Posted inRasifala

ରାଶିଫଳ: ମଙ୍ଗଳବାର, ଜୁନ୍ ୧୭ ତାରିଖ – Daily Horoscope

ମେଷ
ଚନ୍ଦ୍ରଙ୍କ ପ୍ରଭାବରେ ପାରିବାରିକ ଜୀବନରେ ଭୁଲ୍‍ ବୁଝାମଣା ସୃଷ୍ଟିହେବ। କେତେକ ବ୍ୟତିକ୍ରମକୁ ବାଦ୍‍ ଦେଲେ ଦିନଟି ଭଲରେ ବିତିବ। ଶିକ୍ଷା କ୍ଷେତ୍ରରେ ସୁନାମ, ପିଲାଙ୍କ ସଫଳତା, ନୂତନ ବନ୍ଧୁସମ୍ପର୍କ ସ୍ଥାପନ ଏବଂ ପାରିବାରିକ ସଦ୍‍ଭାବ ବୃଦ୍ଧି ପାଇବ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ ଓ ରାଜନୀତିରେ ଆଶା ପୂରଣ ହେବ।
ବୃଷ
ବୃଷ
ଦ୍ୱିତୀୟସ୍ଥ ବୁଧ ଅନ୍ୟମାନଙ୍କ ସହ ରହି ଆପଣଙ୍କୁ ବଳିଷ୍ଟ ଯୁକ୍ତିସମ୍ପନ୍ନ କରାଇବେ। ନୂତନ ଘର ତିଆରି, ଯାନବାହନ ମରାମତି, ଦୋକାନବାଡ଼ିର ଉନ୍ନତୀକରଣ ଓ ସଭା ସମିତିରୁ ଉପକୃତ ହେବେ। ପାରିବାରିକ ଟେନ୍‍ସନ ଲାଗିରହିପାରେ। କର୍ମକ୍ଷେତ୍ରରେ ଘଟି ଯାଇଥିବା ଘଟଣାର ମୋଡ଼ ବଦଳିଯିବା ସୂଚନା ରହିଛି।
ମିଥୁନ
ମିଥୁନ
ଶନିଙ୍କ ପ୍ରତି ମଙ୍ଗଳଙ୍କ ପୂର୍ଣ୍ଣଦୃଷ୍ଟି ସ୍ବାସ୍ଥ୍ୟହାନି ସାଙ୍ଗକୁ ବିଭିନ୍ନ ସମସ୍ୟାରେ ଜଡ଼ିତ କରାଇବ। ପୁନର୍ବସୁ ବନ୍ଧୁପରିଜନଙ୍କ ସହ ନୂତନ ସ୍ଥାନ ପରିଦର୍ଶନ ସୁଯୋଗ ପାଇବେ। ପାପଯୁକ୍ତ ଚନ୍ଦ୍ର ଅର୍ଥ ସମ୍ପର୍କୀୟ ବିବାଦରେ ମାନସିକ ଅସ୍ଥିରତା ସୃଷ୍ଟିକରିପାରନ୍ତି। ଜମିଜମା, ପୁରୁଣା ଗାଡ଼ି ଓ ଯାନ୍ତ୍ରିକ ଜିନିଷ କିଣିବା କିମ୍ବା ବିକିବା ସକାଶେ ମନବଳିପାରେ ା
କର୍କଟ
କର୍କଟ
ରାଶ୍ୟାଧିପ ଦୁଃସ୍ଥାନସ୍ଥ ହୋଇ ପାପଯୁକ୍ତ କାରଣରୁ ଦୈହିକ ଏବଂ ମାନସିକ ସ୍ବାସ୍ଥ୍ୟ ଭଲ ରହି ନ ପାରେ। ଅଶ୍ଳେଷା କୌଣସି ପରିସ୍ଥିତି ଆସୁନା କାହିଁକି ଖାତିର ନ କରି ଆଗକୁ ମାଡ଼ି ଚାଲିବେ। ଟଙ୍କା ପଇସା, ନେବା ଆଣିବା, ଦିଆନିଆ କ୍ଷେତ୍ରରେ ସତର୍କ ନ ରହିଲେ କ୍ଷତିରେ ପଡ଼ିବେ। ପୁରାତନ ବିବାଦର ସମାଧାନର ଆଶା ରହିଛି।
ସି˚ହ
ସି˚ହ
କର୍ମାଧିପ ଭାଗ୍ୟ ଭାବରେ ଥତ୍ବାରୁ ଆଜି କୌଣସି କାମ ଅଟକିବ ନାହିଁ। ବନ୍ଧୁଙ୍କ ଆଚରଣ ମନ ପସନ୍ଦ ନ ହେଲେ ମଧ୍ୟ ପରିସ୍ଥିତିକୁ ଲକ୍ଷ୍ୟକରି ନୀରବତା ଅବଲମ୍ବନ କରିବାକୁ ବାଧ୍ୟ ହେବେ। ଯାତ୍ରା, ବ୍ୟବସାୟ, ଶିଳ୍ପ ବାଣିଜ୍ୟ ଏବଂ ପରିବହନରୁ ଭଲ ଲାଭପାଇବେ। ସାମାଜିକ ସ୍ତରରେ ବନ୍ଧୁମାନଙ୍କ ଦ୍ୱାରା ପ୍ରଶଂସିତ ହୋଇପାରନ୍ତି।
କନ୍ୟା
