Posted inRasifala

ରାଶିଫଳ: ଶନିବାର, ଫେବୃଆରୀ ୧୫ ତାରିଖ – Daily Horoscope

ମେଷ
ଆଜି ବନ୍ଧୁଙ୍କ କାମରେ ନିଜକୁ ନିୟୋଜିତ କରିପାରନ୍ତି। ଯାତ୍ରା ସମୟରେ ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରନ୍ତୁ। ପ୍ରଶାସନ, ଆଇନ, କଳା, ସାହିତ୍ୟ କ୍ଷେତ୍ରରେ ପ୍ରଶଂସନୀୟ କାମ କରିପାରନ୍ତି। ପାରିବାରିକ କ୍ଷେତ୍ରରେ ସାମାନ୍ୟ ଯୁକ୍ତିତର୍କ କାରଣରୁ ସାମୟିକ ଅଶାନ୍ତ ରହିପାରନ୍ତି।
ବୃଷ
ବୃଷ
ପୂର୍ବନିଦ୍ଧାରିତ ଯୋଜନାନୁଯାୟୀ ବନ୍ଧୁମିଳନ ସାଙ୍ଗକୁ ମନୋରଞ୍ଜନ ପ୍ରୀତିପ୍ରଦ ହେବ। ପରିସ୍ଥିତିକୁ ସ୍ବାଭାବିକ କରିବାକୁ ଯାଇ କଅଁଳ କଥା କହି ସବୁ ସମ୍ଭାଳି ନେବେ। ଅଫିସରେ କୌଣସି ନୀଚଜାତିର ବ୍ୟକ୍ତିବିଶେଷଙ୍କ ସହାୟତାରୁ ଉପକୃତ ହୋଇପାରନ୍ତି। ଆର୍ଥିକସ୍ଥିତି ଉନ୍ନତ ରହିବା କାରଣରୁ ଅଟକି ରହିଥିବା କାମଗୁଡ଼ିକୁ ତ୍ୱରାନ୍ବିତ କରିପାରିବେ।
ମିଥୁନ
ମିଥୁନ
କର୍ମକ୍ଷେତ୍ରରେ ଅର୍ଥ ଓ ସମ୍ମାନ ପାଇବା ସହ ବନ୍ଧୁବର୍ଗଙ୍କ ସହାନୁଭୂତି ଯୋଗୁ କାର୍ଯ୍ୟରେ ସଫଳତା ଘଟିବ। ନିଜ ବ୍ୟବହାର୍ଯ୍ୟ ଜିନିଷ ପରକୁ ଦେଇ ଅପଦସ୍ଥ ହୋଇପାରନ୍ତି। ବନ୍ଧୁଙ୍କ ଘରୋଇ ସମସ୍ୟାରେ ମନ ବିଚଳିତ ରହିବ। ଉପରିସ୍ଥଙ୍କ ଆଦେଶପ୍ରାପ୍ତ ହୋଇ ଦୂରଯାତ୍ରା କରିବାକୁ ପଡ଼ିପାରେ।
କର୍କଟ
କର୍କଟ
ସମସ୍ୟାର ସମାଧାନ ସକାଶେ ସ୍ଥାନୀୟ ବ୍ୟକ୍ତିଙ୍କ ସହାୟତା ନେଲେ ଉପକୃତ ହେବେ। ଲକ୍ଷ୍ୟସାଧନ ପରିପ୍ରେକ୍ଷୀରେ ବିନୟଭାବ ପୋଷଣ କଲେ କୌଣସି କାମ ଅଟକିବ ନାହିଁ। ପରିବାରରେ ଛୋଟ କଥାକୁ କେନ୍ଦ୍ରକରି ଝମେଲାରେ ପଶନ୍ତୁ ନାହିଁ। ସ୍ବାସ୍ଥ୍ୟରେ ଉନ୍ନତି ଘଟିବ ମାତ୍ର ପିଲାଙ୍କ ପଢ଼ା ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିପାରେ ା
ସି˚ହ
ସି˚ହ
ନିଜର କୌଣସି ଦୁର୍ବଳତା ହେତୁ ଜୋର୍‍ ଦେଇ ଯୁକ୍ତିତର୍କ କରିବା ଦିଗରୁ ଦୂରେଇ ରହିବେ। ନକାରାତ୍ମକ ଚିନ୍ତାଧାରା ପ୍ରତ୍ୟେକ କ୍ଷେତ୍ରରେ ମନକୁ ବେଶି ବିବ୍ରତ କରିବ। ଯାତ୍ରା ସମୟରେ ପକେଟ୍‍ମାର ପ୍ରତି ସତର୍କ ରହିବା ଭଲ ହେବ। ପାରିବାରିକ ଜୀବନରେ ଉଚିତ ବୁଝାମଣା ପୂର୍ବପରି ଅକ୍ଷୁଣ୍ଣ ରହିବାରୁ ଶାନ୍ତି ପାଇବେ।
କନ୍ୟା
