Posted inRasifala

ରାଶିଫଳ: ମଙ୍ଗଳବାର, ଜୁନ୍ ୩ ତାରିଖ – Daily Horoscope

ମେଷ
ଆଜି ଦ୍ୱିଜା ନକ୍ଷତ୍ରର ମାନସିକ ସ୍ଥିତି ଭଲ ରହିବା ସହ କର୍ମଜଞ୍ଜାଳ ବୃଦ୍ଧି ପାଇବ। ପ୍ରତ୍ୟେକ କାମକୁ ସଫଳତାର ସହ ସମ୍ପନ୍ନ କରିବାରେ ସମର୍ଥ ହୋଇପାରନ୍ତି। ବନ୍ଧଙ୍କ ନିମନ୍ତ୍ରଣକ୍ରମେ ସହଯୋଗ, ସୁଖ ସମ୍ମାନ ପାଇ ଖୁସି ହେବେ। ଶିଳ୍ପ, ବାଣିଜ୍ୟ, ପରିବହନ, କଳା, ସାହିତ୍ୟ, ସାମ୍ବାଦିକତା କ୍ଷେତ୍ରରେ ଲାଭବାନ୍‍ ହେବେ।
ବୃଷ
ବୃଷ
ଆପଣଙ୍କ ମନ ଯେମିତି କାମ ମଧ୍ୟ ତଦନୁରୂପ ହେବ। ପ୍ରତ୍ୟେକ ସମସ୍ୟାକୁ ପ୍ରତିହତକରି କର୍ମକ୍ଷେତ୍ରରେ ହାତକୁ ନେଇଥିବା କାମକୁ ସମ୍ପନ୍ନ କରିବେ। ରୋହିଣୀ ନକ୍ଷତ୍ର କଳା, ସାହିତ୍ୟ, ଚଳଚ୍ଚିତ୍ର, ସଭାସମିତି, ସାମ୍ବାଦିକତା, ଏଜେନ୍ସିପ୍‍ରୁ ପ୍ରଶଂସିତ ହେବେ। ସମ୍ପର୍କୀୟଙ୍କଠାରୁ ଅଯାଚିତ ସାହାଯ୍ୟ, ସହଯୋଗ ପ୍ରାପ୍ତ ହେବ।
ମିଥୁନ
ମିଥୁନ
କର୍ମକ୍ଷେତ୍ର ସମସ୍ୟା ବହୁଳ ରହିଲେ ମଧ୍ୟ କୌଣସି କ୍ଷେତ୍ରରେ ପଳାୟନପନ୍ଥୀ ହେବେ ନାହିଁ। ବୁଝାମଣା ଅଭାବରୁ କର୍ମକ୍ଷେତ୍ରରେ ବିବଦମାନ ପରିସ୍ଥିତି ସୃଷ୍ଟି ହେବ। ପୁନର୍ବସୁ ନକ୍ଷତ୍ରର ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବାରୁ ମନ ସାମୟିକ ଖୁସି ରହିବ। ଅସଫଳତାର କାରଣ ଖୋଜିବାକୁ ଯାଇ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି।
କର୍କଟ
କର୍କଟ
ଆଜି ଅଶ୍ଳେଷା ନକ୍ଷତ୍ର କୌଣସି ନୂତନ କାର୍ଯ୍ୟରେ ହାତ ଦେଇ କୃତକାର୍ଯ୍ୟ ହେବେ। କଚେରି ମାମଲା, ଘରୋଇ କଳହ କ୍ଷେତ୍ରରେ ଟେନ୍‍ସନ ଦୂରହେବ। ବ୍ୟବସାୟ, ଯାତ୍ରା, ଆଲୋଚନା କ୍ଷେତ୍ରରେ ସଫଳତାର ଶୀର୍ଷରେ ଉପନୀତ ହେବେ। ଚେଷ୍ଟା କରୁଥିବା କାମରୁ ସୁଫଳ ପାଇବେ ଓ ସାମାଜିକ ସ୍ତରରେ ସମ୍ମାନିତ ହେବା ଆଶା ରହିଛି।
ସି˚ହ
ସି˚ହ
ମଘା ନକ୍ଷତ୍ର ଆଜି ଯାହା କଲେ ମଧ୍ୟ ଅଳ୍ପଖର୍ଚ୍ଚରେ ତାହା କରିପାରିବେ ନାହିଁ। ଆକସ୍ମିକ ଭାବରେ ପଦାଧିକାରୀଙ୍କ ଆଦେଶକୁ ଅବଜ୍ଞା ନ କରି ଯାତ୍ରା କରିବାକୁ ବାଧ୍ୟ ହୋଇପାରନ୍ତି। ନିଜକୁ ନିୟନ୍ତ୍ରଣରେ ରଖିବାରେ ଅସମର୍ଥ ହେବେ। ପରିବାରରେ କାହାର ସ୍ବାସ୍ଥ୍ୟ ସମସ୍ୟା ଯୋଗୁ ମାନସିକ ସୁସ୍ଥତା ବ୍ୟାହତ ହେବ।
କନ୍ୟା
ହସ୍ତା ନକ୍ଷତ୍ର ସମସ୍ୟା ମଧ୍ୟରେ ଦୈହିକ ଅସୁସ୍ଥତା କର୍ମକ୍ଷେତ୍ରକୁ ପ୍ରଭାବିତ କରିବ। ଘରୋଇ ସମସ୍ୟାର ସମାଧାନ ସକାଶେ ଜଣେ ଆମତ୍ୀୟ ସାହାଯ୍ୟ କରିପାରନ୍ତି। ସୁଯୋଗର ସଦ୍‍ବ୍ୟବହାର କରିବା କାଠିକର ପାଠ ହେବ। ସନ୍ଦେହ କିମ୍ବା ଭୁଲ୍‍ ବୁଝାମଣା କାରଣରୁ ପରିବାରରେ ସ୍ତ୍ରୀଙ୍କ ସହ ମତ ପାର୍ଥକ୍ୟର ସୂଚନା ରହିଛି।
ତୁଳା
ତୁଳା
ବିଶାଖା ନକ୍ଷତ୍ର ସକାଶେ ଆଜି ଦିନଟି ସୁଖ,ସନ୍ତୋଷର ପୃଷ୍ଠଭୂମି ପାଲଟିଯିବ। କର୍ମକ୍ଷେତ୍ରରେ କିଛିନା କିଛି କାରଣକୁ ନେଇ ଟେନ୍‍ସନ ଲାଗିରହିବ। ଦୀର୍ଘପଥ ଭ୍ରମଣ କରିବା କାରଣରୁ ସ୍ବାସ୍ଥ୍ୟରେ ସମସ୍ୟା ପରିଲକ୍ଷିତ ହୋଇପାରେ। ଯୁକ୍ତିତର୍କଜନିତ ପାରିବାରିକ କ୍ଷେତ୍ରରେ ନିଜର ନିଷ୍ପତ୍ତି ହଠାତ୍‍ ବଦଳାଇ ଦେଇପାରନ୍ତି ା
ବିଛା
ବିଛା
ଅବହେଳା ଯୋଗୁ ଅସଫଳତାର ସମୀକ୍ଷାକରି ପରବର୍ତ୍ତୀ କାର୍ଯ୍ୟକ୍ରମକୁ ବଦଳାଇପାରନ୍ତି। ଅନୁରାଧା ନକ୍ଷତ୍ର ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ସାମାଜିକ ସ୍ତରରେ ପ୍ରଶଂସିତ ହେବେ। ପରିବାରର ସହମତି ନେଇ ନୂତନ କର୍ମାରମ୍ଭ ପ୍ରୀତିପ୍ରଦ ରହିବ। ସଙ୍ଗଠନ, ଆନୁଷ୍ଠାନିକ କାମ, ରାଜନୀତି, ଅଧ୍ୟୟନ ତଥା ସାମାଜିକ କ୍ଷେତ୍ରରେ ପ୍ରତିଷ୍ଠା ବଢ଼ିବ।
ଧନୁ
ଧନୁ
ମାନସିକ ସ୍ଥିତି ଭଲ ନ ଥିଲେ ମଧ୍ୟ ବନ୍ଧୁଙ୍କ ଆଶ୍ୱାସନାରୁ କିଛିଟା ସାନ୍ତ୍ୱନା ମିଳିପାରେ। ପାରିବାରିକ ସମସ୍ୟା ସତ୍ତ୍ୱେ ବନ୍ଧୁଙ୍କ ଅନୁରୋଧ ରକ୍ଷାକରି ତାଙ୍କ ସହ ଯିବାକୁ ବାଧ୍ୟ ହେବେ। ଶିଳ୍ପ, ବାଣିଜ୍ୟ ଓ ପରିବହନ କ୍ଷେତ୍ର ସମସ୍ୟା ସମାଧାନ ହେବ। ମୂଳା ନକ୍ଷତ୍ର ପରୋକ୍ଷ ଶତ୍ରୁତାରୁ କୌଣସି କାମ ସମ୍ପନ୍ନ କରିପାରିବେ ନାହିଁ।
ମକର
ମକର
କୋଣଭାବସ୍ଥ ବୁଧାଦିତ୍ୟ ଯୋଗରୁ ଦିନଟି ଭଲ ରହିବ। ଯେଉଁ କାମଟିକୁ ଆରମ୍ଭ କରିବେ ତାହା ନିଶ୍ଚିତ ଭାବରେ ସଫଳତାର ଶୀର୍ଷକୁ ଛୁଇଁବା ସମ୍ଭାବନା ରହିଛି। କାହା ପାଖରେ ବହୁଦିନରୁ ରହିଯାଇଥିବା ବାକି ଟଙ୍କା ଆଜି ଅପରାହ୍ନରେ ପାଇବେ। ଦେହ ଭଲ ରହିଲେ ମଧ୍ୟ ସାମୟିକ ପେଟ ଓ ମୁଣ୍ଡର ରୋଗରେ କଷ୍ଟ ପାଇପାରନ୍ତି।
କୁମ୍ଭ
କୁମ୍ଭ
ସମ୍ପର୍କୀୟଙ୍କ ସହଯୋଗରୁ କୌଣସି କାମ ଅଟକିବ ନାହିଁ। ପ୍ରଶାସନିକ, ରାଜନୈତିକ ଓ ସାମାଜିକ ସ୍ତରରେ ପତିଆରା ବୃଦ୍ଧି ପାଇବା ଆଶା ରହିଛି। ସାଧାରଣ ମନେ ନ କରି ପିଲାମାନଙ୍କ ଅଭିଯୋଗକୁ ଗୁରୁତର ସହ ବିଚାରକରିବା ଭଲ ହେବ। ଧନିଷ୍ଠା ନକ୍ଷତ୍ରର ପୁରାତନ ରୋଗର ପ୍ରାଦୁର୍ଭାବ ବୃଦ୍ଧି ପାଇବା ଦୁଶ୍ଚିନ୍ତାର କାରଣ ହୋଇପାରେ ।
ମୀନମୀନ

ରେବତୀ ନକ୍ଷତ୍ର ଆନୁଷ୍ଠାନିକ କାମରେ କିମ୍ବା ସଭାସମିତିରେ ବନ୍ଧୁଙ୍କ ଦ୍ୱାରା ଆଦରଣୀୟ ରହିବେ। ଭାଙ୍ଗିପଡ଼ିଥିବା ସମ୍ପର୍କ ଏକ ଭିନ୍ନ ପରିବେଶରେ ପୁଣି ଯୋଡ଼ିହୋଇଯିବ। ଜମିଜମା କାରବାର, ହୋଟେଲ, ତେଜରାତି ଦୋକାନ ପ୍ରଭୃତିରୁ ବିଶେଷ ଲାଭବାନ୍‍ ହେବେ। ବାଧ୍ୟବାଧକତାରେ ଭ୍ରମଣ ହେତୁକ ଅବସାଦ ଦେଖାଦେଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ଜୁନ୍ ୧ ତାରିଖ – Daily Horoscope

ମେଷ ଆଜିର ଅଷ୍ଟମ ଚନ୍ଦ୍ରଙ୍କ ମଙ୍ଗଳଦୃଷ୍ଟ ଯୋଗୁ ପାରିପାର୍ଶ୍ୱିକ ପରିସ୍ଥିତି ଓ ପରିବେଶ ଚିନ୍ତାଜନକ ରହିବ। ଦ୍ୱିଜା ନକ୍ଷତ୍ର ଜନ ସମାଜରେ ଆଦୃତି ଲାଭ ସାଙ୍ଗକୁ ଯାନବାହନ,…

