Posted inRasifala

ରାଶିଫଳ: ଶନିବାର , ଏପ୍ରିଲ୍‍ ୫ ତାରିଖ – Daily Horoscope

ମେଷ
ଦୁଃସ୍ଥାନରେ ଗ୍ରହଯୁଦ୍ଧ ଯୋଗୁ ଯାତ୍ରା, ଅର୍ଥ ସମ୍ପର୍କ, ପାରିବାରିକ ବ୍ୟତିକ୍ରମ ଦେଖାଦେଇପାରେ।ଣାଧିପ ରବି ଅଷ୍ଟମସ୍ଥ ଯୋଗୁ ପଦସ୍ଥ ବ୍ୟକ୍ତିଙ୍କ ସହିତ ଭୁଲ୍‍ ବୁଝାମଣାର ଆଶଙ୍କା ରହିଛି। ଅଟକି ରହିଯାଇଥିବା କାର୍ଯ୍ୟ ତ୍ୱରାନ୍ବିତ ହେବାରେ ଚନ୍ଦ୍ରଙ୍କ ଦୃଷ୍ଟି ସାହାଯ୍ୟ କରିବ। ଆବଶ୍ୟକତା ଅନୁଯାୟୀ ଗୃହକୁ ସୌଖୀନ ପଦାର୍ଥ ଆଣିପାରନ୍ତି।
ବୃଷ
ବୃଷ
ମୁଖଭାବରେ ଚନ୍ଦ୍ର ଥିବାରୁ ହସି ହସି କଥା କହିବେ ଏବଂ କର୍ମାରମ୍ଭ ପାଇଁ ଅନୁକୂଳତା ପ୍ରାପ୍ତ ହେବ। ଘର ତିଆରି, ଯାନ ମରାମତି, ଦୋକାନର ଉନ୍ନତୀକରଣ ଓ ସଭାସମିତି କ୍ଷେତ୍ରରୁ ଉପକୃତ ହେବେ। ମାତ୍ର ପ୍ରତ୍ୟେକ କ୍ଷେତ୍ରରେ ଟେନସନ୍‍ କିଛି ମାତ୍ରାରେ ଲାଗିରହିବ। ନିଜ ସହ ଭଲ ସମ୍ପର୍କ ରଖୁନଥିବା ଲୋକମାନେ ବିରୁଦ୍ଧାଚରଣ କରିପାରନ୍ତି।
ମିଥୁନ
ମିଥୁନ
ବୁଧଙ୍କ ବଳହୀନତା କାରଣରୁ ସତର୍କତା କିମ୍ବା ଅନ୍ୟମନସ୍କତା ହେତୁ ଟଙ୍କା, ପଇସା, ଦରକାରୀ କାଗଜପତ୍ର ହଜାଇ ଦେଇପାରନ୍ତି। ସହକର୍ମୀ, ଭାଇ କିମ୍ବା ପଡ଼ୋଶୀଙ୍କ ସହ ଅଶାନ୍ତ ପରିସ୍ଥିତି ସୃଷ୍ଟି ହୋଇପାରେ। ଆଜି ଯାହା କରିବେ ଅବଶ୍ୟ କ୍ଷତି ହେବନି,ମାତ୍ର ଏକ ସଂଘର୍ଷମୟ ପରିସ୍ଥିତିର ସାମ୍‍ନା କରିବାକୁ ପଡ଼ିବ।
କର୍କଟ
କର୍କଟ
ଆଜି ମାନସିକ ସ୍ଥିତି ଭଲ ନ ଥିଲେ ମଧ୍ୟ କାମରେ ଅବହେଳା କରିବେ ନାହିଁ। ମଙ୍ଗଳଙ୍କ ଦୁର୍ବଳତାରୁ ପ୍ରତ୍ୟେକ କ୍ଷେତ୍ରରେ ପଛେଇ ରହିବେ। ସମ୍ମୁଖରେ ନ କହି ପଛରେ କେହି ସମାଲୋଚନା କରିବେ। ଆର୍ଥିକ ଦିଗଟି ଭଲ ରହିବ ଏବଂ ପଦସ୍ଥ ବ୍ୟକ୍ତିଙ୍କ ଅନୁକମ୍ପା ପାଇବେ। ଶନିଙ୍କ ଦୁଷ୍ପ୍ରଭାବରୁ କଚେରି ମାମଲା ମନ୍ଥର ହୋଇପାରେ ା
ସି˚ହ
ସି˚ହ
କର୍ମସ୍ଥାନରେ ବୃହସ୍ପତି ଆପଣଙ୍କ ଗୃହନିର୍ମାଣ, ଯାନବାହନ, ପାରିବାରିକ ଶାନ୍ତି କ୍ଷେତ୍ରରେ ସହାୟକ ହେବେ। ବୁଧଙ୍କ ପ୍ରଭାବରେ ବନ୍ଧୁ ବିରୋଧୀ ହେବେ ଏବଂ ଅର୍ଥ ସଂକଟ ଲାଗି ରହିପାରେ। ବିଭିନ୍ନ ସମସ୍ୟା ରହିଥିଲେ ମଧ୍ୟ କୌଣସି କାମ ଅଟକିବ ନାହିଁ। ଶିଳ୍ପ, ବାଣିଜ୍ୟରୁ ଭଲ ଲାଭ ପାଇବେ କିନ୍ତୁ ବିବାଦରୁ ଦୂରେଇ ରହିବା ଭଲ ହେବ।
କନ୍ୟା
ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣାଧୀନ ରହିବ କିନ୍ତୁ ବ୍ୟୟଭାର ବୃଦ୍ଧି ପାଇବା ସମ୍ଭାବନା ରହିଛି। ହାତରେ ଧନ ନଥିଲେ ମଧ୍ୟ କୌଣସି ଆବଶ୍ୟକତା ଅପୂରଣୀୟ ରହିବନାହିଁ। ଶତ୍ରୁତା କରୁଥିବା ଲୋକମାନେ ମଧ୍ୟ ମିତ୍ରତା ସାଜିବା ପାଇଁ ଚେଷ୍ଟିତ ହେବେ। ପ୍ରକାଶନ, ପ୍ରଶାସନ, ରଚନାତ୍ମକ କ୍ଷେତ୍ରରେ ଶୁଭଫଳ ପାଇବାର ଆଶା ରହିଛି।
ତୁଳା
ତୁଳା
ଗୁରୁଙ୍କ କୃପାଦୃଷ୍ଟିରୁ ବୈଷୟିକ ଅଭିବୃଦ୍ଧି ସାଙ୍ଗକୁ ସମସ୍ତ କାର୍ଯ୍ୟ ସାଧନ କରିବେ। ଅସୁସ୍ଥତା ଅନୁଭବ କଲେ ମଧ୍ୟ ବିଶେଷ ଅସୁବିଧା ହେବ ନାହିଁ। ସାହିତ୍ୟ, ପ୍ରଶାସନ, ସଭାସମିତି, ସାମ୍ବାଦିକତା ଓ ରାଜନୈତିକ ସ୍ତରରେ ପ୍ରଂଶସିତ ହେବେ। ଚିତ୍ରା ନକ୍ଷତ୍ରର ସବୁ ସୁବିଧା ଥିଲେ ମଧ୍ୟ ଅବହେଳା କାରଣରୁ ସୁଯୋଗ ହରାଇବେ।
ବିଛା
ବିଛା
ଦେହ କିମ୍ବା ମନ କମ୍‍ଜୋର୍‍ ରହିଥିଲେ ମଧ୍ୟ କୌଣସି କ୍ଷେତ୍ରରେ ଫଛକୁ ଫେରିବେ ନାହିଁ। କୌଣସି ଘଟଣା ନ ବୁଝି ପଡ଼ୋଶୀ କ୍ରୋଧ ପ୍ରକାଶ କରିବାର ସୂଚନା ରହିଛି। ବ୍ୟବସାୟ, ବାଣିଜ୍ୟ ଓ ପରିବହନ ପାଇଁ ବିଶେଷ ଅସୁବିଧା ହେବ ନାହିଁ। ପାରିବାରିକ ଜୀବନ ସୁଖ ସନ୍ତୋଷରେ କଟିବ।
ଧନୁ
ଧନୁ
ଚନ୍ଦ୍ରଙ୍କ ଦୃଷ୍ଟିଜନିତ ବିଭିନ୍ନ ସମସ୍ୟା ହେତୁକ ମାନସିକ ସ୍ଥିତି ବିପନ୍ନଜନିତ ଟେନ୍ସନ ଲାଗିରହିବ। ପ୍ରତ୍ୟେକ କ୍ଷେତ୍ରରେ ସଫଳତା ପାଇବେ ଅବଶ୍ୟ ଖର୍ଚ୍ଚର ମାତ୍ରା ବୃଦ୍ଧି ପାଇପାରେ। ଅଧିକାଂଶ ସମୟ କାର୍ଯ୍ୟବ୍ୟସ୍ତତା ହେତୁ ଶାରୀରିକ ସୁସ୍ଥତା ବ୍ୟାହତ ହୋଇପାରେ। ପରିବାରରେ ନିଜର ମନୋଭାବକୁ ହଠାତ୍‍ ପ୍ରକାଶ କରିବା ଠିକ୍‍ ହେବନାହିଁ।
ମକର
ମକର
ଆଜିର ଗ୍ରହସ୍ଥିତି ଭଲ ହେତୁ ଦିନଟି ଭଲରେ ଅତିବାହିତ ହେବ। ଅର୍ଥଲାଭ, କାର୍ଯ୍ୟସିଦ୍ଧି, ପାରିବାରିକ ସୌଖ୍ୟ ଓ ମିତ୍ରମାନଙ୍କ ସମାଗମରୁ ଖୁସି ରହିବେ। କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହେବେ। ବୈବାହିକ ସମ୍ପର୍କ ପରିପ୍ରେକ୍ଷୀରେ ନୂତନ ବନ୍ଧୁସମ୍ପର୍କ ସ୍ଥାପନ ହେବା କାରଣରୁ ଖୁସି ରହିପାରନ୍ତି।
କୁମ୍ଭ
କୁମ୍ଭ
କର୍ମକ୍ଷେତ୍ରରେ ଅଥବା ଯେଉଁଠି ଯାହା କହିବେ ତାହା ଠିକ୍‍ ଭାବେ କାର୍ଯ୍ୟକାରୀ ହେବ। ବିବଦମାନ ସ୍ଥିତିରୁ ସହସା ମୁକ୍ତି ମିଳିବ ଓ ପ୍ରତ୍ୟେକ କ୍ଷେତ୍ରରେ ବିଜୟଲାଭ ଅବଶ୍ୟମ୍ଭାବୀ। ନୂଆ ଯୋଜନା ସକାଶେ ବନ୍ଧୁଙ୍କ ପରାମର୍ଶ ଆବଶ୍ୟକ ମନେ କରିବେ। ନୀଚ ସଂସର୍ଗରୁ ଦୂରେଇ ରୁହନ୍ତୁ ଅନ୍ୟଥା ଅପବାଦର ବୋଝ ମୁଣ୍ଡାଇବାକୁ ପଡ଼ିବ।
ମୀନମୀନ

ମନ ଯେମିତି ଉଚ୍ଚ ଆପଣଙ୍କ ଆଜିର କାମ ମଧ୍ୟ ତଦନୁରୂପ ହେବାରୁ ସବୁଠି ପ୍ରଶଂସାର ପାତ୍ର ହେବେ। ବାଣିଜ୍ୟ, ପରିବହନ କ୍ଷେତ୍ରରେ ସ୍ଥିରତା ଫେରିପାଇବେ। ରାଜନୀତି ଓ ସାଂଗଠନିକ ସ୍ତରରେ ଉଚ୍ଚକର୍ତ୍ତୃପକ୍ଷଙ୍କ ଚାପର ସମ୍ମୁଖୀନ ହେବେ। ସଭାସମିତିରେ ସଫଳତା ହାସଲ କରିବେ କିନ୍ତୁ ଅପ୍ରିୟ ସତ୍ୟ ଭାଷଣରୁ ନିବୃତ୍ତ ରହିବା ଭଲ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ:ଶନିବାର , ସେପ୍ଟେମ୍ବର ୧୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ଜନିତ ବନ୍ଧୁ ସମ୍ପର୍କରେ ଉନ୍ନତି ହେବ। ଯାତ୍ରା, ବିବାଦ, ଗୃହାରମ୍ଭ ପାଇଁ ପ୍ରତିକୂଳତା ଆସିଲେ ମଧ୍ୟ କୌଣସି ଅସୁବିଧା ହେବନାହିଁ। ପାରିବାରିକ…

ରାଶିଫଳ: ଶୁକ୍ରବାର , ସେପ୍ଟେମ୍ବର ୧୮ ତାରିଖ – Daily Horoscope

ମେଷ ବୃହସ୍ପତିଙ୍କ ଦୃଷ୍ଟିରେ କର୍ମାଧିପ ଥିବାରୁ ଶୁଭେଚ୍ଛୁଙ୍କ ପରାମର୍ଶରେ ନୂଆ କାମ ସକାଶେ ମନ ବଳାଇବେ। ଦୈହିକ ଦୁର୍ବଳତା ସାଙ୍ଗକୁ ପାରିବାରିକ ଦ୍ୱନ୍ଦ୍ୱଜନିତ ନୈରାଶ୍ୟରୁ ଚିନ୍ତିତ ରହିପାରନ୍ତି।…

ରାଶିଫଳ: ଗୁରୁବାର, ସେପ୍ଟେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି କୃତ୍ତିକା ନକ୍ଷତ୍ର କର୍ମାରମ୍ଭ ସକାଶେ ସାହାଯ୍ୟ, ସହଯୋଗର ଅଭାବ ରହିବ ନାହିଁ। ଆନୁଷ୍ଠାନିକ, ସଭାସମିତି, ଧର୍ମକାର୍ଯ୍ୟ, ବନ୍ଧୁମିଳନ ପାଇଁ ଦିନଟି ଭଲ। ଛୋଟ ଛୋଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?