ପୂର୍ବ ଶତ୍ରୁତାର ବଦଲା ନେବାକୁ ଯାଇ ନିଜ ଲୋକ ହଇରାଣ କରିପାରନ୍ତି। କର୍ମକ୍ଷେତ୍ରରେ ପାରିବାରିକ ମତଭେଦ କାରଣରୁ ବିବାଦୀୟ ପରିସ୍ଥିତି ସୃଷ୍ଟି ହେବ। ସାମାନ୍ୟ କଥାରେ ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁ ମନ ଉଦାସ ରହିବ। ଆର୍ଥିକ ସ୍ଥିତି, ବ୍ୟବସାୟିକ ପରିସ୍ଥିତି, ମାଙ୍ଗଳିକ କାର୍ଯ୍ୟ ଏବଂ ବନ୍ଧୁଙ୍କ ସହ ଆଲୋଚନା ଫଳପ୍ରଦ ହେବ।
ତୁଳା
ତୁଳା
ଆତ୍ମୀୟମାନଙ୍କ ସହଯୋଗରେ କାର୍ଯ୍ୟରେ ସଫଳତା ହାସଲ କରିବେ। କିଣା ବିକା କ୍ଷେତ୍ର୍ରରେ ସତର୍କ ନ ହେଲେ ଠକାମିରେ ପଡ଼ିପାରନ୍ତି। କର୍ମକ୍ଷେତ୍ରରେ ତଥା ବିବାଦୀୟ ପରିସ୍ଥିତିରେ ସମ୍ମାନନୀୟ ବ୍ୟକ୍ତି ବିଶେଷ ସହାୟତା କରିବେ। ନିର୍ମାଣାଧୀନ କାର୍ଯ୍ୟରେ ପ୍ରତିବନ୍ଧକ ହଟିଯିବାର ଆଶା ରହିଛି।
ବିଛା
ବିଛା
ଅନ୍ୟମାନଙ୍କ ବିଷୟ ଚିନ୍ତାକରି ନିଜ ପ୍ରତି ଅବହେଳା କରିପାରନ୍ତି। ପାରିବାରିକ କ୍ଷେତ୍ରରେ ମନ ଭୁଲାଣିଆ କଥା କହି ପରିସ୍ଥିତିକୁ ସମ୍ଭାଳି ନେବେ। ଦୀର୍ଘଦିନର ଉପରାନ୍ତେ ମାଲିମକଦ୍ଦମାରେ ବିଜୟଲାଭର ସୂଚନା ରହିଛି। କର୍ମକ୍ଷେତ୍ର, ପାରିବାରିକସ୍ଥିତି, ବ୍ୟବସାୟିକ ପରିସ୍ଥିତି ପ୍ରାୟତଃ ଉନ୍ନତଧରଣର ରହିବ।
ଧନୁ
ଧନୁ
ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣରେ ରହିବା କାରଣରୁ ଆଶ୍ୱସ୍ତି ଲାଭ କରିବେ। ଜଣେ ସମ୍ପର୍କୀୟଙ୍କ ପରାମର୍ଶରେ ତିର୍ଥାଟନ କିମ୍ବା ପରିଦର୍ଶନ କଥା ଚିନ୍ତା କରିପାରନ୍ତି। ମନରେ ପ୍ରଫୁଲ୍ଲତା ରହିଥିବାରୁ କାର୍ଯ୍ୟସାଧନରେ କୌଣସି ଅସୁବିଧା ରହିବନାହିଁ। କଳା, ସାହିତ୍ୟ, ସାମ୍ବାଦିକତା ଓ ମନୋରଞ୍ଜନ, ଖେଳକୁଦରେ ପ୍ରଶଂସା ପାଇବେ।
ମକର
ମକର
ପ୍ରତ୍ୟେକ କ୍ଷେତ୍ରରେ ପାରିବାରିକ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିବ। ପିଲାଙ୍କ ବୈବାହିକ ସମ୍ବନ୍ଧ ପରିପ୍ରେକ୍ଷୀରେ ନୂତନ ବନ୍ଧୁ ପ୍ରସ୍ତାବ ସ୍ଥିରୀକୃତ ହୋଇପାରେ। ରାଜନୀତି, ସଂଗଠନ, ଗବେଷଣା, ସଭାସମିତି କ୍ଷେତ୍ରରେ ଲୋକ ସମ୍ପର୍କ ବଢ଼ିବ। ମାତ୍ର ଧନିଷ୍ଠା ନକ୍ଷତ୍ରର ଭାବପ୍ରବଣତା ଯୋଗୁ ମନୋବଳ ହ୍ରାସ ପାଇବ।
କୁମ୍ଭ
କୁମ୍ଭ
ବନ୍ଧୁମାନଙ୍କ ସହ ଭ୍ରମଣ ଓ କାର୍ଯ୍ୟସିଦ୍ଧି ଯୋଗୁ ମନ ପ୍ରଫୁଲ୍ଲିତ ରହିବ। ପାରିବାରିିକ କ୍ଷେତ୍ର ବୁଝାମଣା ଜନିତ ଶାନ୍ତି ଫେରିଆସିବ। ଆର୍ଥିକ ସମସ୍ୟା,ବନ୍ଧୁଙ୍କ ମତାନ୍ତର,ସ୍ଥଗିତ ରହିଯାଇଥିବା କାମ ସୁବିଧାରେ ସମ୍ପନ୍ନ ହୋଇଯିବ। ଯାତ୍ରା, ବାଣିଜ୍ୟ, ବ୍ୟବସାୟ, ପରିବହନ କ୍ଷେତ୍ରରୁ ବିଶେଷ ଲାଭବାନ୍‍ ହୋଇପାରନ୍ତି।
ମୀନମୀନ

