Posted inRasifala

ରାଶିଫଳ: ମଙ୍ଗଳବାର, ମେ ୬ ତାରିଖ – Daily Horoscope

ମେଷ
ଆପଣଙ୍କ ଦୈହିକ ଓ ଆମତ୍ବଳଯୁକ୍ତ କାରଣରୁ ପାରିବାରିକ, ପରିବହନ, ନିର୍ମାଣକାର୍ଯ୍ୟ ଭଲରେ ଚାଲିବ। ଆନୁଷ୍ଠାନିକ ଆଲୋଚନାରେ ସଫଳତା ଲାଭ କରିବାରେ ଅସୁବିଧା ହେବନାହିଁ। ଆମତ୍ୀୟଙ୍କ ଆରୋଗ୍ୟ ଲାଭ ପାଇଁ ଚିନ୍ତା ବଢ଼ିପାରେ। ନିଜର ଇଚ୍ଛା ବିରୋଧରେ କୌଣସି କାମକରି ଅନୁତାପ କରିବାକୁ ପଡ଼ିପାରେ।
ବୃଷ
ବୃଷ
ଧୈର୍ଯ୍ୟର ସହ ପରିସ୍ଥିତିର ମୁକାବିଲା କରି କର୍ମକ୍ଷେତ୍ରରେ ସଫଳତା ହାସଲ କରିବେ। ବିଶିଷ୍ଟ ବ୍ୟକ୍ତିଙ୍କ ସହାୟତା ସାମାଜିକ ଜୀବନକୁ ଋଦ୍ଧିମନ୍ତ କରିବ। ବାହାର ଲୋକଙ୍କଠାରୁ ଭୁଲ୍‍ ଖବର ପାଇ ବିବ୍ରତ ହୋଇପାରନ୍ତି। ସାଙ୍ଗସାଥୀମାନଙ୍କ ସହ ଭ୍ରମଣ ହେତୁକ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ।
ମିଥୁନ
ମିଥୁନ
ଅନ୍ୟମନସ୍କ କିମ୍ବା ଅସାବଧାନତାରୁ ମୂଲ୍ୟବାନ୍‍ ଦ୍ରବ୍ୟ ହଜିଯିବା କିମ୍ବା ପରିସ୍ଥିତିରେ ପଡ଼ି ଖର୍ଚ୍ଚାନ୍ତ ହୋଇପାରନ୍ତି। ବିଳାସକାରକ ଶୁକ୍ର ପ୍ରଭାବରୁ ସବୁ କଥା ଓ କାମ ପଛକୁ ପକାଇ ଖୁସି ମିଜାଜରେ କାମ କରିବେ। ମନରେ ବିଭିନ୍ନ କଳ୍ପନାର ରଙ୍ଗିନ ପ୍ରତିଛବି ଉଙ୍କିମାରିପାରେ। ବ୍ୟବସାୟକୁ ନୂତନ ରୂପଦେବାକୁ ବନ୍ଧୁଙ୍କ ସହ ଯୋଗାଯୋଗ କରିପାରନ୍ତି।
କର୍କଟ
କର୍କଟ
ଅସଜଡ଼ା କାମକୁ ସଜାଡ଼ିରେ ଦୂରଯାତ୍ରାର ପୂର୍ଣ୍ଣ ସମ୍ଭାବନା ରହିଛି। ଅଫିସ୍‍ କାମକୁ ନେଇ କଳହ ଲାଗିଥିବା ବନ୍ଧୁଟି ପ୍ରତି ସତର୍କ ରହନ୍ତୁ। ସାଧାରଣ କଥାକୁ ନେଇ ପରିବାରରେ କଥା କଟାକଟି ଓ ଟଣାଓଟରା ଦେଖାଦେବ ା ସାହିତ୍ୟ, ସାମ୍ବାଦିକତା, ପ୍ରଶାସନ, ରାଜନୀତି, ଆଇନ ତଥା ଆନୁଷ୍ଠାନିକ କ୍ଷେତ୍ରରୁ ସଫଳତା ପାଇବେ।
ସି˚ହ
ସି˚ହ
ଦୃଢ଼ ପଦକ୍ଷେପ ନେଇ କର୍ମକ୍ଷେତ୍ରରେ ସଫଳତା ହାସଲ କରିବେ। ସ୍ବାଭିମାନୀ କାରଣରୁ କିଏ କିଛି କହିଲେ ସହଜରେ ହଜମ କରିବା କଷ୍ଟକର ହେବ। ଅଫିସ୍‍ରେ ସରକାରୀ ସ୍ତରରୁ ଆସିଥିବା କାୈଣସି ଖବର ପାଇ ଖୁସି ହେବେ। ଜମିଜମା, ମାଲିମକଦ୍ଦମା, ମାଙ୍ଗଳିକ କାର୍ଯ୍ୟ ସମ୍ପର୍କୀୟ ଆଲୋଚନାରେ ଅଗ୍ରଗତି ହୋଇପାରେ।
କନ୍ୟା
ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରିତ ରହିବାରୁ ସାମୟିକ ଆଶ୍ୱସ୍ତି ଲାଭକରିବେ। ଅର୍ଥହାନି, ଯାତ୍ର୍ରାରେ ସମସ୍ୟା ଓ ମତାନ୍ତରଜନିତ ମାନସିକ ସ୍ଥିତି ଭଲ ରହି ନ ପାରେ। ଲେଖାପଢ଼ା, ପ୍ରକାଶନ, ରଚନାମତ୍କ କାର୍ଯ୍ୟ, ସାହିତ୍ୟ, ସଙ୍ଗୀତ କ୍ଷେତ୍ରରେ ଆମତ୍ତୃପ୍ତି ପାଇବେ। ନିଜ ନିଜର କର୍ମଜଞ୍ଜାଳ ବୃଦ୍ଧି ସହ ସମ୍ମାନ, ପ୍ରତିଷ୍ଠା ଓ ବନ୍ଧୁଙ୍କ ସଦ୍‍ଭାବ ଉଚ୍ଚା ହେବନି।
ତୁଳା
ତୁଳା
ଆପଣଙ୍କ ଉଚ୍ଚାଶା ସାଙ୍ଗକୁ କାର୍ଯଶୈଳୀ ପ୍ରତ୍ୟେକ କ୍ଷେତ୍ର୍ରରେ ଗ୍ରହଣୀୟ ହେବ। ପାରିବାରିକ କ୍ଷେତ୍ର, ବୈଷୟିକ ଅଭିବୃଦ୍ଧି, କ୍ରୟ ବିକ୍ରୟର ଅଭିଳାଷ ପୂରଣ ଦିଗରେ ଯନତ୍ବାନ୍‍ ହୋଇପାରନ୍ତି ା ରବିଙ୍କ ସୁପ୍ରଭାବରୁ ଆର୍ଥିକ, ରାଜନୈତିକ, ଆନୁଷ୍ଠାନିକ କାମକୁ ତ୍ୱରାନ୍ବିତ କରାଇବ। ପରିବାରରେ ମତପାର୍ଥକ୍ୟ ମାନସିକ ଅଶାନ୍ତି ସୃଷ୍ଟି କରିପାରେ।
ବିଛା
ବିଛା
ଯାହା କରିବାକୁ ମନସ୍ଥ କରିଥିବେ ତାହା ବଦଳିଯିବାର ସମ୍ଭାବନା ରହିଛି। ପାରିବାରିକ କ୍ଷେତ୍ରରେ କେତେକ କଥା ଯାହାକି ଆପଣ ପଣା ବୋଲି ଫିଙ୍ଗିପାରିବେ ନାହିଁ କିମ୍ବା ପାଣି ବୋଲି ପିଇ ପାରିବେ ନାହିଁ। ସ୍ବାର୍ଥବାଦୀ ବନ୍ଧୁଙ୍କ ଦ୍ୱାରା ଅସୁବିଧାର ସମ୍ମୁଖୀନ ହେବେ। ଅବହେଳିତ କାମ ସକାଶେ କୈଫିୟତ ତଲବ ଆଶଙ୍କା ରହିଛି।
ଧନୁ
ଧନୁ
କିଛି ଅସୁବିଧା ନ ହେଲେ ମଧ୍ୟ ଆପଣଙ୍କ ଜିଦ୍‍ ଓ କଡ଼ା କଥା ସମସ୍ୟା ସୃଷ୍ଟି କରିପାରେ। ଯାହା ଚିନ୍ତା କରୁଥିଲେ ଆଜି ତାହା ବାସ୍ତବତାରେ ପରିଣତ ହୋଇଯିବ। ପୂର୍ବ ସ୍ଥିରୀକୃତ ଏବଂ ନୂତନ ଭାବେ କରିବାକୁ ଯାଉଥିବା କାମରେ ପ୍ରତିବନ୍ଧକ ଯୋଗୁ ଅଗ୍ରଗତି ନ ହୋଇପାରେ। ସ୍ବାର୍ଥହାନି ଆଶଙ୍କାରେ ନିଜ ଲୋକମାନେ ବିଶ୍ୱାସଘାତକତା କରିପାରନ୍ତି।
ମକର
ମକର
ଆପଣଙ୍କ ସୁସଂଯତ ଉପସ୍ଥାପନା ପ୍ରଣାଳୀ ପ୍ରତ୍ୟେକ କ୍ଷେତ୍ରରେ ଅସହିଷ୍ଣୁଙ୍କ ଗାତ୍ରଦାହ କରାଇବ। ସ୍ବାସ୍ଥ୍ୟ ମଧ୍ୟମ ପ୍ରକାର ରହିବା ସହ ଭୁଲ୍‍ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ। ବନ୍ଧୁଙ୍କ ସୂଚନା ମୁତାବକ ସରକାରୀ କ୍ଷେତ୍ରରୁ ଲାଭର ଆଶା ନେଇ ଉତ୍‍ଫୁଲ୍ଲିତ ହେବେ। ସାମାଜିକ ସ୍ତରରେ ସୁଯୋଗ ହରାଇବାରୁ ବ୍ୟଥିତ ହୋଇପାରନ୍ତି ା
କୁମ୍ଭ
କୁମ୍ଭ
ପ୍ରତ୍ୟେକ ଦିଗରୁ ଅନୁକୂଳ ବାତାବରଣ ଆପଣଙ୍କ ଆଶା ଓ କାମନା ପୂରଣ କରିବାରେ ସମର୍ଥ ହେବ। ସାମାଜିକ ସ୍ତରରେ ମରମ କଥାଟି କହି ପରୋକ୍ଷ ଶତ୍ରୁତାକୁ ଡାକିଆଣିପାରନ୍ତି। ବାଣିଜ୍ୟ ଓ ପରିବହନରେ ଆୟ ତୁଳନାରେ ବ୍ୟୟ ବଢ଼ିପାରେ। ସାହାଯ୍ୟ ଓ ସହଯୋଗ କରିବାକୁ କଥା ଦେଇଥିବା ବନ୍ଧୁ ପରକ୍ଷଣରେ ଓଲଟିଯିବେ।
ମୀନମୀନ

