Posted inRasifala

ରାଶିଫଳ: ଶନିବାର, ଏପ୍ରିଲ୍‍ ୨୬ ତାରିଖ – Daily Horoscope

ମେଷ
ଆଜି ଚନ୍ଦ୍ର ସହ ମଙ୍ଗଳଙ୍କ ଦୁର୍ବଳଜନିତ ଦୈହିକ ଏବଂ ମାନସିକ ସ୍ବାସ୍ଥ୍ୟ ଭଲ ରହିବ ନାହିଁ। ବନ୍ଧୁଙ୍କ ଆଦର, ସ୍ନେହ ଏବଂ ସଦିଚ୍ଛା ସବୁ ଦୁଃଖକୁ ଭୁଲାଇଦେବ। ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିବା ସାଙ୍ଗକୁ ଆର୍ଥିକ ସ୍ବଚ୍ଛଳତା ମଧ୍ୟ ଫେରିପାଇବେ। ଅଧ୍ୟାପନା, କ୍ରୀଡ଼ା, ସାହିତ୍ୟ, ସଙ୍ଗୀତ ତଥା ପ୍ରତିଯୋଗିତାରୁ ପ୍ରଶଂସା ମିଳିବ।
ବୃଷ
ବୃଷ
ଉଚ୍ଚସ୍ଥ ଶୁକ୍ରଙ୍କ ସ୍ଥିତି ଅନୁଯାୟୀ ଶାରୀରିକ ସୁସ୍ଥତା ରହିଲେ ମଧ୍ୟ କର୍ମଜଞ୍ଜାଳ ଜନିତ ବ୍ୟସ୍ତତା ମଧ୍ୟରେ ଗତିକରିବେ। ତଥାପି ସଭାସମିତି, ସାହିତ୍ୟ, ସଙ୍ଗୀତାଦି କ୍ଷେତ୍ରରୁ ସୁଫଳ ମିଳିବ। ପାରିବାରିକ ଜୀବନ ସମସ୍ୟାବହୁଳ ହୋଇପାରେ। ବ୍ୟବସାୟିକ ସ୍ଥିତି ବହୁତ ଭଲ ରହିବ ଏବଂ ନୂତନ ବନ୍ଧୁ ସମ୍ପର୍କ ସ୍ଥାପିତ ହୋଇପାରେ।
ମିଥୁନ
ମିଥୁନ
ଧନାଧିପ କର୍ମସ୍ଥ ଯୋଗୁ ଆର୍ଥିକ, ସାମାଜିକସ୍ଥିତି ମନ୍ଦ ହେବନାହିଁ। ମଧୁର ବ୍ୟବହାର, ସୌଜନ୍ୟ ଓ ସୌହାର୍ଦ୍ଦ୍ୟତା ଦ୍ୱାରା ବ୍ୟକ୍ତିତ୍ୱର ପରିପ୍ରକାଶ ଘଟିବ। ବଳକା କାମକୁ ଶୀଘ୍ର ଶେଷ କରିବାକୁ ବ୍ୟସ୍ତ ହେବେ। ପାରିବାରିକ ସ୍ତରରେ କିମ୍ବା ଶତ୍ରୁତା କ୍ରମରେ କେତେକ ସାଧାରଣ ଘଟଣାକୁ କେନ୍ଦ୍ରକରି ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ।
କର୍କଟ
କର୍କଟ
ଭାଗ୍ୟସ୍ଥାନରେ ଏକାଧିକଗ୍ରହ ଯୋଗ ପ୍ରଭାବରୁ ଉନ୍ନତ ଚିନ୍ତା, ସୁପରିକଳ୍ପିତ ଯୋଜନା ଏବଂ ପ୍ରତିବନ୍ଧକ ବିହୀନ କାର୍ଯ୍ୟରୁ ଖୁସି ରହିବେ। ବାଣିଜ୍ୟ, ଯୋଗାଯୋଗ ଏବଂ ପରିବହନରେ ସଫଳତା ହାସଲ କରିବେ। ଆକର୍ଷଣୀୟ ଭାବମୂର୍ତ୍ତି ପଦସ୍ଥ ବ୍ୟକ୍ତିବିଶେଷ ଓ ବୁଦ୍ଧିଜୀବୀଙ୍କ ଦ୍ୱାରା ଆଦୃତି ଲାଭ କରିବ। ଶନିଙ୍କ ସୁପ୍ରଭାବରୁ ବିବାଦରେ ବିଜୟୀ ହେବେ।
ସି˚ହ
ସି˚ହ
ରାଶ୍ୟାଧିପଙ୍କ ଉଚ୍ଚସ୍ଥାନାଧିରୂଢ ଯୋଗୁ ବିଶିଷ୍ଟ ବ୍ୟକ୍ତିଙ୍କ ଗହଣରେ ପ୍ରଶଂସିତ ହେବେ। ମୁଖଭାବସ୍ଥ କେତୁଙ୍କ ଯୋଗୁ ଗୁରୁତ୍ୱପୂର୍ଣ୍ଣ ଆଲୋଚନାରେ ଭାଗ ନ ନେଇ ନୀରବଦ୍ରଷ୍ଟା ସାଜିପାରନ୍ତି। ଅତୀତର କେତେକ ଅଶାନ୍ତ ଭାବନା ମନକୁ ଆନ୍ଦୋଳିତ କରିବ। ଶତ୍ରୁତା କରୁଥିବା ବ୍ୟକ୍ତିମାନେ ମୁହଁରେ ସମ୍ମାନ ଦେବାର ଅଭିନୟ କରିପାରନ୍ତି।
କନ୍ୟା
ଏକାଧିକଗ୍ରହ ସପ୍ତମଭାବସ୍ଥ ଯୋଗୁ ବିବାଦୀୟ ଘଟଣାରୁ ନିଜକୁ ଦୂରେଇ ରଖିବା ଭଲ। କର୍ମକ୍ଷେତ୍ରରେ ସାଧାରଣ କଥାକୁ ଜଟିଳ ଆକାରରେ ଗ୍ରହଣ କରି ଦ୍ୱନ୍ଦ୍ୱରେ ପଡ଼ିପାରନ୍ତି। ପାରିବାରିକ ସ୍ଥିତି ଗୁରୁତର ଆକାର ଧାରଣ କରିବ ନାହିଁ ା ବୃତ୍ତି, ବାଣିଜ୍ୟ, ଯୋଗାଯୋଗ, କର୍ମାରମ୍ଭ ସାଙ୍ଗକୁ ମନପୂତ କାମ ହାସଲ କରିବେ।
ତୁଳା
ତୁଳା
ଷଷ୍ଠାଧିପ ଅଷ୍ଟମସ୍ଥ ଯୋଗୁ ରୋଗର ପ୍ରାଦୁର୍ଭାବ ଆଜି ଦେଖିବାକୁ ମିଳିବ। କିଛି ଦେବା ପାଇଁ ପ୍ରତିଶ୍ରୁତି ଦେଇଥିବା ବନ୍ଧୁଟି ଠିକଣା ସମୟରେ ବିଭିନ୍ନ ଆଳ ଦେଖାଇ ଦୂରେଇ ରହିବ। ଅନ୍ୟଦ୍ୱାରା ପ୍ରଭାବିତ ହୋଇ ଉପରିସ୍ଥ ଅଫିସର ଭୁଲ୍‍ ବୁଝିପାରନ୍ତି। ଆନୁଷ୍ଠାନିକ କାମ, ସଭାସମିତି, ପ୍ରବଚନ କାର୍ଯ୍ୟକ୍ରମ, ସତ୍‍ସଙ୍ଗରୁ ପ୍ରଶଂସିତ ହେବେ।
ବିଛା
ବିଛା
ଭାଗ୍ୟସ୍ଥାନରେ ରାଶ୍ୟାଧିପ ଥିବାରୁ ଅସଜଡ଼ା କାମକୁ ସଜାଡ଼ି ନେବେ। କିନ୍ତୁ ପରିବାରର ବ୍ୟତିକ୍ରମକୁ ସୁଧାରି ନେବାରେ ସଫଳ ହେବା ଦୁରୂହ ହୋଇପଡ଼ିବ। ପୂର୍ବରୁ ଲାଗି ରହିଥିବା ସ୍ବାସ୍ଥ୍ୟ ସମସ୍ୟା ମନକୁ ଭାରାକ୍ରାନ୍ତ କରିପାରେ। ପୁରୁଣା ଦିନର କଥାକୁ ନେଇ ମନରେ ଭାବାନ୍ତର ସୃଷ୍ଟି ହେବାର ସୂଚନା ରହିଛି।
ଧନୁ
ଧନୁ
ପ୍ରିୟଜନଙ୍କ ଗହଣରେ ହସଖୁସିରେ ସମୟ ବିତାଇବେ। ମୂଳା ନକ୍ଷତ୍ର ପାଇଁ କର୍ମକ୍ଷେତ୍ର୍ରରେ ବିଶୃଙ୍ଖଳିତ ବିଚାରଧାରା ବିଷମ ପରିସ୍ଥିତି ସୃଷ୍ଟି କରିପାରେ। ସନ୍ଦେହ ଓ ଭୁଲ୍‍ ବୁଝାମଣାରୁ ପାରିବାରିକ କ୍ଷେତ୍ର ଶୃଙ୍ଖଳିତ ରହିବ ନାହିଁ। କିନ୍ତୁ ଆଧ୍ୟାମତ୍ିକତା, ସାହିତ୍ୟ, କଳା ଓ ରଚନାତ୍ମକ କାମରେ ଉଚ୍ଚ ପ୍ରଶଂସା ପାଇବେ।
ମକର
ମକର
ଆଜିର ଗ୍ରହଯୋଗ ପ୍ରଭାବରୁ ପ୍ରତ୍ୟୁଷ ଯାତ୍ରା, କର୍ମାରମ୍ଭ, ଶିକ୍ଷା, ପରୀକ୍ଷା, ବନ୍ଧୁ ସମ୍ପର୍କ କ୍ଷେତ୍ର ବହୁତ ଭଲ ରହିବ। ପ୍ରତ୍ୟେକ କ୍ଷେତ୍ରରେ ଆଶାବାଦୀ ହେବେ ଏବଂ ଆନୁଷଙ୍ଗିକ ସୁବିଧାସୁଯୋଗ ମଧ୍ୟ ପାଇପାରିବେ। ସହକର୍ମୀଙ୍କ ସହ ସମ୍ପର୍କ ହାନି ଦୁଶ୍ଚିନ୍ତାର କାରଣ ହେବ। ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହୋଇପାରନ୍ତି।
କୁମ୍ଭ
କୁମ୍ଭ
ଚତୁର୍ଥକେନ୍ଦ୍ରସ୍ଥ ଗୁରୁଙ୍କ ପ୍ରଭାବରେ ପାରିବାରିକ ଓ କର୍ମକ୍ଷେତ୍ର ପ୍ରୀତିପ୍ରଦ ରହିବ। ଦୀର୍ଘ ଦିନରୁ ଚିନ୍ତା କରୁଥିବା ଯାନବାହନ, ଯାନ୍ତ୍ରିକ ଜିନିଷ କିମ୍ବା ଧାତୁ ଅଳଙ୍କାରାଦି କ୍ରୟର ସୁଯୋଗ ଜୁଟିବ। ଶିଳ୍ପ, ବାଣିଜ୍ୟରେ ଉନ୍ନତି ପରିଲକ୍ଷିତ ହେବ। ପକ୍ଷପାତିତାକୁ ଆଧାର କରି କିମ୍ବା ସାଧାରଣ କଥାକୁ କେନ୍ଦ୍ରକରି ପରିବାରରେ ଝଡ଼ ଉଠିପାରେ।
ମୀନମୀନ