ରାଶିଫଳ: ରବିବାର, ମେ ୩୧ ତାରିଖ – Daily Horoscope

ମେଷ ଆଜି ଅଷ୍ଟମ ଚନ୍ଦ୍ରଜନିତ ଖର୍ଚ୍ଚଭାରର ଆଧିକ୍ୟ, ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ ରହିବେ। ସମ୍ପର୍କୀୟମାନେ ନିଆଁରେ ଘିଅ ଢାଳିଲା ପରି କଥା କହି…

ରାଶିଫଳ: ଶନିବାର, ମେ ୩୦ ତାରିଖ – Daily Horoscope

ମେଷ ପରିସ୍ଥିତିର ବିଷମତା କାରଣରୁ ପ୍ରତ୍ୟେକ କାର୍ଯ୍ୟରେ ବିବାଦୀୟ ସ୍ଥିତି ଉପତ୍ନ ହେବ। ଆବଶ୍ୟକତା ପୂରଣ ପାଇଁ କରଜ କରି କାମ ଚଳାଇ ନେବା ସକାଶେ ଚେଷ୍ଟା…

ରାଶିଫଳ: ଶୁକ୍ରବାର, ମେ ୨୯ ତାରିଖ – Daily Horoscope

ମେଷ ଶାରୀରିକ ସୁସ୍ଥତା ଅକ୍ଷୁଣ୍ଣ ରହିବ। କର୍ମକ୍ଷେତ୍ରରେ ଅଭିଳଷିତ କାର୍ଯ୍ୟ ସମ୍ପାଦନ କରିବେ। ଆଜିର ଯାତ୍ରା, ବ୍ୟବସାୟ, ଗବେଷଣା, ସାହିତ୍ୟ ଓ ରଚନାତ୍ମକ କାମରେ ପ୍ରଶଂସିତ ହେବେ।…

ରାଶିଫଳ: ଗୁରୁବାର, ମେ ୨୮ ତାରିଖ – Daily Horoscope

ମେଷ ଆଜି ଖର୍ଚ୍ଚଭାରର ଆଧିକ୍ୟ, ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ ରହିପାରନ୍ତି। ସମ୍ପର୍କୀୟ ନିଆଁରେ ଘିଅ ଢାଳିଲାପରି କଟୁକଥା କହି ମାନସିକ ଆଘାତ ଦେଇପାରନ୍ତି।…

ରାଶିଫଳ: ବୁଧବାର, ମେ ୨୭ ତାରିଖ – Daily Horoscope

ମେଷ ଆଜି ସ୍ବନକ୍ଷତ୍ରସ୍ଥ ଚନ୍ଦ୍ର ଯୋଗୁ ସମାଜ କଲ୍ୟାଣ କାର୍ଯ୍ୟରେ, ଆନୁଷ୍ଠାନିକ କ୍ଷେତ୍ରରେ, ସଭାସମିତିରେ ସମ୍ମାନିତ ହେବେ। ଧାର୍ମିକ ମନୋଭାବ ନେଇ ସ୍ବେଚ୍ଛାକୃତ ଭାବରେ ଏକ ମହତ୍ତ୍ୱପୂର୍ଣ୍ଣ…

ରାଶିଫଳ: ମଙ୍ଗଳବାର, ମେ ୨୬ ତାରିଖ – Daily Horoscope

ମେଷ ଆଜି ଗଜକେଶରୀ ଯୋଗ ହେତୁ ଯାହା କରିବେ ତାହା ନିର୍ବିଘ୍ନରେ ଫଳପ୍ରଦ ହେବ। ପାରିବାରିକ ଶାନ୍ତି, ସାମାଜିକ ସମ୍ମାନ ଏବଂ ଆନୁଷ୍ଠାନିକ କାମରେ ପ୍ରଶଂସିତ ହେବେ।…

ରାଶିଫଳ: ସୋମବାର, ମେ ୨୫ ତାରିଖ – Daily Horoscope

ମେଷ ଆଜି ସହକର୍ମୀଙ୍କ ସହଭାଗିତାରୁ ସମସ୍ତ କାର୍ଯ୍ୟରେ ସିଦ୍ଧିଲାଭ ଘଟିବ। ରବି ବୁଧ ମୁଖଭାବରେ ଅବସ୍ଥାନ କରି ଅପ୍ରିୟ ସତ୍ୟଭାଷଣରୁ ପ୍ରତ୍ୟେକ ସ୍ତରରେ ସମସ୍ୟା ସୃଷ୍ଟି କରିବେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri