Posted inRasifala

ରାଶିଫଳ: ଶୁକ୍ରବାର , ଏପ୍ରିଲ୍‍ ୧୧ ତାରିଖ – Daily Horoscope

ମେଷ
ଆଜି ଷଷ୍ଠ ସ୍ଥାନରେ ଚନ୍ଦ୍ର ପାପଗ୍ରହ କେତୁ ଯୁକ୍ତ ହେତୁ ବିଭିନ୍ନ କାରଣକୁ କେନ୍ଦ୍ରକରି ମାନସିକ ସ୍ଥିତି ଭଲ ରହିବ ନାହିଁ। ପାରିବାରିକ କ୍ଷେତ୍ରରେ ବ୍ୟତିକ୍ରମ ସୃଷ୍ଟି ଆଶଙ୍କା ରହିଛି। ପ୍ରିୟବନ୍ଧୁଙ୍କ ଆଗମନର ସୂଚନା ପାଇବା ସାଙ୍ଗକୁ ନୂତନ ସ୍ଥାନକୁ ବୁଲିଯିବାର ସୁଯୋଗ ମିଳିପାରେ। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଆଶଙ୍କା କରୁଥିବା ଘଟଣା ସେମିତି କିଛି ହେବ ନାହିଁ।
ବୃଷ
ବୃଷ
ଗୁରୁ ଦ୍ୱିତୀୟସ୍ଥ ଯୋଗୁ ପ୍ରାପ୍ୟ ଅର୍ଥ କୈାଣସି ବିଶିଷ୍ଟ ବ୍ୟକ୍ତିଙ୍କ ସହାୟତାରେ ପ୍ରାପ୍ତ ହେବାର ସୂଚନା ରହିଛି। ସପ୍ତମସ୍ଥାନ ଗ୍ରହଶୂନ୍ୟ କାରଣରୁ ପ୍ରତିଦ୍ୱନ୍ଦ୍ୱିତାରେ ବିଜୟଲାଭ କରିବେ। ବନ୍ଧୁଙ୍କ ନିମନ୍ତ୍ରଣ ରକ୍ଷାକରି ଯାତ୍ରା କରିବାକୁ ବାଧ୍ୟ ହୋଇପାରନ୍ତି। ଅବଶ୍ୟ ପିଲାଙ୍କ କୌଣସି ସମସ୍ୟାକୁ କେନ୍ଦ୍ରକରି ମାନସିକ ସ୍ଥିତି ଭଲ ରହି ନ ପାରେ।
ମିଥୁନ
ମିଥୁନ
ରାଶ୍ୟାଧିପ ବୃହସ୍ପତି କ୍ଷେତ୍ରର ପ୍ରଭାବରେ କର୍ମକ୍ଷେତ୍ରରେ ସଫଳତା ଲାଭ କରିପାରିବେ। ପାରିବାରିକ ସହଯୋଗ ଅଭାବରୁ ପ୍ରତିବନ୍ଧକ ଲାଗି ରହିଥିଲେ ମଧ୍ୟ କୈାଣସି କାମ ଅଟକିବ ନାହିଁ। ଧାର, କରଜ କରି ଆବଶ୍ୟକତା ପୂରଣ କରିବାରେ ସମର୍ଥ ହେବେ। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବା ସହ ରୋଗପୀଡା ନିୟନ୍ତ୍ରଣ ମଧ୍ୟରେ ରହିବ।
କର୍କଟ
କର୍କଟ
ବଳହୀନ ମଙ୍ଗଳ ରାଶିରେ ଥିବାରୁ ସନ୍ତାନଙ୍କ କାର୍ଯ୍ୟକଳାପରେ ଅସନ୍ତୁଷ୍ଟ ରହିପାରନ୍ତି। କର୍ମକ୍ଷେତ୍ରରେ ସମସ୍ୟା ଲାଗିରହୁଥିବାରୁ ନିରାଶ ହେବାକୁ ପଡିପାରେ। ଅବଶ୍ୟ ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣ ମଧ୍ୟରେ ରହିଥିବାରୁ ସାମୟିକ ଆଶ୍ୱସ୍ତି ଲାଭ କରିବେ। ନିଜ ଲୋକମାନଙ୍କ ଅନାଦର ଓ ଖାପଛଡା ମନୋଭାବରୁ ସାମୟିକ ଦୁଃଖୀ ହୋଇପାରନ୍ତି।
ସି˚ହ
ସି˚ହ
ଉଚ୍ଚାରୋହୀ ରାଶ୍ୟାଧିପ ରବି ଏକାଧିକ ଗ୍ରହଙ୍କ ମଧ୍ୟରେ ଦୁଃସ୍ଥାନସ୍ଥ ଯୋଗୁ କୌଣସି କାର୍ଯ୍ୟ ସୁବିଧାରେ ହୋଇ ନ ପାରେ। ବିଭିନ୍ନ ଦିଗରୁ ସହଯୋଗ ଲାଭକରି ଉପକୃତ ହୋଇପାରନ୍ତି। ଚନ୍ଦ୍ରଙ୍କ ଅଶୁଭତ୍ୱ କାରଣରୁ ସାମୟିକ ମନରେ ଅଶାନ୍ତି ସୃଷ୍ଟି ହେଲେ ମଧ୍ୟ ନିଜକୁ ନିୟନ୍ତ୍ରଣ ମଧ୍ୟରେ ରଖିବା ପାଇଁ ସମର୍ଥ ହେବେ।
କନ୍ୟା