ଆଜି ରାଜଯୋଗଜନିତ ଅର୍ଥ, ସମ୍ମାନ ଲାଭପୂର୍ବକ ସମାଜରେ ଆଦରଣୀୟ ରହିବେ ା ଆପଣଙ୍କ ବାସ୍ତବବାଦୀ ଚିନ୍ତାଧାରା ଓ ରୋକ୍‍ଠୋକ୍‍ କଥାକୁ ବିଜ୍ଞ ବ୍ୟକ୍ତି ସମର୍ଥନ କରିପାରନ୍ତି ା ଅନ୍ୟ ଦ୍ୱାରା ପ୍ରଭାବିତ ହୋଇ କୌଣସି ମିଥ୍ୟାବାଦିନୀ ଦୋଷାରୋପ ଲଗାଇପାରନ୍ତି ା ଆଲୋଚନା ତଥା ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର କରିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ଅକ୍ଟୋବର ୭ ତାରିଖ – Daily Horoscope

ମେଷ ଆଜିର ପାପଗ୍ରହ ମଧ୍ୟସ୍ଥ ଚନ୍ଦ୍ରଙ୍କ ଯୋଗୁ ମାନସିକ ଅସ୍ଥିରତା ଭିତରେ ଦିନଟି କଟିବ। ଶିଳ୍ପ, ବାଣିଜ୍ୟ, ପରିବହନ ଏବଂ ଆନୁଷ୍ଠାନିକ କ୍ଷେତ୍ରରେ ଆଶାଜନକ ଫଳ ପ୍ରାପ୍ତି…

ରାଶିଫଳ: ମଙ୍ଗଳବାର , ଅକ୍ଟୋବର ୬ ତାରିଖ – Daily Horoscope

ମେଷ ଚତୁର୍ଥକେନ୍ଦ୍ରରେ ଶୁଭଗ୍ରହଙ୍କ ସମାବେଶ ପାରିବାରିକ, ସାମାଜିକ ଏବଂ କର୍ମକ୍ଷେତ୍ରକୁ ଋଦ୍ଧିମନ୍ତ କରିବ। ଭିତିରିଆ ଉଦ୍ଦେଶ୍ୟ ସାଧନ ପରିପ୍ରେକ୍ଷୀରେ ବନ୍ଧୁ ସାହାଯ୍ୟର ହାତ ବଢ଼ାଇବେ। ମନ ବୁଝିଲା…

ରାଶିଫଳ: ସୋମବାର, ଅକ୍ଟୋବର ୫ ତାରିଖ – Daily Horoscope

ମେଷ ଆଜି ଯେକୌଣସି କ୍ଷେତ୍ରରେ ମଧ୍ୟ ଛୋଟ ଘଟଣା ପ୍ରତି ଗୁରୁତ୍ୱ ଦେଲେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହେବ। ସାମାଜିକ ଜୀବନରେ ପାରିପାର୍ଶ୍ୱିକ ପରିସ୍ଥିତି କେତେକାଂଶରେ ଭଲ…

ରାଶିଫଳ: ରବିବାର, ଅକ୍ଟୋବର ୪ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ରାହୁଙ୍କ ଦ୍ୱାରା କବଳିତ ହୋଇ ପାରିବାରିକ ଜୀବନରେ କୌଣସି ବ୍ୟତିକ୍ରମ ସୃଷ୍ଟି କରିପାରନ୍ତି। ଭୁଲ୍‌ ନିଷ୍ପତ୍ତିଜନିତ ସମସ୍ୟା ସୃଷ୍ଟି ସାମାଜିକ ଜୀବନକୁ ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?