Posted inRasifala

ରାଶିଫଳ: ଶୁକ୍ରବାର, ଜାନୁୟାରୀ ୧୪ ତାରିଖ – Daily Horoscope

ମେଷ
ଆଜିର ରୋହିଣୀବୃଷ ଯୋଗ ନୂତନ ବନ୍ଧୁତ୍ୱସୂତ୍ରରେ ବାନ୍ଧିଦେଇପାରେ। ଦୀର୍ଘଦିନରୁ ଅଟକି ରହିଥିବା କାମ ସମ୍ପୂର୍ଣ୍ଣ କରି ଖୁସି ହେବେ। ଅର୍ଥସଂକଟ ସଙ୍ଗକୁ ସାମାଜିକ ସ୍ତରରେ ପ୍ରତିକୂଳ ପରିସ୍ଥିତିର ଚାପ ବଢ଼ିପାରେ। କୃତ୍ତିକା ନକ୍ଷତ୍ର ପୂର୍ବ ଯୋଜନା ଅନୁଯାୟୀ କର୍ମ କରି ଚାଲନ୍ତୁ ଓ ପରିସ୍ଥିତିକୁ ସାମନା କରିବାକୁ ଚେଷ୍ଟା କଲେ ଉପକୃତ ହେବେ।
ବୃଷ
ବୃଷ
ଆପଣଙ୍କ କଥା ବନ୍ଧୁ ମନରେ ଦୁଃଖ ଦେଇପାରେ। ସମୟାନ୍ତରରେ ପୂରା ସହାନୁଭୂତି ଲାଭ କରିବେ ଓ ସମସ୍ୟାର ସମାଧାନ ହୋଇଯିବ। ଅଭାବ ପୂରଣ ଦିଗରେ ପଡ଼ୋଶୀଙ୍କ ସାହାଯ୍ୟ କାମକୁ ଆସିବା ଫଳରେ ସ୍ଥଗିତ କାମ ତ୍ୱରାନ୍ବିତ ହେବ। ପରିବାରରେ ପିଲାମାନଙ୍କ ପଢ଼ା ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିପାରେ।
ମିଥୁନ
ମିଥୁନ
ବନ୍ଧୁ ସମ୍ପର୍କ, ଜମିଜମା କାରବାରରେ ଅଗ୍ରଗତି ଘଟିବ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ, ସଭାସମିତି, ବନ୍ଧୁ ସମ୍ପର୍କ ଓ ପାରିବାରିକ ଦିଗରୁ ଅନୁକୂଳ ଫଳ ପାଇବେ। ପ୍ରେସ୍‌ ପବ୍ଲିକେଶନ, ସାହିତ୍ୟ ଓ ସାମ୍ବାଦିକତା କ୍ଷେତ୍ରରେ ସାମାନ୍ୟ ପ୍ରତିବନ୍ଧକର ସମ୍ମୁଖୀନ ହେବେ। ରୋଗ, ଋଣ ଓ ପରୋକ୍ଷ ଶତ୍ରୁତା ଯୋଗୁ ବ୍ୟସ୍ତ ରହିପାରନ୍ତି।
କର୍କଟ
କର୍କଟ
ପାରିବାରିକ ସ୍ଥିରତା, ଅର୍ଥାଭାବ ଦୂରେଇ ଯିବ, କାର୍ଯ୍ୟସିଦ୍ଧି ହେତୁ ଅପରାହ୍ନଟି ଖୁସିରେ କଟାଇବେ। କିନ୍ତୁ କୌଣସି କ୍ଷେତ୍ରରେ ତରବରିଆ ପଦକ୍ଷେପ ନେଲେ ଅସୁବିଧାରେ ପଡ଼ିବେ। ଶିଳ୍ପ, ଗୃହ ନିର୍ମାଣ, ପରିବହନ, ବାଣିଜ୍ୟ, ବ୍ୟବସାୟ ଏପରି କି ଯୋଗାଣ କାରବାରରେ ଉନ୍ନତି କରିବେ। ସମସ୍ୟା ସମାଧାନ ପାଇଁ ବନ୍ଧୁଙ୍କୁ ସାହାଯ୍ୟ ମାଗିପାରନ୍ତି।
ସି˚ହ
ସି˚ହ
ଅନ୍ତର୍ଦ୍ୱନ୍ଦ୍ୱ ମନକୁ ଅସ୍ଥିର ରଖିଲେ ମଧ୍ୟ ବନ୍ଧୁ ଗହଣରେ ତାହା ସାମୟିକ ପାସୋରି ଦେଇପାରନ୍ତି। ସ୍ଥଗିତ କାମପାଇଁ ଅନ୍ୟକୁ କୈଫିୟତ୍‌ ଦେବାକୁ ପଡ଼ିପାରେ। ସାମୟିକ ଭାବରେ ସ୍ବାସ୍ଥ୍ୟ ସମସ୍ୟା ମନକୁ ଭାରାକ୍ରାନ୍ତ କରି ରଖିବ। ରାଜନୀତି, ସଂଗଠନ, ପ୍ରଶାସନିକ କ୍ଷେତ୍ର, ସାହିତ୍ୟ, ସାମ୍ବାଦିକତା କ୍ଷେତ୍ରରୁ ସୁଫଳ ମିଳିବ।
କନ୍ୟା
ସାମାଜିକ ସ୍ତରରେ ସୁସମ୍ପର୍କ ଓ ସମ୍ମାନ, ପ୍ରଶଂସା ପାଇ ମନ ଖୁସି ରହିବ। ସାମାନ୍ୟ ବିଳମ୍ବିତ ସମୟରେ ଅପେକ୍ଷା କରିଥିବା ଖବରଟି କିମ୍ବା ଅଭିଳଷିତ ଜିନିଷଟି ପାଇବେ। ହଠାତ୍‌ ଅର୍ଥ ସମ୍ପର୍କକୁ ନେଇ ଭା୍ରତୃବିବାଦ ଦେଖାଦେଇପାରେ। ପ୍ରତିଦ୍ୱନ୍ଦ୍ୱୀ, ବାଣିଜ୍ୟ, ବ୍ୟବସାୟ, ପରିବହନ, କ୍ରୟବିକ୍ରୟ ଓ ଯାତ୍ରା ସମ୍ପର୍କରେ ଚିନ୍ତା ବଢ଼ିବ।
ତୁଳା
ତୁଳା
ଭୁଲ୍‌ ବୁଝାମଣା କାରଣରୁ ପାରିବାରିକ ସମସ୍ୟା ବୃଦ୍ଧି ପାଇବ। ନିଜ ଲୋକମାନେ ଈର୍ଷାପରାୟଣ ହୋଇ ପାରିବାରିକ ଜୀବନରେ ଅସ୍ଥିରତା ସୃଷ୍ଟି କରିପାରନ୍ତି। ଆଜିର ପ୍ରତ୍ୟୁଷ ଯାତ୍ରା ଶୁଭପ୍ରଦ ହେବ, ଭ୍ରମଣ ପାଇଁ ମନ ବଳେଇବେ ଓ ବନ୍ଧୁ ମିଳନ ଘଟିବ। କର୍ମକ୍ଷେତ୍ରରେ ଛୋଟ ଛୋଟ କାମ ହାତକୁ ନେଲେ ଦ୍ୱନ୍ଦ୍ୱରେ ପଡ଼ିବାର ଆଶଙ୍କା ରହିଛି।
ବିଛା
ବିଛା
ମାନସିକ ଅସ୍ଥିରତା ମଧ୍ୟରେ ଆଜିର ଦିନଟି ଅତିବାହିତ ହେବ। ଭ୍ରମଣଜନିତ କୌଣସି ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଆଜି ବେଶି ସମୟ ସ୍ଥିର ଭାବରେ ରହିପାରିବେ ନାହିଁ। ସଭାସମିତି, ମନୋରଞ୍ଜନ କାର୍ଯ୍ୟକ୍ରମ, ପ୍ରତିଯୋଗିତାରେ ସଫଳତା ଯୋଗୁ ମନ ଖୁସି ରହିବ। କର୍ମକ୍ଷେତ୍ରରେ ଏକ ମାମୁଲି ଘଟଣାରେ ଉଚ୍ଚବାଚ ଘଟିପାରେ।
ଧନୁ
ଧନୁ
ସକାଳୁ କୌଣସି କର୍ମାରମ୍ଭରେ ସମସ୍ୟା ଓ ପ୍ରତିବନ୍ଧକର ସମ୍ମୁଖୀନ ହୋଇପାରନ୍ତି। ସହଜେ ବିଶ୍ୱାସ କରି ହଇରାଣରେ ପଡ଼ିପାରନ୍ତି। ଶାରୀରିକ ସୁସ୍ଥତା ଫେରିପାଇବେ। ହଠାତ୍‌ ପ୍ରତିକ୍ରିୟାଶୀଳ ହେବା ଠିକ୍‌ ହେବନାହିଁ। ଲେଖାପଢ଼ା ତଥା ସାମ୍ବାଦିକତା, ପ୍ରକାଶନ, ପ୍ରଶାସନ, ରାଜନୀତି କ୍ଷେତ୍ରରେ ଶୁଭଫଳ ପାଇବେ।
ମକର
ମକର
ଅର୍ଥ ସମ୍ବନ୍ଧୀୟ ସମସ୍ୟା ମଧ୍ୟରେ ଗତି କରିବା କାରଣରୁ ମନ ଅସ୍ଥିର ରହିବ। ବିବାଦୀୟ ଘଟଣା ନିର୍ମାଣ ଓ ପରିବହନରେ ସମସ୍ୟା ସମାଧାନରେ ସଫଳ ହେବେ। ଅବହେଳା ଯୋଗୁ କେତେକ କାମ ସକାଶେ ଅନ୍ୟର ସାହାଯ୍ୟ ନେବାକୁ ବାଧ୍ୟହୋଇପାରନ୍ତି। ଭୁଲ୍‌ ବୁଝାମଣା କାରଣରୁ ଦାମ୍ପତ୍ୟ ଜୀବନରେ ବୁଝାମଣାର ଅଭାବ ଦେଖାଦେଇପାରେ।
କୁମ୍ଭ
କୁମ୍ଭ
ଆଜି ଆପଣଙ୍କୁ ଦୂରଯାତ୍ରା, ନୂତନ କର୍ମନିଯୁକ୍ତି ସମ୍ପର୍କରେ ବନ୍ଧୁଙ୍କ ସହ ଫଳପ୍ରଦ ଆଲୋଚନା କରାଇବ। ମାନସିକ ଅସ୍ଥିରତା ହେତୁ ପାରିବାରିକ ଶାନ୍ତି ମିଳିପାରିବ ନାହିଁ। ନୂତନ ଗୃହ, ଯାନ ବାହନ, ଯାନ୍ତ୍ରିକ ଜିନିଷ, ଧାତୁ ଅଳଙ୍କାର ପ୍ରଭୃତି ମୂଲ୍ୟବାନ ଜିନିଷ ପାଇଁ ମନ ବଳାଇବେ। ସ୍ତ୍ରୀ କିମ୍ବା ଭାଇଙ୍କ ସ୍ବାସ୍ଥ୍ୟ ସକାଶେ ଚିନ୍ତା କରିପାରନ୍ତି।
ମୀନମୀନ
ଆଜି ଆପଣଙ୍କର ପ୍ରତ୍ୟେକ କାର୍ଯ୍ୟ ସହଜ ଓ ସୁବିଧାରେ ସମ୍ପନ୍ନ ହୋଇପାରିବ। ଦିନଟିରେ ଅର୍ଥଲାଭ, ସ୍ବାଦିଷ୍ଟ ଭୋଜନ, ବନ୍ଧୁଙ୍କ ଆଦରସୋହାଗ, ମନକୁ ପ୍ରଫୁଲ୍ଲିତ କରି ରଖିବ। ସାଧାରଣ କଥାକୁ କେନ୍ଦ୍ରକରି ପରିବାର ମଧ୍ୟରେ ମଧ୍ୟାହ୍ନେ ମନରେ ବିରକ୍ତିଭାବ ସୃଷ୍ଟି ହୋଇପାରେ। ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେବେ ଓ ସଭାସମିତିରେ ପ୍ରଶଂସିତ ହେବେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୨୬ ତାରିଖ – Daily Horoscope

