Posted inRasifala

ରାଶିଫଳ: ମଙ୍ଗଳବାର, ମେ ୨୦ ତାରିଖ – Daily Horoscope

ମେଷ
ଆଜି ଅଶ୍ୱିନୀ ନକ୍ଷତ୍ର ସକାଶେ ପାରିବାରିକ ଅଶାନ୍ତି ସାଙ୍ଗକୁ ବନ୍ଧୁଙ୍କ ସହ ଭୁଲ୍‍ ବୁଝାମଣା ସୃଷ୍ଟିହେବ। ବ୍ୟବସାୟ, ରାଜନୀତି, ସଭାସମିତି, ଜମିଜମା କାରବାର ପାଇଁ ଅସୁବିଧା ହେବନାହିଁ। ସନ୍ତାନଙ୍କ ଅଶାନ୍ତ ମନ ଦେଖି ଚିନ୍ତିତ ହେବେ। ଆକସ୍ମିକ ଭାବରେ ବନ୍ଧୁଙ୍କ ଜରିଆରେ ଶୁଭଖବର ପାଇ ଖୁସି ହୋଇପାରନ୍ତି।
ବୃଷ
ବୃଷ
ନିଜ ସଂସ୍ପର୍ଶରେ ଆସୁଥିବା ବ୍ୟକ୍ତିଙ୍କ ଅକୁଣ୍ଠ ସମର୍ଥନ କର୍ମପ୍ରବାହକୁ ଗତିଶୀଳ କରାଇବ। ଅର୍ଥନୈତିକ କାର୍ଯ୍ୟକ୍ରମ, ଆଲୋଚନାଚକ୍ର, ଆମଦାନୀ, କଳା କାରିଗରି କ୍ଷେତ୍ରରେ ସଫଳତା ପାଇବେ। ବିବାଦୀୟ ପରିସ୍ଥିତି, ପ୍ରତିଯୋଗିତା କ୍ଷେତ୍ରରେ ସଫଳତା ନିଶ୍ଚିତ। କୃତ୍ତିକା ନକ୍ଷତ୍ରର ସ୍ବାସ୍ଥ୍ୟରେ ଉନ୍ନତି ଆଶା କରାଯାଇପାରେ।
ମିଥୁନ
ମିଥୁନ
ମନ ଭିତରର ରାଗ ଓ ଜିଦ୍‍ ମାତ୍ର ଟିକିଏ ଗେହ୍ଲା କଥାରେ ପାଣିଫୋଟକା ପରି ମିଳାଇଯିବ। ବିଭିନ୍ନ ଦିଗରୁ ସାହାଯ୍ୟ ଓ ସମର୍ଥନ ପାଇଲେ ମଧ୍ୟ ଆଜିର କାମ ସମ୍ପନ୍ନ ନ ହୋଇପାରେ। ଇଚ୍ଛା ନ ଥିଲେ ମଧ୍ୟ ଅର୍ଥବ୍ୟୟର ସମ୍ଭାବନା ରହିଛି। ମୃଗଶିରା ନକ୍ଷତ୍ରର ବିଭିନ୍ନ ଯୋଜନା କ୍ଷେତ୍ରରେ ଅନୁକୂଳ ବାତାବରଣ ସୃଷ୍ଟିହେବା ଆଶା ରହିଛି।
କର୍କଟ
କର୍କଟ
ଆଜି ବନ୍ଧୁଙ୍କ ସହୃଦୟତା ଏବଂ ପାରିବାରିକ ସଦ୍‍ଭାବ କୌଣସିଥିରେ ଅଭାବ ରହିବ ନାହିଁ। ପୁନର୍ବସୁ ନକ୍ଷତ୍ରର କାର୍ଯ୍ୟସିଦ୍ଧି, ଅର୍ଥଲାଭ, କର୍ମକ୍ଷେତ୍ରରେ ସମସ୍ୟା ସମାଧାନର ସୂଚନା ରହିଛି। ସନ୍ତାନହେତୁକ ଗୌରବରୁ ଆନନ୍ଦ ଅନୁଭବ କରିବେ। ପାରିବାରିକ କ୍ଷେତ୍ର, ଲୋକ ସମ୍ପର୍କ, ଆନୁଷ୍ଠାନିକ କାମ ସକାଶେ ପ୍ରତିକୂଳ ପରିସ୍ଥିତି ସୃଷ୍ଟିହେବ।
ସି˚ହ
ସି˚ହ
ନିଜଲୋକଙ୍କୁ ମନାଇ ଅଭିଳଷିତ କାମ ଆଗକୁ ବଢ଼ାଇବାରେ କୌଶଳ କାମକୁ ଆସିବ। ବିଶିଷ୍ଟ ବ୍ୟକ୍ତଙ୍କ ସାନ୍ନିଧ୍ୟ, ଉଚ୍ଚ ପଦପଦବୀ ଓ ବୈଷୟିକ ସୁଖ, ସମୃଦ୍ଧି ଯୋଗୁ ମନ ଖୁସି ରହିବ। ଅଦାଲତ, ଧାର୍ମିକ କାର୍ଯ୍ୟ ଓ ସତ୍‍ସଙ୍ଗ କ୍ଷେତ୍ରକୁ ଋଦ୍ଧିମନ୍ତ କରିବ। ଉତ୍ତରାଫାଲ୍‍ଗୁନୀ ସାହିତ୍ୟ, କ୍ରୀଡ଼ା ଓ ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ।
କନ୍ୟା
