Posted inRasifala

ରାଶିଫଳ: ମଙ୍ଗଳବାର, ଜୁନ୍ ୨୪ ତାରିଖ – Daily Horoscope

ମେଷ
ଆଜି ରାଶିରେ ବିଳାସକାରକ ଶୁକ୍ର ଏବଂ ଉଚ୍ଚସ୍ଥ ଚନ୍ଦ୍ର ଜୀବନଯାତ୍ରାକୁ ପ୍ରୀତିପ୍ରଦ କରାଇବ। ପାରିବାରିକ ସମ୍ପର୍କ ଭଲ ରହିବା ସହ ଆଶା କରୁଥିବା ଜିନିଷ ପାଇବାରେ ପ୍ରତିବନ୍ଧକ ରହିବ ନାହିଁ। ପରସ୍ପର ପଡୁ ନ ଥିବା ପୁଅବୋହୂଙ୍କ କଥା ମନକୁ ଆନ୍ଦୋଳିତ କରିପାରେ। ଯାତ୍ରା, ବ୍ୟବସାୟ, ସଂସ୍କୃତି କ୍ଷେତ୍ରରେ ଖୁସି ରହିପାରନ୍ତି।
ବୃଷ
ବୃଷ
ଶନିଙ୍କ ଦୁର୍ବଳତା ସାଙ୍ଗକୁ କର୍ମଭାବରେ ରାହୁ ଥିବାରୁ ଆପଣଙ୍କ ଚେଷ୍ଟା ସଫଳ ଆଶା ମଉଳିଯାଇପାରେ। ସହକର୍ମୀଙ୍କ ସହ ସୁସମ୍ପର୍କ ରକ୍ଷା କରିପାରିବେ ନାହିଁ। ପଡ଼ୋଶୀଙ୍କ ସହାୟତାରେ ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଥିବା ସମସ୍ୟା ଦୂରହେବ। ପାରିବାରିକ ଓ କର୍ମକ୍ଷେତ୍ର ପୂର୍ବପରି ଅକ୍ଷୁଣ୍ଣ ରହିବାରୁ ଆଶ୍ୱସ୍ତି ଅନୁଭବ କରିବେ।
ମିଥୁନ
ମିଥୁନ
ରବି ରାଶ୍ୟାଧିପଙ୍କ ସହ ଅବସ୍ଥାନ କରିଥିବାରୁ ବନ୍ଧୁଙ୍କ ସାହାଯ୍ୟରେ ଆଶା ପୂରଣ ହେବ। ପ୍ରଶାସନିକ ସ୍ତରରେ ଅବହେଳାବଶତଃ ଅଟକିରହିଥିବା ଫାଇଲ୍‍ ସକାଶେ ଚିନ୍ତିତ ରହିପାରନ୍ତି। ସହକର୍ମୀଙ୍କ ସୌହାର୍ଦ୍ଦ୍ୟ ଆପଣଙ୍କୁ ବହୁ ମାତ୍ରାରେ ସାହାଯ୍ୟ କରିବ। ଜମିଜମା, ଗୃହସୀମା, ମାଲିମକଦ୍ଦମା, ଆନୁଷ୍ଠାନିକ କର୍ମରେ ସମସ୍ୟା ଲାଗି ରହିବ।
କର୍କଟ
କର୍କଟ
କର୍ମାଧିପ ମଙ୍ଗଳ ଧନସ୍ଥାନରେ କେତୁଯୁକ୍ତ କାରଣରୁ ଅର୍ଥ ସମ୍ପର୍କିତ ବିବାଦର ସମ୍ମୁଖୀନ ହୋଇପାରନ୍ତି ା ଶନି ଦୃଷ୍ଟିରେ ଚନ୍ଦ୍ର ହେତୁ ମାନସିକ ଚାପ ବୃଦ୍ଧି ପାଇବା କାରଣରୁ ଅପେକ୍ଷାକୃତ ଅସୁବିଧା ଭୋଗିବେ। ଧର୍ମାନୁଷ୍ଠାନ ଦିଗରେ ଆପଣଙ୍କ ସକ୍ରିୟ ସହଯୋଗ କଳା, କ୍ରୀଡ଼ା, ସାମ୍ବାଦିକତା, ସାହିତ୍ୟ, ସଙ୍ଗୀତରେ ପ୍ରଶଂସିତ ହୋଇପାରନ୍ତି।
ସି˚ହ
ସି˚ହ
ରାଶ୍ୟାଧିପତି ଯୋଗକାରକ ହୋଇଥିବାରୁ ଦୈହିକ ସୁସ୍ଥତା ସାଙ୍ଗକୁ କର୍ମକ୍ଷେତ୍ରରେ ପ୍ରତିଷ୍ଠାର୍ଜନ କରିବେ। ଶନିଙ୍କ ପ୍ରଭାବରେ ଆପଣଙ୍କ ଭୁଲ୍‍ ନିଷ୍ପତ୍ତି ବହୁଜନଙ୍କର ଅଶାନ୍ତିର କାରଣ ହେବ। ଶୁକ୍ରଜନିତ ସାହିତ୍ୟ, ସଙ୍ଗୀତ, ରଚନାମତ୍କ କାମରୁ ଉଚ୍ଚ ପ୍ରଶଂସା ମିଳିବ। ପରୋକ୍ଷ ଶତ୍ରୁତା କିମ୍ବା କ୍ରନିକ୍‍ ରୋଗଜନିତ ପୀଡ଼ାନୁଭବ କରିପାରନ୍ତି।
କନ୍ୟା
ଅଷ୍ଟମସ୍ଥ ଶୁକ୍ର ଅର୍ଥାଗମର ମାର୍ଗକୁ ପ୍ରଶସ୍ତ କଲେ ମଧ୍ୟ ବିଭିନ୍ନ ସମସ୍ୟା ସୃଷ୍ଟି କରିପାରନ୍ତି। କଠିନ ଶ୍ରମ ଓ ଭ୍ରମଣଜନିତ ସ୍ବାସ୍ଥ୍ୟ କିମ୍ବା ମାନସିକ ସ୍ଥିତି ଭଲ ରହିବ ନାହିଁ। ମିତ୍ରମାନେ ଶତ୍ରୁତା ଆଚରଣ କରିପାରନ୍ତି। ଗୃହ ମରାମତି, ଜମିଜମା କ୍ରୟବିକ୍ରୟ, ମାଲିମକଦ୍ଦମା ସମ୍ପର୍କିତ ଆଲୋଚନାରେ ସାଧାରଣ ଅଗ୍ରଗତି ହୋଇପାରେ।
ତୁଳା
ତୁଳା
ରାଶ୍ୟାଧିପତି ରାଶିକୁ ଦେଖୁଥିବାରୁ ସ୍ବାସ୍ଥ୍ୟ ସମସ୍ୟା ସୁଧୁରିଯିବ। କିନ୍ତୁ କର୍ମକ୍ଷେତ୍ରରେ ଶତ୍ରୁତାଜନିତ ପ୍ରତିବନ୍ଧକର ସମ୍ମୁଖୀନହୋଇ କର୍ମବାଧା ଭୋଗ କରିପାରନ୍ତି। ସାହିତ୍ୟ, ସଙ୍ଗୀତ, ସାମ୍ବାଦିକତା, କ୍ରୀଡ଼ା ଓ ଚଳଚ୍ଚିତ୍ର କ୍ଷେତ୍ରରୁ ସୁନାମ ପାଇବେ। ଶିଳ୍ପ, ବାଣିଜ୍ୟ, ପରିବହନ, ପ୍ଲଟିଂ କାରବାର, କଚେରି ମାମଲା କ୍ଷେତ୍ରରେ ଶୁଭଫଳ ମିଳିବ।
ବିଛା
ବିଛା
ଆଜି ଭାଗ୍ୟାଧିପତି ଉଚ୍ଚସ୍ଥ ଯୋଗୁ ଆପଣଙ୍କ ଯାତ୍ରା, ବନ୍ଧୁସମ୍ପର୍କ ଓ କର୍ମକ୍ଷେତ୍ର ଦୃଢ଼ୀଭୂତ ହେବ। ସହକର୍ମୀଙ୍କ ସହ ସଦ୍‍ଭାବ ବୃଦ୍ଧି କାମକୁ ଆସିପାରେ। ମଙ୍ଗଳଙ୍କ ଦୁର୍ବଳତା କାରଣରୁ ସ୍ବାସ୍ଥ୍ୟ ଖରାପ ରହୁଥିବାରୁ ତାହାର ସ୍ଥାୟୀ ସମାଧାନ ସକାଶେ ଚିନ୍ତା କରିପାରନ୍ତି। ପିଲାଙ୍କ ପାରସ୍ପରିକ ସୁସମ୍ପର୍କର ଅଭାବଜନିତ ଅନ୍ତର୍ଦ୍ୱନ୍ଦ୍ୱ ଅଶାନ୍ତିର କାରଣ ହେବ।
ଧନୁ
ଧନୁ
ଆଜିର ଗ୍ରହ ସ୍ଥିତିର ଅନୁକୂଳ ପ୍ରଭାବରେ ସମ୍ପର୍କୀୟଙ୍କ ସହଯୋଗ ଅବ୍ୟାହତ ରହିବ। ଦୀର୍ଘଦିନରୁ ଅଟକି ରହିଥିବା କାମ ହାସଲ ପାଇଁ ଚେଷ୍ଟାକରି ସଫଳ ହୋଇ ପାରନ୍ତି। ବାଣିଜ୍ୟ,ବ୍ୟବସାୟ,ପରିବହନରେ ସାଧାରଣ ସମସ୍ୟାଟି ପାଇଁ ବିଶେଷ ଅସୁବିଧା ହେବ ନାହିଁ। ଗୁରୁଙ୍କ ଦୃଷ୍ଟିଜନିତ ସ୍ବାସ୍ଥ୍ୟ ସମସ୍ୟା କ୍ରମଶଃ ସୁଧୁରିଯିବାରୁ ଆଶ୍ୱସ୍ତି ଲାଭ କରିବେ।
ମକର
ମକର
ମନର ଇଚ୍ଛା ଓ ଅଭିଳାଷ ପୂରଣକରିବାରେ ସଫଳତା ପାଇବା କଷ୍ଟକର ହେବ। ସପ୍ତମାଧିପତି କୋଣଭାବସ୍ଥ ଯୋଗୁ ଆଜିର ପ୍ରତ୍ୟୁଷ ଯାତ୍ରାରେ ସଫଳତା ପାଇବେ। ଅନ୍ୟର ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାଇବା ଠିକ୍‍ ହେବନାହିଁ। ଆନୁଷ୍ଠାନିକ କାମ, ବନ୍ଧୁମିଳନ ଓ କର୍ମକ୍ଷେତ୍ର ପାଇଁ ଅସୁବିଧା ହେବନାହିଁ।
କୁମ୍ଭ
କୁମ୍ଭ
ପରିସ୍ଥିତିକୁ ସ୍ବାଭାବିକ କରିବା ସକାଶେ ବନ୍ଧୁଙ୍କୁ ମନ ବୁଝିଲାଭଳି କଥା କହିପାରନ୍ତି। ବ୍ୟବସାୟରେ ସମସ୍ୟା ସୁଧାରିନେବେ ଓ ନୂତନ ବାଣିଜ୍ୟ ଯୋଡ଼ିବା ପାଇଁ ଚିନ୍ତା କରିବେ। ବନ୍ଧୁମାନେ ସାହାଯ୍ୟ ସହଯୋଗର ଦୃଢ଼ ପ୍ରତିଶ୍ରୁତି ଦେବେ। କୋଣଭାବସ୍ଥ ବୁଧାଦିତ୍ୟ ଯୋଗ ଫଳ ସ୍ବରୂପ ପିଲାଙ୍କ ସଫଳତାରେ ଆନନ୍ଦିତ ହେବେ।
ମୀନମୀନ

ଧନଭାବସ୍ଥ ଶୁକ୍ରଙ୍କ ଯୋଗୁ ବନ୍ଧୁଙ୍କ କଥାରେ ବିଶ୍ୱାସକରି କୌଣସି କାମରେ ହାତ ଦେଇପାରନ୍ତି। ଚତୁର୍ଥଭାବ ପାପଯୁକ୍ତ ଯୋଗୁ ପରିବାରରେ ମତଭେଦ ଘଟିପାରେ। ବନ୍ଧୁମିଳନ, ସଭାସମିତି, ଆଲୋଚନା କ୍ଷେତ୍ର ପାଇଁ ଅନୁକୂଳ ପରିବେଶ ସୃଷ୍ଟିହେବ। ଆଜିର ଯାତ୍ରା, ବାଣିଜ୍ୟ ଓ ଅର୍ଥପ୍ରାପ୍ତିର ଆଶା ସଫଳତା ଲାଭ କରିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ:ଶନିବାର , ସେପ୍ଟେମ୍ବର ୧୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ଜନିତ ବନ୍ଧୁ ସମ୍ପର୍କରେ ଉନ୍ନତି ହେବ। ଯାତ୍ରା, ବିବାଦ, ଗୃହାରମ୍ଭ ପାଇଁ ପ୍ରତିକୂଳତା ଆସିଲେ ମଧ୍ୟ କୌଣସି ଅସୁବିଧା ହେବନାହିଁ। ପାରିବାରିକ…

ରାଶିଫଳ: ଶୁକ୍ରବାର , ସେପ୍ଟେମ୍ବର ୧୮ ତାରିଖ – Daily Horoscope

ମେଷ ବୃହସ୍ପତିଙ୍କ ଦୃଷ୍ଟିରେ କର୍ମାଧିପ ଥିବାରୁ ଶୁଭେଚ୍ଛୁଙ୍କ ପରାମର୍ଶରେ ନୂଆ କାମ ସକାଶେ ମନ ବଳାଇବେ। ଦୈହିକ ଦୁର୍ବଳତା ସାଙ୍ଗକୁ ପାରିବାରିକ ଦ୍ୱନ୍ଦ୍ୱଜନିତ ନୈରାଶ୍ୟରୁ ଚିନ୍ତିତ ରହିପାରନ୍ତି।…

ରାଶିଫଳ: ଗୁରୁବାର, ସେପ୍ଟେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି କୃତ୍ତିକା ନକ୍ଷତ୍ର କର୍ମାରମ୍ଭ ସକାଶେ ସାହାଯ୍ୟ, ସହଯୋଗର ଅଭାବ ରହିବ ନାହିଁ। ଆନୁଷ୍ଠାନିକ, ସଭାସମିତି, ଧର୍ମକାର୍ଯ୍ୟ, ବନ୍ଧୁମିଳନ ପାଇଁ ଦିନଟି ଭଲ। ଛୋଟ ଛୋଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?