ରାଶି ପ୍ରତି ଶନିଙ୍କ ଦୃଷ୍ଟି ସ୍ବାସ୍ଥ୍ୟହାନି ସାଙ୍ଗକୁ ନୀଚଜନ ସହ ବିବାଦରେ ଲିପ୍ତ କରାଇପାରନ୍ତି। ବାରମ୍ବାର ପ୍ରତିବନ୍ଧକର ସାମ୍ନା କରିବା ହେତୁ କାମ ସମ୍ପନ୍ନ କଷ୍ଟକର ହୋଇପଡ଼ିବ। ରାଜନୀତି, ସାହିତ୍ୟ, କ୍ରୀଡ଼ା ପ୍ରଭୃତିରେ ପ୍ରଶଂସିତ ହେବେ। ପାରିବାରିକ ଜୀବନ ବୁଝାମଣା ମଧ୍ୟରେ ସୁନ୍ଦର ଓ ସୁଖମୟ ହେବା ସୂଚନା ରହିଛି।
ତୁଳା
ତୁଳା
ରାଶିକୁ ରାଶ୍ୟାଧିପ ଦେଖୁଥିବାରୁ ଦୈହିକ ସୁସ୍ଥତା ସହ ବିଳାସପ୍ରିୟ କରାଇପାରନ୍ତି। ନିଜ ସଂସ୍ଫର୍ଶରେ ଆସୁଥିବା ବନ୍ଧୁଙ୍କ ପରାମର୍ଶ ଗ୍ରହଣକଲେ ଉପକୃତ ହେବେ। ପାରସ୍ପରିକ ମତଭେଦ କାରଣରୁ ପରିବାରରେ ବିତର୍କ ଲାଗି ରହିବ। ସାହିତ୍ୟ, ପ୍ରଶାସନ, ସଭାସମିତି, ସାମ୍ବାଦିକତା ଓ ରାଜନୈତିକ ସ୍ତରରେ ପ୍ରଶଂସିତ ହୋଇପାରନ୍ତି ।
ବିଛା
ବିଛା
ଶନି ଓ ବୃହସ୍ପତିଙ୍କ ସ୍ଥିତିଜନିତ ସମ୍ପର୍କହାନି ସାଙ୍ଗକୁ ସନ୍ତାନଙ୍କ ସମସ୍ୟାରେ ଚିନ୍ତିତ ରହିବେ। ପ୍ରତ୍ୟେକ ସ୍ତରରେ ସୁନ୍ଦର କଥା ମାଧ୍ୟମରେ ବନ୍ଧୁଙ୍କୁ ଆପଣାର କରିପାରିବେ। କୌଣସି ଘଟଣା ନ ବୁଝି କର୍ମକ୍ଷେତ୍ରରେ ସହକର୍ମୀ କିମ୍ବା ପଡ଼ୋଶୀ କ୍ରୋଧ ପ୍ରକାଶ କରିପାରନ୍ତି। ଆଜି ଶିଳ୍ପ, ବାଣିଜ୍ୟ ଓ ପରିବହନ ପାଇଁ ବିଶେଷ ଅସୁବିଧା ହେବନାହିଁ।
ଧନୁ
ଧନୁ
ରାଶ୍ୟାଧିପଙ୍କ ଶୁଭ ସଂଯୋଗ ପ୍ରଭାବରେ ଆଜି ପ୍ରତ୍ୟେକ କ୍ଷେତ୍ରରେ ସଫଳତା ପାଇବେ। ତଥାପି ଅଧିକାଂଶ ସମୟ କାର୍ଯ୍ୟବ୍ୟସ୍ତତା ହେତୁ ଚିନ୍ତାଧାରା ବିକ୍ଷିପ୍ତ ହୋଇପାରେ। ଶାରୀରିକ ଅବସ୍ଥାରେ ଉନ୍ନତି ଘଟିବା କାରଣରୁ ସାମୟିକ ଆଶ୍ୱସ୍ତି ଲାଭ କରିବେ। ଶନିଙ୍କ କୁପ୍ରଭାବରେ ପାରିବାରିକ ସ୍ଥିତି ବିଗିଡ଼ିଯିବା ସୂଚନା ରହିଛି।
ମକର
ମକର
ଦୈହିକ ଅସୁସ୍ଥତା ଲାଗି ରହିଥିଲେ ମଧ୍ୟ ପାରିବାରିକ ଜୀବନ ଏବଂ ବନ୍ଧୁସମ୍ପର୍କ ଭଲ ରହିବ। କର୍ମକ୍ଷେତ୍ରରେ ଆଲୋଚନା କାଳରେ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହେବେ। ଗୁରୁଜନଙ୍କ ପରାମର୍ଶକ୍ରମେ ପାରିବାରିକ ସମସ୍ୟାର ସମାଧାନ ଘଟିବ। ସାଂସ୍କୃତିକ କାର୍ଯ୍ୟକ୍ରମରେ ସାମିଲହୋଇ ଖୁସି ଅନୁଭବ କରିପାରନ୍ତି।
କୁମ୍ଭ
କୁମ୍ଭ
କର୍ମକ୍ଷେତ୍ରରେ ଯାହାକୁ ଯାହା ଯେଉଁଠି ଯାହା କହିବେ ତାହା ଠିକ୍‍ ଭାବେ କାର୍ଯ୍ୟକାରୀ ହେବ। ବିଭିନ୍ନ ପ୍ରକାର ପ୍ରତିବନ୍ଧକ ଲାଗି ରହିବା କାରଣରୁ ନିର୍ମାଣାଧୀନ କାର୍ଯ୍ୟ ସ୍ଥଗିତ ରହିପାରେ। ସାଂସ୍କୃତିକ କାର୍ଯ୍ୟକ୍ରମରେ କିମ୍ବା ଧର୍ମାନୁଷ୍ଠାନ ଦିଗରୁ ପ୍ରେରଣା ମିଳିବା ସୂଚନା ରହିଛି। ପାରିବାରିକ ଜୀବନ ହସଖୁସି ମଧ୍ୟରେ ସୁନ୍ଦର ଓ ପ୍ରୀତିପ୍ରଦ ରହିବ।
ମୀନମୀନ

ଉଚ୍ଚବର୍ଗର ଲୋକଙ୍କ ସାହାଯ୍ୟରେ ପୂର୍ବ ସମସ୍ୟା ଦୂରେଇବାରେ ସମର୍ଥ ହେବେ। ପ୍ରତିଦ୍ୱନ୍ଦ୍ୱିତା ଲାଗି ରହିଥିଲେ ମଧ୍ୟ ବ୍ୟବସାୟ କ୍ଷେତ୍ରରେ ସ୍ଥିରତା ଫେରିପାଇବେ। ଆନୁଷ୍ଠାନିକ କାମ, ରାଜନୀତି ଓ ସାଙ୍ଗଠନିକ ସ୍ତରରେ ଉଚ୍ଚ ପଦାଧିକାରୀଙ୍କ ଚାପର ସମ୍ମୁଖୀନ ହେବେ। ଆମତ୍ୀୟଙ୍କ ସହ ସମ୍ପର୍କହାନି ଚିନ୍ତା ବଢ଼ିଯାଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ଅକ୍ଟୋବର ୭ ତାରିଖ – Daily Horoscope

ମେଷ ଆଜିର ପାପଗ୍ରହ ମଧ୍ୟସ୍ଥ ଚନ୍ଦ୍ରଙ୍କ ଯୋଗୁ ମାନସିକ ଅସ୍ଥିରତା ଭିତରେ ଦିନଟି କଟିବ। ଶିଳ୍ପ, ବାଣିଜ୍ୟ, ପରିବହନ ଏବଂ ଆନୁଷ୍ଠାନିକ କ୍ଷେତ୍ରରେ ଆଶାଜନକ ଫଳ ପ୍ରାପ୍ତି…

ରାଶିଫଳ: ମଙ୍ଗଳବାର , ଅକ୍ଟୋବର ୬ ତାରିଖ – Daily Horoscope

ମେଷ ଚତୁର୍ଥକେନ୍ଦ୍ରରେ ଶୁଭଗ୍ରହଙ୍କ ସମାବେଶ ପାରିବାରିକ, ସାମାଜିକ ଏବଂ କର୍ମକ୍ଷେତ୍ରକୁ ଋଦ୍ଧିମନ୍ତ କରିବ। ଭିତିରିଆ ଉଦ୍ଦେଶ୍ୟ ସାଧନ ପରିପ୍ରେକ୍ଷୀରେ ବନ୍ଧୁ ସାହାଯ୍ୟର ହାତ ବଢ଼ାଇବେ। ମନ ବୁଝିଲା…

ରାଶିଫଳ: ସୋମବାର, ଅକ୍ଟୋବର ୫ ତାରିଖ – Daily Horoscope

ମେଷ ଆଜି ଯେକୌଣସି କ୍ଷେତ୍ରରେ ମଧ୍ୟ ଛୋଟ ଘଟଣା ପ୍ରତି ଗୁରୁତ୍ୱ ଦେଲେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହେବ। ସାମାଜିକ ଜୀବନରେ ପାରିପାର୍ଶ୍ୱିକ ପରିସ୍ଥିତି କେତେକାଂଶରେ ଭଲ…

ରାଶିଫଳ: ରବିବାର, ଅକ୍ଟୋବର ୪ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ରାହୁଙ୍କ ଦ୍ୱାରା କବଳିତ ହୋଇ ପାରିବାରିକ ଜୀବନରେ କୌଣସି ବ୍ୟତିକ୍ରମ ସୃଷ୍ଟି କରିପାରନ୍ତି। ଭୁଲ୍‌ ନିଷ୍ପତ୍ତିଜନିତ ସମସ୍ୟା ସୃଷ୍ଟି ସାମାଜିକ ଜୀବନକୁ ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?