ଧନାଧିପ ନିଜଭାବରୁ ଷଷ୍ଠସ୍ଥ ହେତୁ ଅର୍ଥ ପ୍ରାପ୍ତିରେ କୌଣସି ବ୍ୟକ୍ତି ପ୍ରତିରୋଧ କରିବେ। ନିଜ ପରିବାରର ବ୍ୟକ୍ତିଙ୍କ ଅସହଯୋଗ ମନୋଭାବରୁ ବ୍ୟଥିତ ହେବେ। ପରୋକ୍ଷ ଶତ୍ରୁତା କାରଣରୁ କର୍ମକ୍ଷେତ୍ରରେ ସୁଯୋଗ ପାଇଲେ ମଧ୍ୟ ସଦ୍‍ବ୍ୟବହାର କରିବା କଷ୍ଟକର ହେବ। ସାହିତ୍ୟ,କଳା ଓ ରଚନାମତ୍କ କାମରେ ଉଚ୍ଚ ପ୍ରଶଂସା ପାଇବେ।
ତୁଳା
ତୁଳା
ଭାଗ୍ୟାଧିପ ଗ୍ରହଯୁଦ୍ଧରେ ଆକ୍ରାନ୍ତ ଯୋଗୁ ପ୍ରତ୍ୟେକ କ୍ଷେତ୍ରରେ ସମସ୍ୟା ଲାଗି ରହିବ। କିଛି ଅସୁବିଧା ନ ଥିଲେ ମଧ୍ୟ କର୍ମକ୍ଷେତ୍ରରେ ଟେନ୍ସନ ଲାଗିରହିବ। ଶୁଣାକଥାକୁ ବିଶ୍ୱାସ କଲେ ଅସୁବିଧାର ସମ୍ମୁଖୀନ ହେବେ। କଳା, ସାହିତ୍ୟ, ସଙ୍ଗୀତ, ରାଜନୀତି, ସାମ୍ବାଦିକତା, ଆଇନ ଓ ଅଦାଲତ କ୍ଷେତ୍ରରୁ ଶୁଭଫଳ ପାଇବେ।
ବିଛା
ବିଛା
ସପ୍ତମସ୍ଥ ବୃହସ୍ପତି ପାରିବାରିକ ଜୀବନରେ ସମସ୍ୟାଜନିତ ଅଶାନ୍ତି ସୃଷ୍ଟି କରିବ। ସାଧାରଣ କଥାକୁ ନେଇ ଭୁଲ୍‍ ବୁଝାମଣା ହେତୁ ଦୀର୍ଘ ଦିନର ସମ୍ପର୍କରେ ଭଟ୍ଟା ପଡିବ। ଅନୁରାଧା ସକାଶେ ସମୟାନ୍ତରେ ମତାନ୍ତର ବଦଳିପାରେ। ରାଜନୀତି, ଅଧ୍ୟାପନା, ସାହିତ୍ୟ, ସାମ୍ବାଦିକତା, କ୍ରୀଡା ଓ ସଙ୍ଗୀତରେ ସୁନାମ ଅର୍ଜନ କରିବେ।
ଧନୁ
ଧନୁ
ଚତୁର୍ଥଭାବରେ ଏକାଧିକ ଗ୍ରହ ପରିବାର ଓ କର୍ମକ୍ଷେତ୍ର ସକାଶେ ସମସ୍ୟା ସୃଷ୍ଟି କରିବେ। ଅବଶ୍ୟ ଆପଣ ପ୍ରତ୍ୟେକ କ୍ଷେତ୍ରରେ ଭାଙ୍ଗିଯିବେ ପଛକେ ନଇଁବେ ନାହିଁ। ମନ ଭଲ ନ ରହିଲେ ସୁଦ୍ଧା ବନ୍ଧୁଙ୍କ ଅନୁରୋଧ ରକ୍ଷା କରି ତାଙ୍କ ସାଙ୍ଗରେ ଯିବାକୁ ବାଧ୍ୟ ହେବେ। ଗଠନମୂଳକ ପ୍ରସ୍ତାବ ଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହୋଇପାରନ୍ତି।
ମକର
ମକର
ନୀଚ୍ଚାରୋହୀ ରାଶ୍ୟାଧିପ ହେତୁ ଦୈହିକ ଓ ମାନସିକ ସ୍ଥିତି ଭଲ ରହି ନ ପାରେ। ମନ ଚାହୁଁଥିବା ଅନୁସାରେ କୈାଣସି ଜିନିଷ ପାଇବା ଦୁଷ୍କର ହୋଇ ପଡିବ। ବହୁ କଷ୍ଟରେ ସାଇତି ରଖିଥିବା ଟଙ୍କା ଭିନ୍ନ ବାଟରେ ଖର୍ଚ୍ଚ ହୋଇଯିବାର ସୂଚନା ରହିଛି। ଅବଶ୍ୟ ଆନୁଷ୍ଠାନିକ କାମ, ସଭାସମିତି, ସଂଗଠନ, ରାଜନୈତିକ ସ୍ଥିତି ପ୍ରାୟତଃ ଭଲ ରହିବ।
କୁମ୍ଭ
କୁମ୍ଭ
କର୍ମାଧିପତି ଭାଗ୍ୟସ୍ଥାନକୁ ଦେଖୁଥିବାରୁ କୈାଣସି କାମ ଅଟକି ରହିବ ନାହିଁ। କିନ୍ତୁ ଶତଭିଷା ନକ୍ଷତ୍ର ପାଇଁ ସମସ୍ତ ପ୍ରକାରର ସୁବିଧା ଥାଇ ମଧ୍ୟ କାମଟିକୁ ପୂରା କରିବା କଷ୍ଟକର ହୋଇପାରେ। ଯାହାକୁ ନିଜର ବୋଲି ମନେ କରିବେ ସେ ହିଁ ଧୋକା ଦେବାର ବହୁ ସମ୍ଭାବନା ରହିଛି। ବ୍ୟବସାୟ, ଯାତ୍ରା ଓ କର୍ମାରମ୍ଭ କ୍ଷେତ୍ରରେ ପ୍ରତିକୂଳତା ଦୂରେଇଯିବ।
ମୀନମୀନ