ମେଷ ଆଜି ଦିନଟିରେ ସ୍ବାସ୍ଥ୍ୟ ଓ ମନ ଭଲ ରହିବ। ବନ୍ଧୁଙ୍କ ଆଦର, ସେହ୍ନ, ସଦିଚ୍ଛା ମନ ଭିତରର ସବୁ ଦୁଃଖକୁ ସାମୟିକ ଭାବରେ ଭୁଲେଇଦେବ।...

ରାଶିଫଳ: ଶୁକ୍ରବାର, ମେ ୧୪ ତାରିଖ – Daily Horoscope

ମେଷ ସାମାଜିକ ସ୍ତରରେ ଦୂରଦର୍ଶିତା ଅଭାବରୁ କେତେକ ଭୁଲ୍‌କୁ ପ୍ରଶ୍ରୟ ଦେଇପାରନ୍ତି। ବନ୍ଧୁଙ୍କ ଭୁଲ୍‌ ବୁଝାମଣା କାରଣରୁ ମାନସିକ ଅଶାନ୍ତିର ସମ୍ମୁଖୀନ ହୋଇପାରନ୍ତି। ପ୍ରତିଯୋଗିତାରେ ଆଂଶିକ...

ରାଶିଫଳ: ସୋମବାର, ଜୁନ୍‌ ୨୮ ତାରିଖ – Daily Horoscope

ମେଷ ଆଜି ସ୍ୱାସ୍ଥ୍ୟ ଓ ପାରିବାରିକ ସ୍ଥିତିରେ ଆଂଶିକ ଉନ୍ନତି ଦେଖାଦେବ । ଶୁକ୍ର ମଙ୍ଗଳ ଯୋଗରୁ ଅର୍ଥ ସମ୍ବନ୍ଧୀୟ କୌଣସି କଥା ବନ୍ଧୁଙ୍କ ନିକଟରୁ...

ରାଶିଫଳ: ରବିବାର, ଫେବୃୟାରୀ ୧୯ ତାରିଖ – Daily Horoscope

ମେଷ ଚନ୍ଦ୍ରଙ୍କ ସହ ବୁଧଙ୍କ ସଂଯୋଗ ପାରିବାରିକ ସ୍ଥିତିକୁ ବିଗାଡ଼ି ଦେବାର ବହୁ ସମ୍ଭାବନା ରହିଛି। କଥା ପ୍ରସଙ୍ଗରେ ପରିସ୍ଥିତିବଶତଃ ସାମାନ୍ୟ ବିତର୍କରୁ ବନ୍ଧୁଙ୍କ ସହ...

ରାଶିଫଳ: ଶୁକ୍ରବାର, ନଭେମ୍ବର ୧୫ ତାରିଖ – Daily Horoscope

ମେଷ ଅର୍ଥଲାଭ ସଙ୍ଗକୁ କର୍ମକ୍ଷେତ୍ରରେ ଉଚ୍ଚ ପଦାଧିକାରୀ ସହଯୋଗ କରିବାର ପ୍ରତିଶ୍ରୁତି ଦେବେ। ଶିଳ୍ପ, ବାଣିଜ୍ୟ, ପରିବହନ ଓ ବ୍ୟବସାୟରେ ଶିଥିଳତା ପରିଲକ୍ଷିତ ହେଲେ ମଧ୍ୟ...

ରାଶିଫଳ: ବୁଧବାର, ଅଗଷ୍ଟ ୧୮ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ମଧ୍ୟ ସ୍ବାଧୀନ ଭାବରେ କାର୍ଯ୍ୟ କରିବାରେ ସୁଯୋଗ ପାଇବେ। ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତିରେ ଆଂଶିକ ଉନ୍ନତି ଦେଖାଦେବ। ଶତ୍ରୁମାନେ ସୁଯୋଗ ଅପେକ୍ଷାରେ...

ରାଶିଫଳ: ଶୁକ୍ରବାର , ଜାନୁୟାରୀ ୭ ତାରିଖ – Daily Horoscope

ମେଷ ଆଜି ବିଭିନ୍ନ ସମସ୍ୟା ମଧ୍ୟରେ ରହିବେ। ପ୍ରଶାସନିକ କ୍ଷେତ୍ରରେ ସ୍ଥିରତା, ପ୍ରେସ୍‌, ପବ୍ଳିକେଶନରେ ସମସ୍ୟା ସମାଧାନକରି ଆମତ୍ତୃପ୍ତି ଲାଭ କରିବେ। ପାରିବାରିକ କ୍ଷେତ୍ରରେ ପ୍ରତିବନ୍ଧକ...

ରାଶିଫଳ: ମଙ୍ଗଳବାର, ସେପ୍ଟେମ୍ବର ୭ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ବିବାଦୀୟ ପରିସ୍ଥିତି ଦେଖାଦେବାରୁ କିଛିଟା ଦ୍ୱନ୍ଦ୍ୱ ଓ ଆଶଙ୍କା ମଧ୍ୟରେ ମନ ହଲଚଲ ହୋଇପାରେ। କିଛି ସହାନୁଭୂତିମୂଳକ ଆଲୋଚନା ଓ ସମାଲୋଚନା ଭିତରେ...

Advertisement
Archives

Model This Week