ପାରିବାରିକ ଜୀବନରେ ସୁଖ ସନ୍ତୋଷ ମାନସିକ ସ୍ଥିରତା ଆଣିବାରେ ସହାୟକ ହେବ। ସାହାଯ୍ୟକାରୀ ମନୋଭାବ କାରଣରୁ ପଡ଼ୋଶୀଙ୍କ ସହ ସମ୍ପର୍କ ବୃଦ୍ଧି ପାଇବ। ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ। ସକାଳୁ ସକାଳୁ ଶୁଭଖବର ପାଇ ମନ ଏକଦମ୍‍ ଖୁସି ହୋଇଯିବାର ସୂଚନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ:ଶନିବାର , ସେପ୍ଟେମ୍ବର ୧୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ଜନିତ ବନ୍ଧୁ ସମ୍ପର୍କରେ ଉନ୍ନତି ହେବ। ଯାତ୍ରା, ବିବାଦ, ଗୃହାରମ୍ଭ ପାଇଁ ପ୍ରତିକୂଳତା ଆସିଲେ ମଧ୍ୟ କୌଣସି ଅସୁବିଧା ହେବନାହିଁ। ପାରିବାରିକ…

ରାଶିଫଳ: ଶୁକ୍ରବାର , ସେପ୍ଟେମ୍ବର ୧୮ ତାରିଖ – Daily Horoscope

ମେଷ ବୃହସ୍ପତିଙ୍କ ଦୃଷ୍ଟିରେ କର୍ମାଧିପ ଥିବାରୁ ଶୁଭେଚ୍ଛୁଙ୍କ ପରାମର୍ଶରେ ନୂଆ କାମ ସକାଶେ ମନ ବଳାଇବେ। ଦୈହିକ ଦୁର୍ବଳତା ସାଙ୍ଗକୁ ପାରିବାରିକ ଦ୍ୱନ୍ଦ୍ୱଜନିତ ନୈରାଶ୍ୟରୁ ଚିନ୍ତିତ ରହିପାରନ୍ତି।…

ରାଶିଫଳ: ଗୁରୁବାର, ସେପ୍ଟେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି କୃତ୍ତିକା ନକ୍ଷତ୍ର କର୍ମାରମ୍ଭ ସକାଶେ ସାହାଯ୍ୟ, ସହଯୋଗର ଅଭାବ ରହିବ ନାହିଁ। ଆନୁଷ୍ଠାନିକ, ସଭାସମିତି, ଧର୍ମକାର୍ଯ୍ୟ, ବନ୍ଧୁମିଳନ ପାଇଁ ଦିନଟି ଭଲ। ଛୋଟ ଛୋଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?