ଧନାଧିପତିଙ୍କ ଦୁର୍ବଳତାଜନିତ ଆର୍ଥିକ ଦୁରବସ୍ଥା କାରଣରୁ ମାନସିକ ସ୍ଥିତି ଭଲ ରହିବ ନାହିଁ। ଆନୁଷ୍ଠାନିକ କ୍ଷେତ୍ରରେ ବାଦବିବାଦ କ୍ରମେ ଜଟିଳ ହେବ ଓ ସଫଳତା ହାସଲ କରିବେ। ବ୍ୟବସାୟ ଓ ବାଣିଜ୍ୟ କ୍ଷେତ୍ରରେ ଉଚ୍ଚ ଫଳପ୍ରାପ୍ତି ହୋଇପାରେ। କୈାଶଳ ପ୍ରୟୋଗ କରି ଭାଙ୍ଗି ପଡିଥିବା ସମ୍ପର୍କ ପୁଣି ଯୋଡିବାରେ ସମର୍ଥ ହେବେ ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ:ଶନିବାର , ସେପ୍ଟେମ୍ବର ୧୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ଜନିତ ବନ୍ଧୁ ସମ୍ପର୍କରେ ଉନ୍ନତି ହେବ। ଯାତ୍ରା, ବିବାଦ, ଗୃହାରମ୍ଭ ପାଇଁ ପ୍ରତିକୂଳତା ଆସିଲେ ମଧ୍ୟ କୌଣସି ଅସୁବିଧା ହେବନାହିଁ। ପାରିବାରିକ…

ରାଶିଫଳ: ଶୁକ୍ରବାର , ସେପ୍ଟେମ୍ବର ୧୮ ତାରିଖ – Daily Horoscope

ମେଷ ବୃହସ୍ପତିଙ୍କ ଦୃଷ୍ଟିରେ କର୍ମାଧିପ ଥିବାରୁ ଶୁଭେଚ୍ଛୁଙ୍କ ପରାମର୍ଶରେ ନୂଆ କାମ ସକାଶେ ମନ ବଳାଇବେ। ଦୈହିକ ଦୁର୍ବଳତା ସାଙ୍ଗକୁ ପାରିବାରିକ ଦ୍ୱନ୍ଦ୍ୱଜନିତ ନୈରାଶ୍ୟରୁ ଚିନ୍ତିତ ରହିପାରନ୍ତି।…

ରାଶିଫଳ: ଗୁରୁବାର, ସେପ୍ଟେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି କୃତ୍ତିକା ନକ୍ଷତ୍ର କର୍ମାରମ୍ଭ ସକାଶେ ସାହାଯ୍ୟ, ସହଯୋଗର ଅଭାବ ରହିବ ନାହିଁ। ଆନୁଷ୍ଠାନିକ, ସଭାସମିତି, ଧର୍ମକାର୍ଯ୍ୟ, ବନ୍ଧୁମିଳନ ପାଇଁ ଦିନଟି ଭଲ। ଛୋଟ ଛୋଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?