Posted inRasifala

ରାଶିଫଳ: ସୋମବାର, ମାର୍ଚ୍ଚ ୧୦ ତାରିଖ – Daily Horoscope

ମେଷ
ଆଜି ବିନା ନିମନ୍ତ୍ରଣରେ କେଉଁଠିକୁ ଯିବା କିମ୍ବା କିଛି ପଚାରିବା ପୂର୍ବରୁ କହିବା ଓଲଟା ଫଳ ପ୍ରଦାନ କରିବ। ଶତ୍ରୁତା କାରଣରୁ ମନ ଅସ୍ଥିର ରହିପାରେ। ହାତକୁ ନେଇଥିବା କାମଗୁଡିକ ସମ୍ପନ୍ନ ହେବା କଷ୍ଟକର ହୋଇପଡିବ। କିନ୍ତୁ ଗୃହ ସମସ୍ୟା, ଆନୁଷ୍ଠାନିକ କାମ, ଯାନ୍ତ୍ରିକ ଶିଳ୍ପ ଓ ପରିବହନ କ୍ଷେତ୍ରରେ ଆଶା ଅନୁରୂପ ଫଳ ପାଇବେ।
ବୃଷ
ବୃଷ
କର୍ମକ୍ଷେତ୍ରରେ ରହିଥିବା ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ହୋଇଯିବ। ଆନୁଷ୍ଠାନିକ କିମ୍ବା ଶୁଭ କାର୍ଯ୍ୟରେ ବନ୍ଧୁମାନେ ଠିକ୍‍ ଖବର ଦେବାରେ ହେଳା କରିପାରନ୍ତି। ରାଜନୀତିରେ ଦୃଢ଼ ପୃଷ୍ଠପୋଷକତା ଓ ଅକୁଣ୍ଠ ସମର୍ଥନ ଯୋଗୁ ଆଗେଇ ଯିବେ। ଜମିବାଡି କ୍ରୟ ସକାଶେ ମୋଟାଅଙ୍କର ଅର୍ଥ ଆବଶ୍ୟକ ହୋଇପାରେ।
ମିଥୁନ
ମିଥୁନ
ପାରିବାରିକ ସମସ୍ୟା ସହ ଖର୍ଚ୍ଚ ବୃଦ୍ଧି ଯୋଗୁ ମନରେ ସରସତା ରହିବ ନାହିଁ। ପ୍ରଶାସନିକ କ୍ଷେତ୍ରରେ ନିଷ୍ପତ୍ତି ଓଲଟ ପାଲଟ ହୋଇଯିବାର ଆଶଙ୍କା ରହିଛି। ଆଇନ ସହାୟତା ଲାଭପୂର୍ବକ ମାଲିମକଦ୍ଦମାରେ ସ୍ଥିତି ଅନୁକୂଳ ହୋଇପାରେ। ଗବେଷଣା, ଅନୁସନ୍ଧାନ, ପ୍ରଶାସନ, କୃଷି, ବାଣିଜ୍ୟ ଓ ରାଜନୀତିରେ ଚେଷ୍ଟା ସଫଳ ହେବ।
କର୍କଟ
କର୍କଟ
ଯେତେ ଭଲ କାମ କଲେ ମଧ୍ୟ ମିଥ୍ୟା ଗୁଜବ ମାନସିକ ସ୍ଥିତିକୁ ଦୋହଲାଇ ଦେବ। ପିଲାଙ୍କ କଳହକୁ କେନ୍ଦ୍ରକରି ଓ ପ୍ରକୃତ ଘଟଣା ନ ବୁଝି ପଡୋଶୀ କ୍ରୋଧ ପ୍ରକାଶ କରିପାରନ୍ତି। ଘରର ବରାଦ ଅନୁଯାୟୀ ଗୃହୋପକରଣ କ୍ରୟ କରିବାକୁ ପଡିପାରେ। ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେଇ ପରିଶେଷରେ ନାସ୍ତିବାଣୀ ଶୁଣାଇବାରୁ ସମ୍ପର୍କହାନି ଘଟିବ।
ସି˚ହ
ସି˚ହ
ଆଜି ମନୋବଳ ଟାଣ ରହିବ ଏବଂ ଜିଦ୍‍ରେ ଅଟଳ ରହି କାମ ହାସଲ କରିବେ। ସରଳ ବିଶ୍ୱାସର ବଶବର୍ତ୍ତୀ ହୋଇ କୌଣସି ଭୁଲ କରିପାରନ୍ତି। ବ୍ୟବସାୟକୁ ଆଗକୁ ବଢାଇବା ପାଇଁ ନୂତନ ପଦକ୍ଷେପ ଗ୍ରହଣ କରିପାରନ୍ତି। ମାଙ୍ଗଳିକ ଉତ୍ସବ ନିମନ୍ତେ ପ୍ରସ୍ତୁତି ଆରମ୍ଭ କରିବେ। ମହିଳାମାନେ ସମସ୍ୟାବହୁଳ ଭାବରେ ଦିନଟିକୁ ଅତିବାହିତ କରିବେ।
କନ୍ୟା
ଜମିଜମାକୁ କେନ୍ଦ୍ରକରି ଭ୍ରାତୃ ସମ୍ପର୍କରେ ସାମାନ୍ୟ ବ୍ୟତିକ୍ରମ ସୃଷ୍ଟି ହେବ। ପିଲାଙ୍କ କୃତୀ ଓ କୃତିତ୍ୱ ସକାଶେ ମାନସିକ ସ୍ତରରେ ଗର୍ବ ଅନୁଭବ କରିପାରନ୍ତି। ଆଜି ଏକ ଆକସ୍ମିକ ପରିବେଶ ମଧ୍ୟରେ ଦୀର୍ଘଦିନରୁ ଭାଙ୍ଗି ପଡିଥିବା ସମ୍ପର୍କ ପୁଣି ଯୋଡି ହୋଇଯିବ। ରାଜନୀତି କ୍ଷେତ୍ରରେ ଗଠନମୂଳକ କାର୍ଯ୍ୟରେ ଗତି ମନ୍ଥର ହୋଇପାରେ।
ତୁଳା
ତୁଳା
ଆଲୋଚନା ସମୟରେ ଅପ୍ରିୟ ସତ୍ୟ କହିବାରୁ ମିତ୍ରମାନେ ଈର୍ଷାପରାୟଣ ହେବେ। କର୍ମକ୍ଷେତ୍ରରେ ମିଥ୍ୟା ଗୁଜବ ମନକୁ ଆତଙ୍କିତ କରିପାରେ। ଅର୍ଥ ସମ୍ପର୍କକୁ କେନ୍ଦ୍ର କରି ତର୍କର ସମ୍ମୁଖୀନ ହେବେ। ପିଲାଙ୍କ ସ୍ବାସ୍ଥ୍ୟହାନି, ବନ୍ଧୁଙ୍କ ଅଭିଯୋଗ ଓ ପାରିବାରିକ ଅସହଯୋଗରୁ ଚିନ୍ତିତ ହେବେ। ଆମତ୍ୀୟଙ୍କ ସହ ସୁସମ୍ପର୍କ ବ୍ୟାହତ ହେବ।
ବିଛା
ବିଛା
ଦୈହିକ ସୁସ୍ଥତା ଥିଲେ ମଧ୍ୟ କେତେକ ଅପୂରଣୀୟ କାମନା ମନକୁ ବିବ୍ରତ କରାଇବ। ଲେଖାପଢାରୁ, କଳା, ସାହିତ୍ୟରେ ଓ ଅଭିନୟ ଜଗତରୁ ପ୍ରଶଂସା ପାଇବେ। କର୍ମକ୍ଷେତ୍ରର ବିବାଦୀୟ ଘଟଣାରେ ଯେଉଁ ଆଶଙ୍କା କରୁଛନ୍ତି ସେଥିରେ କିଛି ହେବ ନାହିଁ। ଗୃହସୀମା କିମ୍ବା ଘରଭଡାକୁ କେନ୍ଦ୍ର କରି ବିତର୍କର ସମ୍ମୁଖୀନ ହେବେ ା
ଧନୁ
ଧନୁ
ପରିବାରରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। କର୍ମକ୍ଷେତ୍ରରେ ମଧ୍ୟ ବିଭିନ୍ନ ସମସ୍ୟା ଲାଗି ରହିଥିବାରୁ ମନ ଅଶାନ୍ତ ରହିବ। ଯାତ୍ରା ସମୟରେ ସତର୍କ ନ ହେଲେ ଠକାମିରେ ପଡିପାରନ୍ତି। ସାମାଜିକ ସ୍ତରରେ କେତେକ ନୂତନ କାମର ପରିକଳ୍ପନା କରି ପ୍ରଶଂସିତ ହେବେ।
ମକର
ମକର
ଲାଗି ରହିଥିବା ବିବାଦୀୟ ଘଟଣାରେ ବିଜୟୀ ହେବେ। କର୍ମକ୍ଷେତ୍ରରେ ମନକୁ ପାଇଲା ଭଳି କଥା କହି ପରିସ୍ଥିତିକୁ ହାଲୁକା କରିପାରନ୍ତି। ପରିବାରରେ ସନ୍ତାନ ହେତୁକ ମାନସିକ ଆଘାତ ପାଇବେ କିମ୍ବା ସହକର୍ମୀଙ୍କ ସହ ହୃତସମ୍ପର୍କ ପୁନଃ ପ୍ରତିଷ୍ଠିତ ହେବ। ଘରେ ଜଣେ ବନ୍ଧୁଙ୍କ ଉପସ୍ଥିତିକୁ କେନ୍ଦ୍ର କରି ଝଗଡା ଲାଗିପାରେ।
କୁମ୍ଭ
କୁମ୍ଭ
ଆମତ୍ୀୟମାନଙ୍କ ସମ୍ବନ୍ଧରେ ହଠାତ୍‍ କୌଣସି ଘଟଣା ମନକୁ ବିବ୍ରତ କରିପାରେ। ଜମିଜମା ସମସ୍ୟା କ୍ରମଶଃ ଜଟିଳ ହେବ, ମାତ୍ର ତାହା ଅସ୍ଥାୟୀ ଭଳି ମନେକରିପାରନ୍ତି। ବାଣିଜ୍ୟ, ବ୍ୟବସାୟରୁ ଲାଭବାନ ହେବେ କିନ୍ତୁ ପ୍ରତିଦ୍ୱନ୍ଦ୍ୱିତା କମିବ ନାହିଁ। ଆର୍ଥିକ ସ୍ଥିତି ପୂର୍ବବତ୍‍ ରହିବ କିନ୍ତୁ କାମ ଅଟକିବ ନାହିଁ।
ମୀନମୀନ

କୌଣସି ଗୁରୁ୍‍ତ୍ୱପୂର୍ଣ୍ଣ କାମରେ ମାନସିକ ଦ୍ୱନ୍ଦ୍ୱ ବଢିବା କାରଣରୁ ନିଷ୍ପତ୍ତି ନେବାରେ ବିଳମ୍ବିତ କରାଇବ। ବନ୍ଧୁଙ୍କ ସାହାଯ୍ୟରୁ ପାରିବାରିକ କ୍ଷେତ୍ରରେ ସମସ୍ୟା ସମାଧାନ ହେବ। ଅସୁବିଧା ନ ଥିଲେ ମଧ୍ୟ ଅଫିସିଆଲି କେତେକ ସମସ୍ୟା କାରଣରୁ ମନରେ ସ୍ଥିରତା ରହି ନ ପାରେ। ଅସହିଷ୍ଣୁ ମନୋଭାବରୁ ହଠାତ୍‍ ବିରୋଧୀ ପକ୍ଷ ସକ୍ରିୟ ହୋଇ ଉଠିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ:ଶୁକ୍ରବାର, ସେପ୍ଟେମ୍ବର ୧୧ ତାରିଖ – Daily Horoscope

ମେଷ ଆଜି କୋଣଭାବସ୍ଥ ଚନ୍ଦ୍ର ପାପଗ୍ରହ ଯୁକ୍ତ କାରଣରୁ ସନ୍ତାନ ହେତୁକ ଦୁଃଶ୍ଚିନ୍ତା ଲାଗିରହିବ।ରିବାରିକ ଓ କର୍ମ କ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ବିଶେଷ ଭଲ ରହିନପାରେ। ସ୍ବଗୃହୀ…

ରାଶିଫଳ: ଗୁରୁବାର, ସେପ୍ଟେମ୍ବର ୧୦ ତାରିଖ – Daily Horoscope

ମେଷ ପରିବାରରେ ସାଧାରଣ କଥାରେ ମତଭେଦଜନିତ ମାନସିକ ଅସ୍ଥିରତା ଲାଗିରହିବ। ପରୋକ୍ଷ ଶତ୍ରୁତା କରୁଥିବା ଲୋକ ବିଷୟରେ ବନ୍ଧୁଙ୍କ ସହ ଆଲୋଚନା ଜାରି ରଖିଲେ ଉପକୃତ ହେବେ।…

ରାଶିଫଳ: ବୁଧବାର, ସେପ୍ଟେମ୍ବର ୯ ତାରିଖ – Daily Horoscope

ମେଷ ଆଜି ଅନୁକୂଳ ଗ୍ରହସ୍ଥିତିରୁ ସମ୍ପର୍କୀୟଙ୍କ ଦ୍ୱାରା ଉପକୃତ ହେବେ। ସାମାଜିକ ସ୍ତରରେ ଲୋକସମ୍ପର୍କ କ୍ଷୁଣ୍ଣହେବା ସହ ପାରିବାରିକ ମତପାର୍ଥକ୍ୟ ତୀବ୍ରତର ହେବ। ଶୁକ୍ରଙ୍କ ପ୍ରଭାବରୁ ଯାନବାହନ…

ରାଶିଫଳ: ମଙ୍ଗଳବାର, ସେପ୍ଟେମ୍ବର ୮ ତାରିଖ – Daily Horoscope

ମେଷ ପାରିବାରିକ ପରିସ୍ଥିତି ବିଗିଡ଼ିଯାଇଥିବାରୁ ନୂତନ କାମ ଆରମ୍ଭ କରିପାରିବେ ନାହିଁ। କର୍ମକ୍ଷେତ୍ରରେ ଭୁଲ୍‍ ବୁଝାମଣା ଯୋଗୁ ଅନ୍ୟମାନଙ୍କୁ ସନ୍ଦେହ କରିପାରନ୍ତି। ଯାତ୍ରା, ସମ୍ପର୍କ ସ୍ଥାପନ, ପରିବହନ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri