Posted inRasifala

ରାଶିଫଳ: ସୋମବାର, ଫେବୃଆରୀ ୨୪ ତାରିଖ – Daily Horoscope

ମେଷ
ଆଜି ନୀଚ୍ଚାରୋହୀ ରାଶ୍ୟାଧିପତିଙ୍କ କାରଣରୁ ସ୍ବାସ୍ଥ୍ୟ ଭଲ ରହି ନ ପାରେ। ପୁନଶ୍ଚ କର୍ମକ୍ଷେତ୍ରରେ ବିଜାତୀୟ ବ୍ୟକ୍ତିଙ୍କ ପ୍ରତିରୋଧରେ ପ୍ରଗତିର ପଥରୋଧ ଘଟିପାରେ। ଯାତ୍ରା, ବନ୍ଧୁ ମିଳନ ଓ ମନୋରଞ୍ଜନ ପାଇଁ ବହୁତ ଭଲ। ସଭାସମିତି, ମାଲିମକଦ୍ଦମା କିମ୍ବା କଳା,ସାହିତ୍ୟ ଏବଂ ରଚନାମତ୍କ କାର୍ଯ୍ୟରେ ଅଗ୍ରଗତି ଘଟିବ।
ବୃଷ
ବୃଷ
ଆଜି ଖୁସି ମନରେ କାମ କରିବେ, ଚାହୁଁଥିବା ଜିନିଷ ପାଇବେ, ବନ୍ଧୁଙ୍କ ସହ ଆଲୋଚନା ବେଶ୍‍ ଜମିବ। କର୍ମକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡିପାରେ। ରୋହିଣୀ ନକ୍ଷତ୍ର ଅଳ୍ପ କେତେଦିନ ହେଲା ଖୋଜୁଥିବା ଜିନିଷର ସନ୍ଧାନ ଆଜି ହିଁ ମିଳିବ। ଶିଳ୍ପ, ବାଣିଜ୍ୟ ଓ ପରିବହନ ପାଇଁ ବିଶେଷ କିଛି ସତର୍କତାର ଆବଶ୍ୟକତା ପଡିବ ନାହିଁ।
ମିଥୁନ
ମିଥୁନ
ଆଜି ବାହାର ଲୋକଙ୍କ ଦ୍ୱାରା ଯେତିକି କାମ କରିପାରିବେ ଘରଲୋକଙ୍କଠାରୁ ସେତିକି ସହଯୋଗ ପାଇପାରିବେ ନାହିଁ। କେତେକ ବିବାଦୀୟ କ୍ଷେତ୍ରରେ ସମସ୍ୟା ସମାଧାନ ପାଇଁ ବନ୍ଧୁଙ୍କୁ ସାହାଯ୍ୟ ମାଗିପାରନ୍ତି। ଉନ୍ନୟନମୂଳକ କାମ, ପବ୍ଲିକେଶନ, ପ୍ରେସ୍‍ ଏବଂ ସାହିତ୍ୟଚର୍ଚ୍ଚା ବାଧାପ୍ରାପ୍ତ ହେବ ନାହିଁ।
କର୍କଟ
କର୍କଟ
କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହେବେ। ପୁଷ୍ୟା ନକ୍ଷତ୍ରର ଅତୀତ ଘଟଣା୍‍ଗୁଡିକୁ ଅସ୍ବାଭାବିକ ଭାବେ ଚିନ୍ତା କରିପାରନ୍ତି। ଜାଣିଶୁଣି କେତେକ ସମ୍ପର୍କୀୟ ବ୍ୟକ୍ତି ସମସ୍ୟା ସୃଷ୍ଟିରେ ସହାୟକ ସାଜିବେ। କୈାଣସି ଗୁରୁତ୍ୱପୂର୍ଣ୍ଣ କାମ ସକାଶେ ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି ହଠାତ୍‍ ହୋଇଯିବାର ସୂଚନା ରହିଛି।
ସି˚ହ
ସି˚ହ
ଯେତେ ଭଲ କାମ କଲେ ମଧ୍ୟ କିଏ ତାହାର ମୂଲ୍ୟ ବୁଝିବେ ନାହିଁ। ନିଜର ଉଦାର ମନୋଭାବରୁ ବନ୍ଧୁଙ୍କଠାରୁ ପ୍ରେରଣା ପାଇ ଦୁଃସାଧ୍ୟ ସାଧନ କରିବେ। ମଘା ନକ୍ଷତ୍ର ଆଜି ଫେରିବା ବାଟରେ କୈାଣସି ଅପରିଚିତଙ୍କ ସହିତ କଳହର ସମ୍ମୁଖୀନ ହୋଇପାରନ୍ତି। ଖାଦ୍ୟପେୟର ଅନିୟମିତତା ସ୍ବାସ୍ଥ୍ୟହାନିର କାରଣ ହୋଇପାରେ।
କନ୍ୟା
ନିଜ ମୁଣ୍ଡ ଉପରେ ଗୁରୁ ଦାୟିତ୍ୱ ଥିଲେ ମଧ୍ୟ ଆଜି ତାହା କରିବାରେ ପଛେଇଯିବେ। ହସଖୁସିର ମଜା ମଉଜରେ ସମୟ କଟାଇ ପରକ୍ଷଣରେ ଘର ଲୋକଙ୍କ ଆଗରେ ମୁଣ୍ଡ ନୁଆଁଇବାକୁ ବାଧ୍ୟ ହୋଇପାରନ୍ତି। ଉତ୍ତରାଫାଲଗୁନୀ ନକ୍ଷତ୍ର ନିଜର ବିଫଳତା ହେତୁ ଅନ୍ୟମାନଙ୍କ ପ୍ରତି ଭଲ ଧାରଣା କ୍ରମଶଃ ହ୍ରାସ ପାଇପାରେ।
ତୁଳା
ତୁଳା
ପରିସ୍ଥିତି ପ୍ରତି ସଜାଗ ରହି କାମ କରିବା ଦ୍ୱାରା ସବୁ ସମସ୍ୟାକୁ ସୁଧାରି ନେବେ। ଚିତ୍ରା ନକ୍ଷତ୍ର ବ୍ୟକ୍ତିମାନଙ୍କର କଚେରି ମାମଲାର ଶୁଣାଣି ବିଳମ୍ବ ହୋଇପାରେ। କର୍ମକ୍ଷେତ୍ରରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ। ସଭାସମିତିରେ ଅଟକି ରହିଥିବା କାମ କିମ୍ବା ଆଲୋଚନାଟି ଆଜି ପୂର୍ଣ୍ଣାଙ୍ଗ ହୋଇଯିବ।
ବିଛା
ବିଛା
ସମ୍ପର୍କୀୟଙ୍କ ବେଖାତିର କଥା ଓ କାର୍ଯ୍ୟକଳାପରୁ କଷ୍ଟ ପାଇବେ। ଜ୍ୟେଷ୍ଠା ନକ୍ଷତ୍ର ସକାଶେ ପରିବାରରେ ପାରସ୍ପରିକ ଆଲୋଚନା ଦ୍ୱାରା ସମସ୍ୟା ସମାଧାନ ହେବ। କ୍ରୀଡ଼ା, ଚଳଚ୍ଚିତ୍ର ଓ କଳା, ସାହିତ୍ୟରେ ସମସ୍ୟା ସମାଧାନରେ ବନ୍ଧୁଙ୍କ ଅବଦାନ ଅବିସ୍ମରଣୀୟ ରହିବ। ଫାଇଲ କାମ ବୃଦ୍ଧି କାରଣରୁ ଘରକଥା ବୁଝିବା ପାଇଁ ସମୟ ପାଇବେ ନାହିଁ।
ଧନୁ
ଧନୁ
ସମସ୍ତ ପ୍ର୍ରକାର ପରିସ୍ଥିତି ପ୍ରତି ସତର୍କ ରହି କାମ କରିବା ଭଲ । କେତେକ କ୍ଷେତ୍ରରେ ନୀରବ ରହିବାକୁ ବାଧ୍ୟ ହେବେ। ଭୁଲ ବୁଝାମଣା କାରଣରୁ ନିକଟ ସମ୍ପର୍କୀୟଙ୍କ ସହ ସମ୍ପର୍କ ହାନି ଯୋଗୁ ଚିନ୍ତା ପ୍ରକଟ କରିପାରନ୍ତି। ଉତ୍ତରାଷାଢା ନକ୍ଷତ୍ର ଦୀର୍ଘପଥ ଭ୍ରମଣଜନିତ ସାମାନ୍ୟ ଶାରୀରିକ ଅସୁସ୍ଥି ଅନୁଭବ କରିପାରନ୍ତି।
ମକର
ମକର
ଅନ୍ୟମାନଙ୍କ ବଡଭାଇପଣିଆକୁ ସହଜରେ ଗ୍ରହଣ କରିପାରିବେ ନାହିଁ। ଗତକାଲିର ଆଲୋଚନା ଅନୁଯାୟୀ ଆଜିର କାମ ସବୁ ଠିକ୍‍ଠାକ୍‍ ହୋଇଯିବ। ଆଶା କରୁଥିବା କାମ ସକାଶେ ଅର୍ଥ ସାହାଯ୍ୟ ପାଇବେ ଏବଂ ହଠାତ୍‍ କାୈଣସି ଖବର ପାଇ ଖୁସି ହେବେ। ଶ୍ରବଣା ନକ୍ଷତ୍ର ପ୍ରତିବେଶୀଙ୍କ ସହ ସମ୍ପର୍କ ମଧୁର ରଖିବେ, ଯାହାକି କାମକୁ ଆସିବ।
କୁମ୍ଭ
କୁମ୍ଭ
ଆପଣ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରିବା ଭଲ। ବନ୍ଧୁଟି ସ୍ବାର୍ଥକୁ ପ୍ରଥମେ ନିଜ ସକାଶେ ନେବାର ଉପକ୍ର୍ରମ କରିପାରେ। ବୈଷୟିକ କ୍ଷେତ୍ରରେ ବାଦବିବାଦ ଜଟିଳ ହେବ ଓ ସଫଳତା ହାସଲ କରିବେ। ପୂର୍ବଭାଦ୍ରପଦ ନକ୍ଷତ୍ର ସକାଶେ ଗୃହ, ଗାଡିମୋଟର ,ପ୍ରେସ୍‍ ,ପବ୍ଲିକେଶନ ସମ୍ପର୍କିତ ଦୁଃଶ୍ଚିନ୍ତା ଦୂର ହୋଇଯିବ।
ମୀନମୀନ

ଉତ୍ତରଭାଦ୍ର ନକ୍ଷତ୍ର କର୍ମବ୍ୟସ୍ତତା ମଧ୍ୟରେ ଘରର କାମକୁ ପାସୋରିଦେଇ ପାରନ୍ତି। ସହକର୍ମୀଙ୍କ ସହ ହାତ ମିଳାଇ କାମ କଲେ ତାହା ଆପଣଙ୍କ ପାଇଁ ହିତକର ହେବ। ବାରମ୍ବାର ବିଫଳ ହୋଇ ଆଜି ଶେଷ ଚେଷ୍ଟା କରୁଥିବା କାମରେ ଆଂଶିକ ସଫଳତା ପାଇବେ। ଜଣେ ନୂତନ ବନ୍ଧୁଙ୍କ ସହ ଆଜି ମଧ୍ୟାହ୍ନରେ ଯୋଗସୂତ୍ର ସ୍ଥାପନ ହେବ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର, ଅଗଷ୍ଟ ୨୧ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ଯୁକ୍ତିତର୍କଜନିତ କାମଗୁଡିକ ଟିକିଏ ବିଳମ୍ବ ଓ ଝମେଲା ଭିତରେ ହିଁ ହେବ। ବ୍ୟବସାୟ, ବାଣିଜ୍ୟ ଓ ନିର୍ମାଣ ତଥା ପରିବହନ ବାଧାପ୍ରାପ୍ତ ହୋଇପାରେ। କଠିନ…

ରାଶିଫଳ: ଗୁରୁବାର, ଅଗଷ୍ଟ ୨୦ ତାରିଖ – Daily Horoscope

ମେଷ ପଦସ୍ଥବ୍ୟକ୍ତିଙ୍କ ଅନୁକମ୍ପାରୁ ଆଜି ଦିନ ଭିତରେ ପ୍ରତ୍ୟେକ କାର୍ଯ୍ୟ ସୁରୁଖୁରୁରେ ସମ୍ପନ୍ନ ହେବ। ଆର୍ଥିକ ସ୍ଥିତି ସହିତ ପାରିବାରିକ କ୍ଷେତ୍ର ମଧ୍ୟ ମନ୍ଦ ହେବନି। କୌଣସି…

ରାଶିଫଳ: ବୁଧବାର, ଅଗଷ୍ଟ ୧୯ ତାରିଖ – Daily Horoscope

ମେଷ ଆଜି କର୍ମକ୍ଷେତ୍ରରେ ସହକର୍ମୀମାନଙ୍କ ସହିତ ବୁଝାମଣା ନେଇ ତିକ୍ତତା ଦେଖାଦେଇପାରେ। ବନ୍ଧୁ ସାହାଯ୍ୟ ସହଯୋଗର ଦୃଢ଼ ପ୍ରତିଶ୍ରୁତି ଦେବେ କିନ୍ତୁ ଦରକାର ସମୟରେ ପାଖରେ ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri