Posted inRasifala

ରାଶିଫଳ: ଶୁକ୍ରବାର , ଜାନୁୟାରୀ ୨୧ ତାରିଖ – Daily Horoscope

ମେଷ
ଦୃଢ଼ ଆତ୍ମବଳସମ୍ପନ୍ନ ହୋଇ ପ୍ରଶାସନିକ ସ୍ତରରେ ଦୃଢ଼ ସିଦ୍ଧାନ୍ତ ନେବେ। ପାରିବାରିକ ସମସ୍ୟା, ପରିବହନରେ ଝଗଡ଼ା, ଯାନ ବାହନରେ କ୍ଷତିର ସମ୍ଭାବନା ହେତୁ ସତର୍କତା ରକ୍ଷା କରିବା ଭଲ। ମାଲିମକଦ୍ଦମାରେ ବାଇଦା ପଡ଼ିବାକୁ କେନ୍ଦ୍ରକରି ମନରେ ସଂଶୟ ଉତ୍ପନ୍ନ ହୋଇପାରେ। ନିକଟ ସମ୍ପର୍କୀୟମାନଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହେବେ।
ବୃଷ
ବୃଷ
ଆଗାମୀ ମାଙ୍ଗଳିକ କାମ ସକାଶେ ବନ୍ଧୁଙ୍କ ଆଲୋଚନାରେ ସମୟ ଅତିବାହିତ କରିପାରନ୍ତି। ନିକଟ ସମ୍ପର୍କୀୟମାନଙ୍କ ପରୋକ୍ଷ ଶତ୍ରୁତା ହେତୁ ମନ ଭଲ ରହିବ ନାହିଁ। କର୍ମକ୍ଷେତ୍ର ଓ ପାରିବାରିକ ସ୍ଥିତି ପୂର୍ବାପେକ୍ଷା ବହୁତ ଭଲ ରହିବ। ବାଣିଜ୍ୟ, ବ୍ୟବସାୟ, ପ୍ରଶାସନ, ସାହିତ୍ୟ, ସାମ୍ବାଦିକତା ଦିଗରୁ ଶୁଭଫଳ ପାଇବେ।
ମିଥୁନ
ମିଥୁନ
ଆର୍ଥିକ ପରିସ୍ଥିତିରେ ଉନ୍ନତି ଘଟିବାଜନିତ ଉତ୍ସାହର ସହ କାମ କରିବେ। କିନ୍ତୁ ଜମିଜମା କାରବାର, ଗୃହ, ଭୂମି, ଗାଡ଼ିମୋଟର ସମ୍ପର୍କିତ ଦୁଶ୍ଚିନ୍ତା ଆସିବ। ଶିଳ୍ପ, ବାଣିଜ୍ୟ କ୍ଷେତ୍ରରେ ନିଜର ପ୍ରତିଦ୍ୱନ୍ଦ୍ୱୀ ସହ ଟକ୍କର ଦେଇ ଚାଲିବାକୁ ପଡ଼ିପାରେ। ସ୍ବାସ୍ଥ୍ୟହାନିଜନିତ ଖର୍ଚ୍ଚଭାର ବୃଦ୍ଧି ପାଇବାର ଆଶଙ୍କା ରହିଛି।
କର୍କଟ
କର୍କଟ
ଅସୁସ୍ଥତାବଶତଃ କେତେକ କାମ ସ୍ଥଗିତ ରହିବାରୁ ଅନ୍ୟ ଉପରେ ନିର୍ଭର କରିବାକୁ ବାଧ୍ୟ ହେବେ। ପରିସ୍ଥିତିକୁ ସାମ୍ନା କରିବାକୁ ଯାଇ ହଡ଼ବଡ଼େଇ ଯିବାର ସୂଚନା ରହିଛି। ଗତକାଲିର ଯୋଜନା ବଦଳାଇବା ପାଇଁ କଷ୍ଟ ସ୍ବୀକାର କରିବେ। ଅର୍ଥ ସମସ୍ୟା, ଯାନବାହନ, ନିର୍ମାଣ, ସଭା ସମିତି ଓ ମାଙ୍ଗଳିକ କାର୍ଯ୍ୟରେ ବାଧା ଉପୁଜିପାରେ।
ସି˚ହ
ସି˚ହ
ପରିସ୍ଥିତିରେ ପଡ଼ି ଅସମ୍ପୂର୍ଣ୍ଣ କାମକୁ ପୂର୍ଣ୍ଣାଙ୍ଗ କରିବାରେ ଅବହେଳା କରିପାରନ୍ତି। କର୍ମକ୍ଷେତ୍ର୍ରରେ କେତେକ ଗୁରୁତ୍ୱପୂର୍ଣ୍ଣ କାମ ହାସଲ ସକାଶେ ଅନ୍ୟର ସାହାଯ୍ୟ ନେବାକୁ ବାଧ୍ୟହେବେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ଆନୁଷ୍ଠାନିକ କାମ, ସଭାସମିତି ପ୍ରଭୃତି କ୍ଷେତ୍ରରେ ସମସ୍ୟା ଦୂର ହୋଇପାରେ।
କନ୍ୟା
କର୍ମକ୍ଷେତ୍ରରେ ବିଭିନ୍ନ ପ୍ରକାରର ଚିନ୍ତା ମନକୁ ଆନ୍ଦୋଳିତ କରିପାରେ। ନିକଟ ସମ୍ପର୍କୀୟ ମାନଙ୍କଠାରୁ ଶୁଭ ଖବର ଶୁଣି ଖୁସି ହେବେ। ସକାଳୁ ସକାଳୁ ଯାନ୍ତ୍ରିକ ତ୍ରୁଟି ଯୋଗୁ ଯାତ୍ରାରେ ବିଳମ୍ବ ଘଟିପାରେ। ଧର୍ମାନୁଷ୍ଠାନ କିମ୍ବା ସାଂଗଠନିକ କାର୍ଯ୍ୟର ନେତୃତ୍ୱ ନେଇପାରନ୍ତି।
ତୁଳା
ତୁଳା
ଖଳ ଲୋକଙ୍କ କଥାକୁ ବିଶ୍ୱାସ କରି ନିଜ ଲୋକଠୁ ଆସ୍ଥା ହରାଇପାରନ୍ତି। ସଭାସମିତିରେ ଗୁରୁଜନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହେବା ସହ ଅର୍ଥ ଲାଭରୁ ଖୁସି ରହିବେ। ଘର ସାଜସଜ୍ଜା କିମ୍ବା ମରାମତି କାମରେ ସମୟ ଅତିବାହିତ କରିପାରନ୍ତି। ପାରିବାରିକ ସମସ୍ୟାର ସମାଧାନ କଲେ ମଧ୍ୟ ଅର୍ଥ ସଙ୍କଟ ପୂର୍ବପରି ଲାଗି ରହିବ।
ବିଛା
ବିଛା
ନିଜର ଚିନ୍ତାଧାରା ଅନୁଯାୟୀ କାମ ହାସଲ ହେବାରେ ବ୍ୟତିକ୍ରମ ପରିଲକ୍ଷିତ ହେବ। ପ୍ରଶାସନ, ରାଜନୀତି, ଯାତ୍ରା ଓ କଚେରି ମାମଲା କ୍ଷେତ୍ରରେ ଆଶାଜନକ ଫଳ ପାଇବେ। ଅଫିସ୍‌ କାମରେ କିମ୍ବା ଆନୁଷ୍ଠାନିକ କ୍ଷେତ୍ରରେ ଅଜଣା ଅଶୁଣା ବ୍ୟକ୍ତି ପ୍ରତି ସତର୍କ ରୁହନ୍ତୁ। କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିପାରନ୍ତି।
ଧନୁ
ଧନୁ
କର୍ମକ୍ଷେତ୍ରରେ ବିଭିନ୍ନ ସମସ୍ୟା ସଙ୍ଗକୁ ଖର୍ଚ୍ଚ ପରିମାଣ ବୃଦ୍ଧି କାରଣରୁ ମାନସିକ ସ୍ଥିତି ବିଗିଡ଼ି ଯାଇପାରେ। ନିଜ ଲୋକଟି ଅନ୍ୟଦ୍ୱାରା ପ୍ରଭାବିତ ହୋଇ ଆପଣଙ୍କୁ ପ୍ରତାରିତ କରିପାରେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆକସ୍ମିକ ସମସ୍ୟାକୁ ଚତୁରତାର ସହ ସମାଧାନ କରିବେ। ବନ୍ଧୁଙ୍କ ଦ୍ୱାରା ପାରିବାରିକ ଦ୍ୱନ୍ଦ୍ୱର ଅବସାନ ଘଟିବ।
ମକର
ମକର
କର୍ମକ୍ଷେତ୍ରରେ ଭାବପ୍ରବଣତାବଶତଃ ଅଯଥା କଳହରୁ ଦୂରେଇ ରୁହନ୍ତୁ। ମୂଲ୍ୟବାନ ଜିନିଷ କିଣିବା କାରଣରୁ ଆର୍ଥିକ ଅନଟନର ସମ୍ମୁଖୀନ ହେବାକୁ ପଡ଼ିପାରେ। ଆନୁଷ୍ଠାନିକ କାମରେ ଉଚ୍ଚବର୍ଗଙ୍କ ସହାୟତା ଲାଭ କରି କର୍ମକ୍ଷେତ୍ରରେ କ୍ରମଶଃ ସ୍ଥିରତା ଫେରିପାଇବେ। ବିପଦପୂର୍ଣ୍ଣ ପରିସ୍ଥିତିରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ।
କୁମ୍ଭ
କୁମ୍ଭ
ଆଜିର କର୍ମକ୍ଷେତ୍ର, ପରିବାର, ଯାନବାହନ, ବନ୍ଧୁ ସମ୍ପର୍କକୁ ଦୃଢ଼ୀଭୂତ କରିବେ। ଅନ୍ୟମାନଙ୍କ ସକାଶେ ଭଲ କରିବାକୁ ଯାଇ ବିନା କାରଣରେ କଳହକୁ ନିୟନ୍ତ୍ରଣ କରିପାରନ୍ତି। ହଠାତ୍‌ ଯାତ୍ରା କୌଣସି ସ୍ଥାନକୁ ଯିବାକୁ ମନସ୍ଥ କରି ବାଟରୁ ଫେରି ଆସିବାକୁ ପଡ଼ିପାରେ। ସଭାସମିତି କିମ୍ବା ଆନୁଷ୍ଠାନିକ କାମରେ ଅର୍ଥ ଓ ସମ୍ମାନ ପାଇବେ।
ମୀନମୀନ
ଅର୍ଥନୈତିକ ସ୍ଥିତି ବିଗିଡ଼ି ଯିବା କାରଣରୁ ମାନସିକ ଅସ୍ଥିରତା ସୃଷ୍ଟି ହୋଇପାରେ। କର୍ମକ୍ଷେତ୍ରରେ ଅଧ୍ୟସ୍ତନ କର୍ମଚାରୀଙ୍କ ସହ ଯୁକ୍ତିତର୍କ ଲାଗିପାରେ। ଭଲ ସମ୍ପର୍କ ନ ଥିବା ବ୍ୟକ୍ତିମାନେ ଖାଲରେ ପକାଇବାକୁ ଚେଷ୍ଟାକଲେ ମଧ୍ୟ ସଫଳ ହେବେ ନାହିଁ। ପାରିବାରିକ କ୍ଷେତ୍ରରେ ଲାଗି ରହିଥିବା ଅସଂଗତି ଦୂରେଇବାରେ ସମର୍ଥ ହେବେ ା

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଗୁରୁବାର, ଅକ୍ଟୋବର ୧ ତାରିଖ – Daily Horoscope

ମେଷ ଆଜି ମୁଖଭାବସ୍ଥ ଚନ୍ଦ୍ରଙ୍କ ଯୋଗୁ କୋମଳ ବଚନ ମାଧ୍ୟମରେ ପାରିବାରିକ ଅଶାନ୍ତିକୁ ବଦଳାଇଦେଇ ପାରିବେ। ମଙ୍ଗଳଙ୍କ ଦୁର୍ବଳତା ଯୋଗୁ ସ୍ବାସ୍ଥ୍ୟ ଭଲ ରହି ନ ପାରେ।…

ରାଶିଫଳ: ବୁଧବାର, ସେପ୍ଟେମ୍ବର ୩୦ ତାରିଖ – Daily Horoscope

ମେଷ ଅଟକି ରହିଥିବା କାମଗୁଡ଼ିକ ଯୋଗୁ ମାନସିକ ଶାନ୍ତି ବ୍ୟାହତ ହେବ। କର୍ମକ୍ଷେତ୍ର, ବ୍ୟବସାୟ, ପରିବହନ, ସଭାସମିତିରେ ପ୍ରତିକୂଳ ପରିସ୍ଥିତିର ଚାପ ବଢ଼ିପାରେ। ସମ୍ପର୍କୀୟଙ୍କ ମିଥ୍ୟା ଅଭିଯୋଗ…

ରାଶିଫଳ: ମଙ୍ଗଳବାର , ସେପ୍ଟେମ୍ବର ୨୯ ତାରିଖ – Daily Horoscope

ମେଷ ଅସୁସ୍ଥ ପାରିବେଶିକ କୁପ୍ରଭାବ, ମାନସିକ ଓ ଶାରୀରିକ ଦିଗ ପାଇଁ ଅନୁକୂଳ ହେବ ନାହିଁ। ତଥାପି ଆର୍ଥିକ ଅଭିବୃଦ୍ଧି, ଧର୍ମୀୟ ଭାବନା, ବନ୍ଧୁମିଳନରୁ ଖୁସି ରହିବେ।…

ରାଶିଫଳ: ସୋମବାର, ସେପ୍ଟେମ୍ବର ୨୮ ତାରିଖ – Daily Horoscope

ମେଷ ଅଟକି ରହିଯାଇଥିବା ସବୁ କାମ ସୁବିଧାରେ ହେବା ଦୁରୂହ ହୋଇପଡିବ। ପରିସ୍ଥିତି ପ୍ରତି ଦୃଷ୍ଟି ରଖି କାମ କରନ୍ତୁ ଅନ୍ୟଥା ପରୋକ୍ଷ ଶତ୍ରୁତା ସାମୟିକ ବାଧା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?