Posted inRasifala

ରାଶିଫଳ: ଶୁକ୍ରବାର , ଜାନୁୟାରୀ ୭ ତାରିଖ – Daily Horoscope

ମେଷ
ଆଜି ବିଭିନ୍ନ ସମସ୍ୟା ମଧ୍ୟରେ ରହିବେ। ପ୍ରଶାସନିକ କ୍ଷେତ୍ରରେ ସ୍ଥିରତା, ପ୍ରେସ୍‌, ପବ୍ଳିକେଶନରେ ସମସ୍ୟା ସମାଧାନକରି ଆମତ୍ତୃପ୍ତି ଲାଭ କରିବେ। ପାରିବାରିକ କ୍ଷେତ୍ରରେ ପ୍ରତିବନ୍ଧକ ଓ କୈାଣସି ବିବାଦୀୟ ପରିବେଶ ସୃଷ୍ଟି କରିପାରେ। ପରୋକ୍ଷ ଶତ୍ରୁତା, ବାଣିଜ୍ୟରେ କ୍ଷତି, ଜମିଜମା କାରବାରରେ ଦ୍ୱନ୍ଦ ଅସ୍ଥିରତାର ମୁଖ୍ୟ କାରଣ ପାଲଟି ଯିବ।
ବୃଷ
ବୃଷ
ମନ ଭାରାକ୍ରାନ୍ତ ରହିଲେ ମଧ୍ୟ କର୍ମକ୍ଷେତ୍ର ଆଦୌ ପ୍ରଭାବିତ ହେବ ନାହିଁ। ଆନୁଷ୍ଠାନିକ ଓ ନିର୍ମାଣ କ୍ଷେତ୍ରରେ ଆଶାନୁରୂପ ଫଳ ମିଳିବ। ପ୍ରିୟଜନଙ୍କ ମିଥ୍ୟାଭିଯୋଗ ଓ ଆତ୍ମୀୟଙ୍କ ପରୋକ୍ଷ ଶତ୍ରୁତାରେ ପୀଡିତ ହେବାକୁ ପଡିପାରେ। ବକ୍ତତ୍ୃତା, ଗବେଷଣା, ରଚନାମତ୍କ କାମ,ସାହିତ୍ୟ ଓ ସାମ୍ବାଦିକତାରୁପ୍ରଶଂସିତ ହେବେ।
ମିଥୁନ
ମିଥୁନ
ସ୍ବାସ୍ଥ୍ୟ ସମସ୍ୟା ଅପରିବର୍ତ୍ତିତ ରହିବାରୁ ସାମୟିକ ଆଶ୍ୱସ୍ଥି ଅନୁଭବ କରିବେ। ପରିଜନଙ୍କ ଦ୍ୱାରା ନିମନ୍ତ୍ରିତ ହୋଇ ଦର୍ଶନୀୟ ସ୍ଥାନ ପରିଭ୍ରମଣ କରିପାରନ୍ତି। ଯାନ ବାହାନ, ଯାନ୍ତ୍ରିକ ଜିନିଷ, ଧାତୁ ଅଳଙ୍କାର, ବସ୍ତ୍ରଭୂଷଣାଦି ଖରିଦ କରିବା ପାଇଁ ମନ ବଳାଇବେ। କ୍ରୀଡା, ସଙ୍ଗୀତ, ଚଳଚ୍ଚିତ୍ର କ୍ଷେତ୍ରରେ ସଫଳତା ସଙ୍ଗକୁ ସୁନାମ ଅର୍ଜନ କରିବେ।
କର୍କଟ
କର୍କଟ
ମାନସିକ ଚାପଗ୍ରସ୍ଥ ହେତୁ କୈାଣସି କାର୍ଯ୍ୟ ଶୃଙ୍ଖଳିତ ହେବନାହିଁ। ପ୍ରତ୍ୟେକ କ୍ଷେତ୍ରରେ ଆନୁସଙ୍ଗତ୍କ ସାହାଯ୍ୟ ଓ ସହଯୋଗ ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ ସମର୍ଥ ହେବ। ବ୍ୟବସାୟକୁ ସଙ୍କୁଚିତ କରିନେବାର ଯୋଜନା କରିବାକୁ ମନ ବଳାଇ ପାରନ୍ତି। ନିଜର ଅଭିଳାଷ ପୂରଣ ଦିଗରେ ଯୋଜନା ପ୍ରସ୍ତୁତ କରିବାକୁ ମନସ୍ଥକରିବେ।
ସି˚ହ
ସି˚ହ
କର୍ମକ୍ଷେତ୍ରର ପ୍ରତ୍ୟେକ ଅସଂଗତି ଦୂର କରିବାରେ ସମର୍ଥ ହେବେ। ଶିଳ୍ପ, ବାଣିଜ୍ୟ, ଶେୟାର ବଜାର, ନିର୍ମାଣ, ପରିବହନ ଓ ମାଲି ମକଦ୍ଦମା କ୍ଷେତ୍ରରେ ବ୍ୟସ୍ତ ରହିବେ। ପରିବାରର ବ୍ୟୟ ବୃଦ୍ଧି ସଙ୍ଗକୁ ପିଲାଙ୍କ ବୈବାହିକ ସମସ୍ୟା ଦୁଃଶ୍ଚିନ୍ତାର କାରଣ ହୋଇପାରେ। ମଘା ନକ୍ଷତ୍ର ସହକର୍ମୀଙ୍କ ଦୈାରାମତ୍‌ୟରୁ ଅତିଷ୍ଠ ହେବେ।
କନ୍ୟା
ବିଦେଶ ଯାତ୍ରାର ସୁଯୋଗ ଲାଭ କରିପାରନ୍ତି। ପାରବାରିିକ କ୍ଷେତ୍ର, ପ୍ରଶାସନିକ ସେବା, ଆଇନ ଅଦାଲତ, ସଂଗଠନ ଓ ପ୍ରକାଶନ, ଏଜେନ୍ସିିପ୍‌ରେ ସଫଳତା ହାସଲ କରିବେ। ନୂତନ ପ୍ରକଳ୍ପ, ଅର୍ଥନୈତିକ ସଂସ୍କାର, କୁଟନୀତି, ଚୁକ୍ତିପତ୍ର, ସଭାସମିତି,ସାହିତ୍ୟ, କଳା, କ୍ଷେତ୍ରରୁ ପ୍ରଶଂସିତ ହେବେ। ଅପ୍ରିୟସତ୍ୟ କହି ଅପଦସ୍ତ ହେବେ।
ତୁଳା
ତୁଳା
ଶାରୀରିକ ଅସୁସ୍ଥତା କାରଣରୁ ଅନ୍ୟ ଉପରେ ନିର୍ଭର କରିବାକୁ ପଡିପାରେ। ନୂତନ ଯାନ୍ତ୍ରିକ ଜିନିଷ କ୍ରୟ କରିବେ। ରଚନାମତ୍କ କାର୍ଯ୍ୟ, ସଭାସମିତି, ଆନୁଷ୍ଠାନିକ କାମ, ଶିଳ୍ପ, ବାଣିଜ୍ୟ, ପରିବହନ, କ୍ଷେତ୍ରରେ ଆଶାନୁଯାୟୀ ଫଳ ପାଇବେ। ଜମିଜମା, ଅର୍ଥ ସମ୍ପର୍କ, ଦୂର ଯାତ୍ରା, କ୍ରୀଡା, ଚଳଚ୍ଚିତ୍ରରେ ପ୍ରଶଂସିତ ହେବେ।
ବିଛା
ବିଛା
ପାରିବାରିକ ସମସ୍ୟାର ସମାଧାନ ଆଶା ମଉଳି ଯାଇପାରେ। ଜ୍ୟେଷ୍ଠା ନକ୍ଷତ୍ରର କ୍ରୀଡା, ଚଳଚିତ୍ର, କଳା ସାହିତ୍ୟରେ ସମସ୍ୟା ସମାଧାନ ହୋଇଯିବ। ମାଲିମକଦ୍ଦମା, ଗୃହସୀମା, ପ୍ଲଟିଙ୍ଗ୍‌ କାରବାର, ପ୍ରତିଯୋଗୀତା କ୍ଷେତ୍ରରେ ଆଗ ଧାଡିରେ ରହିବେ। ଅଭାବ ନ ଥିଲେ ମଧ୍ୟ କୈାଣସି କାମ ନହେବାରୁ ଅଶାନ୍ତ ରହିପାରନ୍ତି।
ଧନୁ
ଧନୁ
ଦିନଟିରେ ଅର୍ଥନୈତିକ, ସାମାଜିକ, ରାଜନୈତିକ ଓ ସାଂଗଠନିକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୁମିକା ଗ୍ରହଣ କରପାରନ୍ତି। ବ୍ୟବହାରିକ ପରିବର୍ତ୍ତନ ହେତୁ ପାରିବାରିକ କ୍ଷେତ୍ରରେ, ସ୍ନେହ, ସମ୍ପର୍କର ବନ୍ଧନ ଶିଥିଳ ହୋଇଯାଇପାରେ। କଚେରୀ ମାମଲା, କଳା, ସାହିତ୍ୟ, ସଙ୍ଗୀତ ଆସର, ଭ୍ରମଣ, ପ୍ରଭୃତିର ସୁଯୋଗ ପାଇବେ।
ମକର
ମକର
ଆଜି ନୂତନ ଯୋଜନା, ରାଜନୀତି, ସଭା ସମିତି, ନିର୍ମାଣ ଓ ପରିବହନ କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି କରିବେ। ବ୍ୟବସାୟ କ୍ଷେତ୍ର, ଦୂରଯାତ୍ରା, ପର୍ଯ୍ୟଟନ, ପରିଭ୍ରମଣ ସକାଶ ଅନୁକୂଳ ବାତାବରଣ ସୃଷ୍ଟି ହେବ। ଅର୍ଥ, ସମ୍ମାନ, ପ୍ରତିଷ୍ଠା ସଙ୍ଗକୁ ବନ୍ଧୁଙ୍କ ଶୁଭ କାମନରେ ମନ ପ୍ରଫୁଲ୍ଲ୍‌ିତ ରହିବ। ଜମିଜମା କ୍ରୟ ବିକ୍ରୟରେ ସମସ୍ୟା ସୃଷ୍ଟି ହୋଇପାରେ।
କୁମ୍ଭ
କୁମ୍ଭ
ଦୃଢ ମନୋବଳ ହେତୁ ବିବାଦୀୟ ଘଟଣାର ଫାଇସଲା, ନୂତନ ଗୃହ, ଜମିଜମା କ୍ରୟ ବିକ୍ରୟରେ ସଫଳତା ପାଇବେ। ସରକାରୀ ସ୍ତରରେ ଅଟକି ରହିଥିବା କାମ. ଉଚ୍ଚଶିକ୍ଷା, ପରୀକ୍ଷା, ଗବେଷଣା, ଅନୁସନ୍ଧାନରେ ଅଗ୍ରଗତି ଘଟିବ। ପରିବାର କିମ୍ବା ଆତ୍ମୀୟ ମାନଙ୍କ ବେଖାତିର ମନୋଭାବ ପରିସ୍ଥିତିକୁ ଜଟିଳ କରିଦେଇପାରେ।
ମୀନମୀନ
ଶାରୀରିକ ସୁସ୍ଥତା ସହ ଜନକଲ୍ୟାଣ କାର୍ଯ୍ୟରେ ନିଜକୁ ନିୟୋଜିତ କରାଇ ପ୍ରଶଂସାର ପାତ୍ର ହୋଇପାରନ୍ତି। ପରିବାରରେ ଆକସ୍ମିକ ଖର୍ଚ୍ଚଭାର ବୃଦ୍ଧି ପାଇବା ଯୋଗୁଁ ଦୁଃଶ୍ଚିନ୍ତାଗ୍ରସ୍ଥ ହେବେ। ବୈବାହିକ କର୍ମ ସକାଶେ ନୂତନ ବନ୍ଧୁ ସମ୍ପର୍କ ସ୍ଥାପନ କରିବାରେ ସମର୍ଥ ହେବେ। ନିର୍ମାଣ, ପରିବହନ, ଶିଳ୍ପ, ବାଣିଜ୍ୟ କ୍ଷେତ୍ରରେ ଉଚ୍ଚ ଫଳ ଲାଭ କରପାରନ୍ତି ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ଅଗଷ୍ଟ ୩୦ ତାରିଖ – Daily Horoscope

ମେଷ ଶନିଚନ୍ଦ୍ରଙ୍କ ଯୋଗ ଗୁରୁଙ୍କ ଦୃଷ୍ଟିରୁ ଦୃଢ଼ ମନୋବଳ ନେଇ କର୍ମକ୍ଷେତ୍ରରେ ଅଗ୍ରସର ହେବେ। ଦୀର୍ଘ ଦିନରୁ ରହିଥିବା ମନୋମାଳିନ୍ୟକୁ ଦୂରେଇ ନେବା ପାଇଁ ପ୍ରଯନତ୍ କରିବେ।…

ରାଶିଫଳ: ଶନିବାର , ଅଗଷ୍ଟ ୨୯ ତାରିଖ – Daily Horoscope

ମେଷ ଆଜିର ପ୍ରତ୍ୟୁଷ ଯାତ୍ରାକାଳରେ କୌଣସି ନୂତନ ବନ୍ଧୁଙ୍କ ସହ ବନ୍ଧୁତା ସୃଷ୍ଟିହେବ। ପରିବାରର ଖର୍ଚ୍ଚଭାର କ୍ରମଶଃ ବୃଦ୍ଧି ପାଉଥିବା ଯୋଗୁ ଚିନ୍ତା ପ୍ରକଟ କରିପାରନ୍ତି। ନିଜ…

ରାଶିଫଳ: ଶୁକ୍ରବାର, ଅଗଷ୍ଟ ୨୮ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ସମସ୍ୟା ଆସିଲେ ମଧ୍ୟ ଅସୁବିଧା ହେବନାହିଁ। ବହୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇପାରନ୍ତି। ଗୃହସୀମା କିମ୍ବା ଘରଭଡାକୁ କେନ୍ଦ୍ର କରି ବିତର୍କର ସମ୍ମୁଖୀନ…

ରାଶିଫଳ: ଗୁରୁବାର, ଅଗଷ୍ଟ ୨୭ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଧନିଷ୍ଠା ନକ୍ଷତ୍ରରେ ରହି ନୂତନ କର୍ମାରମ୍ଭ ସକାଶେ ମନ ବଳାଇବେ। ସକାଳୁ ସକାଳୁ ପ୍ରୀତିପ୍ରଦ ଯାତ୍ରା କରିବାର ଅପୂର୍ବ ସୁଯୋଗ ଲାଭ କରିପାରନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri