୍ସବ ନିମନ୍ତେ ପ୍ରସ୍ତୁତି ଆରମ୍ଭ କରି କର୍ମମୁଖର ରହିପାରନ୍ତି। ଆକସ୍ମିକ ଭାବରେ ଅଫିସ୍‍ରେ ନୂତନ ଦାୟିତ୍ୱ ହାତକୁ ନେବାକୁ ପଡ଼ିପାରେ। କାର୍ଯ୍ୟହାନି କାରଣରୁ ଉତ୍ତରଭାଦ୍ରପଦ୍‍ ନକ୍ଷତ୍ର ହତାଶାବୋଧ କରିପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ମେ ୨୩ ତାରିଖ – Daily Horoscope

ମେଷ ଚନ୍ଦ୍ରଙ୍କ ଏକାଦଶରେ ଶୁକ୍ର ପ୍ରଭାବରେ ବନ୍ଧୁମିଳନରୁ ଖୁସିରେ ସମୟ କାଟିବେ। ଦ୍ୱିଜା ନକ୍ଷତ୍ର କର୍ମକ୍ଷେତ୍ର ଓ ପାରିବାରିକ ତଥା ସାମାଜିକ ସ୍ତରରେ ଚର୍ଚ୍ଚିତ ହୋଇପାରନ୍ତି। ନିଜ…

ରାଶିଫଳ: ଶୁକ୍ରବାର , ମେ ୨୨ ତାରିଖ – Daily Horoscope

ମେଷ ଶାରୀରିକ ସୁସ୍ଥତା ସାଙ୍ଗକୁ ଦୃଢ ମାନସିକତା ଯୋଗୁ ଅଭିଳଷିତ କାର୍ଯ୍ୟକୁ ନିର୍ବିଘ୍ନରେ ସମାପନ କରିବେ। ଯୁକ୍ତିଯୁକ୍ତ କଥା କହି ପରିସ୍ଥିତିକୁ ସୁଧାରି ନେବେ। ବାହାର ଜାଗାରେ…

ରାଶିଫଳ: ଗୁରୁବାର, ମେ ୨୧ ତାରିଖ – Daily Horoscope

ମେଷ ଆଜି କର୍ମାଧିପତିଙ୍କ ନକ୍ଷତ୍ରରେ ଚନ୍ଦ୍ର ରହିଥିବାରୁ ଆପଣ ଉନ୍ନତ ଚିନ୍ତା ଓ ନୂତନ ଯୋଜନାର ଶୁଭାରମ୍ଭ କରିବେ। ଉଚ୍ଚପଦାଧିକାରୀଙ୍କ ସହଯୋଗ ମନକୁ ପ୍ରଫୁଲ୍ଲିତ କରାଇବ। ପରିବାରରେ…

ରାଶିଫଳ: ମଙ୍ଗଳବାର, ମେ ୧୯ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଆପଣଙ୍କ ଉଦ୍ୟମକୁ ଚରିତାର୍ଥ କରାଇବାରେ ସହାୟକ ହେବ ା ଉଚ୍ଚମନ, ଉକତ୍ୃଷ୍ଟ ବିଚାରଧାରା, ପାରିବାରିକ ସହଯୋଗରେ କାମ ହାସଲ କରିବାରେ ମଧ୍ୟ କିଛି…

ରାଶିଫଳ: ସୋମବାର, ମେ ୧୮ ତାରିଖ – Daily Horoscope

ମେଷ ଆଜିର କର୍ମକ୍ଷେତ୍ର ଏବଂ ପାରିବାରିକ ସ୍ଥିତି ପ୍ରୀତିପ୍ରଦ ରହିବ। ବ୍ୟବହାରରେ ସଂଯମତା ଅଭାବରୁ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ। ବିଭିନ୍ନ ପ୍ରକାର କାର୍ଯ୍ୟ ବ୍ୟସ୍ତତା କାରଣରୁ…

ରାଶିଫଳ: ରବିବାର, ମେ ୧୭ ତାରିଖ – Daily Horoscope

ମେଷ ଆଜି କୃତ୍ତିକା ନକ୍ଷତ୍ରସ୍ଥ ଚନ୍ଦ୍ର ଆର୍ଥିକ, ସାମାଜିକ ଏବଂ ପାରିବାରିକ ଜୀବନକୁ ଋଦ୍ଧିମନ୍ତ କରିବ। ଦ୍ୱାଦଶସ୍ଥ ମଙ୍ଗଳ ଭ୍ରାତୃ ସମ୍ପର୍କରେ ତିକ୍ତତା ସୃଷ୍ଟି ହେବ। କର୍ମକ୍ଷେତ୍ରରେ…

ରାଶିଫଳ: ଶନିବାର, ମେ ୧୬ ତାରିଖ – Daily Horoscope

ମେଷ ଆଜି କାମ ହାସଲ କରିବାରେ ଜଣେ ପୁରୁଣା ବନ୍ଧୁ ସାହାଯ୍ୟ କରିବେ। ଘାତଚନ୍ଦ୍ର ଯୋଗୁ ବାଣିଜ୍ୟ ବାଧାପ୍ରାପ୍ତ ହୋଇପାରେ। ପାରିବାରିକ ଜୀବନରେ ବୁଝାମଣା କ୍ଷେତ୍ରରେ ମତାନ୍ତରର…

ରାଶିଫଳ: ଶୁକ୍ରବାର, ମେ ୧୫ ତାରିଖ – Daily Horoscope

ମେଷ ବିଶିଷ୍ଟବ୍ୟକ୍ତିଙ୍କ ସହାୟତାରେ କାମଗୁଡ଼ିକୁ ସମ୍ପନ୍ନ କରିବାରେ କିଛି ଅସୁବିଧା ହେବନାହିଁ। ରହି ଯାଇଥିବା ଫାଇଲ କାମଟିକୁ ଆଜି ହିଁ ଆରମ୍ଭ କରିବାକୁ ମନ ବଳାଇବେ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri