Posted inRasifala

ରାଶିଫଳ: ମଙ୍ଗଳବାର, ଏପ୍ରିଲ୍‍ ୧ ତାରିଖ – Daily Horoscope

ମେଷ
ଆଜି ଶ୍ରୀଚନ୍ଦ୍ର ଯୋଗୁ ମାନସିକ ଅସ୍ଥିରତା ହେତୁ ଦୂରଯାତ୍ରା କିମ୍ବା ବିବାଦରେ ପଶିବା ଠିକ୍‍ ହେବ ନାହିଁ। ପରିବାରକୁ ସୁଧାରିବା ସକାଶେ ପ୍ରିୟ କଥା କହି ସମସ୍ୟା ସୁଧାରି ନେବେ। ବନ୍ଧୁ ଦେଇଥିବା ପ୍ରତିଶ୍ରୁତିରେ ଖିଲାପ କରିପାରନ୍ତି, ଯାହା କି ଦୁଶ୍ଚିନ୍ତାର କାରଣ ହେବ। ଦ୍ୱିଜା ନକ୍ଷତ୍ର ପ୍ରତ୍ୟେକ କ୍ଷେତ୍ରରେ ପ୍ରଶଂସିତ ହେବେ।
ବୃଷ
ବୃଷ
ଅଷ୍ଟମାଧିପତି ରାଶିରେ ଥିବାରୁ ଦୈହିକ ଅସୁସ୍ଥତା ସଙ୍ଗକୁ କୌଣସି ମହିଳାଙ୍କ ସଙ୍ଗେ କଳହ ସୃଷ୍ଟି କରିବ। ଅଭାବ ନ ଥିଲେ ମଧ୍ୟ କୌଣସି ମୂଲ୍ୟବାନ ଜିନିଷ କିଣିବା ସକାଶେ ଧାର କରିବାକୁ ଚିନ୍ତା କରିବେ। ଅଫିସରେ ଚାପର ସମ୍ମୁଖୀନ ହେବେ। ସଭାସମିତିରେ ତଥା ଆଲୋଚନା କ୍ଷେତ୍ରରେ ସମ୍ମାନନୀୟ ବ୍ୟକ୍ତି ସହାୟତା କରିବେ।
ମିଥୁନ
ମିଥୁନ
କର୍ମଭାବରେ ରାଜଯୋଗ ସୃଷ୍ଟି ହେଉଥିବାରୁ ବିଶିଷ୍ଟ ବ୍ୟକ୍ତିଙ୍କ ସଂସର୍ଗତା ଲାଭ କରିବେ। ଏକାଧାରରେ ଅର୍ଥ, ସମ୍ମାନ ଓ ପ୍ରଶଂସା ସହ ଉପଢୌକନ ପାଇପାରନ୍ତି। ସମ୍ପର୍କୀୟଙ୍କ ସକାଶେ ଭ୍ରମଣ ଓ କାର୍ଯ୍ୟସିଦ୍ଧି ଯୋଗୁ ମନ ପ୍ରଫୁଲ୍ଲିତ ହେବ। କିନ୍ତୁ ଏହା ସଙ୍ଗକୁ ପାଖରେ ଥିବା ଅର୍ଥ ଭିନ୍ନ ବାଟରେ ଖର୍ଚ୍ଚ ହୋଇଯାଇପାରେ।
କର୍କଟ
କର୍କଟ
କର୍ମଭାବରେ ରାଶ୍ୟାଧିପତି ଚନ୍ଦ୍ର ଅବସ୍ଥାନ କରିଥିବାରୁ କର୍ମଜଞ୍ଜାଳ ବୃଦ୍ଧି ପାଇବ। ବକେୟା ଅର୍ଥ ଆଦାୟ କରିବାରେଆମତ୍ୀୟସ୍ବଜନଙ୍କ ସହାୟତାରେ ସକ୍ଷମ ହେବେ। ଶିଳ୍ପ, ପରିବହନ ଓ ବାଣିଜ୍ୟ କ୍ଷେତ୍ରରେ ଆଶାନୁରୂପ ଫଳ ପ୍ରାପ୍ତି ହେବ। କଳା, ସାହିତ୍ୟ, ସାମ୍ବାଦିକତା, ପ୍ରେସ୍‍ ଓ ପବ୍ଲିକେଶନ କ୍ଷେତ୍ରରେ ସୁନାମ ଅର୍ଜନ କରିବେ।
ସି˚ହ
ସି˚ହ
ରବି ଅଷ୍ଟମସ୍ଥ ହୋଇ ଚନ୍ଦ୍ରଙ୍କ ଦ୍ୱାଦଶସ୍ଥ ଯୋଗୁ ଚେଷ୍ଟା କରୁଥିବା କାର୍ଯ୍ୟରେ ପ୍ରତିବନ୍ଧକର ସାମ୍‍ନା କରି କୃତକାର୍ଯ୍ୟ ହେବେ। ପାରିବାରିକ କ୍ଷେତ୍ରରେ ସମସ୍ୟା ଲାଗି ରହିଥିବାରୁ ମନ ଭଲ ରହିବ ନାହିଁ। ସମ୍ପର୍କୀୟଙ୍କ ପରୋକ୍ଷ ବିରୁଦ୍ଧାଚରଣ ମାନସିକ ସ୍ତରରେ ଅଶାନ୍ତି ସୃଷ୍ଟି କରିବ। ଆର୍ଥିକ ଉନ୍ନତି, କର୍ମାରମ୍ଭ, ବନ୍ଧୁମିଳନରୁ ଆନନ୍ଦ ଅନୁଭବ କରିବେ।
କନ୍ୟା
ଦୁଃସ୍ଥାନରେ ଚନ୍ଦ୍ର ରହିଥିବାରୁ ମାନସିକ ଅସ୍ଥିରତା ସହିତ ପ୍ରାପ୍ୟଧନରେ ବାଧା ସୃଷ୍ଟି ହେବ। ନୂଆ କାମ ଆରମ୍ଭ କଲେ ସାହାଯ୍ୟ, ସହଯୋଗ ନିଶ୍ଚୟ ପାଇବେ। ଆନୁଷ୍ଠାନିକ କ୍ଷେତ୍ରରେ ପ୍ରତିଷ୍ଠିତ ହେବେ ଓ ପ୍ରଶଂସା ମଧ୍ୟ ପାଇବେ। ବ୍ୟବସାୟ, ନିର୍ମାଣ, ପ୍ରଶାସନ ଓ ଆଇନ ଅଦାଲତରେ କାମର ଚାପ ବିଶେଷ ପରିମାଣରେ ବୃଦ୍ଧି ପାଇବ।
ତୁଳା
ତୁଳା
କର୍ମକ୍ଷେତ୍ରରେ ତରତର ହେଲେ କାମ ବିଗିଡ଼ିଯାଇପାରେ। ପରୋକ୍ଷ ଶତ୍ରୁତା ଥିଲେ ମଧ୍ୟ ଦିନ ଭିତରେ ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ। ବିଶାଖା ନକ୍ଷତ୍ର ଭିନ୍ନ କ୍ଷେତ୍ରରୁ ନିଜ ଲୋକମାନଙ୍କ ବିରୋଧରେ ଅଭିଯୋଗ ଆସିପାରେ। ମନେ ମନେ ଭାବୁଥିବା ବିଷୟଟିକୁ ବନ୍ଧୁଙ୍କ ମୁହଁ ସାମ୍ନାରେ ପ୍ରକାଶ କରିପାରିବେ ନାହିଁ।
ବିଛା
ବିଛା
କୋଣଭାବସ୍ଥ ଗ୍ରହସମ୍ପର୍କ ସମସ୍ତ କାର୍ଯ୍ୟସିଦ୍ଧିର ଦ୍ୟୋତକ ଅଟେ। ଅନୁରାଧା ନକ୍ଷତ୍ର ଆଜି ଯେମିତି ଛାହୁଁଛନ୍ତି ତାହା ପୂରଣ ହେବ। ଆର୍ଥିକ ଉନ୍ନତି, ଅଭିଳଷିତ କାର୍ଯ୍ୟରେ ଅଗ୍ରଗତି ହେତୁ ମନ ହାଲୁକା ରହିବ। ବନ୍ଧୁଙ୍କ ସହ କୌଣସି ଆନୁଷ୍ଠାନିକ, ଗଠନମୂଳକ କାମ ତଥା ସଭାସମିତି କିମ୍ବା ସାହିତ୍ୟ ଆସର କରିପାରନ୍ତି।
ଧନୁ
ଧନୁ
ଚତୁର୍ଥସ୍ଥ ରାଜଯୋଗ ହେତୁ ପାରିବାରିକ ସ୍ଥିରତା, ଯାନବାହନ ଲାଭ, ବନ୍ଧୁବର୍ଗଙ୍କ ଦ୍ୱାରା ପ୍ରଶଂସିତ ହେବେ। ସାମାଜିକ ସମ୍ମାନ, ପଡ଼ୋଶୀଙ୍କ ଆଦର, ଅଭ୍ୟର୍ଥନା ଲାଭକରିବେ। ଭ୍ରମଣ, ରାଜନୀତି, ପ୍ରଶାସନ, ସଂଗଠନ, ସଭାସମିତି ପାଇଁ ଆଜି ଦିନଟି ବହୁତ ଭଲ। ଉପରିସ୍ଥଙ୍କ ଆଦେଶାନୁସାରେ ଦୂରସ୍ଥାନକୁ ଯାତ୍ରା ପାଇଁ ବାଧ୍ୟ ହୋଇପାରନ୍ତି।
ମକର
ମକର
ସପ୍ତମାଧିପତି କେନ୍ଦ୍ରସ୍ଥ ଯୋଗୁ ଆଜି ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗରେ କାର୍ଯ୍ୟସିଦ୍ଧି ଘଟିବ। ପରିଜନଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିବ ଓ ନୂତନ ପଦକ୍ଷେପ ନେଇ ସ୍ଥଗିତ କାମର ପୁନଃ ଆରମ୍ଭ କରିବେ। ପ୍ରକାଶନ, ଏଜେନ୍ସିପ୍‍, ପରିବହନ ଓ ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ। ଭ୍ରାତୃବର୍ଗଙ୍କ ଦ୍ୱାରା ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ।
କୁମ୍ଭ
କୁମ୍ଭ
ବୁଧଙ୍କ ଦୁର୍ବଳ ସ୍ଥିତି ହେତୁ ଭୁଲ୍‍ ବୁଝାମଣାରୁ ବନ୍ଧୁଙ୍କ ସହ କଳହ ଘଟିପାରେ। ପାରିବାରିକ କ୍ଷେତ୍ରରେ ସୁସମ୍ପର୍କ ସ୍ଥାପିତ ହେବାରେ ପଡ଼ୋଶୀଙ୍କ ଭୂମିକା ଅବିସ୍ମରଣୀୟ ରହିବ। ଜମିଜମା, ସରକାରୀ ସୂତ୍ରରୁ ଅର୍ଥ, ଛୋଟ ବ୍ୟବସାୟ, ଧାର୍ମିକ କାର୍ଯ୍ୟ ପ୍ରଭୃତିରେ ଆଶାନୁରୂପ ସଫଳତା ପାଇବେ। ସହକର୍ମୀଙ୍କ ସହ ବିବାଦର ସମାଧାନ ଘଟିବ।
ମୀନମୀନ

ଦ୍ୱିତୀୟସ୍ଥ ଚନ୍ଦ୍ର ହେତୁ ବନ୍ଧୁଙ୍କ ସାହାଯ୍ୟ ଲାଭ କରି ମାନସିକ ସ୍ଥିତି ସୁସ୍ଥ ହୋଇଯିବ। ଗତ କିଛିଦିନ ଧରି ଯାହା ଓ ଯେମିତି ଭାବୁଥିଲେ ଆଜି ଠିକ୍‍ ତାହା ହିଁ ପାଇବେ। ସ୍ବାସ୍ଥ୍ୟ ପ୍ରତି ସାବଧାନତା ଅବଲମ୍ବନ କରନ୍ତୁ, ଅନ୍ୟଥା ଚିନ୍ତା କରିବାକୁ ପଡ଼ିବ। କଳା, ସାହିତ୍ୟ, ଚଳଚ୍ଚିତ୍ର, ସଭାସମିତି କ୍ଷେତ୍ରରେ ପ୍ରଶଂସିତ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ସେପ୍ଟେମ୍ବର ୧୪ ତାରିଖ – Daily Horoscope

ମେଷ ଆଜିର ପ୍ରତ୍ୟୁଷଯାତ୍ରା, ବିବାଦୀୟ ଘଟଣା, ପ୍ରତିଯୋଗିତାମୂଳକ କାର୍ଯ୍ୟରେ ସଫଳତା ମିଳିବାର ଆଶା କରାଯାଇପାରେ। ବନ୍ଧୁଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ସୁପରିକଳ୍ପିତ ନୂଆ ଯୋଜନାଟିଏ କରିବା ସକାଶେ…

ରାଶିଫଳ: ରବିବାର, ସେପ୍ଟେମ୍ବର ୧୩ ତାରିଖ – Daily Horoscope

ମେଷ କର୍ମାଧିପ ଭାଗ୍ୟାଧିପ ଦୃଷ୍ଟିରେ ଥିବାରୁ ସାହାଯ୍ୟ ଓ ସହଯୋଗ ପାଇ କାମକୁ ତ୍ୱରାନ୍ବିତ କରିବେ। ପରିବର୍ତ୍ତିତ ଜୀବନଶୈଳୀ ଓ ସ୍ବାସ୍ଥ୍ୟ ସଚେତନତା ଅଭାବରୁ ଶାରୀରିକ ସୁସ୍ଥତା…

ରାଶିଫଳ: ଶନିବାର, ସେପ୍ଟେମ୍ବର ୧୨ ତାରିଖ – Daily Horoscope

ମେଷ ଅଶ୍ୱିନୀ ନକ୍ଷତ୍ରର କର୍ମକ୍ଷେତ୍ରରେ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବାକୁ ପଡ଼ିପାରେ। ସମ୍ମୁଖରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ କଥା କହୁଥିବାର ଶୁଣିବାକୁ ପାଇବେ। ଦୁର୍ବଳ…

ରାଶିଫଳ:ଶୁକ୍ରବାର, ସେପ୍ଟେମ୍ବର ୧୧ ତାରିଖ – Daily Horoscope

ମେଷ ଆଜି କୋଣଭାବସ୍ଥ ଚନ୍ଦ୍ର ପାପଗ୍ରହ ଯୁକ୍ତ କାରଣରୁ ସନ୍ତାନ ହେତୁକ ଦୁଃଶ୍ଚିନ୍ତା ଲାଗିରହିବ।ରିବାରିକ ଓ କର୍ମ କ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ବିଶେଷ ଭଲ ରହିନପାରେ। ସ୍ବଗୃହୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?