ଧୈର୍ଯ୍ୟ ଓ ସାହସ କାମ ହାସଲ ପାଇଁ ପ୍ରେରଣା ଯୋଗାଇବ। ବ୍ୟବସାୟ, ଯାତ୍ରା, ସରକାରୀ ଓ ରାଜନୈତିକ କ୍ଷେତ୍ରରେ ଆପଣଙ୍କ ପତିଆରା ବୃଦ୍ଧି ପାଇବ ା ଜମିଜମା, ଗୃହସୀମା, ନିର୍ମାଣ, କୋର୍ଟକଚେରି ମାମଲା କ୍ଷେତ୍ରରେ ସଙ୍ଗଟ ଉପୁଜିପାରେ। ବନ୍ଧୁଙ୍କ ମଧ୍ୟରେ ମତଭେଦ ଯୋଗୁ କୌଣସି କଥାର ମୀମାଂସା ହୋଇ ନ ପାରେ।
ତୁଳା
ତୁଳା
ଗ୍ରହ ସ୍ଥିତିର ବିଷମତାଜନିତ ବୃଥା ଆଶା ଓ ଅଭିଳାଷ ଅଶାନ୍ତିର କାରଣ ହେବ। ଏଣେ ସମ୍ପର୍କୀୟ ପୁରୁଣା କଥାକୁ କେନ୍ଦ୍ରକରି ଅସହଯୋଗ କରିପାରନ୍ତି। ଶିଳ୍ପ, ବାଣିଜ୍ୟ, ପରିବହନ, ସଭାସମିତି ଓ ରାଜନୀତି କ୍ଷେତ୍ରରେ ସନ୍ତୁଷ୍ଟ ରହିବେ। ସ୍ବାତୀ ନକ୍ଷତ୍ର ସଙ୍ଗଠନ, ଗବେଷଣା ଓ ପ୍ରତିଯୋଗିତା କ୍ଷେତ୍ରରୁ ଆଶାନୁରୂପ ଫଳ ପାଇବେ।
ବିଛା
ବିଛା
ପାଇଥିବା ଜିନିଷ ହରାଇ ମନସ୍ତାପ କରିପାରନ୍ତି। କିନ୍ତୁ ଅନୁରାଧା ନକ୍ଷତ୍ର ବୈଷୟିକ ସୁଖ, ସମୃଦ୍ଧି ସାଙ୍ଗକୁ ଅର୍ଥନୈତିକ ଅଭିବୃଦ୍ଧିରୁ ଖୁସି ରହିବେ। ମାଲିମକଦ୍ଦମା, ଜମିଜମା କାରବାର, ନିର୍ମାଣକାର୍ଯ୍ୟ ଧିମେଇଯିବା ସୂଚନା ରହିଛି। ମାଙ୍ଗଳିକ କାମ ପାଇଁ ପ୍ରସ୍ତୁତି, ମୂଲ୍ୟବାନ୍‍ ଜିନିଷର କିଣାବିକା କ୍ଷେତ୍ରରେ ସୁଫଳ ପାଇପାରନ୍ତି ା
ଧନୁ
ଧନୁ
ସ୍ବାସ୍ଥ୍ୟ ଭଲ ରହିବ ନାହିଁ ଏବଂ ଆମତ୍ୀୟସ୍ବଜନଙ୍କ ନିକଟରୁ ସହାନୁଭୂତି ମଧ୍ୟ ହରାଇବେ। ପାରିବାରିକ କ୍ଷେତ୍ରରେ କେତେକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇପାରେ। ଅବଶ୍ୟ ପୂର୍ବାଷାଢ଼ା ନକ୍ଷତ୍ରକୁ ଅର୍ଥ ଓ ସମ୍ମାନ ମିଳିବ ଏବଂ ବ୍ୟବସାୟିକ ଉନ୍ନତି ମଧ୍ୟ କରିବେ। ଆଲୋଚନା ପରିସରରେ ଅପ୍ରିୟ ସତ୍ୟଭାଷଣରୁ ନିବୃତ ରହିବା ଭଲ ହେବ।
ମକର
ମକର
ପିଲାଙ୍କ ଅସନ୍ତୋଷଜନକ କାର୍ଯ୍ୟକଳାପ ସୁସମ୍ପର୍କରେ ବାଧା ସୃଷ୍ଟି କରିପାରେ। ଅର୍ଥ ସଙ୍କଟ ଦୂରହେବା ସାଙ୍ଗକୁ ଟେକ୍‍ନିକାଲ କାମରେ ବିଶେଷ ସୁବିଧା ପାଇପାରିବେ। ନିକଟ ସମ୍ପର୍କୀୟଙ୍କୁ ଭଲ ପାଇବାକୁ କେନ୍ଦ୍ରକରି ସମସ୍ୟା ଦେଖାଦେବ। ପରିବାର କିମ୍ବା କର୍ମକ୍ଷେତ୍ରରେ ସନ୍ଦେହ ଓ ଭୁଲ୍‍ ବୁଝାମଣା ହେତୁ ସୁସମ୍ପର୍କ ରହି ନ ପାରେ।
କୁମ୍ଭ
କୁମ୍ଭ
ବହୁ ଦିନରୁ ଗଡ଼ି ଗଡ଼ି ଆସୁଥିବା ଋଣ, ପୁରୁଣା ରୋଗର ପୀଡ଼ା ଏବଂ ପିଛା ଛାଡୁ ନ ଥିବା ଶତ୍ରୁତା ଯୋଗୁ ଚିନ୍ତିତ ରହିପାରନ୍ତି। କଳା, ସାହିତ୍ୟ, ସଙ୍ଗୀତ ଓ ଚଳଚ୍ଚିତ୍ର କ୍ଷେତ୍ରରେ ସୁଫଳ ପାଇବେ। କୌଶଳ ଅବଲମ୍ବନକରି ସ୍ଥଗିତ କାମଟି ବନ୍ଧୁଙ୍କ ଦ୍ୱାରା କରାଇନେବେ। ଧନିଷ୍ଠା ପରିବାରରେ ଛୋଟ କଥାକୁ ଧରିଲେ ସମସ୍ୟା ନିମନ୍ତ୍ରଣ କରିବେ।
ମୀନମୀନ

ଆଜି ଠିକ୍‍ ବିଚାରଧାରା ଅଭାବରୁ ଭୁଲ୍‍ କରି ଅନୁତାପ କରିପାରନ୍ତି। ନିର୍ଦ୍ଦିଷ୍ଟ ସମୟରେ ଚାହୁଁଥିବା ଜିନିଷ ପାଇବାରେ ବିଳମ୍ବ ଯୋଗୁ କ୍ଷୋଭ ପ୍ରକାଶ କରିପାରନ୍ତି। କର୍ମକ୍ଷେତ୍ରରେ ବାକ୍‍ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତହେବ ା ରେବତୀ ନକ୍ଷତ୍ର କୌଣସି ଏକ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟରେ ରଖିଥିବା ଟଙ୍କା ଭିନ୍ନ ବାଟରେ ଖର୍ଚ୍ଚ ହୋଇଯାଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ:ଶନିବାର , ସେପ୍ଟେମ୍ବର ୧୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ଜନିତ ବନ୍ଧୁ ସମ୍ପର୍କରେ ଉନ୍ନତି ହେବ। ଯାତ୍ରା, ବିବାଦ, ଗୃହାରମ୍ଭ ପାଇଁ ପ୍ରତିକୂଳତା ଆସିଲେ ମଧ୍ୟ କୌଣସି ଅସୁବିଧା ହେବନାହିଁ। ପାରିବାରିକ…

ରାଶିଫଳ: ଶୁକ୍ରବାର , ସେପ୍ଟେମ୍ବର ୧୮ ତାରିଖ – Daily Horoscope

ମେଷ ବୃହସ୍ପତିଙ୍କ ଦୃଷ୍ଟିରେ କର୍ମାଧିପ ଥିବାରୁ ଶୁଭେଚ୍ଛୁଙ୍କ ପରାମର୍ଶରେ ନୂଆ କାମ ସକାଶେ ମନ ବଳାଇବେ। ଦୈହିକ ଦୁର୍ବଳତା ସାଙ୍ଗକୁ ପାରିବାରିକ ଦ୍ୱନ୍ଦ୍ୱଜନିତ ନୈରାଶ୍ୟରୁ ଚିନ୍ତିତ ରହିପାରନ୍ତି।…

ରାଶିଫଳ: ଗୁରୁବାର, ସେପ୍ଟେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି କୃତ୍ତିକା ନକ୍ଷତ୍ର କର୍ମାରମ୍ଭ ସକାଶେ ସାହାଯ୍ୟ, ସହଯୋଗର ଅଭାବ ରହିବ ନାହିଁ। ଆନୁଷ୍ଠାନିକ, ସଭାସମିତି, ଧର୍ମକାର୍ଯ୍ୟ, ବନ୍ଧୁମିଳନ ପାଇଁ ଦିନଟି ଭଲ। ଛୋଟ ଛୋଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?