ମନ କଥାକୁ ମନ ଭିତରେ ସାଇତି ରଖି କାମ କରିବାକୁ ବାଧ୍ୟ ହୋଇପାରନ୍ତି। ରୋଗପୀଡ଼ାରେ ଉପଶମ ଅନୁଭବ କରିବା ସହ ବନ୍ଧୁବର୍ଗଙ୍କ ସହାନୁଭୂତି ପାଇ ଖୁସିହେବେ। ବୈଷୟିକ ଅଭିବୃଦ୍ଧି ସହ ସାହିତ୍ୟ, ସଙ୍ଗୀତ, କ୍ରୀଡ଼ା କ୍ଷେତ୍ର ସମସ୍ୟାର ସମାଧାନ ହେବ। ବ୍ୟବସାୟ, ଜମିଜମା କ୍ରୟବିକ୍ରୟ ଆଲୋଚନା ଫଳପ୍ରଦ ହୋଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ଅଗଷ୍ଟ ୨୬ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଦଶମ ସ୍ଥାନରେ ରହି ଗଜକେଶରୀ ଯୋଗ ସୃଷ୍ଟି କରୁଥିବାରୁ ଅର୍ଥ, ସମ୍ମାନ ଏବଂ ପ୍ରତିଷ୍ଠା ପ୍ରତ୍ୟେକ ସ୍ତରରେ ରହିବ। ପାରିବାରିକ ଶାନ୍ତି ଏବଂ…

ରାଶିଫଳ: ମଙ୍ଗଳବାର , ଅଗଷ୍ଟ ୨୫ ତାରିଖ – Daily Horoscope

ମେଷ ଆଜି ପାରିବାରିକ କ୍ଷେତ୍ରରେ ସାମାନ୍ୟ କାରଣରୁ ବିତର୍କ ଲାଗି ମାନସିକ ଅବସ୍ଥା ଭଲ ରହିବ ନାହଁ। କର୍ମକ୍ଷେତ୍ରରେ ସମସ୍ୟା ଥିଲେ ମଧ୍ୟ ସମାଧାନର ରାସ୍ତା ଖୋଜିବାରେ…

ରାଶିଫଳ: ସୋମବାର, ଅଗଷ୍ଟ ୨୪ ତାରିଖ – Daily Horoscope

ମେଷ ଆଜିର ପାରିପାର୍ଶ୍ୱିକ ପରିସ୍ଥିତି ଭଲ ରହିବା କାରଣରୁ କାମଗୁଡିକ ସହଜରେ ସମ୍ପନ୍ନ ହୋଇଯିବ। ଆତ୍ମୀୟମାନଙ୍କ ଅନୁରୋଧବଶତଃ ଦୂରଯାତ୍ରା କରିବାକୁ ପଡିପାରେ। ସାମାଜିକ ସ୍ତରରେ ସାହିତ୍ୟ, କଳା,…

ରାଶିଫଳ: ରବିବାର, ଅଗଷ୍ଟ ୨୩ ତାରିଖ – Daily Horoscope

ମେଷ ଆଜିର ଯାତ୍ରା, ବନ୍ଧୁ ସମ୍ପର୍କ, ବାଣିଜ୍ୟ କ୍ଷେତ୍ର ବହୁତ ଭଲ ରହିବ। ଆପଣ ବନ୍ଧୁଙ୍କ ଅନୁରୋଧକୁ ଉପେକ୍ଷା ନ କରି ପଡୋଶୀ ଲୋକଟିକୁ ସାହାଯ୍ୟ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri